ସରକାରୀ ନିୟମକୁ ଫୁ: ରାସ୍ତା କଡ଼, ଡ୍ରେନରେ ପକାଯାଉଛି ବ୍ୟବହୃତ ସିରିଞ୍ଜ, ଛୁଞ୍ଚି

ଖୋର୍ଦ୍ଧା ଅଫିସ,୧୦।୧୧: ବାୟୋ ମେଡିକାଲ ୱେଷ୍ଟ ମ୍ୟାନେଜମେଣ୍ଟ ଆଇନକୁ ଘରୋଇ ମେଡିକାଲ, ପାଥୋଲାବ ସେଣ୍ଟର ଓ ଔଷଧ ଦୋକାନୀ ମାନୁନାହାନ୍ତି। ଖୋର୍ଦ୍ଧା ମ୍ୟୁନିସିପାଲିଟିର ଅସ୍ଥାୟୀ ଡମ୍ପିଂୟାର୍ଡ କୁହାଯାଉଥିବା ଜିଲା ସଦର ମହକୁମା ବାଜପୁର ରାସ୍ତାର ଏସ୍‌ପିଙ୍କ କାର୍ଯ୍ୟାଳୟ ପାଖରେ ବ୍ୟବହୃତ ଛୁଞ୍ଚି ସଂଲଗ୍ନ ସିରିଞ୍ଜ, ସାଲାଇନ୍‌, ଅପରିଷ୍କାର ଗଜ କପଡା, ଔଷଧ କାଚ ପରି ବର୍ଜ୍ୟବସ୍ତୁ ପକାଯାଉଛି। କେତେଗୋଟି ଘରୋଇ ହସ୍ପିଟାଲ, ଔଷଧ ଦୋକାନ ଓ ପାଥୋଲୋଜି ସେଣ୍ଟର ବର୍ଜ୍ୟବସ୍ତୁ କିପରି ନଷ୍ଟ କରିବେ ସେଥିପ୍ରତି ସ୍ବତନ୍ତ୍ର ନିୟମ ରହିଛି। ଏଭଳିସ୍ଥଳେ ସଂକ୍ରମଣ ରୋଗ ବ୍ୟାପିବାର ଆଶଙ୍କା ରହିଛି। ସେମାନେ ସରକାରୀ ନିୟମକୁ ଫୁ କରି ଏହା ପକାଉ ଥିବା ଅଭିଯୋଗ ରହିଛି।

ନିକଟରେ ଏକ ଘରୋଇ ସ୍କୁଲ, ଅନୁକୂଳ ଚନ୍ଦ୍ର ମନ୍ଦିର, ଜାନକୀ ପଟ୍ଟନାୟକ ପାର୍କ ରହିଥିଲେ ମଧ୍ୟ ଏଥିପ୍ରତି କାହାରି ନଜର ପଡୁନି। ସେହିପରି କେତେକ ଔଷଧ ଦୋକାନୀ ନିଜ ଦୋକାନରେ କେତେଜଣ ରୋଗୀଙ୍କୁ ଇଞ୍ଜେକଶନ ଦେଇ ଡ୍ରେନ ଭିତରେ ସିରିଞ୍ଜ, ଛୁଞ୍ଚତ୍ ପରି ବର୍ଜ୍ୟବସ୍ତୁ ପକାଇ ଦେଉଛନ୍ତି। ପୁଣି ପାଥୋଲାବ୍‌ ସେଣ୍ଟର ମଧ୍ୟ ପକାଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ହେଲେ ପ୍ରଶାସନିକ ପ୍ରତିକାର ନାହିଁ। ସ୍ଥାନୀୟ ଅଞ୍ଚଳର ବିଭୁ ପ୍ରସାଦ ଦାସ କୁହନ୍ତି, ବାଜପୁର ଅଣ୍ଡା ମନ୍ଦାରାବସ୍ତ ରାସ୍ତାପାର୍ଶ୍ୱରେ ପୂର୍ବରୁ ଖୋର୍ଦ୍ଧ ମ୍ୟୁନିସିପାଲିଟି ଆବର୍ଜନା ପକାଉଥିଲା। ଏବେ ଘରୋଇ ହସ୍ପିଟାଲ ପକାଉଛି ସିରିଞ୍ଜ, ଗଜକନା, ସାଲାଇନ୍‌ ବୋଟଲ। ନିକଟରେ ଏସ୍‌ପି, ଜିଲାପାଳ ଅଫିସ ଥିଲେ ମଧ୍ୟ କାହାରି ନଜର ପଡୁନି। ଏ ନେଇ ଅଭିଯୋଗ କଲେ ସୁଫଳ ମିଳୁନି। ସିଡିଏମ୍‌ଓ ବିଜୟ ମହାପାତ୍ରଙ୍କୁ ପଚାରିବାରେ ବାୟୋମେଡିକାଲ ୱେଷ୍ଟ ମ୍ୟାନେଜମେଣ୍ଟ ରୁଲକୁ ଅଣଦେଖା କରୁଥିବା ସଂସ୍ଥା, ବ୍ୟକ୍ତି ବିଶେଷକୁ ତାଗିଦ୍‌ କରାଯିବ। ଆଇନକୁ ଅଣଦେଖା କରିଲେ ପ୍ରଦୂଷଣ ବୋର୍ଡକୁ ଅବଗତ କରାଯିବ। ତେବେ ଏସ୍‌ପିଙ୍କ କାର୍ଯ୍ୟାଳୟ ନିକଟ ରାସ୍ତାପାର୍ଶ୍ୱରେ ପଡିଥିବା ବର୍ଜ୍ୟବସ୍ତୁ ଘଟଣାର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ।

ବର୍ଜ୍ୟବସ୍ତୁ ଦେଉଛି ବଞ୍ଚତ୍ବାର ରାହା

ବର୍ଜ୍ୟବସ୍ତୁ ଦେଉଛି ବଞ୍ଚତ୍ବାର ରାହା। ନୀଳା ଦେଈ ନାମ୍ନୀ ମହିଳା ଓ ତାଙ୍କ ସ୍ବାମୀ ବ୍ୟବହୃତ ଛୁଞ୍ଚତ୍ ସଂଲଗ୍ନ ସିରିଞ୍ଜ, ସାଲାଇନ୍‌ ବୋତଲ, ଔଷଧ କାଚକୁ ଏସ୍‌ପି ଅଫିସ ପାଖରୁ ଗୋଟାଉଥିବା ଦେଖିବାକୁ ମିଳିଥିଲା। ପଚାରିବାରୁ ନୀଳା କହିଥିଲେ ଏହା ଆମ୍ଭ ଦମ୍ପତିଙ୍କର ସବୁ ଦିନିଆ କାର୍ଯ୍ୟ। ବର୍ଜ୍ୟବସ୍ତୁ ଆମକୁ ବଞ୍ଚତ୍ବାକୁ ଦାନା ଯୋଗାଉଛି। ଏଥିରୁ ଯାହା ରୋଜଗାର ହୁଏ ଆମ ପରିବାର ଚଳେ। କେତେଗୋଟି ଘରୋଇ ହସ୍ପିଟାଲ ପ୍ରତ୍ୟହ ଏଠାରେ ବର୍ଜ୍ୟବସ୍ତୁ ପକାଉଛନ୍ତି। ପ୍ରଥମେ ମୋତେ ଏହା ଭୟ ଲାଗୁ ଥିଲା। କିଛିଦିନ ପରେ ଭୟ ଦୂର ହୋଇଗଲା। ଏହା ସଂକ୍ରମଣ ହୋଇପାରେ ହେଲେ ଆମ ପାଇଁ ବିକଳ୍ପ ନାହିଁ। ଏହାକୁ ସଂଗ୍ରହ କରି ନେଇ ଆମେ ବିକ୍ରି କରିବାକୁ ପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri