ସରକାରଙ୍କ ନିର୍ଦ୍ଦେଶକୁ ମାନୁ ନାହାନ୍ତି ଶିଳ୍ପସଂସ୍ଥା: କାମ ହରାଇ ଦୁର୍ଦ୍ଦିନରେ ଶ୍ରମିକ ପରିବାର

ଯାଜପୁର ଅଫିସ,୧ା୪: କରୋନା ସଂକ୍ରମଣ ରୋକିବା ନିମେନ୍ତ ଦେଶ ଲକ୍‌ଡାଉନ୍‌ କରାଯାଇଥିବାରୁ କୌଣସି ଶ୍ରମିକ ଓ କର୍ମଚାରୀଙ୍କୁ କାର୍ଯ୍ୟଚ୍ୟୁତ କିମ୍ବା ମଜୁରିରୁ ବଞ୍ଚିତ ନ କରିବାକୁ ସରକାରୀ ନିର୍ଦ୍ଦେଶ ହୋଇଛି। କିନ୍ତୁ ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା ଏକମାତ୍ର ସରକାରୀ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମ ଲିଃ(ଏନଆଇଏନଏଲ) ଓ ମେସ୍କୋ ଷ୍ଟିଲ କାରଖାନା ସରକାରଙ୍କ ଏହି ନିର୍ଦ୍ଦେଶକୁ ମାନି ନାହାନ୍ତି। ଏନଆଇଏନଏଲ କାରଖାନାର କୋକଓଭେନ ଓ ବାଏ ପ୍ରଡକ୍ଟ ପ୍ଲାଣ୍ଟକୁ ସୋମବାର ବନ୍ଦ କରିବା ସହିତ ୨ ମାସ ଧରି ଦରମା ନ ଦେବା ଯୋଗୁ ପ୍ରାୟ ୧୪୦୦ ଶ୍ରମିକଙ୍କ ଜୀବନଜୀବିକା ବିପନ୍ନ ହୋଇଛି। ଏହାସହ ଏପ୍ରିଲ ୧ ତାରିଖରୁ ଠିକା ଶ୍ରମିକମାନଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି। ସେହିପରି ମେସ୍କୋ କାରଖାନାର କର୍ମଚାରୀମାନେ ଦୁଇ ମାସର ଦରମା ପାଇ ନାହାନ୍ତି। ବିସ୍ଥାପନର ଦୁଃଖ ସାଙ୍ଗକୁ ଶିଳ୍ପ ସଂସ୍ଥାର ଏଭଳି ଅମାନବୀୟ କାର୍ଯ୍ୟ କ୍ଷତିଗ୍ରସ୍ତ ଲୋକଙ୍କୁ ଆନ୍ଦୋଳନମୁଖୀ ତଥା ବିଦ୍ରୋହୀ କରିଛି। ଏନେଇ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ସଭାପତି ରାମଚନ୍ଦ୍ର ଖୁଣ୍ଟିଆ ଉଦ୍‌ବେଗ ପ୍ରକାଶ କରିବା ସହିତ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ନୀଳାଚଳ ମିଳିତ ମଞ୍ଚର ଆବାହକ ରଞ୍ଜନ ନାୟକ କହିଛନ୍ତି, ଏନେଇ ଜିଲାପାଳ, ୫-ଟି ସଚିବ, କରୋନା ଦାୟିତ୍ୱରେ ଥିବା ମୁଖପାତ୍ର ସୁବ୍ରତ ବାଗଚି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରାଯିବ।
ନିଯୁକ୍ତି ଓ ମଜୁରି ପ୍ରଦାନରେ ଟାଳଟୁଳ ନୀତି ସମେତ ଠିକାଶ୍ରମିକ ଉଚ୍ଛେଦ ଆଇନର ଉଲଂଘନ କାରଣରୁ ସମସ୍ତ ପ୍ରକ୍ରିୟା ବିଳମ୍ବିତ ହେଉଛି। ବିଶେଷକରି ସମ୍ପ୍ରତି ଏନଆଇଏନଏଲ ଓ ମେସ୍କୋ ଷ୍ଟିଲ କମ୍ପାନୀରେ ବିସ୍ଥାପିତ ଲୋକେ ବାରମ୍ବାର କମ୍ପାନୀ ଓ ପ୍ରଶାସନିକ କର୍ତ୍ତୃପକ୍ଷଙ୍କ ନିକଟକୁ ଧାଇଁ ଶେଷରେ ଦାବି ହାସଲ କରି ନ ପାରି ହାରି ଯାଇଛନ୍ତି। ଅନ୍ୟପକ୍ଷରେ ଅନେକ ପରିବାର ନ୍ୟାୟ ପାଇବା ଆଶାରେ ନ୍ୟାୟାଳୟର ଦ୍ୱାରସ୍ଥ ହେଉଥିବାବେଳେ ଆଇନ ଅଦାଲତର ଗତାନୁଗତିକ ପଦ୍ଧତିରେ ନ୍ୟାୟ ବିଳମ୍ବିତ ହେଉଛି। ଏପରିସ୍ଥଳେ ଭିଟାମାଟି ଜମି, ଘର, ବୃତ୍ତି ସବୁ କିଛି ହରାଇଥିବା ଲୋକେ ବିଦ୍ରୋହୀ ହେବା ସ୍ବାଭାବିକ। ନବେ ଦଶକରୁ କଳକାରଖାନା ପ୍ରତିଷ୍ଠା ପାଇଁ ଅତି କମ ମୂଲ୍ୟରେ ସରକାରୀ ଓ ସାଧାରଣ ପ୍ରଜାଙ୍କ ଜମି ଇଡ୍‌କୋ ଦ୍ୱାରା ଅଧିଗ୍ରହଣ କରାଯାଇଛି। ଏହାକୁ ନେଇ ନୀଳାଚଳ ବାସଚ୍ୟୁତ କମିଟି ଉ୍‌ଦବେଗ ପ୍ରକାଶ କରିବା ସହିତ ପୂର୍ବରୁ ଏକାଧିକ ବାର ଆନ୍ଦୋଳନ କରିଛି। କିନ୍ତୁ ଫଳ କ’ଣ ମିଳିବ ଶେଷରେ କମ୍ପାନୀ ବନ୍ଦ ହୋଇଛି। ନୀଳାଚଳ ଇସ୍ପାତ ନିଗମ ପାଇଁ ୨୦୫୨.୮୮ ଏକର ସରକାରୀ ଓ ୪୪୭.୧୨ ଏକର ବେସରକାରୀ ଜମି ଅଧିଗ୍ରହଣ ହୋଇଥିଲା। ଜମି ଅଧିଗ୍ରହଣ ବେଳେ ଏକର ପିଛା ୫୨ ହଜାର ଟଙ୍କା ଦିଆଯାଇଥିଲା। ଏହାପରେ ୨୦୦୬-୦୭ ସଂଶୋଧିତ ଆଇନରେ ୪୮ ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଗଲା। ଏହାକୁ ମିଶି ୧ଲକ୍ଷ ଟଙ୍କା ମିଳିଥିଲା। ତେଣୁ ଏକର ପିଛା ଆହୁରି ୪ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ରାଶି ପ୍ରଦାନ କରିବାକୁ ନୀଳାଚଳ ବାସଚ୍ୟୁତ କମିଟି ଦାବି କରି ଆସୁଥିଲା। ଏହାବାଦ ଜମି ହରାଇଥିବା ବିସ୍ଥାପିତଙ୍କୁ ବଂଶାନୁକ୍ରମେ ନିଯୁକ୍ତି, ସରକାରୀ ଜମିକୁ ୨୦ ବର୍ଷରୁ ଉର୍ଦ୍ଧ୍ୱ ଜବରଦଖଲ ହୋଇଥିବା ଜମିକୁ ଭୂ-ଅର୍ଜନ ଆଇନ ୧୮୯୪ରେ ଅନ୍ତର୍ଭୁକ୍ତ କରାଯାଇ ଏକର ପିଛା ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଯୋଗାଇ ଦେବାକୁ ଦାବି ହୋଇଥିଲା। କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ ବିସ୍ଥାପିତ ଓ କ୍ଷତିଗ୍ରସ୍ତ ଲୋକଙ୍କ ସମସ୍ୟା ସମାଧାନ କରିବା ପରିବର୍ତ୍ତେ କାରଖାନାକୁ ଘରୋଇକରଣ କରିବାକୁ ଉଦ୍ୟମ ଆରମ୍ଭ କରିଥିଲା। ଏହାସହ ଗତ ଜାନୁୟାରୀରେ ଏନଆଇଏନଏଲରେ ଥିବା ୬ଟି ଅଂଶିଦାର ପୁଞ୍ଜି ପ୍ରତ୍ୟାହାର କରିବେ ବୋଲି ସୂଚନା ମିଳିଥିଲା। ଏଭଳିସ୍ଥିତିରେ ଏନଆଇଏନଏଲ କାରଖାନାକୁ ବନ୍ଦ କରିବା ଏବଂ ମେସ୍କୋ କାରଖାନାକୁ ଅଚଳ କରିଦେବା ସମ୍ପୂର୍ଣ୍ଣ ଭାବେ ଶ୍ରମିକ ଶୋଷଣ ବୋଲି ଶ୍ରମିକ ନେତା ଖୁଣ୍ଟିଆ ଅଭିଯୋଗ ଆଣିଛନ୍ତି। ଏ ସଂକ୍ରାନ୍ତରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରୁ ଲକଡାଉନ ସମୟରେ ଶ୍ରମିକଙ୍କୁ କାର୍ଯ୍ୟରୁ ଅନ୍ତର କରିବା ଠିକ ନୁହେଁ। ଏନେଇ ଜିଲା ପ୍ରଶାସନ ପକ୍ଷରୁ କମ୍ପାନୀ ମ୍ୟାନେଜମେଣ୍ଟ ସହିତ ଆଲୋଚନା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ୧୦-୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍, ଆରବିଆଇ ଜାରି କଲା….

ନୂଆଦିଲ୍ଲୀ,୧୭।୭: ଦେଶରେ ଖୁବ୍‌ଶୀଘ୍ର ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳନ ହେବାକୁ ଯାଉଛି । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦେଶର ମୁଦ୍ରା ବ୍ୟବସ୍ଥାରେ ଏହି ଗୁରୁତ୍ୱପୂର୍ଣ୍ଣ ଏବଂ ଆଧୁନିକ…

ଦ୍ୱିତୀୟ ଦିନରେ ଶ୍ରୀଜୀଉଙ୍କ ରଥ ଟଣା, ଶରଧାବାଲିରେ ତାଳଧ୍ବଜ ରଥ

ପୁରୀ,୬।୭: ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରୁ ବିଶ୍ୱନିୟନ୍ତାଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୁରୀ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଯାଇଛି। ରଥଯାତ୍ରାର ଦ୍ୱିତୀୟ ଦିନରେ ଭକ୍ତ ଶ୍ରଦ୍ଧାର ସହିତ ରଥ ଟାଣିଛନ୍ତି।…

ଇରାନ ବିରୋଧରେ ଯୁଦ୍ଧରେ ଯୋଗଦେବ ପାକିସ୍ତାନ? ସାଉଦି ଆରବ ଉପରେ ହୁଥିଙ୍କ କ୍ଷେପଣାସ୍ତ୍ର ମାଡ଼ ପରେ ରାଗିଲା ଇସଲାମାବାଦ

ଇସଲାମାବାଦ,୧୭।୭: ଇରାନ ଏବଂ ଆମେରିକା ମଧ୍ୟରେ ଏକ ଚୁକ୍ତି ପାଇଁ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରୁଥିବା ପାକିସ୍ତାନ ଏବେ ନିଜକୁ ଏକ ସଂଘର୍ଷରେ ଫସାଇପାରେ। ୟେମେନର ହୁଥି…

ଜିଲା କୋର୍ଟକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ, କୋର୍ଟ ପରିସର ଖାଲି କରିବାକୁ ନିର୍ଦ୍ଦେଶ, ଖେଳିଗଲା ଆତଙ୍କ

ଝାରସୁଗୁଡ଼ା, ୧୭।୭ (ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲା ଓ ଦୌରା ଜଜ୍‌ଙ୍କ ଅଦାଲତ ପରିସରକୁ ବୋମା ମାଡ଼ କରି ଉଡ଼ାଇ ଦେବା ପାଇଁ ଏକ ସମ୍ବେଦନଶୀଳ…

IIC ବିୟୁଟି ମହାନ୍ତିଙ୍କ ମୃତ୍ୟୁର କିଛି ପ୍ରମାଣ ମିଳିଛି, ଡିସିପି କହିଲେ ମୋବାଇଲରୁ…

କଟକ,୧୭ା୭: ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁ ମାମଲାରେ କଟକ ଡିସିପି ଖିଲାରୀ ଋଷିକେଶ ଆଉ ଏକ ପ୍ରତିକ୍ରିୟା ଦେଇଛନ୍ତି। ଡିସିପି କହିଛନ୍ତି, ଡିଜିଟାଲ ପ୍ରମାଣ…

ବଡ଼ ଖୁଲାସା କଲେ ଆମିର ଖାନ୍‌: 3 idiots ସୋନମ ୱାଙ୍ଗଚୁକଙ୍କ ଉପରେ ଆଧାରିତ ନୁହେଁ, ଜାଣନ୍ତୁ କ’ଣ କହିଲେ…

ମୁମ୍ବାଇ: ଶିକ୍ଷାବିତ୍‌ ତଥା ସମାଜସେବୀ ସୋନମ ୱାଙ୍ଗଚୁକ ୨୦ ଦିନ ହେବ ଦିଲ୍ଲୀର ଯନ୍ତର ମନ୍ତରଠାରେ ଅନଶନରେ ବସିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କ ଓଜନ ମଧ୍ୟ…

ବଡ଼ ରେକର୍ଡ କଲେ ରୋହିତ-କୋହଲି ଯୋଡ଼ି: ୯୪ ବର୍ଷ ଦିନିକିଆ କ୍ରିକେଟ୍‌ ଇତିହାସରେ…

ନୂଆଦିଲ୍ଲୀ,୧୭।୭: ଭାରତୀୟ କ୍ରିକେଟର ଦୁଇ ମହାନ ଖେଳାଳି, ରୋହିତ ଶର୍ମା ଏବଂ ବିରାଟ କୋହଲି, ଅନ୍ତର୍ଜାତୀୟ କ୍ରିକେଟରେ ଏକ ଏପରି ସଫଳତା ହାସଲ କରିଛନ୍ତି ଯାହା ପ୍ରତ୍ୟେକ…

ଅବସର ନେବେ ନାହିଁ ରୋହିତ ଶର୍ମା! ‘ହିଟମ୍ୟାନ’ଙ୍କୁ ନେଇ ଏମିତି କହିଦେଲେ କୋଚ

ନୂଆଦିଲ୍ଲୀ,୧୭।୭: ଦ୍ୱିତୀୟ ଦିନିକିଆରେ ପୁଣି ଥରେ ବିଫଳ ହେବା ପରେ, ତୃତୀୟ ମ୍ୟାଚ ରୋହିତ ଶର୍ମାଙ୍କ ଶେଷ ହୋଇପାରେ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଅନେକ ଗଣମାଧ୍ୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri