ସମସ୍ୟାରେ ସିମୁଳିଆ ଉପଡାକ କାର୍ଯ୍ୟାଳୟ :୭ ଦିନ ମଧ୍ୟରେ ପ୍ରତିକାର ପାଇଁ ପ୍ରତିଶ୍ରୁତି

ସିମୁଳିଆ, ୨୨।୬(ଡି.ଏନ.ଏ.)-ସରକାର ଡାକସେବା ଗୁରୁତ୍ୱ ଦେଇ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି ା ତେବେ ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ଷ୍ଟେଶନ ବଜାରରେ ଥିବା ମୁଖ୍ୟ ଉପଡାକଘରେ ବର୍ଷ ବର୍ଷ ଧରି ବିଭିନ୍ନ ସମସ୍ୟା ଲାଗିରହିଛି। ଏହାର ପ୍ରତିବାଦ କରି ସିମୁଳିଆ ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧିମାନେ ବିଭାଗୀୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶୁକ୍ରବାର ଅପରାହ୍ନରେ ଭଦ୍ରକ ମୁଖ୍ୟ ଡାକ କାର୍ଯ୍ୟାଳୟର ସହକାରୀ ସୁପରିଣ୍ଟେଣ୍ଡେଣ୍ଟ ବିଜୟ କୁମାର ମହାନ୍ତି ଓ ଅନ୍ୟାନ୍ୟ ଅଧିକାରୀ ପହଞ୍ଚି ଆସନ୍ତା ୭ଦିନ ମଧ୍ୟରେ ସ୍ଥାୟୀ ପୋଷ୍ଟମାଷ୍ଟର ନିଯୁକ୍ତି ସମେତ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ।
ଭଦ୍ରକ ଜିଲାର ମୁଖ୍ୟ ଡାକଘର ଅଧୀନରେ ସିମୁଳିଆ ଉପଡାକ କାର୍ଯ୍ୟାଳୟ ରହିଛି। ଏହି ଉପଡାକ କାର୍ଯ୍ୟାଳୟ ଅଧୀନରେ ସିମୁଳିଆ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ବିଭିନ୍ନ ୧୦ଟି ଶାଖା ଡାକଘର ରହିଛି ା ତେବେ ପ୍ରତ୍ୟହ ମଧ୍ୟାହ୍ନ ପରେ ଉପଭୋକ୍ତାମାନଙ୍କୁ କୌଣସି ଡାକସେବା ଯୋଗାଇ ଦିଆ ନ ଯିବା ସହିତ ବିଭିନ୍ନ ଏଜେଣ୍ଟଙ୍କ ଦ୍ୱାରା ଏହି ଶାଖା ପରିଚାଳିତ ହେବା, ଡାକ କାର୍ଯ୍ୟାଳୟ ପରିସରରେ ବିଭାଗୀୟ ଅଧିକାରୀଙ୍କ ଫୋନ ନମ୍ବର ନ ରହିବା, କମ୍ପ୍ଲେନ ରେଜିଷ୍ଟର, କମ୍ପ୍ଲେନ ବାକ୍ସ ଆଦି ନ ରହିବା ସମ୍ପର୍କରେ ବର୍ଷ ବର୍ଷ ଧରି ଅଭିଯୋଗ ହୋଇଆସୁଥିଲା ା ତେବେ ଏ ସମ୍ପର୍କରେ ସ୍ଥାନୀୟ ପୋଷ୍ଟ ମାଷ୍ଟର ସେକ ମୀର ଅବଦୁଲଙ୍କୁ ପଚାରିବାରୁ ସେ ଟେମ୍ପରାରି ଡ୍ୟୁଟିରେ ଅଛନ୍ତି ା ତେବେ ତାଙ୍କ ପୂର୍ବରୁ କୌଣସି କମ୍ପ୍ଲେନ ରେଜିଷ୍ଟର ନ ଥିବା କହିବା ସହିତ ଅନ୍ୟ କୌଣସି ସୂଚନା ଦେଇପାରିବେ ନାହିଁ ବୋଲି କହିଥିଲେ। ବିଭିନ୍ନ ସମସ୍ୟା ସମ୍ପର୍କରେ ଗଣମାଧ୍ୟମ ପକ୍ଷରୁ ଉପରିସ୍ଥ ଅଧିକାରୀଙ୍କୁ ଯୋଗାଯୋଗ କରିବା ପରେ ସହକାରୀ ସୁପରିଣ୍ଟେଣ୍ଡେଣ୍ଟ ବିଜୟ କୁମାର ମହାନ୍ତି ଆସନ୍ତା ୭ଦିନ ମଧ୍ୟରେ ବିଭିନ୍ନ ସମସ୍ୟାର ସମାଧାନ କରାଯିବାର ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବକ୍ରେଶ୍ୱର ମନ୍ଦିରରେ ଲୁଟେରାଙ୍କ ଆତଙ୍କ, ତାଲା ଭାଙ୍ଗି ଲୁUdନେଲେ ଅଳଙ୍କାର

ଖଇରା, ୧୫।୧୧ (ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ ଟିପିସଗଡ଼ିଆସ୍ଥିତ ପ୍ରସିଦ୍ଧ ବକ୍ରେଶ୍ୱର ଶୈବପୀଠରୁ ବିଳମ୍ବିତ ରାତିରେ ଚୋରି ହୋଇଥିବା ନେଇ ଖଇରା ଥାନାରେ…

ଟେରାକୋଟା ପ୍ରେମରେ ପୋଲାଣ୍ଡ ମହିଳା: ଶିଖୁଛନ୍ତି ଏହି କଳା

ନୀଳଗିରି,୧୩।୧୧(ପ୍ରଶାନ୍ତ ବିଶ୍ୱାଳ):ଓଡ଼ିଶାର ମାଟି କଳାର ଆକର୍ଷଣ ଟାଣି ଆଣିଛି ବିଦେଶିନୀଙ୍କୁ। ପୋଲାଣ୍ଡ ମହିଳା ମାଗଡାଲେନା କାମିନସ୍କା ଏହି କଳା ଶିକ୍ଷା କରିବାକୁ ଚାଲି ଆସିଛନ୍ତି ବାଲେଶ୍ୱର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?