ସରକାରଙ୍କ ନିୟମକୁ ବେଖାତିର: ବେଧଡ଼କ ଚାଲିଛି ପଲିଥିନ ବ୍ୟବହାର

ନରାଜ,୨୭ା୬(ଡି.ଏନ୍‌.ଏ.): ଅକ୍ଟୋବର ୨୦୧୮ରେ ସରକାର ପଲିଥିନ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇଥିଲେ। ହେଲେ ବାରଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଦୋକାନରେ ବ୍ୟବହାର ଓ ବିକ୍ରି ହେଉଥିବା ଦେଖିବାକୁ ମିଳଛି। ଏନେଇ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। କଟକ ଓ ଭୁବନେଶ୍ୱର ମଧ୍ୟରେ ବାରଙ୍ଗ ହୋଇଥିଲେ ମଧ୍ୟ ଏହି ଅଞ୍ଚଳ ମ୍ୟୁନିସିପାଲିଟିରେ ଯାଉ ନାହିଁ। ଫଳରେ ସବୁ ସ୍ଥାନରେ କୁଢକୁଢ ପଲିଥିନ ଗଦା ହୋଇଥିବା ବେଳେ ଅଳିଆ ଉଠାଇବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ଅନ୍ୟପକ୍ଷରେ ସରକାର ବିଭିନ୍ନ କାର୍ଯ୍ୟକ୍ରମ ଓ ବିଜ୍ଞାପନ ଦ୍ୱାରା ଜନସାଧାରଣଙ୍କୁ ସଚେତନ କରାଉଛନ୍ତି। ଏହା ସହ ବିଭିନ୍ନ ସଙ୍ଗଠନ ସ୍ବଚ୍ଛଭାରତ କାର୍ଯ୍ୟକ୍ରମ କରି ସଚେତନ କରାଉଥିଲେ ମଧ୍ୟ ତାହାର ସୁଫଳ ମିଳୁନି। ଏପରି କି ଚାଷ ଜମିରେ ପଲିଥିନ ପଡିବା ଦ୍ୱାରା ମାଟିରେ ନ ମିଶିବା ଫଳରେ ଚାଷଜମି ନଷ୍ଟ ହେଉଛି। ବିଭିନ୍ନ ସମୟରେ ଖାଦ୍ୟ ପଲିଥିନରେ ନେଇ ଲୋକମାନେ ବାହାରେ ଫୋପାଡିବା ଦ୍ୱାରା ତାକୁ ଗୋରୁ ଖାଇ ମୃତ୍ୟୁବରଣ କରୁଥିବା ଚର୍ଚ୍ଚା ହେଉଛି। ଅପରପକ୍ଷେ ପଲିଥିନ ବ୍ୟବହାର ଉପରେ କଟକ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବାରଙ୍ଗ ଅଞ୍ଚଳରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ବାରଙ୍ଗ ଅଞ୍ଚଳରେ ପଲିଥିନ ବ୍ୟାନ୍‌ ଆଇନକୁ କଡାକଡି ଲାଗୁ କରିବା ପାଇଁ ବହୁ ବୁଦ୍ଧିଜୀବୀ ଓ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ ବାରଙ୍ଗ ମଣ୍ଡଳ ଉନ୍ନୟନ ଅଧିକାରୀ ଆକୁଳ ମଲ୍ଲିକ ଓ ବାରଙ୍ଗ ତହସିଲଦାର ରମେଶଚନ୍ଦ୍ର ଜେନା କୁହନ୍ତି, ପଲିଥିନ ବନ୍ଦ ନେଇ ଆମକୁ କିଛି ଖବର ଦିଆଯାଇ ନାହିଁ କି ଚଢ଼ାଉ ପାଇଁ କାହାକୁ ଦାୟିତ୍ୱ ଦିଆଯାଇଛି ଜାଣି ନ ଥିବା କହିଛନ୍ତି।
କ’ଣ କୁହନ୍ତି ଏମାନେ
ପଲିଥିନ ସହିତ ଲୋକେ ଏପରି ଜଡିତ ହୋଇଗଲେଣି ଯେ ତା’ର କୁପ୍ରଭାବ ଜାଣି ମଧ୍ୟ ବହୁଳ ମାତ୍ରାରେ ବ୍ୟବହାର କରୁଛନ୍ତି। ସରକାର ଏଥିପ୍ରତି ରୋକ ଲଗାଇଲା ପରେ ମଧ୍ୟ ଠିିକ୍‌ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। କିଛି ଘଟଣା ଘଟିଗଲା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥାନ୍ତି। ତେଣୁ ବେଳହୁଁ ସାବଧାନ ହେବା ଦରକାର।
-ପ୍ରହଲ୍ଲାଦ ମହାନ୍ତି, ସ୍ବେଚ୍ଛାସେବୀ
ପଲିଥିନ ଦୈନଦିନ ଜୀବନରେ ବ୍ୟବହର ଯୋଗୁ ମୃତ୍ତିକା, ବାୟୁ ଓ ଜଳକୁ ପ୍ରଦୂଷିତ କଲାଣି। ଏହାର ବ୍ୟବହାର ପ୍ରତି ସରକାରଙ୍କ କାର୍ଯ୍ୟାନୁଷ୍ଠାନର ଉଦାସୀନତା ଓ ଲୋକ ସଚେତନତା ଅଭାବ। ସମାଜରେ କେବେ ପଲିଥିନ ମୁକ୍ତ ହେବ ଏହା ବର୍ତ୍ତମାନ ସରକାରଙ୍କଠାରୁ ଆଶାକରିବା ଆଶାରେ ରହିବା ପରି ଲାଗୁଛି।
-ଦୁର୍ଯ୍ୟୋଧନ ମାଝି,ସାମାଜିକ କର୍ମୀ
ପଲିଥିନ ବ୍ୟବହାରକୁ ରୋକିବା ପାଇଁ କରାଯାଇଥିବା ଆଇନ ସ୍ବାଗତଯୋଗ୍ୟ ପଦକ୍ଷେପ। ଅସମ୍ଭବ ଲାଗୁଥିବା କାର୍ଯ୍ୟଟି ଲୋକଙ୍କ ଦ୍ୱାରା ଗ୍ରହଣ ହେଉଥିବା ବେଳେ ହଠାତ ତାହା କାହିଁକି ଦିଗହରାହେଲେ ତାହା ବୁଝା ପଡୁନାହିଁ। ଏହାକୁ ତ୍ୱାରାନ୍ବିତ କରିବା ପାଇଁ ପୁନଃ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାସହିତ ଜନସଚେତନତା ସୃଷ୍ଟି କରାଗଲେ ସଫଳତା ହାସଲ ଦୂର ନୁହେଁ। ଆସନ୍ତୁ ସମସ୍ତେ ମିଶି ପଲିଥିନ ବ୍ୟବହାରକୁ ବର୍ଜନ କରିବା।
-ଗଣେଶ୍ୱର ନାୟକ, ଶିକ୍ଷକ


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

ବିହାରର ସବୁଠାରୁ ପଢୁଆ ନେତା କିଏ? ଲିଷ୍ଟରେ ନୀତିଶ କୁମାରଙ୍କ ସ୍ଥାନ ଏଇଠି…

ପାଟନା,୧୪।୪: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା ଭାବରେ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri