ସରପଞ୍ଚଙ୍କ ବଦାନ୍ୟତାସୁନା, ଟଙ୍କା ଥିବା ବ୍ୟାଗ୍‌ ପାଇ ଫେରାଇଲେ

ଧର୍ମଶାଳା,୧୨ା୬(ଡି.ଏନ୍‌.ଏ.)- ରାସ୍ତାରେ ପଡିଯାଇଥିବା ସୁନା ଓ ଟଙ୍କା ଥିବା ବ୍ୟାଗ୍‌ ପାଇ ମଙ୍ଗଳବାର ଧର୍ମଶାଳା ବ୍ଲ୍ଳକ ପାଟପୁର ପଞ୍ଚାୟତ ସରପଞ୍ଚ ଫେରାଇ ନିଜର ବୈଦାନ୍ୟତା ଦେଖାଇଛନ୍ତି। ତାଙ୍କର ଏହି ବୈଦାନ୍ୟତା ଧର୍ମଶାଳା ଅଞ୍ଚଳରେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ପ୍ରକାଶ ଯେ, ପାଟପୁର ପଞ୍ଚାୟତ ସରପଞ୍ଚ ନଗେନ୍‌ କୁମାର ନାୟକ କୌଣସି ଏକ କାମରେ ଜାରକା ଆସିଥିଲେ। ଏହି ସମୟରେ ତାରିଣୀ ଅଟୋ ଗ୍ୟାରେଜ ସମ୍ମୁଖ ରାସ୍ତାରେ ଏକ ଭ୍ୟାନିଟ୍‌ ବ୍ୟାଗ୍‌ ପଡିଥିବା ଦେଖିଥିଲେ। ବ୍ୟାଗକୁ ଯାଞ୍ଚ କରିବା ପରେ ସେଥିରେ ଏକ ସୁନାଚେନ୍‌, ଲକେଟ୍‌, ପାଉଁଜି, ୭୫୦ ଟଙ୍କା ଓ ଏଟିଏମ୍‌ କାର୍ଡ ଥିବା ଦେଖିଥିଲେ। ଏଟିଏମ୍‌ କାର୍ଡରୁ ବ୍ୟାଗଟି ସ୍ଥାନୀୟ ତରାପୁର ଗ୍ରାମର ସେକ୍‌ ଆୟୁବଙ୍କ ସ୍ତ୍ରୀ ଅଫ୍‌ସାନା ବେଗମ୍‌ଙ୍କ ବୋଲି ଜଣାପଡିଥିଲା। ଅଫ୍‌ସାନା ବେଗମ୍‌ଙ୍କୁ ସରପଞ୍ଚ ନଗେନ୍‌ ଫୋନଯୋଗେ ଯୋଗାଯୋଗକରି ବ୍ୟାଗ୍‌ଟି ପାଇଥିବା କହିଥିଲେ। ପରେ ସ୍ଥାନୀୟ ଅଞ୍ଚଳର କେତେଜଣ ଲୋକଙ୍କ ଉପସ୍ଥିତିରେ ବ୍ୟାଗ୍‌ଟିକୁ ଫେରସ୍ତ କରିଥିଲେ। ଏ ନେଇ ଆଫସାନା ସରପଞ୍ଚଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ସ୍କୁଟିରେ ନିଜ ସମ୍ପର୍କୀୟଙ୍କ ସହିତ ଜେନାପୁର ଯାଉଥିବାବେଳେ ଅସାବଧାନତା ବସତଃ ବ୍ୟାଗଟି ପଡିଯାଇଥିବା ଅଫସାନା କହିଛନ୍ତି।
ଫଟୋ- ସୁନା ଓ ଟଙ୍କା ଥିବା ଭ୍ୟାନିଟ୍‌ ବ୍ୟାଗ୍‌ ପାଇ ସରପଞ୍ଚ ମହିଳାଙ୍କୁ ଫେରାଇଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖମ୍ବରେ ଝୁଲୁଛି ମୃତଦେହ: ଅଞ୍ଚଳରେ ବଢୁଛି ଚର୍ଚ୍ଚା

ବରୀ, ୭।୯ (ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ, ରାମଚନ୍ଦ୍ରପୁର ଥାନା ଅଧୀନସ୍ଥ ଗୋଳକୁଣ୍ଡ ପଞ୍ଚାୟତର ମେଣ୍ଢ ନିକଟରେ ଅର୍ଦ୍ଧନିର୍ମିତ ବ୍ରାହ୍ମଣୀ ସେତୁର ଏକ ଖମ୍ବରେ ଝୁଲନ୍ତା…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri