ସରକାରଙ୍କ ଖାମଖିଆଲ ନୀତି: ଚିନାବାଦାମ ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ

କଣାସ, ୨୯ା୧୨(ସ୍ବ.ପ୍ର.): ଚାଷୀଙ୍କର ପ୍ରଗତି ପାଇଁ ପଦକ୍ଷେପ ନିଆଯାଉଥିବା ସରକାର କହୁଛନ୍ତି। ମାତ୍ର ରାଜ୍ୟ ସରକାରଙ୍କ ଖାମଖିଆଲ ନୀତି ଯୋଗୁ କଣାସ ବ୍ଲକର ଚାଷୀ ଚିନାବାଦାମ ଚାଷରୁ ମୁହଁ ଫେରାଇ ନେବାକୁ ବସିଲେଣି। ସୂଚନା ଅନୁଯାୟୀ, କଣାସ ବ୍ଲକର ଗଡ଼ସାନପୁଟ, ଗଡ଼ବଡ଼ପୁଟ, ପାଣ୍ଡିଆକେରା, ଦୋକନ୍ଦା, ବଡାସ, ଗଡ଼ବଳଭଦ୍ରପୁର ପଞ୍ଚାୟତର ୨୫ଶହ ହେକ୍ଟର ଜମିରେ ପ୍ରତିବର୍ଷ ଚିନାବାଦାମ ଚାଷ କରାଯାଏ। ତେବେ ପ୍ରଶାସନ ପକ୍ଷରୁ ଠିକ୍‌ ସମୟରେ ଚିନାବାଦାମ ବିହନ ଯୋଗାଇ ଦିଆଯାଉ ନ ଥିବାରୁ ଚାଷୀମାନେ ବାହାର ଜିଲାରୁ ଚଢା ଦରରେ ବିହନ କିଣି ଚାଷ କରିଥାନ୍ତି। ସେହିପରି ଅମଳ ସମୟରେ ମଣ୍ଡି ଖୋଲାଯାଉ ନ ଥିବାରୁ ଚାଷୀମାନେ ହଇରାଣ ହୋଇଥାନ୍ତି। ଠିକ୍‌ ଦରରେ ଚିନାବାଦାମ ବିକି ପାରନ୍ତି ନାହିଁ। ବାହାର ବେପାରୀଙ୍କୁ କମ୍‌ ମୂଲ୍ୟରେ ବିକି କ୍ଷତିଗ୍ରସ୍ତ ହୋଇଥାନ୍ତି। ତେଣୁ ଚାଷୀମାନେ ଧୀରେ ଧୀରେ ଚିନାବାଦାମ ଚାଷରୁ ଦୂରେଇ ଯାଉଛନ୍ତି। ସରକାରୀ ବିହନ ବିକ୍ରୟ ପାଇଁ ପ୍ରଶାସନ ପକ୍ଷରୁ ମନ୍ଦାରବସ୍ତରେ ଧରଣୀସେନ ମଙ୍ଗରାଜ, କଣାସରେ ପଞ୍ଚୁପଦ୍ମା ମହିଳା ସମବାୟ ସମିତି ଓ କୁଞ୍ଜେଶ୍ୱରୀ ସେବା ସମବାୟ ସମିତିକୁ ସ୍ବୀକୃତି ମିଳିଛି। ଚଳିତବର୍ଷ ଧରଣୀସେନ ମଙ୍ଗରାଜ ମାତ୍ର ୩୦ କୁଇଣ୍ଟାଲ ଚିନାବାଦାମ ବିହନ ବିକ୍ରି କରିବା ପାଇଁ ଆଣିଥିଲେ। ପଞ୍ଚୁପଦ୍ମା ମହିଳା ସମବାୟ ସମିତି ଓ କୁଞ୍ଜେଶ୍ୱରୀ ସେବା ସମବାୟ ସମିତି ଚଳିତବର୍ଷ ଚିନାବାଦାମ ବିହନ ଆଣିନାହାନ୍ତି। ଫଳରେ ଅନେକ ଚାଷୀ ବିହନ ପାଇପାରି ନାହାନ୍ତି। ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କୃଷି ବିଭାଗ ପକ୍ଷରୁ କଣାସ ବ୍ଲକରେ ୨୫ଶହ ହେକ୍ଟର ଜମିରେ ଚିନାବାଦାମ ଚାଷ ହେଉଛି। ଗଡସାନପୁଟ ଓ ଗଡବଡପୁଟ ପଞ୍ଚାୟତରେ ୭୫ ହେକ୍ଟର ଲେଖାଏ, ପାଣ୍ଡିଆକେରା ପଞ୍ଚାୟତରେ ୬୨ହେକ୍ଟର ଜମିରେ ଡୋମନ୍‌ ସେକ୍ସନ ଜରିଆରେ ଚିନାବାଦମ ବିହନ ଯୋଗାଇ ଦିଆଯାଇଥିବା ବ୍ଲକ କୃଷି ଅଧିକାରୀ ଜେ. ନଳିନୀ କହିଛନ୍ତି। ଅନ୍ୟପକ୍ଷରେ ରାଜନେତାଙ୍କ ପ୍ରରୋଚନାରେ କୃଷି ବିଭାଗ ପକ୍ଷରୁ ପଞ୍ଚୁପଦ୍ମା ମହିଳା ସମବାୟ ସମିତିକୁ ଚିନାବାଦାମ ବିହନ ଦିଆଯାଉ ନ ଥିବା ଏହି ସମିତିର କର୍ମକର୍ତ୍ତା ଅଭିଯୋଗ କରିଛନ୍ତି। କେତେଜଣ ଚାଷୀ କହିଛନ୍ତି, ନିଗମରୁ କୁଇଣ୍ଟାଲ ପିଛା ୮୨୩୬ ଟଙ୍କାରେ ବିହନ କିଣି ଚାଷୀଙ୍କୁ ବିକିିବା ପରେ ସବ୍‌ସିଡି ବାବଦ ୩ହଜାର ୩୬ ଟଙ୍କା ସରକାରଙ୍କ ଆକାଉଣ୍ଟକୁ ପଠାଇବାକୁ ନିର୍ଦ୍ଦେଶ ରହିଛି। ତେବେ ସବ୍‌ସିଡି ଟଙ୍କା ଆସିବାକୁ ୨-୪ ମାସ ସମୟ ଲାଗୁଛି। ତେଣୁ ସ୍ବୀକୃତିପ୍ରାପ୍ତ ବିକ୍ରେତାମାନେ ନିଗମରୁ ଚିନାବାଦାମ ଆଣୁନାହାନ୍ତି। ପାଣ୍ଡିଆକେରା ଗ୍ରାମପଞ୍ଚାୟତର ପାଣ୍ଡିଆକେରା, ବଗିପଡ଼ା, ଘରଛିଆ, ଗଡ଼ମାଟିଆପଡ଼ା, ନୂଆସାହି, ନାନକେରା, ଗଡ଼ବଡପୁଟ ପଞ୍ଚାୟତର ବୀରକେଶରପୁର, ବାରଦା, ବାଦଲପୁର, ତିଗିରିଆ, ଗଡ଼ସାନପୁଟ ପଞ୍ଚାୟତର ଗଡ଼ସାନପୁଟ, ଛୋଟିଯୋଡ଼ିି, କଣ୍ଟାବଣିଆ, ଦୋକନ୍ଦା ପଞ୍ଚାୟତର ଦୋକନ୍ଦା, ସବଳଙ୍ଗ, ବଡ଼ାସ ପଞ୍ଚାୟତର ବଡାସ, ବୈଦ୍ୟନାଥପାଟଣା, କଖାରୁବସ୍ତ, ଗଡ଼ବଳଭଦ୍ରପୁର ପଞ୍ଚାୟତର ଗଡ଼ବଳଭଦ୍ରପୁର, ଗୌଡ଼ପାଟଣା, ଅଶ୍ୱତ୍ଥପାରି ପ୍ରଭୃତି ଗ୍ରାମର ଶହ ଶହ ଚାଷୀ ଦୈନନ୍ଦିନ କଣାସ କୃଷି କାର୍ଯ୍ୟାଳୟ ଏବଂ ସ୍ବୀକୃତିପ୍ରାପ୍ତ ବିକ୍ରେତାମାନଙ୍କ ପାଖକୁ ଧାଇଁ ଧାଇଁ ନିରାଶ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସରିଲା ଯୁକ୍ତ ୩ ପରୀକ୍ଷା: ଫଳାଫଳକୁ ଅପେକ୍ଷା

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶବିଦ୍ୟାଳୟ ପକ୍ଷରୁ ଗତ ୪ ତାରିଖରୁ ଆରମ୍ଭ ହୋଇଥିବା ଯୁକ୍ତ ୩ କଳା, ବାଣିଜ୍ୟ, ବିଜ୍ଞାନ ପରୀକ୍ଷା ସୋମବାର ସରିଛି। ଖୁବଶୀଘ୍ର ପରୀକ୍ଷା…

ଗତକାଲି ହଠାତ୍‌ ଘରୁ ନିଖୋଜ ହୋଇଯାଇଥିଲେ ୧୦ମ ଶ୍ରେଣୀ ଛାତ୍ରୀ, ଆଜି ଜଙ୍ଗଲରୁ ଉଦ୍ଧାର ହେବା ପରେ…

ଦିଗପହଣ୍ଡି,୧୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁରୁ ୧୦ମ ଶ୍ରେଣୀ ପରୀକ୍ଷା ଦେଇଥିବା ଜଣେ ୧୬ ବର୍ଷୀୟା ଛାତ୍ରୀ ରବିବାର ଘରୁ…

ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ, ଗଛ ଉପରେ ଚଢି ଅଚେତ ହୋଇପଡ଼ିଲେ ହନୁମାନ

ବୁଗୁଡ଼ା,୧୩ା୪(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧୀନ ସଂକୁରୁ ଗ୍ରାମରେ ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ ଘଟିଛି। ରାମାୟଣ ପରିବେଷଣ ବେଳେ ଗଛ ଉପରେ…

କୀର୍ତ୍ତନ ଦାସଙ୍କ ଉପରେ ଭରସା କଲା ଭାଜପା, ଦେଲା ଏହି ଗୁରୁଦାୟିତ୍ୱ: ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଗଞ୍ଜାମ,୧୩।୪(ଅନାଥ ତରାଇ): ଭାରତୀୟ ଜନତା ପାର୍ଟିର ଜଣେ ଦକ୍ଷ ତଥା ନିଷ୍ଠାପର ସଂଗଠକ ଭାବେ ପରିଚିତ କୀର୍ତ୍ତନ ଦାସଙ୍କୁ ଦ୍ୱିତୀୟଥର ପାଇଁ ଗଞ୍ଜାମ ଜିଲା ଭାଜପା ଅନୁସୂଚିତ…

ଭଞ୍ଜନଗର ବ୍ଲକ ଓଷ୍ଟାର ନୂତନ କର୍ମକର୍ତ୍ତା ମନୋନୀତ: ଜାଣନ୍ତୁ ସେମାନେ ସବୁ କିଏ…

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପିଏମଶ୍ରୀ ୟୁ. ବି. ହାଇସ୍କୁଲଠାରେ ବ୍ଲକର ଓଷ୍ଟା ଖବରଦାତା ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଦିଲ୍ଲୀପ କୁମାର…

ଭାଜପା ଏସସି ମୋର୍ଚ୍ଚା ଜିଲା ସଭାପତି ଘୋଷଣା: ଗନ୍ଧମାର୍ଦ୍ଦନ ଉପରେ ପୁଣି ଭରସା କଲା ଭାଜପା

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଭାଜପା ଅନୁସୂଚିତ ଜାତି (ଏସ୍‌ସି) ମୋର୍ଚ୍ଚା ଜିଲା ସଭାପତି ସୋମବାର ଘୋଷଣା ହୋଇଛି। ଏଥିରେ ଭାଜପା ଭଞ୍ଜନଗର ସାଂଗଠନିକ ଜିଲା (ଘୁମୁସର) ଏସସି ମୋର୍ଚ୍ଚା…

ପାରମ୍ପରିକ ଖାଦ୍ୟକୁ ନେଇ ପ୍ରତିଯୋଗିତା: ପ୍ରଥମ ସ୍ଥାନରେ ଆନନ୍ଦମୟୀ….

ଦାରିଙ୍ଗବାଡି, ୧୩ା୪ (ଅରୁଣ ସାହୁ): ଦାରିଙ୍ଗବାଡି ବ୍ଲକ୍‌ କାର୍ଯ୍ୟାଳୟ ପରିସର ମଧ୍ୟରେ ସୋମବାର ଓଡ଼ିଆ ପକ୍ଷ ଅବସରରେ ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ ବିଡ଼ିଓ ପ୍ରୀତିରଞ୍ଜନ…

ମାଲକାନଗିରି କୋର୍ଟର ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ମାଲକାନଗିରି,୧୩ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କୋର୍ଟକୁ ଏକ ଅଜ୍ଞାତ ମେଲ୍‌ରୁ ସୋମବାର ବୋମା ଧମକ ମିଳିଛି। କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ଅଞ୍ଚଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri