ସମସ୍ୟା ଘେରରେ ବାଣିଜ୍ୟକର ଅଫିସ: ରାସ୍ତା ନାହିଁ, ହିଡ଼ ଦେଇ ଯିବାକୁ ପଡ଼ୁଛି କାର୍ଯ୍ୟାଳୟ

ଯାଜପୁର ଟାଉନ,୧୪-୧(ଡିଏନଏ): ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ଦୀର୍ଘବର୍ଷ ପୂର୍ବେ ଯାଜପୁର ଟାଉନରେ ବାଣିଜ୍ୟକର ଅଫିସ କାର୍ଯ୍ୟ କରୁଛି। ଏବେ ଏହି କାର୍ଯ୍ୟାଳୟର ନାମ ବାଣିଜ୍ୟକର ଏବଂ ଦ୍ରବ୍ୟସେବା କର(ଜିଏସଟି)ରେ ପରିଣତ ହୋଇଛି। ସରକାରଙ୍କର ଏହି କର ନିର୍ଦ୍ଧାରଣ ସଂସ୍ଥାଟି ପୂର୍ବରୁ ସହରର ମଧ୍ୟବର୍ତ୍ତୀ ସ୍ଥାନ ଗରିଆପୁରଠାରେ ଭଡାଘରେ ଚାଲୁଥିବାବେଳେ ଗତ କିଛିବର୍ଷ ହେଲା ନିଜସ୍ବ ନିର୍ମିତ ଗୃହକୁ ସ୍ଥାନାନ୍ତର ହୋଇଛି। ଭୀମକରପୁର ମୌଜାର କୁସୁମା ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ରହିଥିବା ଉକ୍ତ ଅଫିସରେ କେହି ଅଧିକାରୀ ନାହାନ୍ତି। ଅପରପକ୍ଷରେ ସରକାରଙ୍କ ରାଜସ୍ବ ସଂଗ୍ରହର ମାଧ୍ୟମ ପାଲଟିଥିବା ଏହି କାର୍ଯ୍ୟାଳୟକୁ ଯିବା ପାଇଁ ଖଣ୍ଡିଏ ରାସ୍ତା ନହିଁ। ଜମି ହିଡ଼ରେ ଗୋଟିଏ ଦୁଇଚକିଆ ଯାନରେ ସତର୍କତାର ସହ ଅଫିସକୁ ଯିବାକୁ ପଡିଥାଏ। କୌଣସି ଅଧିକାରୀ ଅଫିସ ପର୍ଯ୍ୟନ୍ତ ଯଦି ଚାରିଚକିଆ ଯାନରେ ଯାଇଥାନ୍ତି ତେବେ କିଛି ଲୋକଙ୍କ ଘରୋଇ ଜମି ଦେଇ ଯାତାୟତ କରିଥାନ୍ତି। ବର୍ଷାଦିନେ ତାହା ମଧ୍ୟ ହୋଇପାରେ ନାହିଁ। ଜିଲା ସଦର ମହକୁମାରେ ଅଫିସ ରହିଥିଲେ ମଧ୍ୟ ଏହା ଉପରେ କାହାର ଦୃଷ୍ଟି ନାହିଁ। ଏଠାରେ ଏକ ମୁଖ୍ୟ ବାଣିଜ୍ୟକର ଅଧିକାରୀଙ୍କ ପଦବୀ ରହିଥିବାବେଳେ ଭଡାଘରେ ଥିବା ସମୟରୁ ଏବଂ ନିଜସ୍ବ ଗୃହରେ ଅଫିସ ଚାଲିବା ପରଠାରୁ କେହି ଜଣେ ସ୍ଥାୟୀ ଅଧିକାରୀ ନାହାନ୍ତି। ଯାଜପୁରରୋଡରେ ଥିବା କାର୍ଯ୍ୟାଳୟର ଅଧିକାରୀ ଆସି ମଝିରେ ମଝିରେ ପହଞ୍ଚତ୍ ଭାରପ୍ରାପ୍ତ ଅଧିକାରୀଙ୍କ ଦାୟିତ୍ୱ ତୁଲାଇଥାନ୍ତି। ଯାଜପୁର ସହର, ସଦର ବ୍ଲକ, ବିଞ୍ଝାରପୁର, ବରୀ ଓ ଦଶରଥପୁର ସମେତ ଆଉ କେତେକ ଅଞ୍ଚଳକୁ ନେଇ ଏହି କାର୍ଯ୍ୟାଳୟଟି ରହିଛି। ମାତ୍ର ଦୀର୍ଘଦିନ ଧରି ଏଠାରେ କେହି ସ୍ଥାୟୀ ଅଧିକାରୀ ନ ରହିବା ଯୋଗୁ ରାଜସ୍ବ ସଂଗ୍ରହ କମ୍‌ ହେବା ସହିତ ଅସାଧୁ ବ୍ୟବସାୟୀମାନେ କୋଟିକୋଟି ଟଙ୍କାର ଟିକସ ଫାଙ୍କି ଚାଲିଛନ୍ତି। ଟିକସ ଲୁଟେରାଙ୍କୁ ଅଧିକାରୀଙ୍କ ଅନୁପସ୍ଥିତି କଙ୍କଡ଼ାକୁ ଗୋଳିଆପାଣି ସଦୃଶ ହୋଇଥିବା ଦେଖାଯାଉଛି। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ଏବଂ ପ୍ରଶାସନର ଅଣଦେଖା ମନୋଭାବ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟର ଏ ପ୍ରକାର ଦୂରାବସ୍ଥା ହୋଇଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ବାଣିଜ୍ୟକର ଅଧିକାରୀଙ୍କ ସହ ଯୋଗାଯୋଗ କରାଯିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବପର ହୋଇପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri