ସରକାରୀ ଯୋଜନାରୁ ବଁଚିତ୍‌ ଦିବ୍ୟାଙ୍ଗ

ପର୍ଲା, ୨୪।୨ (ଡି.ଏନ୍‌.ଏ.)- ସରକାର ଦିବ୍ୟାଙ୍ଗମାନକୁ ଭତା, ଆବସ ଯୋଜନାରେ ଘର, ସରକାରୀ ପୋରଛାହନ୍‌ ଆଦି ଯୁଗେଇ ଦେଇ ସମାଜର ମୁଖିଆ ଧାରରେ ସାମିଲ କରୁଛନ୍‌। ହେଲେ ସରକାରୀ ଅଧ୍‌କାରୀ, କରମ୍‌ଚାରୀକର ଅନ୍‌ଦେଖା ଲାଗି ଅନେକ ଜାଗାରେ ଦିବ୍ୟାଙ୍ଗମାନେ ସରକାରୀ ସୁବିଧା ସୁଯୋଗ ପାଏବାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଂଚଲର ଛଞ୍ଚାଣବାହାଲି ପଁଚେତ୍‌ ବେହେରାଗୁଡ଼ା ଗଁାରେ।
ସୂଚନା ହିସାବେ ବେହେରାଗୁଡ଼ା ଗଁାର ବିକ୍ରମ ଛତରିଆକଁର ପୁଓ ଗୁଣବନ୍ତ ଛତରିଆ(୧୦)। ସେ ଜନ୍‌ମୁ ଅଁଧ୍‌ ଆଏ। ଡାକ୍‌ତର ତାହାକୁ ଶହେ ପରତିଶତ ଦିବ୍ୟାଙ୍ଗ ପରମାନପତର ବି ଦେଇଛନ୍‌। ବିକ୍ରମ ପୁଓ ଭିନେ ଭିନେ ସରକାରୀ ଯୋଜନାର ସାହାଯ୍‌ ପାଏବା ବଲି ଦରକାରୀ କାଗଜପତର ଦେଇ ପଁଚେତ୍‌ରୁ ବ୍ଲକ ତକ୍‌ ଆବେଦନ କରିଛନ୍‌। ଇଆଡ଼େ ଦିବ୍ୟାଙ୍ଗମାନକୁ ଗୁରୁତ୍‌ ଦେଇ ଭତା, ଆବାସ ଯୋଜନାରେ ଘର, ଅନ୍ତ୍ୟୋଦୟ ଅନ୍ନପୂର୍ଣ୍ଣା ଯୋଜନାରେ ମାସିକ ୩୫ କେ.ଜି. ଚାଉଲ ଆଦି ଯୁଗେଇ ଦେବାର ସରକାରୀ ନିୟମ ରହିଛେ। ହେଲେ ଦୁଖର କଥା ଗୁଣବନ୍ତ ଲେଖେଁ ଝନେ ଜନମ୍‌ ଅଁଧ୍‌ ପିଲା ଆଏଜ୍‌ତକ ସବୁ ପରକାର ସରକାରୀ ସାହାଯ୍‌ରୁ ବଁଚିତ୍‌ ହେଇ ରହିଛନ୍‌। ସେନ୍‌ତା ଗୁଣବନ୍ତ ଏହେଦେ ନିଜକୁ ଝନେ କଳାକାର ହିସାବେ ଗଢ଼ିଛନ୍‌। ୫ ବଛର ବଏସ୍‌ରୁ ସେ ଟିନ୍‌ ଡବା, ଛାତିରେ ବଜା ବଜାବାର ବଏସିରା କରି ଏହେଦେ ସେ ଝନେ ମୁର୍‌ଦୁଁଗିଆ ପାଲଟିଯାଇଛନ୍‌। ଏହେଦେ ସେ ଅଂଚଲରେ ଅନେକ ନାଚ୍‌ଗୀତ୍‌ରେ ମୁର୍‌ଦୁଁଗ୍‌ ବଜେଇ ଦେଖନ୍‌ହାରିକଁର ମନ୍‌ମୁହୁଛନ୍‌। ଗଲା ନିରବାଚନ ଆଗରୁ ଭିନେ ଭିନେ ପଁଚେତ୍‌ମାନକେ ପିଠା କାଯ୍‌କରମ ଜରିଆରେ କଳାକାର ଚିନ୍‌ହଁଟ କରାଯାଇ କଳାକାରମାନକୁ ଭତା, ସରକାରୀ ପୋରଛାହନ୍‌ ଯୁଗେଇ ଦିଆଯାଉଛେ। ହେଲେ ଗୁଣବନ୍ତ ଝନେ ଦିବ୍ୟାଙ୍ଗ ଶିଶୁ କଳାକାର ହେଇଥିଲେ ବି ସରକାରୀ ପୋରଛାହନ୍‌ ପାଏବାରୁ ବଁଚିତ୍‌ ହେବାରଟା ସମ୍‌କୁ ଆଶିରିଯ୍‌ କରିଛେ। ଜିଲା ଆର ବ୍ଲକ ପରଶାସନ ଶହେ ପରତିଶତ ଦିବ୍ୟାଙ୍ଗ ଗୁଣବନ୍ତକଁର ଉପରେ ଦୁରୁଷ୍‌ଟି ଦେଇ ତାହାକୁ ସବୁପରକାର ସରକାରୀ ଯୋଜନାରେ ସାମିଲ କରବାକେ ଗଁାବାସୀ ଦାବି କରିଛନ୍‌। ଇ ବାବ୍‌ଦେ ଧର୍ମଗଡ଼ ବିଡିଓ ଗୋପାଳ କୃଷ୍ଣ ମିଶ୍ରକୁଁ ପଚ୍‌ରାଲାରୁ ଇ ବାବ୍‌ଦେ ମୋର ପାସେ ଖବର ନାଇଁଥାଇ। ବ୍ଲକକେ ଆସି ମୋତେ ଭେଟ୍‌ଲେ ସବୁପରକାର ସାହାଯ୍‌ ସହଯୋଗ ଯୁଗେଇ ଦେବାର ବେବସ୍‌ତା କରମି ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନ ନ ଶୁଣିବାରୁ ସାହିବାସୀ ନିର୍ମାଣ କଲେ

କବିସୂର୍ଯ୍ୟନଗର,୧୧ା୪ (କୃପାସିନ୍ଧୁ ସ୍ବାଇଁ): ପ୍ରଶାସନ ନ ଶୁଣିବାରୁ ନିଜର ସୁବିଧା ପାଇଁ ସାହିବାସୀ କଲଭର୍ଟ ନିର୍ମାଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର…

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ବିଜେଡି ନଗର ସଭାପତିଙ୍କ ପିତୃ ବିୟୋଗ: ଝୁରୁଛି ଗାଁ ମାଟି

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ବିଜେଡି ନଗର ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ବାପା କାଶୀନାଥ ପାଢ଼ୀଙ୍କ ୭୮ ବର୍ଷ ବୟସରେ…

କେନ୍ଦୁଝରରେ ଖରିଫ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା , ଉତ୍ପାଦନରେ ନୂଆ ମାଇଲଷ୍ଟୋନ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଭାଜପା ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ…

‘ନିଜ ମାତୃଭାଷା ଯେତେ ଆଗକୁ ଯିବ ସେ ଅଞ୍ଚଳ ସେତେ ଆଗକୁ ବଢ଼ିବ’

ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ଅବସରରେ ଶନିବାର ଭଞ୍ଜ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri