ସମୟ ଗଡୁଛି, ସରୁନି ମାଷ୍ଟର ପ୍ଲାନ : ଅସଜଡ଼ା ଜଗତ୍‌ସିଂହପୁର ସହର

ଜଗତ୍‌ସିଂହପୁର ଅଫିସ,୭ା୮: ଦିନକୁ ଦିନ ଜଗତ୍‌ସିଂହପୁର ସହର ତା’ର କାୟା ବିସ୍ତାର କରିଚାଲିଛି। କିନ୍ତୁ ଏହା ଅସଜଡ଼ା ଭାବେ ସମ୍ପ୍ରସାରିତ ହେଉଥିବାରୁ ସମସ୍ୟା ସୃଷ୍ଟି ହେଉଛି। ଟ୍ରାଫିକଠାରୁ ଆରମ୍ଭ କରି ପରିମଳ ବ୍ୟବସ୍ଥା ପର୍ଯ୍ୟନ୍ତ ସବୁ ବିପର୍ଯ୍ୟସ୍ତ ହୋଇପଡୁଛି। ୨୦୧୭ରୁ ରାଜ୍ୟ ସରକାର ମାଷ୍ଟର ପ୍ଲାନ କରିବା ନେଇ ଟେଣ୍ଡର କରିଥିଲେ ସୁଦ୍ଧା ବିଳମ୍ବରେ ଅର୍ଥାତ୍‌ ୨୦୧୮ରେ ଏହା ଚୂଡାନ୍ତ ହୋଇଛି। ବାଙ୍ଗାଲୋରର ସ୍କାଏ ଗ୍ରୁପ ନାମକ ସଂସ୍ଥାକୁ ଯୋଜନା ପ୍ରସ୍ତୁତି ଦାୟିତ୍ୱ ଦିଆଯାଇଛି। ଏହି ସଂସ୍ଥା ଜଗତ୍‌ସିଂହପୁର ଆଞ୍ଚଳିକ ଉନ୍ନୟନ ଟ୍ରଷ୍ଟ (ଜେଆର୍‌ଆଇଟି) ସହ ରାଜିନାମା ସ୍ବାକ୍ଷର କରିଛି। ରାଜିନାମା ଅନୁଯାୟୀ ସ୍କାଏ ଗ୍ରୁପ ୨୦୧୯ ଜୁଲାଇ ମାସ ଭିତରେ ଯୋଜନା ସାରିବା କଥା। ପରେ ଜେଆର୍‌ଆଇଟି ସ୍କାଏ ଗ୍ରୁପ୍‌ ସହାୟତାରେ ସମସ୍ତ ବିଭାଗ ସହ ବୈଠକ କରି ପରାମର୍ଶ ଲୋଡିବ। ଏପରି କି କର୍ମଶାଳା ତଥା ସେମିନାର କରାଯାଇ ବ୍ୟାପକ ଚର୍ଚ୍ଚା ହେବ। ଜନସାଧାରଣଙ୍କୁ ଅଭିଯୋଗ ଓ ପରାମର୍ଶ ପାଇଁ ସୁଯୋଗ ଦିଆଯିବ। ଏସବୁ ପ୍ରକ୍ରିୟା ପରେ ଚୂଡାନ୍ତ ମାଷ୍ଟର ପ୍ଲାନ ଘୋଷଣା ହେବ। କିନ୍ତୁ ଉକ୍ତ ସଂସ୍ଥା ଧାର୍ଯ୍ୟ ସମୟ ମଧ୍ୟରେ ମାଷ୍ଟର ପ୍ଲାନ୍‌ର ରୂପରେଖ ପ୍ରସ୍ତୁତ କରିପାରିନାହିଁ। ଏଥିପାଇଁ ଜେଆର୍‌ଆଇଟି ପକ୍ଷରୁ କେତେକ ତଥ୍ୟ ଯଥାଶୀଘ୍ର ଦେବାକୁ ଚିଠି ହୋଇଥିବା ଜଣାଯାଏ।
ସୂଚନା ଅନୁଯାୟୀ, ଓଡ଼ିଶା ଟାଉନ ପ୍ଲାନିଂ ନିର୍ଦ୍ଦେଶାଳୟ ଅଧୀନ ଜେଆର୍‌ଆଇଟି ଜଗତ୍‌ସିଂହପୁର ସହରର ଉନ୍ନୟନ ପାଇଁ ରହିଛି। ଧାର୍ଯ୍ୟ ସମୟ ମଧ୍ୟରେ ସ୍କାଏ ଗ୍ରୁପ ପ୍ଲାନ ପ୍ରସ୍ତୁତ କରିପାରି ନ ଥିବାରୁ ନିକଟରେ ଜେଆର୍‌ଆଇଟି ନିର୍ବାହୀ ଅଧିକାରୀ ଏହି ଗ୍ରୁପକୁ ୫ଟି ପ୍ରସଙ୍ଗରେ ଚିଠି କରିଛନ୍ତି। ଏଥିରେ ଉଲ୍ଲେଖ ଅଛି ଯେ, ୨୭ା୫ା୧୯ରେ ଟାଉନ ପ୍ଲାନିଂ ନିର୍ଦ୍ଦେଶକଙ୍କ ଭୁବନେଶ୍ୱରସ୍ଥିତ ଚାମ୍ବରରେ ହୋଇଥିବା ଆଲୋଚନା ଅନୁଯାୟୀ ତଥ୍ୟ ଦିଆଯାଉ। ପ୍ରଥମତଃ ପ୍ଲଟ ଅନୁଯାୟୀ ତାଲିକା ପ୍ରଦାନ କରାଯାଉ। କାରଣ ଓର୍‌ସାକ୍‌ ଦ୍ୱାରା ଜିଆଇଏସ୍‌ ଡାଟା ସଂଶୋଧନ କରିବା ସମ୍ଭବ ହୋଇପାରିବ। ସେହିପରି ରାଜସ୍ବ ବିଭାଗ ସହ ଆଲୋଚନା ଓ କ୍ଷେତ୍ର ପରିଦର୍ଶନ ପରେ ସହରାଞ୍ଚଳରେ ପାର୍କ ପାଇଁ ଚିହ୍ନଟ ହୋଇଥିବା ଉପଯୁକ୍ତ ସ୍ଥାନ ସମ୍ପର୍କରେ ତଥ୍ୟ ଦିଆଯାଉ। ପରିଶ୍ରାଗାର ଓ ଘରର ପ୍ରକାର ସଂକ୍ରାନ୍ତୀୟ ତଥ୍ୟ ଆବଶ୍ୟକ। କାରଣ ଏହା ପୌର ପରିଷଦ ଓ ବ୍ଲକ କାର୍ଯ୍ୟାଳୟ ଦ୍ୱାରା ପୁନଃ ଅନୁଧ୍ୟାନ ହେବ। ଜନଗହଳିପୂର୍ଣ୍ଣ ରାସ୍ତାରେ ଟ୍ରାଫିକ ସମ୍ପର୍କିତ ସର୍ଭେକ୍ଷଣ କରାଯାଇପାରେ। ସିଆର୍‌ଜେଡ୍‌ ମ୍ୟାପ ଚୂଡାନ୍ତ ପୂର୍ବରୁ ବନ ଓ ପରିବେଶ ବିଭାଗର ପରାମର୍ଶ ନିଆଯିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦିଆଗଲେ ବିଭାଗୀୟ କର୍ମଚାରୀମାନେ କ୍ଷେତ୍ରରେ ଆବଶ୍ୟକ ସହଯୋଗ ଯୋଗାଇ ଦେବେ ବୋଲି ଦର୍ଶାଯାଇଛି। ଏସବୁ ସତ୍ତ୍ବେ ସ୍କାଏ ଗ୍ରୁପ କେବେ ତଥ୍ୟ ଦେଉଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ୨୬ା୫ା୧୮ରେ ସ୍କାଏ ଗ୍ରୁପ ମାଷ୍ଟର ପ୍ଲାନ କରିବ ବୋଲି ରାଜିନାମା ହୋଇଥିଲା। ଏହି ଅନୁଯାୟୀ ୨୩ା୭ା୧୯ ଭିତରେ ଏହି ସଂସ୍ଥା ମାଷ୍ଟର ପ୍ଲାନ ସାରିବା କଥା। କିନ୍ତୁ ଉକ୍ତ ସଂସ୍ଥା ସର୍ଭେକ୍ଷଣ ଜାରି ରଖିଥିବା କୁହାଯାଉଛି। ସୂଚନାଯୋଗ୍ୟ, ଜଗତ୍‌ସିଂହପୁର ସହର ସମେତ ଏହି ବ୍ଲକ, ବାଲିକୁଦା, ତିର୍ତ୍ତୋଲ, ରଘୁନାଥପୁର ଓ ବିରିଡ଼ି ବ୍ଲକ ଅଞ୍ଚଳର ୯୩ ରାଜସ୍ବ ମୌଜାର ୧୧୪.୫୩ ବର୍ଗ କିଲୋମିଟର ଅଞ୍ଚଳକୁ ନେଇ ମାଷ୍ଟର ପ୍ଲାନ ପ୍ରସ୍ତୁତ ପାଇଁ ଲକ୍ଷ୍ୟ ରଖାଯାଇଛି। ସେଥିମଧ୍ୟରେ ଜଗତ୍‌ସିଂହପୁର ପୌର ପରିଷଦ ସମେତ ଏହି ବ୍ଲକର ପୁନଙ୍ଗ, ପଳାଶୋଳ, ଯଁକଟି, ଯଶୋବନ୍ତପୁର, ସାଁପୁର, ତରଡ଼ାପଡ଼ା, ଓଡ଼ିଶୋ, ବଳରାମପୁର, ମୁଦୁପୁର, ମଣ୍ଡାସାହି ପଞ୍ଚାୟତକୁ ସାମିଲ କରାଯାଇଛି। ଏଥିରେ ରାସ୍ତା, ଡ୍ରେନ୍‌ ଭିତ୍ତିଭୂମି, ସହରାଞ୍ଚଳର ସ୍ଥିତି ଅନୁଧ୍ୟାନ କରାଯାଇ ସମସ୍ୟା ସମାଧାନର ବାଟ ବାହାର କରାଯିବ। ମୁଖ୍ୟ କଥା ହେଲା ସାଟେଲାଇଟ୍‌ ଚିତ୍ର ଏବଂ ଜିଆଇଏସ୍‌ ପ୍ଲାଟଫର୍ମରେ ରାଜସ୍ବ କାଡାଷ୍ଟ୍ରିଆଲ ମ୍ୟାପ୍‌କୁ ଦେଖି ଜମିର ଉପଯୁକ୍ତ ବିନିଯୋଗ ଉପରେ ଗୁରୁତ୍ୱ ଦିଆଯିବ। ସ୍ଥାନ, ପାଣିପାଗ, ପ୍ଲଟ ଅନୁଯାୟୀ ଜମିର ବ୍ୟବହାର, ପରିବେଷଜନିତ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ, ଜନସଂଖ୍ୟା, ଲିଙ୍ଗ ଅନୁପାତ, ଶିକ୍ଷାହାର ଆଦିକୁ ଅନୁଧ୍ୟାନ କରାଯିବ। ଆର୍ଥିକ ସ୍ଥିତି ଓ ନିଯୁକ୍ତି, ପ୍ରଶାସନ, କୃଷି, ଖଣି, ଖାଦାନ ଆଦିକୁ ଦେଖାଯିବ। କେତେ ସାଧାରଣ ଓ ବସ୍ତି ବାସିନ୍ଦାଙ୍କ ବାସୋପଯୋଗୀ ଘର, ପରିବହନ, ସ୍ବାସ୍ଥ୍ୟ, ଶିକ୍ଷା, ମନୋରଞ୍ଜନ ସୁବିଧା ଅଛି ତାହା ଅନୁଧ୍ୟାନ ହେବ। ଜଳ ଯୋଗାଣ, ବର୍ଷା ଜଳ ବିନିଯୋଗ, ଡ୍ରେନେଜ୍‌, ସ୍ବେରେଜ, ବିଦ୍ୟୁତ ଯୋଗାଣ, ପୋଲିସ, ଅଗ୍ନିଶମ, ଶ୍ମଶାନ, ବର୍ଜ୍ୟବସ୍ତୁ ପରିଚାଳନା, ପର୍ଯ୍ୟଟନ ବିଷୟରେ ଧ୍ୟାନ ଦିଆଯିବ। ବର୍ଜ୍ୟବସ୍ତୁ ପରିଚାଳନା ନେଇ ମାଇକ୍ରୋ ଲେଭଲ ଷ୍ଟଡି କରାଯିବ। କେଉଁ ପ୍ରକଳ୍ପ ବାଧ୍ୟତାମୂଳକ ଓ କେଉଁଟା ଇଛାଧୀନ, କେଉଁଟା ଦୀର୍ଘମିଆଦି ଓ କେଉଁଟା ସାମୟିକ ତାହା ଉପରେ ପ୍ରସ୍ତାବ ରହିବ। କିଛି ବି ଜମି ଯେପରି ଅଦରକାରୀ ନ ରୁହେ ତା ଉପରେ ଗୁରୁତ୍ୱ ଦିଆଯିବ। ଏସବୁକୁ ଦେଖି ଏକ ଉତ୍ତମ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

୭ରୁ ୧୩ ସେପ୍ଟେମ୍ୱର ଯାଏ ଏହି ୪ରାଶିଙ୍କୁ ମିଳିବ ବଡ଼ ଲାଭ; ହୁ ହୁ ହୋଇ ବଢିବ ଇନକମ୍‌, ଘରକୁ ଆସିବ ଖୁସି ଖବର

ସେପ୍ଟେମ୍ୱର ମାସର ଦ୍ୱିତୀୟ ସପ୍ତାହ କିଛି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଖୁସି ଏବଂ ସଫଳତାର ଉପହାର ନେଇ ଆସିଛି। ଏହି ସମୟ ମଧ୍ୟରେ ମନମୁତାବକ ଲାଭ ମିଳିବା…

ମନ୍ତ୍ରୀଙ୍କ ପ୍ରଦର୍ଶନ ଉପରେ ମୋଦିଙ୍କ ନଜର, କ୍ୟାବିନେଟ୍ ଅଦଳବଦଳ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୬ା୯: ମନ୍ତ୍ରୀମାନଙ୍କ କାର୍ଯ୍ୟଧାରା ଓ ବିଭିନ୍ନ ମନ୍ତ୍ରଣାଳୟର ପ୍ରଦର୍ଶନକୁ ନେଇ ସୋମବାର ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଅଧ୍ୟକ୍ଷତା…

ଗାଁରେ ମାଙ୍କଡ଼ ଆତଙ୍କ: ଦୁଇଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ପରେ…

ବଞ୍ଚୋ,୬ା୯(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ମୋଚିନ୍ଦା ଗ୍ରାମରେ ଏକ ବୁଲା ମାଙ୍କଡ଼ର ଉତ୍ପାତକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି। ଗ୍ରାମ…

ପାଳନ ହେବ ଘୁମୁସର ଦିବସ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ…

ଭଞ୍ଜନଗର,୬ା୯(ବାବୁଲା ପ୍ରଧାନ): ଘୁମୁସର ବିକାଶ ପରିଷଦର ଏକ ବୈଠକ ଭଞ୍ଜନଗରଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ପରିଷଦର ବରିଷ୍ଠ କର୍ମକର୍ତ୍ତା ସୋମନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଘୁମୁସର…

TVK ନେତାଙ୍କୁ ବୀଭତ୍ସ ହତ୍ୟା, କାର୍ଯ୍ୟାଳୟକୁ ଯାଉଥିବା ବେଳେ ହାଣିଦେଲେ

ଚେନ୍ନାଇ,୬।୯: ତାମିଲନାଡୁର ଚେନ୍ନାଇରେ ଜଣେ ବ୍ୟକ୍ତିଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ମୃତକଙ୍କ ନାମ କନ୍ନନ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, କନ୍ନନ ନିକଟରେ ଶାସକ…

ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ହେଲେ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ:  ଚାରିଆଡୁ ଛୁଟୁଛି ଶୁଭେତ୍ସାର ସୁଅ 

ଦିଗପହଣ୍ଡି,୬|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିବା ଜଣାପଡିଛି।…

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ…

ବଲାଙ୍ଗୀର,୬ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ରବିବାର ହାଇକୋର୍ଟ ଜ୍ୟୋତିଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବାକୁ…

ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରାସ୍ତାରୁ ଖାଲକୁ ଖସିଲା ଚଳନ୍ତା ବସ୍‌: ୫୦ ଯାତ୍ରୀ…

ଢେଙ୍କାନାଳ, ୬।୯: ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରବିବାର ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ ରାସ୍ତାରୁ ଖାଲକୁ ଖସିପଡ଼ିଥିବା ଜଣାପଡ଼ିଛି। ବସ୍‌ଟି କେନ୍ଦୁଝର ଜିଲାର ତେଲକୋଇରୁ ଭୁବନେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri