Posted inରାଜ୍ୟ

ସମୁଦ୍ରରେ ଚାଲିଛି ଚୋରା ତେଲ ବ୍ୟବସାୟ

ପାରାଦୀପ,୧୮ା୬(ସ୍ବ.ପ୍ର.): ଦୀର୍ଘ ୨ ମାସ ଧରି ଜାରି ହୋଇଥିବା ସାମୁଦ୍ରିକ କଟକଣା ଗତ ୧୪ ତାରିଖ ରାତିରେ ହଟିବା ପରେ ଏବେ ସମୁଦ୍ରରେ ଜୋରଦାର ମାଛଧରା ଚାଲିଛି। ଶତାଧିକ ମାଛଧରା ଟ୍ରଲର ସମୁଦ୍ରରେ ଘୁରି ବୁଲୁଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ସମୁଦ୍ରରେ ଚୋରା ତେଲ ବ୍ୟବସାୟୀମାନେ ମଧ୍ୟ ସକ୍ରିୟ ହୋଇପଡିଛନ୍ତି। ପାରାଦୀପ ମାଛଧରା ବନ୍ଦରରୁ ମତ୍ସ୍ୟଜୀବୀମାନେ ଶତାଧିକ ଟ୍ରଲର ଯୋଗେ ସମୁଦ୍ରକୁ ଯାଇ ମାଛ ଧରୁଛନ୍ତି। ଅନେକ ସମୟରେ ଟ୍ରଲରଗୁଡିକରେ ତେଲ ଅଭାବ ଦେଖାଦେଇଥାଏ। ତେଣୁ ସେଗୁଡିକୁ ଚୋରା ତେଲ ଯୋଗାଇ ବେଶ୍‌ ଲାଭବାନ ହେଉଛନ୍ତି ସମ୍ପୃକ୍ତ ଚୋରା ବ୍ୟବସାୟୀମାନେ। ବଜାର ଦରଠାରୁ ସେମାନେ ଲିଟର ପିଛା ୧୦ରୁ ୧୨ଟଙ୍କା କମ୍‌ରେ ବିକ୍ରି କରୁଛନ୍ତି। ଏଥିଯୋଗୁ ଅଧିକାଂଶ ଟ୍ରଲର ମାଲିକ ସେହି ତେଲକୁ ଅପେକ୍ଷା କରିଥାନ୍ତି। ୪ଟି ଡଙ୍ଗା ମହାନଦୀ ଓ ସମୁଦ୍ର ସୀମାରେ ଏପରି ଚୋରା ତେଲ ବ୍ୟବସାୟ କରୁଛନ୍ତି। କୌତୁହଳର କଥା ହେଲା ଏହି ଚୋରା ତେଲ ସମ୍ପୃକ୍ତ ବ୍ୟବସାୟୀଙ୍କୁ ସମୁଦ୍ରରେ ହିଁ ମିଳିଯାଉଛି। ପଣ୍ୟବାହୀ ଜାହାଜ, ବନ୍ଦରରେ ନିୟୋଜିତ ଅନେକ ଟଗ୍‌ବୋଟ, ଏସ୍‌ପିଏମ୍‌(ସିଙ୍ଗଲ ପଏଣ୍ଟ ମୋରିଂ ସିଷ୍ଟମ)କୁ ଯାତାୟାତ କରୁଥିବା ଘରୋଇ ବୋଟ୍‌ ଓ ପଣ୍ୟ କାରବାରରେ ସମ୍ପୃକ୍ତ ଅନ୍ୟ ବୋଟ୍‌ଗୁଡ଼ିକ ପ୍ରାୟତଃ ତେଲ ଚୋରାରେ ବିକ୍ରି କରିଥାନ୍ତି। ସେହି ତେଲ ଅଧା ମୂଲ୍ୟରେ କିଣି ସମ୍ପୃକ୍ତ ବ୍ୟବସାୟୀମାନେ ମାଛଧରା ଟ୍ରଲରକୁ ବିକ୍ରି କରିଥାନ୍ତି। ଏଥିସହିତ ବନ୍ଦର ସହିତ ସମ୍ପୃକ୍ତ ତୈଳ ପାଇପ୍‌ ଲାଇନ୍‌ରୁ ମଧ୍ୟ ଚୋରା ତେଲ ସଂଗ୍ରହ କରିଥାନ୍ତି। ଗତ ୨ ମାସ ମାଛଧରା ବନ୍ଦ ଥିବାରୁ ଚୋରା ବ୍ୟବସାୟୀମାନେ ନୀରବ ଥିଲେ। ସେମାନେ ଗଚ୍ଛିତ ରଖିଥିବା ତେଲ ଏବେ ପ୍ରଚୁର ମାତ୍ରାରେ ବିକ୍ରି କରି ଚାଲିଛନ୍ତି। ସେହିପରି ଏହି ବେପାରୀମାନେ ମୋବାଇଲ୍‌ ସିମ୍‌ କାର୍ଡ ଓ ସ୍କ୍ରାବ୍‌ ବେପାର ମଧ୍ୟ ଚଳାଇଛନ୍ତି। ପ୍ରକାଶ ଯେ, ସମୁଦ୍ରରେ ଆଙ୍କରେଜ ଏରିଆରେ ପଣ୍ୟବାହୀ ଜାହାଜଗୁଡ଼ିକ ବନ୍ଦରକୁ ପ୍ରବେଶ କରିବା ପାଇଁ ୨ରୁ ୧୦ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିଥାନ୍ତି। ସେତେବେଳେ ଜାହାଜରେ ଥିବା ବିଦେଶୀ ନାବିକମାନେ ପରିବାର ଲୋକଙ୍କ ସହ କଥା ହେବା ପାଇଁ ଭାରତୀୟ ମୋବାଇଲ ସିମ୍‌ ଆବଶ୍ୟକ କରିଥାନ୍ତି। ସେହି ନାବିକମାନଙ୍କୁ ଚୋରା ବ୍ୟବସାୟୀମାନେ ସିମ୍‌ ଦେଇ ତେଲ, ସ୍କ୍ରାବ ଓ ଅବକାରୀ ସାମଗ୍ରୀ ସଂଗ୍ରହ କରିଥାନ୍ତି। ସେହି ତେଲ ଓ ଅନ୍ୟ ସାମଗ୍ରୀକୁ ବିକ୍ରି କରି ବେଶ୍‌ ଲାଭ ପାଇଥାନ୍ତି ବୋଲି ଜଣେ ଚୋରା ବ୍ୟବସାୟୀ କହିଛନ୍ତି। ଏହି ବ୍ୟବସାୟକୁ ରୋକିବା ପାଇଁ ମେରାଇନ ପୋଲିସ, କୋଷ୍ଟଗାର୍ଡ, ନୌସେନା, ସିଆଇଏସ୍‌ଏଫ୍‌ ଭଳି ସଂସ୍ଥା ଥିଲେ ହେଁ ଏହାର କୌଣସି ପ୍ରଭାବ ପଡ଼ୁନାହିଁ। ବେନାମୀ ମୋବାଇଲ ସିମ କାର୍ଡ ବିକିବା ଘଟଣା ଦେଶ ସୁରକ୍ଷା କ୍ଷେତ୍ରରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri