ସରକାରୀ ବିଏଡ୍‌ କଲେଜ ବନ୍ଦ ନିର୍ଦ୍ଦେଶ ପରେ ତତ୍ପରତା

ଭୁବନେଶ୍ୱର,୫ା୩(ବ୍ୟୁରୋ): ରାଜ୍ୟରେ ଥିବା ୧୪ଟି ସରକାରୀ ବିଏଡ୍‌ କଲେଜ ବନ୍ଦ କରିବାଦେବା ଲାଗି ଏନ୍‌ସିଟିଇ (ନ୍ୟାଶନାଲ୍‌ କାଉନ୍‌ସିଲ ଫର୍‌ ଟିଚର ଏଜୁକେଶନ) କମିଟି ୨ ମାସ ତଳୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିସାରିଛି। ଏହି ସମସ୍ତ କଲେଜ ଆସନ୍ତା ବର୍ଷରୁ ଆଉ ଖୋଲାଯିବାର ସମ୍ଭାବନା କମ୍‌ ଥିବାବେଳେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏଭଳି ସମସ୍ୟାକୁ ଏଡାଇବା ପାଇଁ ଜୋରଦାର ପ୍ରୟାସ ଆରମ୍ଭ କରିଛି। ଖୋଦ୍‌ ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏ ବାବଦରେ ବୁଧବାର କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିଆଲଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୦-୨୧ ବର୍ଷଠାରୁ ଏହି ସମସ୍ତ ସରକାରୀ ବିଇଡି କଲେଜ ବନ୍ଦ ହେବାକୁ ଥିବାବେଳେ ହଠାତ୍‌ ଏଭଳି ନିଷ୍ପତ୍ତି ନ ନେଇ ଆଉ ଅଧିକ ବର୍ଷେ ସମୟ ଦେବାକୁ ବିଭାଗ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି ବୋଲି ସୂଚନା ମିଳିଛି।
ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ବିଏଡ୍‌ କଲେଜଗୁଡିକ ରହିଥିବାବେଳେ ଏହାର ପାଠ୍ୟକ୍ରମ ଉଚ୍ଚଶିକ୍ଷା ବିଭାଗ ଅଧୀନ ଅଧ୍ୟାପକଙ୍କ ଦ୍ୱାରା ସମ୍ପାଦନ କରାଯାଉଛି। ପ୍ରଥମରୁ ଉଚ୍ଚଶିକ୍ଷା ବିଭାଗ ଅଧ୍ୟାପକମାନେ ଏହି କଲେଜଗୁଡିକରେ ନିଯୁକ୍ତି ପାଇ ପାଠ ପଢାଉଛନ୍ତି। ଧୀରେ ଧୀରେ ସେମାନଙ୍କ ମଧ୍ୟରୁ ବହୁ ଅଧ୍ୟାପକ ଅବସର ନେଇସାରିଛନ୍ତି। ସେହି ଅନୁଯାୟୀ ଉକ୍ତ କଲେଜଗୁଡିକର ଅଧ୍ୟାପକଙ୍କ ସଂଖ୍ୟା ବହୁ ମାତ୍ରାରେ ହ୍ରାସ ପାଇଛି। ବିଇଡି କଲେଜଗୁଡିକରେ ମୋଟ ୩୧୭ଜଣ ଅଧ୍ୟାପକ ରହିବାକୁ ଥିବାବେଳେ ଏହି ସଂଖ୍ୟା ହ୍ରାସ ପାଇ ବର୍ତ୍ତମାନ ୧୧୨ରେ ପହଞ୍ଚିଛି। ଯେଉଁଥିଲାଗି କଲେଜଗୁଡିକରେ ପାଠପଢା ବ୍ୟାଘାତ ହେଉଛି। ଅନ୍ୟପଟେ ଉକ୍ତ ୧୧୨ ଜଣ ଅଧ୍ୟାପକଙ୍କ ମଧ୍ୟରୁ ୪୪ଜଣ ଅନୁଦାନପ୍ରାପ୍ତ ସ୍ଥାୟୀ କର୍ମଚାରୀ ହୋଇଥିବା ବେଳେ ବାକି ୬୮ଜଣ ଅତିଥି ଅଧ୍ୟାପକ ରହିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ ବହୁ ଅଧ୍ୟାପକ ପଦବୀ ଖାଲି ପଡୁଥିବା ଯୋଗୁ ଏହି ସରକାରୀ ବିଇଡି କଲେଜଗୁଡିକ ପାଇଁ ଅଧ୍ୟାପକ ଦେବାକୁ ବିଭାଗ ରାଜି ହେଉନାହିଁ। ଯେଉଁଥିପାଇଁ ଅଧ୍ୟାପକ ନିଯୁକ୍ତିରେ ସମସ୍ୟା ସୃଷ୍ଟି ହୋଇଥିବା ଜଣାପଡିଛି। ତେଣୁ ଅଧ୍ୟାପକ ସଂଖ୍ୟା ଅତି କମ୍‌ ଥିବା ଯୋଗୁ ଏବଂ ସ୍ଥାୟୀ ନିଯୁକ୍ତିପ୍ରାପ୍ତ ଅଧ୍ୟାପକ ନ ଥିବାରୁ ଏନ୍‌ସିଟିଇ ବୈଠକରେ ସବୁ ବିଇଡି କଲେଜଗୁଡିକୁ ଆସନ୍ତା ବର୍ଷ ସୁଦ୍ଧା ବନ୍ଦ କରିଦେବା ପାଇଁ ନିଷ୍ପତ୍ତି ହୋଇଛି।
ଏନ୍‌ସିଟିଇର ଏଭଳି ନିଷ୍ପତ୍ତି ପରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଦ ଭାଙ୍ଗିଛି। କିପରି ବିଏଡ୍‌ କଲେଜ ବନ୍ଦ ନ ହେବ ସେଥିପାଇଁ ପ୍ରୟାସ ଆରମ୍ଭ କରିଛି। ଓପିଏସ୍‌ସିକୁ ଯଥାଶୀଘ୍ର ସେକ୍ସନ-୧୨ ଅନୁଯାୟୀ ୧୪୯ଜଣ ଅଧ୍ୟାପକଙ୍କୁ ନିଯୁକ୍ତି ଦେବାକୁ ଚିଠି ଲେଖାଯାଇଛି। ଏହି ଚିଠି ଓପିଏସ୍‌ସିକୁ ଦିଆଯିବା ପରେ କେନ୍ଦ୍ରମନ୍ତ୍ରୀ ପୋଖରିଆଲଙ୍କୁ ରାଜ୍ୟ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଟେଲିଫୋନ କରି ଘଟଣା ସମ୍ପର୍କରେ ଜଣାଇବା ସହିତ ଆସନ୍ତା ବର୍ଷ ବନ୍ଦ ନ କରି ୧୪ ବିଇଡି କଲେଜକୁ ଖୋଲିବାର ଅନୁମତି ଦିଅନ୍ତୁ ବୋଲି ଅନୁରୋଧ କରିଛନ୍ତି। ମନ୍ତ୍ରୀଙ୍କ ଅନୁରୋଧକୁ ରଖିବା ପାଇଁ କେନ୍ଦ୍ରମନ୍ତ୍ରୀ ରାଜି ହୋଇଥିବା ଜଣାପଡିଛି।
ବିଏଡ୍‌ କରୁଥିବା ଛାତ୍ରୀଛାତ୍ରମାନେ ଦୁଇ ବର୍ଷର ପାଠ୍ୟକ୍ରମ ପଢୁଥିବା ବେଳେ ବର୍ତ୍ତମାନ ୨୦୧୯-୨୦ ଶିକ୍ଷାବର୍ଷରେ ନାମ ଲେଖାଇ ପାଠ ପଢୁଛନ୍ତି। ଯଦି ଚଳିତ ବର୍ଷରୁ ସରକାରୀ ବିଏଡ୍‌ କଲେଜଗୁଡିକୁ ବନ୍ଦ କରିଦିଆଯାଏ ତେବେ ୨ହଜାର ପିଲା ବିଇଡି ପାଠ୍ୟକ୍ରମରେ ନାମ ଲେଖାଇବାରୁ ବଞ୍ଚିତ ହେବେ। ଓଡିଶାରେ ବେସରକାରୀ ବିଏଡ୍‌ କଲେଜ ନ ଥିବାବେଳେ ଅଧିକାଂଶ ସମୟରେ ସରକାରୀ କଲେଜରେ ନାମ ଲେଖାଇବାକୁ ସକ୍ଷମ ହୋଇପାରୁ ନ ଥିବା ଛାତ୍ରୀଛାତ୍ରମାନେ ବାହାର ରାଜ୍ୟରୁ ପାଠପଢି ସାର୍ଟିଫିକେଟ ଆଣି ଏଠାରେ ଶିକ୍ଷକ ଭାବେ ନିଯୁକ୍ତି ପାଉଛନ୍ତି। ତେଣୁ ରାଜ୍ୟରେ ବେସରକାରୀ ବିଏଡ୍‌ କଲେଜ ଖୋଲିବା ଉପରେ ଗୁରୁତ୍ୱ ଦେବାକୁ ବୁଦ୍ଧିଜୀବୀମାନେ ମତ ରଖିଛନ୍ତି। ଅନ୍ୟପଟେ ବେସରକାରୀ ବିଏଡ୍‌ କଲେଜ ନ ଥିବାବେଳେ ରାଜ୍ୟରେ ୧୪ ସରକାରୀ ବିଏଡ୍‌ କଲେଜ ବନ୍ଦ ହେଲେ ପିଲାମାନେ କେବଳ ବିଶ୍ୱବିଦ୍ୟାଳୟ ଉପରେ ନିର୍ଭର କରିବାକୁ ବାଧ୍ୟ ହେବେ, ଯଦ୍ଦ୍ବାରା ଅନେକ ପିଲା ଚଳିତ ବର୍ଷ ବିଏଡ୍‌ ପଢାରୁ ବାଦ୍‌ ପଡିବେ ଏବଂ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହୋଇପାରନ୍ତି ବୋଲି ଶିକ୍ଷାବିତ୍‌ମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri