ସରକାରୀ ସହାୟତା ଆଶାରେ ବ୍ୟବସାୟୀ

ଲକ୍‌ଡାଉନ କଟକଣା ଧୀରେ ଧୀରେ କୋହଳ ହେଉଥିବା ବେଳେ ଜୀବନଯାତ୍ରା ସ୍ବାଭାବିକ ହେଉଛି। ବିଭିନ୍ନ ବର୍ଗରେ ଶୋ’ରୁମ୍‌ ଏବେ ଖୋଲିବା ଆରମ୍ଭ ହୋଇଛି। ଶୋ’ରୁମ୍‌ଗୁଡ଼ିକରେ ସରକାରଙ୍କ ଧାର୍ଯ୍ୟ ନିୟମାବଳୀ ମୁତାବକ ସାମାଜିକ ଦୂରତ୍ୱ ସହ ଅନ୍ୟ ବ୍ୟବସ୍ଥା କରାଯାଇଛି। ଦୀର୍ଘଦିନ ଧରି କାରବାର ବନ୍ଦ ରହିଥିବା ବେଳେ ବ୍ୟବସାୟ କ୍ଷତି ସହିବାକୁ ପଡୁଛି। ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି କ୍ଷେତ୍ରରେ ଏହି ସଂସ୍ଥାଗୁଡିକ ଯୋଗଦାନ ରଖୁଛନ୍ତି ହେଲେ କାରବାର ବନ୍ଦ ରହିଲେ ମଧ୍ୟ ପରିଚାଳନା ଖର୍ଚ୍ଚର ବୋଝ ଉଠାଇବାକୁ ପଡୁଛି। ବ୍ୟାଙ୍କ ଋଣ ଉପରେ ସୁଧ, ଘରଭଡ଼ା ସହ ଅନ୍ୟ ଖର୍ଚ୍ଚର ଚାପ ବ୍ୟବସାୟୀଙ୍କ ଉପରେ ରହିଛି। ସରକାର ଏ ଦିଗରେ ସହାୟତା ଯୋଗାଇ ଦିଅନ୍ତୁ ବୋଲି ବ୍ୟବସାୟ ଅଂଶୀଦାରମାନେ ନିବେଦନ କରିଛନ୍ତି। କୋଭିଡ୍‌-୧୯ ଯୋଗୁ ବଜାର ସ୍ଥିତି ନେଇ ପ୍ରମୁଖ କ୍ଷେତ୍ରଗୁଡିକ ସହ ଜଡିତ ବ୍ୟକ୍ତିବିଶେଷ ବାଣିଜ୍ୟକୁ ନେଇ ଦେଇଥିବା ପ୍ରତିକ୍ରିୟା….

ଶୋ’ରୁମ୍‌ ଖୋଲାଯାଇଥିଲେ ମଧ୍ୟ ବିକ୍ରି ଠପ୍‌ ରହିଛି। ଏବେ ଲୋକଙ୍କ ନିକଟରେ ଲିକ୍ୟୁଡିଟି ସମସ୍ୟା ରହିଛି। ନିରାପତ୍ତା ପ୍ରମୁଖ ପ୍ରସଙ୍ଗ ରହିବା ଯୋଗୁ କ୍ରୟ ପାଇଁ ଲୋକଙ୍କର ଇଚ୍ଛା ନାହିଁ। ଆଗାମୀ ୩ ମାସ ଯାଏ ବଜାର ସମ୍ପର୍କରେ କିଛି କହିହେବ ନାହିଁ। ଆମର ୨ଟି ଶୋ’ରୁମ୍‌ ଏବେ ପରିଚାଳନା ହେଉଛି। ଗ୍ରାହକ ଜରୁରିକାଳୀନ ସେବା ଲାଗି ଓ୍ବାର୍କଶପକୁ ଆସୁଛନ୍ତି। ଶୋ’ରୁମ୍‌ କାର୍ଯ୍ୟ କରୁଥିବା ଶ୍ରମ ଶକ୍ତି ଏବେ ଘରେ ରହିଥିବାରୁ ଶୋ’ରୁମ୍‌ରେ କାମ ବାଧାପ୍ରାପ୍ତ ହେଉଛି। ହେଲେ ଲୋକଙ୍କୁ ଜରୁରୀ ସେବା ଯୋଗାଇବା ଲାଗି କଷ୍ଟରେ ଟେକ୍ନିସିଆନ ଯୋଗାଡ଼ କରିବାକୁ ପଡୁଛି। ଲୋକମାନେ ଭୟଭୀତ ହୋଇ ରହିଛନ୍ତି। କଟକଣା କୋହଳ ହେଉଥିଲେ ମଧ୍ୟ ବଜାରକୁ ନେଇ କିଛି କହି ହେଉନାହିଁ। ବଜାରରେ ଫ୍ଲୋ ନାହିଁ। ବଜାର ଫ୍ଲାଟ୍‌ ରହିଛି। ଗାଡ଼ି ନିର୍ମାତାମାନେ ଗୁରୁବାର ୟୁନିଟ୍‌ ଖୋଲିଛନ୍ତି। ବଜାର ସ୍ଥିତି କ୍ରିଟିକାଲ। ଉଭୟ ଡିଲର ଏବଂ କମ୍ପାନୀଗୁଡିକ ଲାଗି ଏବେ କଷ୍ଟକର ସମୟ। କ୍ଷତିକୁ ସହି ବଢିବା ଏକ ବଡ଼ ଚ୍ୟାଲେଞ୍ଜ। ଭବିଷ୍ୟତକୁ ନେଇ ଲୋକମାନେ ନିଶ୍ଚିତ ହୋଇପାରୁନାହାନ୍ତି। ଏବେ ସମସ୍ତେ କ୍ଷତିରେ ଚାଲୁଥିବାରୁ କମ୍ପାନୀ ଯେତେ ସୁବିଧା ଦେଲେ କ’ଣ ହେବ ଗ୍ରାହକ ଶୋ’ରୁମ୍‌କୁ ଆସୁ ନ ଥିବାରୁ କିଛି ଫାଇଦା ନାହିଁ। ଏଭଳି ସ୍ଥିତିରେ କାରବାରକୁ ଆଗକୁ ବଢ଼ାଇବା ଚିନ୍ତାଜନକ ହୋଇଛି।
– ପ୍ରମୋଦ ପାତ୍ର, ସ୍ବତ୍ୱାଧିକାରୀ, ୩ଏସ୍‌ ଟିଭିଏସ୍‌

-ଦୀର୍ଘଦିନ ଧରି ଶୋ’ରୁମ୍‌ ବନ୍ଦ ରହିବା ପରେ କିଛିଦିନ ତଳେ କାରବାର ଆରମ୍ଭ ହୋଇଛି। କାରବାର ଏବେ ନାହିଁ। କେବଳ ଜରୁରୀ ଭିତ୍ତିରେ ଲୋକଙ୍କୁ ସେବା ଯୋଗାଣ ହେଉଛି। ଶୀଘ୍ର ବଜାରରେ ସ୍ଥିତି ଫେରିବା ନେଇ ମଧ୍ୟ ସ୍ପଷ୍ଟ ଭାବେ କହି ହେବ ନାହିଁ। ଗ୍ରୀନ୍‌ ଯୋଜନାରେ ଥିବା ଶୋ’ରୁମ୍‌ଗୁଡିକୁ ମଧ୍ୟ ଗ୍ରାହକ ଆସିବା ଦେଖାଯାଉନାହିଁ। ଏବେ କରୋନା ମାମଲା ବଢୁଥିବାରୁ ଲୋକଙ୍କ ମନରେ ଭୟ ଭରି ରହିଛି। ଏହାର ପ୍ରଭାବ ଗ୍ରାହକଙ୍କ କ୍ରୟ ନିଷ୍ପତ୍ତି ଉପରେ ପଡ଼ିଛି। କଟକଣା କୋହଳ ହେଉଥିବା ବେଳେ ଲୋକମାନେ ସେହି ଅନୁସାରେ ଶୋ’ରୁମ୍‌ ଆସିବା ଦେଖାଯାହିଁ। ଚଳିତ ବର୍ଷ ବ୍ୟବସାୟ ଟ୍ରାକ୍‌କୁ ଆସିବ ବୋଲି ଆଶା ନାହିଁ। ଏଭଳି ସ୍ଥିତିରେ ଆଗକୁ ବଢ଼ିବାକୁ ପଡୁଛି। କାରଣ ହଠାତ୍‌ ଏମିତି ହେବ ବୋଲି ଜଣା ନ ଥିଲା। କରୋନା ବଜାର ବ୍ୟବସ୍ଥାକୁ ସାଂଘାତିକ ଭାବେ ମାଡ଼ କରିଛି। ଡିଲରପଏଣ୍ଟଗୁଡିକରେ କାରବାର ନ ଥିବା ସତ୍ତ୍ୱେ ଉଭୟ କମ୍ପାନୀ ଏବଂ ଡିଲର କ୍ଷତି ସାମ୍ନା କରୁଛନ୍ତି। ଲୋକଙ୍କୁ ବେତନ ଦେବା, ଭଡ଼ା, ଋଣ ଉପରେ ସୁଧ ଭଳି ଚାପ ବ୍ୟବସାୟ ଲାଗି ବୋଝ ହେଉଛି। ଏଭଳି ଅସୁବିଧାକୁ ସରକାର ନଜରରେ ରଖି ସହାୟତା ଯୋଗାଇଦେବା ଉଚିତ। ଅନ୍ତତଃ ପକ୍ଷେ ବାଣିଜ୍ୟଗୁଡିକୁ ମୋରାଟୋରିୟମ ବାଦ୍‌ ଅନ୍ୟ ଜରୁରୀ ସୁବିଧା ଦେବା ଆବଶ୍ୟକ। ପ୍ରତ୍ୟକ୍ଷ ନିଯୁକ୍ତି କ୍ଷେତ୍ରରେ ଷ୍ଟାର୍ଟଅପ୍‌ ଏବଂ ଏମ୍‌ଏସ୍‌ଏମ୍‌ଇ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିବାରୁ ସରକାର ସହାୟତା ଦେଲେ ଚାପ କମ୍‌ କରିବାରେ ସହାୟକ ହୁଅନ୍ତା। ସରକାର କମ୍ପାନୀଗୁଡ଼ିକ ଲାଗି କିଛି ନିର୍ଦ୍ଦିଷ୍ଟ ଯୋଜନା ହାତକୁ ନେବା ଆବଶ୍ୟକ।
– ହର୍ଷବର୍ଦ୍ଧନ ଦିଦ୍‌ଓ୍ବାନିଆ, ସହ ପ୍ରତିଷ୍ଠାତା, ଓମ୍‌ ଜୟ ଇଭି ଲିମିଟେଡ୍‌

-ଗତ ୪ ଦିନ ହେଲା ଷ୍ଟୋର ଖୋଲିଛି। ରେଡ୍‌ ଜୋନ୍‌ ଅରେଞ୍ଜ ଜୋନ ଦ୍ୱନ୍ଦ୍ୱ ରହିଥିବାରୁ ଏବେ କଷ୍ଟମର ଫ୍ଲୋ ନାହିଁ। ଗ୍ରାହକଙ୍କ ଅତି ଜରୁରୀ ଆବଶ୍ୟକତା ଅନୁସାରେ ସେବା ଯୋଗାଇଦେବାକୁ ଧ୍ୟାନ ରଖାଯାଇଛି। ଚଳିତ ବର୍ଷ ବେପାର ଟ୍ରାକ୍‌କୁ ଫେରି ନ ପାରେ। କାରଣ ଏବେ ଫ୍ୟାକ୍ଟ୍ରିରେ ଉତ୍ପାଦନ ବନ୍ଦ ରହିଛି। ମାଲପତ୍ର ଆସିବା ବ୍ୟାଘାତ ହେଉଛି। ଯାହା ମାଲ ଗୋଦାମରେ ରଖାଯାଇଛି ତାକୁ ବିକ୍ରି କରିବା ଏବେ କଷ୍ଟକର ହେଉଛି। ଗ୍ରାହକ ଆଗକୁ ମଧ୍ୟ ବଡ଼ ଧରଣର କ୍ରୟ କରିବା ନେଇ ଦେଖାଯାଉନାହିଁ। କାରଣ ଲୋକମାନେ ଅର୍ଥ ଖର୍ଚ୍ଚ ନ କରି ନିଜ ପାଖରେ କିଛି ରଖୁଛନ୍ତି। ଆଗକୁ କେବଳ ପର୍ବପର୍ବାଣିରେ ହିଁ କିଛି କାରବାର ରହିବ। ବାକି ସମୟରେ ଶୋ’ରୁମ୍‌ରେ ଗହଳି ପରିଲକ୍ଷିତ ହୋଇ ନ ପାରେ। ଏବେ ବେପାର ଉପରେ ଯେତିକି ଧ୍ୟାନ ନାହିଁ ସମୟ କେବେ ଠିକ୍‌ ହେବ ସେ ଚିନ୍ତା ମାଡି ପଡୁଛି। କାରଣ ସମୟ ଠିକ୍‌ ହେଲେ ଯାଇ ବେପାର ଟ୍ରାକ୍‌କୁ ଫେରିପାରିବ। ସରକାରଙ୍କ ପକ୍ଷରୁ କୌଣସି ସହାୟତା ନାହିଁ। ବ୍ୟାଙ୍କ ଋଣରେ ସୁଧ ପୂର୍ବବତ ଦେବାକୁ ପଡୁଛି। ଘରଭଡ଼ା, କର୍ମଚାରୀ ଖର୍ଚ୍ଚ ଅନ୍ୟ ପ୍ରସଙ୍ଗକୁ ସରକାର ଧ୍ୟାନଦେବା ଆବଶ୍ୟକ। ସରକାର ବଡ଼ ବଡ଼ ସଂସ୍ଥା ପାଇଁ ପଦକ୍ଷେପ ନେଉଛନ୍ତି। ହେଲେ କ୍ଷୁଦ୍ର ମଧ୍ୟମ ବାଣିଜ୍ୟ ଲାଗି ପଦକ୍ଷେପ ନିଆଯାଉନି। କିଛି ହେଲେ ସୁବିଧା ସରକାର ଦେଉନାହାନ୍ତି।
– ଯୁଗଳ କିଶୋର ଅଗ୍ରଓ୍ବାଲ, ପ୍ରୋପ୍ରାଇଟର,ଆଲିସାନ

-ବଜାରରେ ଏଭଳି ସ୍ଥିତି ଉପୁଜିବ ବୋଲି କେବେ କଳ୍ପନା କରି ନ ଥିଲୁ। ଆମ ଷ୍ଟୋର ରେଡ୍‌ ଜୋନ୍‌ରେ ଥିବାରୁ କଟକଣା ଯୋଗୁ ବର୍ତ୍ତମାନ ଖୋଲାଯାଇ ନାହିଁ। ବଜାର ସମ୍ପୂର୍ଣ୍ଣ ପ୍ରଭାବିତ ରହିଛି। କଟକଣା ସମ୍ପୂର୍ଣ୍ଣ କୋହଳ ହେଲେ ମଧ୍ୟ ଗ୍ରାହକ ବଜାରକୁ ଶୀଘ୍ର ଆସିବା ଆଶା କ୍ଷୀଣ। କରୋନା ଭୟ ସମସ୍ତଙ୍କ ମଧ୍ୟରେ ରହିଛି। ଲୋକ କମ୍‌ ଆସୁଥିବାରୁ ଚଳିତ ବର୍ଷ ବିଶେଷ ଯୋଜନା କରାଯାଇ ନାହିଁ। ବଜାରର ଏଭଳି ସ୍ଥିତି ଆସନ୍ତା ୬ ମାସ ଯାଏ ରହିପାରେ।
– ଅଶ୍ୱିନୀ ପାତ୍ର,ସ୍ବତ୍ୱାଧିକାରୀ, ରିତା ଆଣ୍ଡ ସନ୍ସ


Enter your email to get our daily news in your inbox.

All Right Reserved By Dharitri.Com

କାର୍‌-ବସ୍‌ ମୁହାଁମୁହିଁ ଧକ୍କା: ଜଳିଗଲେ ଗୋଟିଏ ପରିବାରର ୯ ସଦସ୍ୟ

ୟାଦ୍‌ଗିର(କର୍ନାଟକ),୧୭ା୪: କର୍ନାଟକର ସୁରପୁର ତାଲୁକ୍‌ରେ ଶୁକ୍ରବାର ଏକ କାର୍‌ ଏବଂ ଘରୋଇ ବସ୍‌କୁ ମୁହାଁମୁହିଁ ଧକ୍କା ହୋଇଥିଲା। ପରବର୍ତ୍ତୀ ସମୟରେ କାରଟି ଜଳିଯିବାରୁ ସେଥିରେ ଥିବା ଗୋଟିଏ…

ପାକିସ୍ତାନରେ ଦିନିକିଆ ସିରିଜ ଖେଳିବ ଅଷ୍ଟ୍ରେଲିଆ, ଆସିଲା ଚୂଡ଼ାନ୍ତ କାର୍ଯ୍ୟସୂଚୀ

କରାଚୀ,୧୭ା୪: ଅଷ୍ଟ୍ରେଲିଆ କ୍ରିକେଟ ଦଳ ମେ ମାସ ଶେଷ ଭାଗରେ ଅଷ୍ଟ୍ରେଲିଆ ଟୁର୍‌ରେ ଯିବ ଏବଂ ଲାହୋର ଓ ରାଓଲପିଣ୍ଡିରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ…

ଚଳଚଞ୍ଚଳ ରାଧାଦେଇପୁର, ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡ଼, ଦାରୁ ବିଗ୍ରହଙ୍କ

ଦିଗପହଣ୍ଡି/ପାଟପୁର,୧୭୪(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ରାଧାଦେଇପୁର ଗ୍ରାମ ନୂଆସାହି ରେ ବହୁ ପୁରାତନ କାଳରୁ ପୂଜା ପାଇ ଆସୁଥିବା ଶ୍ରୀ…

ଟଙ୍କା ଆଦାୟକୁ ନେଇ ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା, ଆସିଲା କୋର୍ଟଙ୍କ ବଡ଼ ରାୟ, ଅଭିଯୁକ୍ତଙ୍କୁ…

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ନୟାକୋଟ ଥାନା ଅଞ୍ଚଳରେ ୨୦୨୫ରେ ଫାଇନାନ୍ସ ଟଙ୍କା ଆଦାୟକୁ ନେଇ ଘଟିଥିବା ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାର ଶୁକ୍ରବାର ରାୟ ପ୍ରକାଶ…

ଦଶମ ସିବିଏସଇ ପରୀକ୍ଷା ଫଳ: ଜିଲା ପାଇଁ ଗୌରବ ଆଣିଲେ ଅଂଶୁମାନ

ଛତ୍ରପୁର,୧୭।୪(ଦିଲ୍ଲୀପ ସାମଲ): ଦଶମ ଶ୍ରେଣୀ ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ସୋରଡ଼ା  ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ର ଅଂଶୁମାନ ପଣ୍ଡା ଜିଲା ପାଇଁ ଗୌରବ…

ମୋର ଆଉ ମୋଦିଙ୍କର ସ୍ତ୍ରୀ ନାହାନ୍ତି…ସଂସଦରେ କହୁକହୁ ଏ କ’ଣ କହିଦେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୭।୪: ମହିଳା ସଂରକ୍ଷଣ ସଂଶୋଧନ ବିଲ ଉପରେ ଆଲୋଚନା ସମୟରେ ଲୋକ ସଭାରେ ଏକ ଅତ୍ୟନ୍ତ ଆକର୍ଷଣୀୟ ମୁହୂର୍ତ୍ତ ସୃଷ୍ଟି ହୋଇଥିଲା। ବିରୋଧୀ ଦଳ ନେତା ରାହୁଲ…

ଯାତ୍ରା ପୂର୍ବରୁ ସେକ୍ସ ରାକେଟ୍‌ ଉପରେ ଭଞ୍ଜନଗର ପୋଲିସର ଚଢ଼ାଉ, ଏସବୁ ଆପତ୍ତିଜନକ ଜିନିଷ ମିଳିବା ପରେ…

ଭଞ୍ଜନଗର,୧୭ା୪(ବାବୁଲା ପ୍ରଧାନ): ଆଉ କିଛି ଦିନ ପରେ ଅର୍ଥାତ୍‌ ଏପ୍ରିଲ ୨୬ରୁ ଗଞ୍ଜାମ ଜିଲା ଭଞ୍ଜନଗରର ପ୍ରସିଦ୍ଧ ଐତିହାସିକ ଠାକୁରାଣୀ ଯାତ୍ରା ଆରମ୍ଭ ହେବ। ଯାତ୍ରାକୁ ଶାନ୍ତିଶୃଙ୍ଖଳାର…

ନୂଆପଡ଼ାରେ ଆରମ୍ଭ ହେଲା ଗୃହ ଗଣନା

ନୂଆପଡ଼ା,୧୭ା୪ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ସ୍ବଗଣନା ପ୍ରକ୍ରିୟା ସମାପ୍ତି ପରେ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଗୃହ ତାଲିକା ଓ ଗୃହ ଗଣନା ଗୁରୁବାର ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri