ସମାଜ ଲାଗି ଉଦାହରନ୍‌ ସାଜିଛନ୍‌ ହେମକାନ୍ତି

ବିଜେପୁର, ୧୮।୧୨ (ଡି.ଏନ୍‌.ଏ.)-ଟୁକେଲ୍‌ ଜନମ୍‌ ପର୍‌ଗୋତ୍‌ରି। ଏକା ପୁଓଟା ବୁଢ଼ାକାଲେ ମାଆବାପ୍‌କେ ସାହା ହେବା ବଲି ଆମର ସମାଜରେ ଗୁଟେ ବିଶୁଆସ ରହିଛେ। ହେଲେ ଏହେଦେ ଦୁନିଆଁଥି ଜନମ୍‌କଲା ପୁଓଠାନୁଁ ଥିର୍‌ ପାଏନ୍‌ ଟିକେ ପାଏବାର ଲାଗି ବୁଢ଼ାବୁଢ଼ି ମା’ବାପ୍‌ କେତେ କଲ୍‌ତପ୍‌ ହେଉଥିବାର ଦେଖ୍‌ବାକେ ମିଲୁଛେ। ଏନ୍‌ତା ସମିଆଥି ଅବିହାରି ଟୁକେଲ ହେମକାନ୍ତି ଡନସନା (୩୨) ନିଜର ବୁଢ଼ି ମା’ର ମୁହେଁ ହଁସ ଫୁଟେଇ ସମାଜ ଲାଗି ଉଦାହରନ୍‌ ସାଜିଛନ୍‌।
ସୂଚନା ଅନ୍‌ସାରେ ବରଗଡ଼ ଜିଲା ବିଜେପୁର ବ୍ଳକ ବେନିଆଁଚାଲ ପଁଚେତ୍‌ ସଦର ଗଁାର ବାପ୍‌ ସ୍ବର୍ଗତ ଦେବରାଜ ଡନସନା ଆର ମା’ ପାର୍ବତୀକଁର ଛେଦ୍‌ଲି ଝି’ ହେମକାନ୍ତି ଡନସନା। ଦେବରାଜ ଛୋଟ୍‌ଟେ କୁଚନି ପସରା କରି ୩ଟା ଟୁକେଲକେ ବିହାଚୁରା କରିଥିଲେ। ଦୁଖେସୁଖେ ତାକର ଜୀବନ୍‌ ଡଂଗା ଗଡ଼ି ଯାଉଥିଲା। ଆଏଜ୍‌କେ ୧୩ ବଛର ତଲେ ଦେବରାଜ ବେମାର ପଡ଼ଲାରୁ ତାକର ମୁରତୁ ହେଇଥିଲା। ସେ ଯେନ୍‌ ଦୁଇ ପଏସା ଅଗ୍‌ଲେଇ ସଁଚିଥିଲେ ସେଟା ତାକର କାମ୍‌କାଯ୍‌ଥି ନିପ୍‌ଟିଗଲା। ଏନ୍‌ତାଥି ପରିବାର ଚିନ୍‌ତାରେ ପାର୍ବତୀକୁଁ ଚାର୍‌ହିକୁତି ଅଁଧାର ଦିଶ୍‌ଲା। ମା’ର ବୋଝ୍‌କେ ହାଲକା କରି ତାକର ମୁହେଁ ହଁସ ଫୁଟାବାକେ ହେମ ଅଁଟା ଭିର୍‌ଲେ। ମାଗିଯାଚି ୫ଶହ ଟଁକାଥି ହେମ ବାପ୍‌ କରୁଥିବାର୍‌ କୁଚନି ପସରାକେ ଫେର ମୂଲକଲେ। ଗାଁର ଆସେପାସେ ବସୁଥିବାର ଲାଉମୁଣ୍ଡା, ଆଗଲପୁର, ଇଚ୍ଛାପୁର ହାଟ୍‌କେ ଯାଇ ତୁନ୍‌ଶାଗ୍‌, ଚାହାଚିନି, ସରପ ସାଗୁନ ଘିନ୍‌ଲେ। ଖେଜାବୁଜା କରି କୁଚନି ପସରାରୁ ଯେନ୍‌ ଦୁଇ ପଏସା ପାଏଲେ ସେଥି ମା’ଝି ଦୁଖେକଷ୍‌ଟେ ଦୁଇବେଲା ଦୁଇମୁଠା ଖାଇ ପାରୁଛନ୍‌। ହେମ ମୋର ଝି’ ନୁହେସେ, ମୋର ପୁଓ ଆଏ। ତା’ର ଲାଗି ଏକା ମୁଇଁ ଦୁଇବେଲା ଦୁଇମୁଠା ଖାଇ ପାରୁଛେଁ ବଲି ବୁଢ଼ି ମା’ ପାର୍ବତୀ ଡନସନା କହିଛନ୍‌। ମୋର ବା ମରିଗଲା ଉତାରୁ ମୋର ମା’ କହେଲା ତୁଇ ଖଟିଗଲେ ମତେ କିଏ ପୁଷ୍‌ବାରେ ନୁନି! ତା’ର ଇ କଥା ପଦ୍‌କର ଲାଗି ମୁଇଁ ବିହାଚୁରା ନାଇଁ ହେବାର ନିଷ୍‌ପତି ନେଲି ଆର ବାପ୍‌ କରୁଥିବାର କୁଚ୍‌ନି ପସରାକେ ମୂଲ କଲି। ପସରାଟା ଭଲ ଚଲୁଥିଲା। ହେଲେ ଗଲା ମାସୁ ପଏସା ପତର ଅଭାବୁ ପସରାଟାକେ ବନେ କରି ଚଲେଇ ନାଇଁ ପାରବାର। ଯେନଥିର ଲାଗି ମତେ ପର୍‌ହର କାମ୍‌ବୁତା କରବାକେ ପଡୁଛେ। କିଛି ସରକାରୀ ସାହାଯ୍‌ ମିଲ୍‌ଲେ ମୁଇଁ ମୋର ଗୁଡେ ଠିଆ ହେଇ ପାରତି ବଲି ହେମକାନ୍ତି କହିଛନ୍‌। ଇ ବାବ୍‌ଦେ ଗଁାର କବିରାମ ପ୍ରସାଦ ବାଗ କହିଛନ୍‌ ଯେ, ଆମର ଗାଁର ହେମର କାମ୍‌କେ ସହଁରାବାକେ ପଡ଼ବା। ଟୁକେଲଟେ ହେଲେବି ଭେଁଡିଆ ପିଲାନୁ କମ୍‌ ନୁହେ। ବାପ୍‌ କରିଥିବାର୍‌ କୁଚନି ପସରାକେ ସେ ବଁଚେଇ ରଖିଛେ। ସରକାରୀ ପୋରଛାହନ୍‌ ଦେଲେ ସେ ନିଜର ଗୁଡେ ଠିଆହେଇ ପାରତା। ସେନ୍‌ତା ଇ ବାବ୍‌ଦେ ବିଡିଓ ପଦ୍ମନାଭ ସାମନ୍ତରାୟକୁଁ ପଚ୍‌ରାଲାରୁ ଆପନ୍‌କଁରନୁ ହେମକାନ୍ତିର କଥା ଶୁନି ବଡା ଉଷତ୍‌ ଲାଗଲା। ସେ ନିଜେ ଚାହେଁଲେ ତାହାକୁ ଓଡ଼ିଶା ଜୀବିକା ମିଶନ ଜରିଆରେ ସରକାରୀ ସହାଯ୍‌ ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ଥୁଆମୂଳ ରାମପୁର ବ୍ଲକରେ ମାଟ୍ରିକ ପରୀକ୍ଷା ଆରମ୍ଭ: ଅନୁପସ୍ଥିତ ରହିଲେ୨୯ ପରୀକ୍ଷାର୍ଥୀ…

ଥୁଆମୂଳ ରାମପୁର, ୧୯ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ୬ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାରଠାରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଭରସା କଲେ ନବୀନ: ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ହେଲେ…    

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ରୂପେ ଜିଲା ପରିଷଦ ସଦସ୍ୟ ଅମିନ ପ୍ରଧାନଙ୍କୁ ନିଯୁକ୍ତି ମିଳିଛି।ଜଣେ ଯୁବ ସଙ୍ଗଠକ ଭାବେ…

ନବୀନ ଦେଲେ ବଡ଼ ଦାୟିତ୍ୱ: ତାରକେଶ୍ୱର ବ୍ଲକ, ତାରା ପ୍ରସାଦ ହେଲେ ନଗର ବିଜେଡ଼ି ସଭାପତି

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜେଡ଼ି ସଭାପତି ଭାବେ କେ. ତାରକେଶ୍ୱର ଦୋରାଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଦିଗପହଣ୍ଡି ନଗର ବିଜେଡ଼ି ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri