ସରକାରୀ ଯୋଜନା ବାଟ୍‌ବନା: ୨୫ ବଛର ହେଲା ଜଂଗଲରେ ନୀଳ

ସଇଁତଲା, ୧୭।୧ (ଡି.ଏନ୍‌.ଏ)- ବଲାଙ୍ଗୀର ଜିଲା ସଇଁତଳା ବ୍ଲକ ସଦର ପଁଚେତ୍‌ ଅଧୀନ କର୍ଲାବାହାଲି ଗାଁ ର ନୀଳ ନାଏକ(୬୦)। ସେ ଝନେ ନିହାତି ଗରିବ୍‌, ଗାଁ ରେ ଘରଦୁଆର ବଲି କିଛି ନାଇଁ। ବାପ୍‌ଅଜା ଗାଁ ତରେ ଥିବାର ଜଂଗଲ ପାସେ ଜମିଟିକେ ଘିନିଥିଲେ। ନୀଳ ସେଠାନେ ନଡ଼ାଛପର କୁରିଆଟେ କରି ଅନେକ ବଛର ହେଲା ରହିଆସୁଛନ୍‌। ଆଏଜ୍‌ତକ ସେ ଅନେକ ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ହେଇ ରହିଛନ୍‌।
ସୂଚନା ଅନ୍‌ସାରେ କର୍ଲାବାହାଲି ନୀଳ ନାଏକ। ସେ ବିହାଚୁରା ହେଇଥିଲେ। ହେଲେ ବିହାର ଦିନାକେତେ ଉତାରୁ ମାଏକିନା ଆରପାରକେ ଚାଲିଗଲେ। ସେଦିନ୍‌ଠାନୁ ନୀଳ ଏକ୍‌ଟିଆ ଜୀବନ୍‌ ବିତଉଛନ୍‌। ଗାଁ ରେ ଘରଦୁଆର ନାଇଁଥିବାର ଲାଗି ନୀଳ ଆଏଜ୍‌କେ ୨୫ ବଛର ହେଲା ଗାଁ ରୁ ଖଁଡ଼େଦୂରେ ଜଂଗଲ ତରେ ଥିବାର ନିଜର ଜମିରେ ନଡ଼ାଛପର କୁରିଆଟେ କରି ରହି ଆସୁଛନ୍‌। ହେଲେ ସେ କୁରିଆର ଅବସ୍‌ତା ଏନ୍‌ତା ଯେ, କେତେବେଲେ ଧୁକାଗରେଲ, ବରଷାରେ ମାଡ଼ିବସ୍‌ବା। ସ୍ବଚ୍ଛ ଭାରତ ମିଶନ ଯୋଜନାରେ ନୀଳକଁର ଲାଗି ଗୁଟେ ପାଇଖାନା ତିଆର ହେଇଛେ। ହେଲେ ସେ ପାଇଖାନାକେ ନୀଳ ନିଜର ଭଁଡ଼ାର ଘର ହିସାବେ ବେଭାର କରୁଛନ୍‌। ପାଇଖାନାରେ ନିଜର ବ୍ୟାଙ୍କ ପାସବୁକ, ରାଶନକାର୍ଡ, ଆଧାରକାର୍ଡ, ଗାଁ ବାସୀ ଦେଇଥିବାର ଚାଉଲଗଉଲ ରଖି ତାଲାଟେ ପକେଇଛନ୍‌। ସେନ୍‌ତା ନୀଳ ଫିମାସ ପଁଚେତ୍‌ରୁ ୫ କେ.ଜି. ଚାଉଲ ପାଉଥିଲାବେଲେ ଆଏଜ୍‌ତକ ବୁଢ଼ାବୁଢ଼ି ଭତା ଆର ଆବାସ ଯୋଜନାରେ ଘରଖଁଡ଼େ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଗାଁ ର ବିରଞ୍ଚତ୍ ସର୍ବକଁର କହେବାର ହିସାବେ ମାସ୍‌କେତେ ତଲେ ନୀଳକଁର ନଁାରେ ଗୁଟେ ପକାଘର ଆସିଥିଲା। ପଁଚେତ୍‌ର କେତେ ଅଧ୍‌କାରୀ ଆସି ତାକର କାଗଜପତର କରବାର ସଂଗେ ଘର ମିଲିଛେ ଆକାଉଣ୍ଟରେ ଟଁକା ଜମା ହେଲେ ଘର ତିଆରି କରବ ବଲି କହିଥିଲେ। ହେଲେ ଆଏଜ୍‌ତକ ସେ ପକାଘରର ଖୋଜଖବର ନଁାଇଁନ। ସେନ୍‌ତା ଗାଁ ର କପୁର ପୁଟା କହିଛନ୍‌ ଯେ, ନୀଳ ଜଂଗଲ ତରେ ପୂରା ଅସୁରକ୍ଷିତ ଅବସ୍‌ତାରେ ରହୁଥିଲାବେଲେ ତାକର ବଲ୍‌ବଏସ୍‌ ବି ଖସି ଗଲାନ। ଏନ୍‌ତାଥି ତାହାକୁ ନିହାତି ଗୁଟେ ପକାଘର ଦରକାର ବଲି କହିଛନ୍‌। ଗାଁ ର ପିଣ୍ଟୁ ସାହୁ ଦିନାକେତେ ତଲେ ସାଂଗ୍‌ସାଥି ସଂଗେ ଜଂଗଲକେ ବୁଲି ଯାଇଥିଲାବେଲେ ନୀଳକଁର ଦୁରଦଶା ଦେଖିଥିଲେ। ସେ ତାକର ଫଟୋ, ଘରର ଫଟୋ ଉଠେଇ ସୋସିଆଲ ମିଡିଆରେ ଛାଡ଼ିଥିଲେ ଆର ଥାନୀଅ ଧରିତ୍ରୀ ପରତିନିଧିକୁଁ ଇ ବାବ୍‌ଦେ ସୂଚନା ଦେଇଥିଲେ। ସେନ୍‌ତା ନୀଳକୁଁ ମାସିକ୍‌ ୩୫ କେ.ଜି. ଚାଉଲ ଆର ବୁଢ଼ାବୁଢ଼ି ଭତା ଯୁଗେଇ ଦେବାକେ ସେ ଦାବି କରିଛନ୍‌। ଇ ବାବ୍‌ଦେ ଥାନୀଅ ବିଡିଓ ପ୍ରଦୀପ କୁମାର ପଟ୍ଟନାୟକକୁଁ ପଚ୍‌ରାଲାରୁ ଇ ବାବ୍‌ଦେ ମୁଇଁ କିଛି କହି ନାଇଁପାରେଁ। କାରନ୍‌ ଆମକୁ ଗଣମାଧ୍ୟମ ଆଘେ କେହେନ୍‌ସି ବିଷେରେ କହିବାର ଲାଗି ବାରନ୍‌ କରାଯାଇଛେ। ଇ ବାବ୍‌ଦେ ଜିଲାପାଳ କହିପାରବେ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

୭୬ ଏକର ଜାଗାରୁ ଗଞ୍ଜେଇ ଗଛ ନଷ୍ଟ

ଖଜୁରୀପଡ଼ା,୧୬ା୧୨(ବିଦୁର ବେହେରା): ବାରିକୁମ୍ପା, ସୁଡୁଲି, ଖମାର ଏବଂ ବାରିହାଗୁଡା ଜଙ୍ଗଲରେ ମଙ୍ଗଳବାର ଖଜୁରିପଡା ପୋଲିସ ଓ ଅବକାରୀ ବିଭାଗ ଚଢାଉ କରି ବେଆଇନ ଭାବେ ଚାଷ...

ଋଷିକୁଲ୍ୟା ମା’ ରାମଚଣ୍ଡୀ ପୀଠ ହେବ ତୀର୍ଥକ୍ଷେତ୍ର

ଗଞ୍ଜାମ,୧୬।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଛତ୍ରପୁର ସଦର ମହକୁମା ନିକଟସ୍ଥ ନୀଳାଦ୍ରିପୁର ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ବିବାସିନୀ ମା’ ରାମଚଣ୍ଡୀଙ୍କ ପୀଠ। ଏହି...

ପୀତବାସ ପଣ୍ଡା ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କ ଜାମିନ ଖାରଜ

ବ୍ରହ୍ମପୁର,୧୬ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୫ଜଣ ଜାମିନ ଆବେଦନ କରିଥିବା ବେଳେ...

କଳାହାଣ୍ଡି ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ

କର୍ଲାମୁଣ୍ଡା,୧୬ା୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସମ୍ମିଳନୀ କକ୍ଷରେ ମଙ୍ଗଳବାର ବ୍ଲକ ଅଧ୍ୟକ୍ଷା କୁନି ସାହୁଙ୍କ ଅଧ୍ୟକ୍ଷତାରେ ଜାନୁଆରୀରେ ହେବାକୁ ଥିବା ବ୍ଲକସ୍ତରୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri