ସରିଲା ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା: ଫେବୃୟାରୀ ପ୍ରଥମ ସପ୍ତାହରେ ପରୀକ୍ଷାଫଳ

ଭୁବନେଶ୍ୱର,୬ା୧(ବ୍ୟୁରୋ): ଭୁବନେଶ୍ୱର ଏବଂ ନୂଆ କରି ଆରମ୍ଭ ହେବାକୁ ଥିବା ସୈନିକ ସ୍କୁଲ ସମ୍ବଲପୁର ପାଇଁ ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା ଓଡ଼ିଶାର ୮ ସେଣ୍ଟରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପ୍ରବେଶିକା ପରୀକ୍ଷାରେ ସୈନିକ ସ୍କୁଲ ଭୁବନେଶ୍ୱର ନିମନ୍ତେ ଷଷ୍ଠ ଶ୍ରେଣୀ ପାଇଁ ୧୪୨୦ ପରୀକ୍ଷାର୍ଥୀ ଓ ନବମ ଶ୍ରେଣୀ ପାଇଁ ୪୧୧ ପ୍ରାର୍ଥୀ ଆବେଦନ କରିଥିଲେ। ଏହାବ୍ୟତୀତ ନୂଆ କରି ଆରମ୍ଭ ହେବାକୁ ଥିବା ସୈନିକ ସ୍କୁଲ ସମ୍ବଲପୁର ନିମନ୍ତେ ୭୫୬ ପ୍ରାର୍ଥୀ ଆବେଦନ କରିଥିଲେ। ତେବେ ଫେବୃୟାରୀ ପ୍ରଥମ ସପ୍ତାହରେ ଏହି ପରୀକ୍ଷାଫଳ ପ୍ରକାଶ ପାଇବ। କୃତକାର୍ଯ୍ୟ ଛାତ୍ରମାନଙ୍କୁ ଫେବୃୟାରୀ ୨୦ରୁ ମାର୍ଚ୍ଚ ୧୦ ମଧ୍ୟରେ ମେଡିକାଲ ତଥା ଶାରୀରିକ ପରୀକ୍ଷା ନିମନ୍ତେ ଉପସ୍ଥିତ ରହିବାକୁ ହେବ। ପ୍ରବେଶିକା ପରୀକ୍ଷାର ଅନ୍ତିମ ଫଳାଫଳ ତାଲିକା ମାର୍ଚ୍ଚ ୨୦ ସୁଦ୍ଧା ପ୍ରକାଶ ପାଇବ ବୋଲି ସୈନିକ ସ୍କୁଲ ଭୁବନେଶ୍ୱରର ଅଧ୍ୟକ୍ଷ ଗ୍ରୁପ୍‌ କ୍ୟାପ୍‌ଟେନ୍‌ ଏସ୍‌. ଡୋମିନିକ ରାୟନ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

ଦ୍ୱାଦଶ ଟପ୍ପରଙ୍କୁ ମିଳିଲାନି ଚାକିରି: ରାଗରେ ମା’-ବାପା-ଭାଇଙ୍କ ସହ କଲେ ହୃଦୟବିଦାରକ କାଣ୍ଡ

ଭୋପାଳ,୨୦।୨: ମଧ୍ୟପ୍ରଦେଶର ବେତୁଲ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ୩୦ ବର୍ଷୀୟ ଗ୍ରାମର ଦୀପକ ଧୂର୍ଭେ ତାଙ୍କ ମାତାପିତା ଏବଂ ସାନ…

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି

କୋରାପୁଟ,୨୦ା୨(ଅମିତାଭ ବେହେରା): କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସୁନାବେଡ଼ାଠାରେ ଶୁକ୍ରବାର ସକାଳେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି। କୋରାପୁଟ ଜିଲାର ସୁନାବେଡ଼ାଠାରେ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସ୍‌ରେ ତାଲା…

ସେମିଫାଇନାଲରୁ ବାଦ୍‌ ପଡ଼ିବ ଟିମ୍‌ ଇଣ୍ଡିଆ: ଏହି କ୍ରିକେଟର୍‌ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୨: ICC ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡ ଫେବୃଆରୀ ୨୧ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ୮ଟି ଦଳ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ…

AI Summitରେ ଏମିତି କହିଲେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ସମସ୍ତେ ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ,୨୦।୨: ଦିଲ୍ଲୀର ଟ୍ରାଫିକ ସାରା ବିଶ୍ୱରେ ପ୍ରସିଦ୍ଧ। ଦିଲ୍ଲୀର ପ୍ରତ୍ୟେକ ନାଗରିକ ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ଗତକାଲି ଜଣେ ପ୍ରମୁଖ ନେତା…

ଲିଭ୍ ଇନ୍‌ରେ ରହୁଥିଲେ: ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପ୍ରେମିକା ଫେରାର୍

ଭୁବନେଶ୍ୱର,୨୦ା୨: ରାଜଧାନୀ ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପୋଖରୀପୁଟ ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଏକ ହୋଟେଲ୍ ମଧ୍ୟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର…

ଓଡ଼ିଶାରେ ଚାଲିଛି ସୁଚିନ୍ତିତ ରାଜନୀତି: ରାଜ୍ୟ ସଭା ନିର୍ବାଚନ ପୂର୍ବରୁ …

ଭୁବନେଶ୍ୱର, ୨୦।୨(ସୁନିତ୍‌ ମିଶ୍ର):ଚାଷୀ ପ୍ରସଙ୍ଗ ନେଇ ୩ ଦିନ ହେଲା ଓଡ଼ିଶା ବିଧାନସଭାର ବିରୋଧୀ ସଦସ୍ୟମାନେ ଗୃହ ଚଲାଇ ଦେଉନାହାନ୍ତି। ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣ ପରେ…

ସୌନ୍ଦର୍ଯ୍ୟକରଣ ବଦଳରେ ଫୁଡ୍‌କୋର୍ଟ-ଦୋକାନ ଗୃହ ନିର୍ମାଣ, ଐତିହ୍ୟ ହରାଉଛି…

ପୁରୁଷୋତ୍ତମପୁର,୨୦ା୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ୯ ନଂ. ୱାର୍ଡ ରେ ଥିବା କିମ୍ବଦନ୍ତୀପୂର୍ଣ୍ଣ ଐତିହାସିକ ଗୋପାଳବନ୍ଧଟି ଦୀର୍ଘବର୍ଷ ହେଲା ଅବହେଳିତ ଅବସ୍ଥାରେ ପଡିରହି ତାର ଐତିହ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri