ସରକାରୀ ଯୋଜନା ବାଟ୍‌ବନା: ୨୫ ବଛର ହେଲା ଜଂଗଲରେ ନୀଳ

ସଇଁତଲା, ୧୭।୧ (ଡି.ଏନ୍‌.ଏ)- ବଲାଙ୍ଗୀର ଜିଲା ସଇଁତଳା ବ୍ଲକ ସଦର ପଁଚେତ୍‌ ଅଧୀନ କର୍ଲାବାହାଲି ଗାଁ ର ନୀଳ ନାଏକ(୬୦)। ସେ ଝନେ ନିହାତି ଗରିବ୍‌, ଗାଁ ରେ ଘରଦୁଆର ବଲି କିଛି ନାଇଁ। ବାପ୍‌ଅଜା ଗାଁ ତରେ ଥିବାର ଜଂଗଲ ପାସେ ଜମିଟିକେ ଘିନିଥିଲେ। ନୀଳ ସେଠାନେ ନଡ଼ାଛପର କୁରିଆଟେ କରି ଅନେକ ବଛର ହେଲା ରହିଆସୁଛନ୍‌। ଆଏଜ୍‌ତକ ସେ ଅନେକ ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ହେଇ ରହିଛନ୍‌।
ସୂଚନା ଅନ୍‌ସାରେ କର୍ଲାବାହାଲି ନୀଳ ନାଏକ। ସେ ବିହାଚୁରା ହେଇଥିଲେ। ହେଲେ ବିହାର ଦିନାକେତେ ଉତାରୁ ମାଏକିନା ଆରପାରକେ ଚାଲିଗଲେ। ସେଦିନ୍‌ଠାନୁ ନୀଳ ଏକ୍‌ଟିଆ ଜୀବନ୍‌ ବିତଉଛନ୍‌। ଗାଁ ରେ ଘରଦୁଆର ନାଇଁଥିବାର ଲାଗି ନୀଳ ଆଏଜ୍‌କେ ୨୫ ବଛର ହେଲା ଗାଁ ରୁ ଖଁଡ଼େଦୂରେ ଜଂଗଲ ତରେ ଥିବାର ନିଜର ଜମିରେ ନଡ଼ାଛପର କୁରିଆଟେ କରି ରହି ଆସୁଛନ୍‌। ହେଲେ ସେ କୁରିଆର ଅବସ୍‌ତା ଏନ୍‌ତା ଯେ, କେତେବେଲେ ଧୁକାଗରେଲ, ବରଷାରେ ମାଡ଼ିବସ୍‌ବା। ସ୍ବଚ୍ଛ ଭାରତ ମିଶନ ଯୋଜନାରେ ନୀଳକଁର ଲାଗି ଗୁଟେ ପାଇଖାନା ତିଆର ହେଇଛେ। ହେଲେ ସେ ପାଇଖାନାକେ ନୀଳ ନିଜର ଭଁଡ଼ାର ଘର ହିସାବେ ବେଭାର କରୁଛନ୍‌। ପାଇଖାନାରେ ନିଜର ବ୍ୟାଙ୍କ ପାସବୁକ, ରାଶନକାର୍ଡ, ଆଧାରକାର୍ଡ, ଗାଁ ବାସୀ ଦେଇଥିବାର ଚାଉଲଗଉଲ ରଖି ତାଲାଟେ ପକେଇଛନ୍‌। ସେନ୍‌ତା ନୀଳ ଫିମାସ ପଁଚେତ୍‌ରୁ ୫ କେ.ଜି. ଚାଉଲ ପାଉଥିଲାବେଲେ ଆଏଜ୍‌ତକ ବୁଢ଼ାବୁଢ଼ି ଭତା ଆର ଆବାସ ଯୋଜନାରେ ଘରଖଁଡ଼େ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଗାଁ ର ବିରଞ୍ଚତ୍ ସର୍ବକଁର କହେବାର ହିସାବେ ମାସ୍‌କେତେ ତଲେ ନୀଳକଁର ନଁାରେ ଗୁଟେ ପକାଘର ଆସିଥିଲା। ପଁଚେତ୍‌ର କେତେ ଅଧ୍‌କାରୀ ଆସି ତାକର କାଗଜପତର କରବାର ସଂଗେ ଘର ମିଲିଛେ ଆକାଉଣ୍ଟରେ ଟଁକା ଜମା ହେଲେ ଘର ତିଆରି କରବ ବଲି କହିଥିଲେ। ହେଲେ ଆଏଜ୍‌ତକ ସେ ପକାଘରର ଖୋଜଖବର ନଁାଇଁନ। ସେନ୍‌ତା ଗାଁ ର କପୁର ପୁଟା କହିଛନ୍‌ ଯେ, ନୀଳ ଜଂଗଲ ତରେ ପୂରା ଅସୁରକ୍ଷିତ ଅବସ୍‌ତାରେ ରହୁଥିଲାବେଲେ ତାକର ବଲ୍‌ବଏସ୍‌ ବି ଖସି ଗଲାନ। ଏନ୍‌ତାଥି ତାହାକୁ ନିହାତି ଗୁଟେ ପକାଘର ଦରକାର ବଲି କହିଛନ୍‌। ଗାଁ ର ପିଣ୍ଟୁ ସାହୁ ଦିନାକେତେ ତଲେ ସାଂଗ୍‌ସାଥି ସଂଗେ ଜଂଗଲକେ ବୁଲି ଯାଇଥିଲାବେଲେ ନୀଳକଁର ଦୁରଦଶା ଦେଖିଥିଲେ। ସେ ତାକର ଫଟୋ, ଘରର ଫଟୋ ଉଠେଇ ସୋସିଆଲ ମିଡିଆରେ ଛାଡ଼ିଥିଲେ ଆର ଥାନୀଅ ଧରିତ୍ରୀ ପରତିନିଧିକୁଁ ଇ ବାବ୍‌ଦେ ସୂଚନା ଦେଇଥିଲେ। ସେନ୍‌ତା ନୀଳକୁଁ ମାସିକ୍‌ ୩୫ କେ.ଜି. ଚାଉଲ ଆର ବୁଢ଼ାବୁଢ଼ି ଭତା ଯୁଗେଇ ଦେବାକେ ସେ ଦାବି କରିଛନ୍‌। ଇ ବାବ୍‌ଦେ ଥାନୀଅ ବିଡିଓ ପ୍ରଦୀପ କୁମାର ପଟ୍ଟନାୟକକୁଁ ପଚ୍‌ରାଲାରୁ ଇ ବାବ୍‌ଦେ ମୁଇଁ କିଛି କହି ନାଇଁପାରେଁ। କାରନ୍‌ ଆମକୁ ଗଣମାଧ୍ୟମ ଆଘେ କେହେନ୍‌ସି ବିଷେରେ କହିବାର ଲାଗି ବାରନ୍‌ କରାଯାଇଛେ। ଇ ବାବ୍‌ଦେ ଜିଲାପାଳ କହିପାରବେ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ପ୍ରଚେଷ୍ଟା ଜାରି ରହିଲେ ସଫଳତା ଆପେ ଆପେ ମିଳିବ’ , ମହାବିଦ୍ୟାଳୟର ବାର୍ଷିକୋତ୍ସବରେ ଯୋଗ ଦେଇ ଏମିତି କହିଲେ…

ଭଞ୍ଜନଗର,୩/୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟର ୪୪ ତମ ବାର୍ଷିକୋତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭଞ୍ଜନଗର ଡେପୁଟି କଲେକ୍ଟର ରଚିତା…

ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ଘଟଣା: ଆଶ୍ୱାସନା ଦେଲେ ଅଧିକାରୀ

ଦାରିଙ୍ଗବାଡି, ୩।୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପାଦ୍ରୀପିଓ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଗଣିତ ଖାତା ଆଣି ନ ଥିବାରୁ ତୃତୀୟ…

ୟୁଜିସି ବିଲ୍‌କୁ ବିରୋଧ, ଜିଲାପାଳଙ୍କୁ ଦାବିପତ୍ର ଦେଲେ…

ବଲାଙ୍ଗୀର,୩ା୨ (ସୁନିଲ କୁମାର ମହାନ୍ତି): ୟୁଜିସି ବିଲ୍‌କୁ ନେଇ ବିରୋଧ ତୀବ୍ର ହେବାରେ ଲାଗିଛି । ଏହି ବିଲ୍‌କୁ ଶୀଘ୍ର ପ୍ରତ୍ୟାହାର କରିବା ପାଇଁ ବଲାଙ୍ଗୀର ଜିଲା…

ବିଶ୍ୱବିଦ୍ୟାଳୟ ଗେଷ୍ଟ ହାଉସରେ ମଧ୍ୟାହ୍ନ ଭୋଜନ କରିବେ ରାଷ୍ଟ୍ରପତି

ବାଲେଶ୍ୱର, ୩।୨( ବାଞ୍ଛାନିଧି ଦେ): ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟରେ ମଙ୍ଗଳବାର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପହଞ୍ଚିଛନ୍ତି । ବିଶ୍ୱବିଦ୍ୟାଳୟକୁ ଏହା ତାଙ୍କର ପ୍ରଥମ ଗସ୍ତ ।…

ରାଜନୀତିରେ ବଡ଼ ହଇଚଇ:  ଭିଣୋଇଙ୍କ ନାଁ ନ ନେଇ ବର୍ଷିଲେ ଅରିନ୍ଦମ, ନାମ ନେ…

ଯାଜପୁର.୩।୨: ଯାଜପୁର ରାଜନୀତି ସର୍ବଦା ଚର୍ଚ୍ଚାରେ। ବିଜେଡି  ଗଡ଼ କୁହାଯାଉଥିବା ଯାଜପୁର ନିର୍ବାଚନମଣ୍ଡଳୀକୁ ୨୦୨୪ ନିର୍ବାଚନରେ ଭାଙ୍ଗିଲା ଭାଜପା। ହାରିଲେ ବିଜେଡିର ହେବିଓ୍ବେଟ୍‌ ନେତା। ପୂର୍ବତନ ବିଜେଡି…

ମା’ ତାରାତାରିଣୀଙ୍କ ଦର୍ଶନ କଲେ ମୁଖ୍ଯମନ୍ତ୍ରୀ, ଅଧଘଣ୍ଟା ପୂଜା କରି ଓଡ଼ିଶାବାସୀଙ୍କ ମଙ୍ଗଳକାମନା କଲେ

ପୁରୁଷୋତ୍ତମପୁର,୩ା୨(ସବିତା ମିଶ୍ର): ଗଞ୍ଜାମ ଜିଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରସିଦ୍ଧ ଇଷ୍ଟଦେବୀ ମା ତାରାତାରିଣୀଙ୍କ ପୀଠରେ ମଙ୍ଗଳବାର ଅପରାହ୍ନ ୧୨ଟା ସମୟରେ ପହଞ୍ଚି…

ଲାଞ୍ଚ ନେଇ ଧରାପଡ଼ିଲେ JE, ବିଦ୍ୟୁତ୍‌ ସଂଯୋଗ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ…

ମାଲକାନଗିରି,୩।୨(ଦୁର୍ଯ୍ୟୋଧନ ପାତ୍ର): ଲାଞ୍ଚ ନେଇ ଧରାପଡ଼ିଲେ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ। ୨୦ ହଜାର ଲାଞ୍ଚ ନେଉଥିବାବେଳେ JE ପ୍ରଦେଶ ନାୟକଙ୍କୁ ଭିଜିଲାନ୍ସ ଧରିଛି। ସଦର ମହକୁମା…

ମୁଣ୍ଡରେ ଓଢଣା ଦେଇ ମା’ ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି: ପିଣ୍ଡଦାନ ପରେ…

ଯାଜପୁର,୩।୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ମଙ୍ଗଳବାର ଯାଜପୁର ଅଭିମୁଖେ ଗସ୍ତ କରିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri