Posted inଜାତୀୟ

ସରିଲା ଅଯୋଧ୍ୟା ବିଚାର

ନୂଆଦିଲ୍ଲୀ,୧୭ା୧୦(ପି.ଟି./ଆଇଏଏନ୍‌ଏସ୍‌): ସୁପ୍ରିମକୋର୍ଟରେ ୪୦ ଦିନର ମାରାଥନ୍‌ ଶୁଣାଣି ପରେ ବୁଧବାର ଅଯୋଧ୍ୟାର ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ ଜମି ବିବାଦ ମାମଲାର ବିଚାର ଶେଷ ହୋଇଛି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠ ଉଭୟ ହିନ୍ଦୁ ଓ ମୁସ୍‌ଲିମ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଛନ୍ତି। ଜଷ୍ଟିସ୍‌ ଗୋଗୋଇ ନଭେମ୍ବର ୧୭ରେ ଅବସର ନେବାକୁ ଥିବାରୁ ଏହା ପୂର୍ବରୁ ଏହି ସମ୍ବେଦନଶୀଳ ମାମଲାର ରାୟ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି।
୭୦ ବର୍ଷ ଧରି ରାଜନୈତିକ ଦୃଷ୍ଟିରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଥିବା ଅଯୋଧ୍ୟା ଜମି ବିବାଦ ମାମଲା କୋର୍ଟରେ ଛନ୍ଦି ହୋଇ ରହିଥିଲା। ଆପୋସ ବୁଝାମଣା ଜରିଆରେ ସମାଧାନର ବାଟ ଫିଟାଇବା ପାଇଁ ସର୍ବୋଚ୍ଚ ଅଦାଲତ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଏଫ୍‌ଏମ୍‌ଆଇ କଲିଫୁଲ୍ଲାଙ୍କ ଅଧ୍ୟକ୍ଷତାରେ ଏକ ୩ ଜଣିଆ ମଧ୍ୟସ୍ଥ କମିଟି ଗଠନ କରିଥିଲେ। ଏଥିରେ ଆଧ୍ୟାମତ୍ିକ ଗୁରୁ ତଥା ଆର୍ଟ ଅଫ୍‌ ଲିଭିଙ୍ଗ୍‌ ପ୍ରତିଷ୍ଠାତା ଶ୍ରୀଶ୍ରୀ ରବିଶଙ୍କର ଓ ବରିଷ୍ଠ ଆଇନଜୀବୀ ତଥା ବିଶିଷ୍ଟ ମଧ୍ୟସ୍ଥ ଶ୍ରୀରାମ ପଞ୍ଚୁ ସଦସ୍ୟ ଥିଲେ। ମଧ୍ୟସ୍ଥ କମିଟି ପ୍ରାୟ ୪ ମାସ ଧରି ଚାଲିଥିବା ମଧ୍ୟସ୍ଥ ପ୍ରକ୍ରିୟା ନେଇ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଥିଲେ। ଚୂଡ଼ାନ୍ତ ବୁଝାମଣାରେ ଏହି କମିଟି ବିଫଳ ହେବା ପରେ ଅଗଷ୍ଟ ୬ରେ ମାମଲାର ଦୈନନ୍ଦିନ ଶୁଣାଣି ସର୍ବୋଚ୍ଚ ଅଦାଲତରେ ଆରମ୍ଭ ହୋଇଥିଲା। ସିଜେଆଇ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ପୀଠରେ ଜଷ୍ଟିସ୍‌ ଏସ୍‌.ଏ. ବୋବ୍‌ଡେ, ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ ଏବଂ ଏସ୍‌.ଏ. ନାଜିର ମଧ୍ୟ ରହିଛନ୍ତି। ଏହି ପୀଠ ମାମଲାକୁ ଚୂଡ଼ାନ୍ତ ପର୍ଯ୍ୟାୟକୁ ନେବା ପାଇଁ ସମସ୍ତ ପକ୍ଷଙ୍କୁ ଲିଖିତ ଜବାବ ଦାଖଲ ପାଇଁ ୩ ଦିନ ସମୟ ଦେଇଥିଲେ। ଦଶହରା ଛୁଟି ପରେ ଚୂଡ଼ାନ୍ତ ଶୁଣାଣି ଅକ୍ଟୋବର ୧୪ରେ ପୁଣି ଆରମ୍ଭ ହୋଇଥିଲା। ବୁଧବାର ଶୁଣାଣିର ଶେଷ ଦିନ ଅପରାହ୍ନ ୪ଟାରେ ମୁସ୍‌ଲିମ ପକ୍ଷଙ୍କ ଓକିଲ ରାଜୀବ ଧଓ୍ବନ ଯୁକ୍ତି ବାଢ଼ୁଥିବାବେଳେ ସିଜେଆଇ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। ବିଚାର ଶେଷ ହୋଇଛି ଏବଂ ରାୟ ସଂରକ୍ଷିତ ରହିଲା ବୋଲି ଜଷ୍ଟିସ୍‌ ଗୋଗୋଇ ଘୋଷଣା କରିଛନ୍ତି। ସିଜେଆଇ ଆସନ୍ତା ମାସ ୧୭ରେ ଅବସର ନେବେ। ତେଣୁ ତା’ ପୂର୍ବରୁ ସୁପ୍ରିମକୋର୍ଟରେ ବହୁପ୍ରତୀକ୍ଷିତ ଅଯୋଧ୍ୟା ମାମଲାର ରାୟ ଆସିପାରେ।
୨୦୧୦ରେ ଆଲ୍ଲାହାବାଦ ହାଇକୋର୍ଟ ୪ଟି ପିଟିଶନର ଶୁଣାଣି କରି ୨.୭୭ ଏକର ପରିମିତ ବିବାଦୀୟ ଭୂମିକୁ ୩ ପକ୍ଷ (ସୁନ୍ନି ଓ୍ବାକଫ୍‌ ବୋର୍ଡ, ନିର୍ମୋହୀ ଆଖଡ଼ା ଓ ରାମଲାଲା)ଙ୍କ ମଧ୍ୟରେ ସମାନ ୩ ଭାଗ କରି ଦେଇଥିଲେ। ଏହା ବିରୋଧରେ ସୁପ୍ରିମକୋର୍ଟରେ ୧୪ଟି ପିଟିଶନ ଦାଏର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ଲଘୁଚାପ: ରାଜ୍ୟର ୧୧ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ସତର୍କ କଲା…

ଭୁବନେଶ୍ୱର, ୯ା୯(ସୌମ୍ୟରଞ୍ଜନ ରାଉତ) – ଉତ୍ତର ବଙ୍ଗୋପସାଗର ସଂଲଗ୍ନ ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ପ୍ରାୟ ୫.୮ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ହର୍ମୁଜ୍‌ ସମୁଦ୍ର ତଳେ ଚାଲୁଥିବା ଆମେରିକା ଡ୍ରୋନ୍‌କୁ କବ୍‌ଜା କରିଛି ଇରାନ, ଦାବି କରି କହିଲା…

ଓ୍ବାଶିଂଟନ,୯ା୯: ହର୍ମୁଜ୍‌ ଜଳପଥର ପ୍ରବେଶପଥଠାରେ ଆମେରିକାର ଏକ କର୍ମଚାରୀବିହୀନ ସମୁଦ୍ର ତଳ ଯାନ (ଡ୍ରୋନ୍‌)କୁ କବ୍‌ଜା କରିଥିବା ଇରାନର ରିଭଲ୍ୟୁଶନାରି ଗାର୍ଡସ ଦାବି କରିଛି। ସାମରିକ କାର୍ଯ୍ୟାନୁଷ୍ଠାନରେ…

ଗ୍ରାମ୍ୟ ଉନ୍ନୟନ ରାସ୍ତା ନିର୍ମାଣ ନିମ୍ନମାନର ଅଭିଯୋଗ ଆଣି ଗ୍ରାମବାସୀ…

ଛତ୍ରପୁର,୯ା୯(ଦିଲ୍ଲୀପ ସମାଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଚାଲିଥିବା ରାସ୍ତା ନିର୍ମାଣ କାମରମାନକୁ…

ରାତି ୧୦ଟା ପରେ ବାଜିବନି ଲାଉଡ୍‌ ସ୍ପିକର, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ଛତ୍ରପୁର,୯ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆସନ୍ତା ୧୪ ତାରିଖରେ ହେବାକୁ ଯାଉଥିବା ଶ୍ରୀଗଣେଶ ପୂଜାକୁ ଶୃଙ୍ଖଳିତ ଓ ଭକ୍ତିପୂର୍ଣ୍ଣ ପରିବେଶରେ ପାଳନ କରିବାକୁ ଛତ୍ରପୁର ପୋଲିସ ଏବଂ ପ୍ରଶାସନ…

ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’

ହାଟଡିହୀ, ୯।୯(ଶୁଭକାନ୍ତ ନାୟକ): ଇନଷ୍ଟାଗ୍ରାମରେ ପ୍ରେମ, ତା’ପରେ ପ୍ରତ୍ୟାଖ୍ୟାନ, ଆଉ ଶେଷରେ ରାସ୍ତା ମଝିରେ ଗୁଣ୍ଡାଗର୍ଦ୍ଦି। ବୁଧବାର ଏଭଳି ଏକ ଲଜ୍ଜାଜନକ ଘଟଣା କେନ୍ଦୁଝର ଜିଲା ହାଟଡିହୀ…

ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ, ୩ ବର୍ଷ ଝିଅକୁ ହତ୍ୟା ଉଦ୍ୟମ କରି ନିଜେ…

ବଲାଙ୍ଗୀର,୯ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବେଲପଡ଼ା ଅଞ୍ଚଳରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି, ବାରମ୍ବାର ଚୋରି ଡକାୟତ ପରେ ବୁଧବାର ପୁଣି ବେଲପଡ଼ା ଥାନା…

ବରଗଡ଼ରେ ସ୍କ୍ରବ୍ ଟାଇଫସ୍‌ ଆତଙ୍କ! ବୃଦ୍ଧଙ୍କ ଜୀବନ ଗଲା, ବଢ଼ୁଛି ସଂକ୍ରମଣ ଭୟ

ବରଗଡ଼, ୯।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଏବେ ଏହା ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି…

ଆଦିବାସୀ କଲ୍ୟାଣ ଓ ଅଧିକାର ନେଇ ସମୀକ୍ଷା: ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ନେଇ…

ଖୋର୍ଦ୍ଧା,୯ା୯(ପ୍ରଭାତ ପାଣିଗ୍ରାହୀ): ଅନୁସୂଚିତ ଜନଜାତିଙ୍କ କଲ୍ୟାଣ, ବିକାଶ ଏବଂ ଅଧିକାର ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ନେଇ ଜାତୀୟ ଅନୁସୂଚିତ ଜନଜାତି କମିଶନ ଅଧ୍ୟକ୍ଷ ଅନ୍ତର ସିଂ ଆର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri