ସମସିଆ ଘେରରେ ମନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଲୟ:ବିପଦ୍‌ ଅବସ୍‌ତାରେ ୩ ପଢ଼ାକୁଠି, ବାରନ୍‌ଡ଼ାରେ ଛାତ୍ରୀଛାତ୍ର

 

ମନମୁଣ୍ଡା, ୨୭।୭ (ଡି.ଏନ୍‌.ଏ)
ବୌଦ୍ଧ ଜିଲା ମନମୁଣ୍ଡା ସରକାରୀ ଉଚ୍ଚ ପ୍ରାଧମିକ ବିଦ୍ୟାଲୟ ଏହେଦେ ୧୩୮ ବଛର୍‌ରେ ପୁହୁଁଚିଛେ। ଦିନ୍‌ ଥିଲା ଇ ସ୍କୁଲର ବହୁତ ନଁା ଥିଲା। ଦୂରିଆ ଗଁାଗଁଡ଼ାରୁ ଛାତ୍ରୀଛାତ୍ର ଇ ସ୍କୁଲକେ ପାଠ୍‌ ପଢ଼ବାର ଲାଗି ଆସୁଥିଲେ। ହେଲେ ଏହେଦେ ସ୍କୁଲଟା ନାନା ସମସିଆ ଘେରରେ ରହିଛେ।
ସୂଚନା ହିସାବେ ସ୍କୁଲଟା ରାଜାଡ଼ି ଅମଲରେ ୧୮୮୧ ସାଲେ ଥାପନା ହେଇଥିଲା। ଅଂଚଲର ଅନେକ ଛାତ୍ରୀଛାତ୍ର ଇ ସ୍କୁଲରେ ପାଠ୍‌ପଢ଼ି ଭଲ ମୁନୁଷ୍‌ ହେଇପାରିଛନ୍‌। ଏହେଦେ ସ୍କୁଲରେ ୮ଟା ଶ୍ରେଣୀରେ ୧୪୪ ଛାତ୍ରୀଛାତ୍ର ପାଠ୍‌ ପଢ଼ୁଛନ୍‌। ଛାତ୍ରୀଛାତ୍ରକର ଲାଗି ୬ଟା ପଢ଼ାକୁଠି ରହିଥିଲାବେଲେ ସେଥ୍‌ରୁ ୩ଟା ପୂରା ଦଦ୍‌ରା ହେଇ ପଡ଼ିଛେ, ବାକି ୩ଟା କୁଠିରେ ପାଠ୍‌ପଢ଼ା ହେଉଛେ। ଯେନ୍‌ ୩ଟା କୁଠିଥି ପିଲା ପାଠ୍‌ ପଢ଼ୁଛନ୍‌ ସେ କୁଠିମାନକର ଛାତୁ ବି ସିମେଟ ଛାଡ଼ି ଲୁହା ଛଡ଼୍‌ ଦିଶୁଛେ। ଅଲପ ବରଷାରେ ଦରୋ ଦରୋ ପାଏନ୍‌ ଗଲୁଥିବାର ଶିକ୍ଷକ ବିଶ୍ୱାମିତ୍ର ଭୋଇ କହିଛନ୍‌। ଜାଗାଠାନ୍‌ ଅଭାବୁ ୮ମ ଶ୍ରେଣୀର ଛାତ୍ରୀଛାତ୍ର ପାସେ ଥିବାର ଆଞ୍ଚଳିକ ସାଧନକେନ୍ଦ୍ର କୁଠିଥି ବସି ପାଠ୍‌ ପଢ଼ୁଥିଲାବେଲେ ବାକି ଛାତ୍ରୀଛାତ୍ର ବାରନ୍‌ଡ଼ାରେ ବସି ପାଠ୍‌ ପଢ଼ୁଛନ୍‌। ସ୍କୁଲର ଇ ଅବସ୍‌ତା ଦେଖି ଅନେକ ଅଭିଭାବକ ନିଜର ଛୁଆପିଲାକର ନଁା ଉନିଅଁା ସ୍କୁଲମାନକେ ଲେଖଉଛନ୍‌। ସୂଚନା ହିସାବେ ସ୍କୁଲଟା ୨ ଏକର ୫୨ ଡେସିମିଲ ଜାଗାରେ ରହିଛେ। ହେଲେ ଦୁଖର କଥା ସ୍କୁଲର ଏତେ ବଡ଼ ଜାଗା ଥିଲେ ବି ପିଲାକର ଖେଲବାର ଲାଗି ଇଁଚେ ମେଲା ଜାଗା ନଁାଇଁନ। ସବୁଆଡ଼େ ଭଂଗା ଦଦ୍‌ରା ପୁରନା ପଢ଼ାକୁଠିମାନ ଲଟାବୁଟା ହେଇ ପଡ଼ି ରହିଛେ। ସ୍କୁଲର ଚାର୍‌ହିକୁତି ଶତାଧିକ୍‌ ପୁରନା ଶାଗୁଆନ ଗଛ ଥିଲା, ହେଲେ ଏହେଦେ ସେଥ୍‌ରୁ ୭୫ ଭାଗ୍‌ ଗଛ୍‌ ନଁାଇଁନ। ସ୍କୁଲରେ ଝନେ ପିଅନ ରହୁଥିଲେ ବି ବାହାରିଆ ଲୋକ୍‌ ପରିସର ଭିତରେ ଗାଡ଼ିମଟର ରଖୁଛନ୍‌। ସେନ୍‌ତା ରାତିରେ ବାହାରିଆ ଲୋକ ସ୍କୁଲ ପରିସରରେ ମଦ୍‌ପାଏନ୍‌ ପିଇବାର ସଂଗେ ଝାଡ଼ାଝପଟ ଯାଇ ପରିବେଶକେ ଅସକଟିଆ କରୁଛନ୍‌। ସ୍କୁଲର ଦକ୍ଷିଣ, ପଶ୍ଚିମ ଆର ପୂର୍ବ ଦିଗେ କେତେ ଜାଗାରେ ବାଡ଼ା ନଁାଇଁନ, ଯେନ୍‌ଥିରଲାଗି ଗାଈଗୋରୁ, ଘୁଷ୍‌ରି ସ୍କୁଲ ପରିସରରେ ହରମେଶା ବୁଲୁଛନ୍‌। ଅଂଚଲର ଇ ପୁରାତନ ଶିକ୍ଷାନୁଷ୍ଠାନର ଉନ୍‌ନତି ଲାଗି ଶିକ୍ଷକ ପଦବୀ ପୂରନ, ଚାର୍‌ହିକୁତି ବାଡ଼ା, ଭଂଗା ଦଦ୍‌ରା କୁଠିମାନକର ଜାଗାରେ ନୂତନକୁଠି ତିଆର, ସ୍କୁଲ ପରିସର ସଫାସୁତର କରି ଛାତ୍ରୀଛାତ୍ରକଁର ଲାଗି ଖେଲପଡ଼ିଆ ତିଆର କରବାକେ ପୁରାତନ ଛାତ୍ର ଗରିବ ଲୋଇ, କୁଶଧ୍ୱଜ ସାହୁ, ପଦ୍ମମୁଖ ସାହୁ, ବଜରଙ୍ଗ ଅଗ୍ରଓ୍ବାଲ, ସରପଁଚ୍‌ ମିନାକ୍ଷୀ ସାହୁ ପରମୁଖ ଦାବି କରିଛନ୍‌। ଇ ବାବ୍‌ଦେ କଣ୍ଟାମାଳ ବିଡିଓ ଦଶରଥ ମେହେରକୁଁ ପଚରାଲରୁ ସ୍କୁଲ ସମସିଆ ବାବ୍‌ଦେ ସରକାରକୁଁ ଜନେଇଁ ଦେଇଛେଁ ଆର ପଞ୍ଚାୟତିରାଜ ବିଭାଗ ସ୍କୁଲରେ ପଢ଼ାକୁଠି ତିଆର କରବାର ଯୋଜନା କରୁଛେ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ରାୟପୁର-ଭାଇଜାଗ୍‌ କରିଡର: ଓଡ଼ିଶା ସମେତ ୩ ରାଜ୍ୟରେ ଆଣିବ ବିକାଶର ଧାରା

ଭୁବନେଶ୍ୱର,୭ା୧୨: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ନିର୍ମାଣାଧୀନ ୬-ଲେନ୍ ବିଶିଷ୍ଟ ରାୟପୁର–ବିଶାଖାପାଟଣା ଅର୍ଥନୈତିକ କରିଡର ଆଗାମୀ ଦିନରେ ଓଡ଼ିଶା ସମେତ ତିନୋଟି...

ବାରବାଟୀ T20: ମ୍ୟାଚ୍ ଦେଖବାକୁ ଆସୁଥିଲେ ଏସବୁ ସ୍ଥାନରେ କରନ୍ତୁ ପାର୍କିଂ

କଟକ,୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ ବାରବାଟୀରେ ଆୟୋଜିତ ହେବାକୁ ଥିବା T20 ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଉଭୟ ଦଳକୁ କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri