Posted inଖେଳ

ସମସ୍ୟାରେ ‘ଜନ ଧନ’ ଆକାଉଣ୍ଟଧାରୀ କ୍ରିକେଟର

ନୂଆଦିଲ୍ଲୀ, ୧୮ା୫ (ପି.ଟି.)-‘ଜନ ଧନ’ ଆକାଉଣ୍ଟ ଥିବା ୬ଜଣ ଜୁନିୟର କ୍ରିକେଟର ଏବେ ସମସ୍ୟାରେ ପଡ଼ିଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସେମାନଙ୍କ ଆକାଉଣ୍ଟରେ ପୁରସ୍କାର ରାଶି ଜମା କରିପାରୁନାହିଁ। ‘ଜନ ଧନ’ ଆକାଉଣ୍ଟରେ ସର୍ବାଧିକ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜମା ରଖାଯାଇପାରିବ। ବିସିସିଆଇର ବାର୍ଷିକ ଉତ୍ସବରେ ସମସ୍ତ ବୟସବର୍ଗର କ୍ରିକେଟରଙ୍କୁ ୧.୫ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି। ଜାନୁୟାରୀ ୧୧ ତାରିଖ ପରେ ସିନିୟର ଖେଳାଳିମାନଙ୍କ ଆକାଉଣ୍ଟକୁ ପୁରସ୍କାର ରାଶି ଟ୍ରାନ୍ସଫର ହୋଇଯାଇଛି। ମାତ୍ର ‘ଜନ ଧନ’ ଆକାଉଣ୍ଟଧାରୀ କ୍ରିକେଟରମାନଙ୍କୁ ଆକାଉଣ୍ଟକୁ ପୁରସ୍କାର ରାଶି ଟ୍ରାନ୍ସଫର ହୋଇ ପାରୁ ନାହିଁ। ସୂଚନାଯୋଗ୍ୟ, ଆର୍ଥିକ କ୍ଷେତ୍ରରେ ଦୁର୍ବଳଙ୍କ ପାଇଁ କେନ୍ଦ୍ର ସରକାର ‘ଜନ ଧନ’ ଆକାଉଣ୍ଟ ବ୍ୟବସ୍ଥା କରିଛନ୍ତି। ଏହାକୁ ଜିରୋ ବାଲାନ୍ସ ଆକାଉଣ୍ଟ ବୋଲି କୁହାଯାଉଛି। ଖବର ଅନୁସାରେ ପୁରସ୍କାର ରାଶି ପାଇପାରୁ ନ ଥିବା ଏହି ‘ଜନ ଧନ’ ଆକାଉଣ୍ଟଧାରୀଙ୍କୁ କିପରି ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିବ ସେ ନେଇ ବିସିସିଆଇ ନିଜ ବ୍ୟାଙ୍କ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ସହ ଯୋଗାଯୋଗ କରିଛି। ସମସ୍ୟାର ସମାଧାନ ସୂତ୍ର ବାହାରିଛି। ସମ୍ପୃକ୍ତ ଖେଳାଳିମାନଙ୍କର ଯେଉଁ ବ୍ୟାଙ୍କ୍‌ରେ ‘ଜନ ଧନ’ ଆକାଉଣ୍ଟ ରହିଛି ତାହାକୁ ସେଭିଙ୍ଗ୍ସ ଆକାଉଣ୍ଟରେ ପରିବର୍ତ୍ତନ ଦ୍ୱାରା ଟଙ୍କା ଜମା କରିବାରେ କୌଣସି ସୀମା ରହିବ ନାହିଁ। ଜୁନିୟର କ୍ରିକେଟରଙ୍କ ମ୍ୟାଚ୍‌ ଫି’ ସେତେଟା ଅଧିକ ନୁହେଁ। ୧୬ ବର୍ଷରୁ କମ୍‌ ଖେଳାଳି ମ୍ୟାଚ୍‌ ପିଛା ୧୦,୦୦୦ ଟଙ୍କା( ଦିନ ପିଛା ୨୫୦୦ ଟଙ୍କା) ଏବଂ ୧୯ ବର୍ଷରୁ କମ୍‌ କ୍ରିକେଟ ଖେଳାଳି ୪୦,୦୦୦ (ଦିନ ପିଛା ୧୦,୦୦୦ ଟଙ୍କା) ଟଙ୍କା ପାଇଥାନ୍ତି। ଫଳତଃ ଅନ୍ୟ ସମୟରେ ଏହି ଆକାଉଣ୍ଟକୁ ମ୍ୟାଚ ଫି’ ଟ୍ରାନ୍ସଫର କରିବାରେ କୌଣସି ଅସୁବିଧା ହେଉ ନ ଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri