ସରକାରୀ ଚାଉଳ ଜବତ ଘଟଣା:କ୍ଲିନଚିଟ୍‌ ଦେଲା ଯାଞ୍ଚ କମିଟି

ତିହିଡି,୯।୧(ଡି.ଏନ.ଏ.)- ଭଦ୍ରକ ଜିଲା ତିହିଡ଼ି ବଜାରରୁ ୧୨୦ କୁଇଣ୍ଟାଲ ସରକାରୀ ଚାଉଳ ଜବତ ଘଟଣାର ତଦନ୍ତ ପରେ ଯାଞ୍ଚ କମିଟି କ୍ଲିନଚିଟ୍‌ ଦେଇଛି। ଗୁରୁବାର ପୂର୍ବାହ୍ନ ୧୧ଟାଠାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ୪ ଘଣ୍ଟା ଧରି ତଦନ୍ତ କରାଯିବା ପରେ ଚାଉଳ ଠିକ୍‌ ଥିବା ଜଣାପଡ଼ିଥିଲା। ଜବତ ହୋଇଥିବା ଚାଉଳ ଶିଶୁ ବିକାଶ ଯୋଜନାର ବୋଲି ଯାଞ୍ଚ କମିଟି ସ୍ପଷ୍ଟ କରିଛି। ଚାଉଳ ଘରୋଇ ଗୋଦାମରେ କାହିଁକି ରଖାଯାଇଥିଲା ତାହାର ତଦନ୍ତ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି।
ଉଲ୍ଲେଖନୀୟ ଯେ, ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲା ସମାଜ ମଙ୍ଗଳ ଅଧିକାରୀ ଆଶାଲତା ମହାନ୍ତି, ଜିଲା ଅତିରିକ୍ତ ଯୋଗାଣ ଅଧିକାରୀ ମାନସ ରଞ୍ଜନ ମହାପାତ୍ର, ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା, ବ୍ଲକ ଯୋଗାଣ ନିରୀକ୍ଷକ ହରିପ୍ରିୟା ସାହୁ ଓ ସିଡିପିଓ ଇନ୍ଦୁରେଖା ନାୟକ ଘଟଣାର ତଦନ୍ତ କରିଛନ୍ତି। କାଗଜପତ୍ର ଅନୁଯାୟୀ ୮୪୦ ବସ୍ତା ଚାଉଳ ଗୋଦାମରେ ମହଜୁଦ ରହିବା କଥା। ତଦନ୍ତ ବେଳେ ମାତ୍ର ୫ ବସ୍ତା ଚାଉଳ ଅଧିକ ଥିବା ଜଣାପଡ଼ିଥିଲା। କୌଣସି ଅନିୟମିତତା ପରିଲକ୍ଷିତ ହୋଇ ନ ଥିବାରୁ ଯାଞ୍ଚ କମିଟି ପକ୍ଷରୁ କ୍ଲିନଚିଟ ଦିଆଯାଇଛି। ଯାଞ୍ଚ ପ୍ରକ୍ରିୟା ଚାଲୁ ରହିଥିଲାବେଳେ ଗୁରୁବାର ମଧ୍ୟ ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ଭାଜପା ନେତା ଓ କର୍ମୀମାନେ ଧାରଣା ଦେଇଥିଲେ। ଜିଲା ଉପସଭାପତି ଦୁର୍ଗାଚରଣ ନାୟକ, ମଣ୍ଡଳ ସଭାପତି ପ୍ରଦୀପ ବଳ, ସାଧାରଣ ସମ୍ପାଦକ ପ୍ରତାପ ଜେନା, ରଘୁନାଥ ପାତ୍ର, ସମିତିସଭ୍ୟ ଶୁଭ୍ରନାରାୟଣ ସେଠୀ, ଅଜୟ ମହାପାତ୍ର, ସୁରେନ୍ଦ୍ର ନାୟକ, ନିଶିକାନ୍ତ ଭଟ୍ଟରାୟ ପ୍ରମୁଖ ଯାଞ୍ଚ ସମୟରେ ଉପସ୍ଥିତ ରହିଥିଲେ। ବ୍ୟକ୍ତିଗତ ଘରେ ଚାଉଳ କାହିଁକି ରଖାଯାଇଥିଲା ସେନେଇ ତଦନ୍ତ କରିବାକୁ ଦାବି ଜଣାଇଥିଲେ। ସେନେଇ ତଦନ୍ତ ହେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲା ସମାଜ ମଙ୍ଗଳ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri