ସମ୍ପର୍କକୁ ମଜଭୁତ କରେ ଉପହାର

ସମ୍ପର୍କକୁ ବି ମଜବୁତ କରିଥାଏ ଉପହାର। ତେବେ ଏହି ଉପହାର କିଭଳି ହେବା ଆବଶ୍ୟକ ଜାଣନ୍ତୁ ସେ ସମ୍ପର୍କରେ କିଛି କଥା..
ବନ୍ଧୁଙ୍କୁ ଖୁସିରେ ଦେଖିବାକୁ ଚାହୁଁଥିଲେ, ଏମିତି କିଛି ଉପହାର ଦିଅନ୍ତୁ, ଯାହା ସୃଜନଶୀଳ ହୋଇଥିବ। ପର୍ସନାଲାଇଜ୍‌ଡ କଫି ମଗ୍‌ ହେଉଛି ସେମିତି ଏକ ଉପହାର। ସେଥିରେ ଆପଣ ବନ୍ଧୁଙ୍କ ପାଇଁ କିଛି ବାର୍ତ୍ତା ଦେବା ସହ ପୁରୁଣା ସ୍ମୃତିଭରା ଫଟୋ ଦେଇପାରିବେ। ଏହାକୁ ପାଇ ସେ ନିଶ୍ଚୟ ଖୁସି ହେବେ।

ଆଜିକାଲି ସମସ୍ତଙ୍କ ହାତରେ ମୋବାଇଲ୍‌, ଆଉ ପ୍ରତି ମୁହୂର୍ତ୍ତର ଫଟୋ ବି ଉଠା ଯାଉଛି। ତେଣୁ ସେହି ମଧୁର ମୁହୂର୍ତ୍ତର ଫଟୋକୁ ସାଉଁଟି ବନ୍ଧୁଙ୍କ ପାଇଁ ଏକ ମୋମୋରୀ ବୁକ୍‌ ତିଆରି କରି ଉପହାରସ୍ବରୂପ ଦେଇପାରିବେ। ସେଥିରେ କିଛି ବାର୍ତ୍ତା ବି ଦେଇପାରିବେ। ବଜାରରେ ବି ସୁନ୍ଦର ସୁନ୍ଦର ମୋମୋରୀ ବୁକ୍‌ ମିଳୁଛି, ଯାହାକୁ ଆପଣ ଟ୍ରାଏ କରିପାରିବେ।

ବଜାରରେ ତ ଅନେକ ପ୍ରକାରର କାର୍ଡ ମିଳୁଛି। ହେଲେ ଯଦି ଆପଣ ନିଜ ହାତରେ କାର୍ଡ ତିଆରି କରି ସେଥିରେ ବନ୍ଧୁଙ୍କ ପାଇଁ କିଛି ହୃଦୟସ୍ପର୍ଶୀ ବାର୍ତ୍ତା ଲେଖି ତାଙ୍କୁ ପ୍ରଦାନ କରିବେ, ତେବେ ସେ ନିଶ୍ଚୟ ଖୁସି ହୋଇଯିବେ।

ରିଙ୍ଗସ୍‌, ନେକଲେସ୍‌, ବ୍ରେସଲେଟ୍‌ ଭଳି ଅନେକ ଫ୍ୟାଶନେବଲ୍‌ ଆସେରିଜ୍‌ ବଜାରରେ ଉପଲବ୍ଧ ହେଉଛି। ଏହିଭଳି କିଛି ଖାସ୍‌ ଆସେସରିଜ୍‌ ଆପଣ ନିଜର ଖାସ୍‌ ବନ୍ଧୁଙ୍କୁ ଉପହାର ଦେଇପାରିବେ।

ଯଦି ଆପଣଙ୍କ ବନ୍ଧୁ ଚକୋଲେଟ୍‌ ପ୍ରିୟ, ତେବେ ଏହି ଉପହାର ତାଙ୍କୁ ନିଶ୍ଚୟ ଭଲ ଲାଗିବ। ବିଭିନ୍ନ ପ୍ରକାରର ସ୍ବାଦିଷ୍ଟ ଚକୋଲେଟ୍‌କୁ ଏକ ଗିଫ୍ଟ ହାମ୍ପର ଭାବେ ସଜାଇ ତାଙ୍କୁ ପ୍ରଦାନ କରନ୍ତୁ।

ପ୍ରଗାଢତାକୁ ଦର୍ଶାଏ ହଳଦିଆ ରଙ୍ଗର ଫୁଲ। ଏହି ରଙ୍ଗର ଗୋଲାପ ହେଉକି ଲିଲି ଅବା ଅର୍କିଡ୍‌, ବନ୍ଧୁଙ୍କ ମୁହଁରେ ହସ ଫୁଟାଇବା ପାଇଁ ଯଥେଷ୍ଟ।

ଅବସରରେ କେକ୍‌ କାଟିବା ଏବେ ଏକ ଟ୍ରେଣ୍ଡ ପାଲଟିଗଲାଣି। ତେଣୁ ବନ୍ଧୁଙ୍କୁ ଏକ ସୁସ୍ବାଦୁ ଓ ସୁସଜ୍ଜିତ କେକ୍‌ ଉପହାର ସ୍ବରୂପ ଦେଇପାରିବେ।

କ୍ୱାଲିଟିର ସୁଗନ୍ଧଭରା ପରଫ୍ୟୁମ୍‌ ଉପହାର ଆପଣଙ୍କ ବନ୍ଧୁତାକୁ ଆହୁରି ମହକାଇ ଦେବ। ତେଣୁ ଏହାକୁ ବି ଟ୍ରାଏ କରିପାରିବେ।
ବନ୍ଧୁଙ୍କ ପାଇଁ ଏହାଠୁ ଭଲ ଉପହାର ଆଉ କିଛି ନ ହୋଇପାରେ। ପିଲାଦିନରୁ ଆଜିପର୍ଯ୍ୟନ୍ତ ଥିବା ଫଟୋସବୁକୁ ଏକ କ୍ୟାଲେଣ୍ଡରର ରୂପ ଦେଇ ଉପହାର ଦେଲେ ବନ୍ଧୁ ନିଶ୍ଚୟ ଖୁସି ହେବେ।

ଆଜିପର୍ଯ୍ୟନ୍ତ ସଫ୍ଟ ଟୟ ଧରି ଶୋଇବା ଅଭ୍ୟାସ ଥାଏ ତାଙ୍କୁ କ୍ୟୁଟ୍‌ ସଫ୍ଟ ଟୟ ଉପହାର ଦେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri