ସରିଲା ‘ସାଗରକବଚ’

ରୂପ୍‌ସା, ୧୯।୯(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ବାହାବଳପୁର ଓ ବଳରାମଗଡ଼ି ନିକଟ ସମୁଦ୍ରରେ ୨ଦିନ ବ୍ୟାପୀ ଅନୁଷ୍ଠିତ ତଟ ସୁରକ୍ଷା ସମରାଭ୍ୟାସ ‘ସାଗରକବଚ’ ଗୁରୁବାର ଶେଷ ହୋଇଯାଇଛି। ଡିଏସ୍‌ପି (ଡିଆଇବି) ରଜତ କୁମର ରାୟଙ୍କ ତତ୍ତ୍ୱାବଧାନରେ ବୋଟ୍‌ ମାଷ୍ଟର ପୂର୍ଣ୍ଣଚନ୍ଦ୍ର ମିଶ୍ର ଓ ପ୍ରଦୀପ କୁମାର ସାହୁ ସେରଙ୍ଗ ଚୈତନ୍ୟ ହେମ୍ବ୍ରମ ଓ ନିରଞ୍ଜନ ନାୟକ, ଇଞ୍ଜିନ ଡ୍ରାଇଭର ଶୈଳ କୁମାର ମହାରଣା, ଏଏସ୍‌ଆଇ ଏନ୍‌ କେ ମାଝି ପ୍ରମୁଖ ସ୍ବତନ୍ତ୍ର ତାଲିମପ୍ରାପ୍ତ ବରିଷ୍ଠ ଅଧିକାରୀ ଓ ୧ ସେକ୍ସନ ଏପିଆର ଫୋର୍ସଙ୍କ ସହ ବଳରାମଗଡ଼ି ନିକଟ ସମୁଦ୍ର ଭିତରକୁ ଏକ ସ୍ବତନ୍ତ୍ର ବୋଟ ଯୋଗେ ଯାଇ ସମରାଭ୍ୟାସ କରିଥିଲେ।
ସେହିପରି ବସ୍ତା ଏସ୍‌ଡ଼ିପିଓ ରଣଜିତ ପୃଷ୍ଟିଙ୍କ ତତ୍ତ୍ୱାବଧାନରେ ବାହାବଳପୁର ସାମୁଦ୍ରିକ ଥାନା ଆଇଆଇସି ଲକ୍ଷ୍ମଣ କୁମାର ବେହେରାଙ୍କ ନେତୃତ୍ୱରେ ଏଏସ୍‌ଆଇ ଏଚ ଏମ୍‌ ଦାସପଟ୍ଟନାୟକ, ଏଏସ୍‌ଆଇ ଲମ୍ବୋଦର ବାରିକ ଓ ବୋଟ ମାଷ୍ଟର ସୁନୀଲ ମହାପାତ୍ର ଓ ୧ ପ୍ଲାଟୁନ ରିଜର୍ଭ ପୋଲିସ ଫୋର୍ସ ଏହି ସମୁଦ୍ର ସମରାଭ୍ୟାସରେ ସାମିଲ ହୋଇଥିଲେ। ଜଳପଥରେ ଅନୁପ୍ରବେଶକାରୀଙ୍କୁ ଦମନ, ଜଳଦସ୍ୟୁ ଓ ଗତିବିଧି ଅନୁଧ୍ୟାନ କରିବା ସହ ସମୁଦ୍ରତଟ ଓ ତଟବର୍ତ୍ତୀ ଅଞ୍ଚଳ ସୁରକ୍ଷା ଦିଗରେ ବିଭିନ୍ନ କୌଶଳ ଶିକ୍ଷା ଦିଆଯାଇଥିଲା। ଜଳପଥରେ ଅପରାଧ ନିୟନ୍ତ୍ରଣ ସହ ଅପରାଧିକ କାର୍ଯ୍ୟକଳାପ ମୂଳୋପତ୍ାଟନ ଲାଗି ତାଲିମ ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri