ସମୟ ପୂର୍ବରୁ ବନ୍ଦ ହେଉଛି ସ୍କୁଲ: ୬୦ ଶିକ୍ଷକଙ୍କୁ କୈଫିୟତ ତଲବ

ପଟ୍ଟାଙ୍ଗି,୧୮ା୭(ଡି.ଏନ୍‌.ଏ.): ଖରା ଛୁଟି ପରେ ଜୁନ୍‌ ୨୨ ତାରିଖ ରାଜ୍ୟର ସମସ୍ତ ସ୍କୁଲ ଖୋଲିଥିଲା। କିନ୍ତୁ ପାଠପଢ଼ାରେ କମ୍‌ ସମୟ ଦେଇ ଛୁଟି ହେବାର ନିର୍ଦ୍ଧାରିତ ସମୟ ପୂର୍ବରୁ ସ୍କୁଲ ବନ୍ଦ କରିଦେଉଥିଲେ ଶିକ୍ଷୟିତ୍ରୀ ଶିକ୍ଷକ। ସେମାନେ ଘରକୁ ସଅଳ ଫେରିବା ପାଇଁ ରାଜପଥ କଡ଼ରେ ଗାଡ଼ିକୁ ଅପେକ୍ଷା କରି ରହୁଥିବାର ଦୃଶ୍ୟ ପଟ୍ଟାଙ୍ଗି ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ଏବିଇଓ ରଜନୀକାନ୍ତ ବଡ଼ନାୟକଙ୍କ ଦୃଷ୍ଟିକୁ ଆସିଥିଲା। ଏହାପରେ ସମ୍ପୃକ୍ତ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କୈଫିୟତ ତଲବ କରିବା ସହ ସ୍କୁଲ ପରିଦର୍ଶନ କରି ବିନା ଦରଖାସ୍ତରେ ଅନୁପସ୍ଥିତ ରହିଥିବା ଶିକ୍ଷକଙ୍କ ବିରୋଧରେ କଡ଼ା ପଦକ୍ଷେପ ନେଇଛନ୍ତି। ଉପରୋକ୍ତ ତାରିଖ ପରଠାରୁ ବର୍ତ୍ତମାନ ସୁଦ୍ଧା ୧୪ଟି ପଞ୍ଚାୟତ ସ୍ତରରେ ରହିଥିବା ସ୍କୁଲର ୬୦ ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ସେ କୈଫିୟତ ମାଗିସାରିଛନ୍ତି। ବ୍ଲକର କୋଟିଆ, ନୂଆଗାଁ, ଦେଓପଟ୍ଟାଙ୍ଗି, ସମ୍ବାଇ, ପୁକାଲି, ଚନ୍ଦକା ଓ ରାଲେଗଡ଼ା ପଞ୍ଚାୟତର ଅଧିକାଂଶ ସ୍କୁଲରେ ଶିକ୍ଷୟିତ୍ରୀ ଶିକ୍ଷକମାନେ ନିୟମିତ ଆସୁ ନଥିବା ବେଳେ ସମୟ ପୂର୍ବରୁ ସ୍କୁଲ ଛୁଟି କରିଦେଇ ଫେରିଯାଉଥିବା ନିଜ ଗସ୍ତ ସମୟରେ ଏବିଇଓ ଦେଖିବାକୁ ପାଇଥିଲେ। ଅନ୍ୟପକ୍ଷରେ ସିଆରସିସି ଓ ଏବିଇଓଙ୍କ ଉପରେ ଚାପ ପକାଇ ସ୍କୁଲ ଯାଉ ନଥିବା କେତେକ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେବା ପାଇଁ ସେମାନଙ୍କ ପ୍ରଭାବଶାଳୀ ପରିବାର ଧମକ ଦେଉଛନ୍ତି। ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଜରିଆରେ ଚାପ ମଧ୍ୟ ପକାଉଥିବା ଜଣେ ସିଆରସିସି ନାମ ଗୋପନ ରଖି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ପାଇଁ ସାବଧାନ ରୁହନ୍ତୁ ଏହି ଜିଲାବାସୀ, ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ବର,୨୮।୫: ଆଗାମୀ ପାଞ୍ଚ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସାଙ୍ଗକୁ ଝଡ଼ବର୍ଷା ହେବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।…

ଓଲଟିଲା ଲୁଣ ବୋଝେଇ ଇଞ୍ଜିନ ରିକ୍ସା, ଖାଲାସୀ ମୃତ

ଭୋଗରାଇ,୨୮।୫( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା – ବାଲିଆପାଳ ରାସ୍ତା ଜଳଧା ଗ୍ରାମ ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି…

‘VVIPଙ୍କ ଗସ୍ତ ସୂଚନା ଲିକ୍‌ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ୱର,୨୮ା୫: ଭିଭିଆଇପିଙ୍କ ଗସ୍ତ ସୂଚନା ଲିକ୍‌ ନେଇ କଡ଼ା ସତର୍କତା ଜାରି କରିଛନ୍ତି ସରକାର। ସୋସିଆଲ ମିଡିଆରେ ସୁରକ୍ଷା ସୂଚନା ଶେୟାର୍‌ କଲେ ଏଣିକି ହେବ କାର୍ଯ୍ୟାନୁଷ୍ଠାନ।…

ମଣ୍ଡି ଉଦ୍‌ଘାଟନ ପରେ ବି ଉଠୁନି ଚାଷୀଙ୍କ ଧାନ

କର୍ଲାମୁଣ୍ଡା,୨୮ା୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେ ଥିବା ବିଭିନ୍ନ ଧାନମଣ୍ଡି ଉଦଘାଟନ ହେବାର ୭ଦିନ ବିତିଯାଇଥିଲେ ସୁଦ୍ଧା ଚାଷୀଙ୍କ ଧାନ ଉଠିବାରେ ବିଳମ୍ବ…

ନିର୍ମାଣ ପରେ ବି ହସ୍ତାନ୍ତର ହେଉନି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟର ନୂତନ କୋଠା, ଗ୍ରାମବାସୀ କହିଲେ…

ଛତ୍ରପୁର,୨୮ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ତହସିଲ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମରେ ଲୋକଙ୍କୁ ରାଜସ୍ବ ସେବା ଯୋଗାଇଦେବା ଲାଗି ସରକାରୀ ଅର୍ଥ ଖର୍ଚ୍ଚରେ ନିର୍ମାଣ କରାଗଲା ନୂତନ…

ଦେବଗଡରେ ଅଭାବନୀୟ ଘଟଣା, ବିଦ୍ୟୁତ କର୍ମଚାରୀଙ୍କୁ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ

ଦେବଗଡ଼,୨୮।୫(ଶଶାଙ୍କ ଶେଖର ଝାଙ୍କର): ବିଦ୍ୟୁତ କର୍ମଚାରୀଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ। ରିଆମାଳ ଥାନା ଦୁଧିଆନାଳୀ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଯାଇଛି । ସୂଚନା ଅନୁସାରେ,…

ଖବରଦାତା ସମ୍ମିଳନୀ କରି ବିଜେଡି ଉପରେ ବର୍ଷିିଲେ ଦେବାଶିଷ, କହିଲେ ମୁଁ ଅଣନିଶ୍ୱାସୀ ଥିଲି …

ଭୁବନେଶ୍ୱର, ୨୮।୫: ଭାଜପାରେ ମିଶିବା ପରେ ଖବରଦାତା ସମ୍ମିଳନୀ କରି ବିଜେଡି ଉପରେ ପୁଣି ବର୍ଷିଛନ୍ତି ଦେବାଶିଷ ସାମନ୍ତରାୟ। ଦେବାଶିଷ କହିଛନ୍ତି, ମୁଁ ଏବେ ଘରକୁ ଫେରିବା…

ପ୍ରଦ୍ୟୁମ୍ନଙ୍କୁ ମନ୍ତ୍ରୀ ପଦ ଦେବାକୁ ବଢ଼ୁଛି ଅନୁରୋଧ: ଗଞ୍ଜାମରୁ ୨ ଜଣକୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବା ସମ୍ଭାବନା

ଭଞ୍ଜନଗର,୨୮।୫(ବାବୁଲା ପ୍ରଧାନ): ଦୀର୍ଘ ୧୦ ମାସର ନୀରବତା ପରେ ପୁଣି ରାଜ୍ୟ ମନ୍ତ୍ରୀମଣ୍ଡଳରେ ଖାଲିଥିବା ୬ ମନ୍ତ୍ରୀ ପଦବୀ ପୂରଣ ସହ କିଛି ପୁରୁଣା ମନ୍ତ୍ରୀଙ୍କ ପଦବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri