ସମସିଆ ଘେରରେ ମନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଲୟ:ବିପଦ୍‌ ଅବସ୍‌ତାରେ ୩ ପଢ଼ାକୁଠି, ବାରନ୍‌ଡ଼ାରେ ଛାତ୍ରୀଛାତ୍ର

 

ମନମୁଣ୍ଡା, ୨୭।୭ (ଡି.ଏନ୍‌.ଏ)
ବୌଦ୍ଧ ଜିଲା ମନମୁଣ୍ଡା ସରକାରୀ ଉଚ୍ଚ ପ୍ରାଧମିକ ବିଦ୍ୟାଲୟ ଏହେଦେ ୧୩୮ ବଛର୍‌ରେ ପୁହୁଁଚିଛେ। ଦିନ୍‌ ଥିଲା ଇ ସ୍କୁଲର ବହୁତ ନଁା ଥିଲା। ଦୂରିଆ ଗଁାଗଁଡ଼ାରୁ ଛାତ୍ରୀଛାତ୍ର ଇ ସ୍କୁଲକେ ପାଠ୍‌ ପଢ଼ବାର ଲାଗି ଆସୁଥିଲେ। ହେଲେ ଏହେଦେ ସ୍କୁଲଟା ନାନା ସମସିଆ ଘେରରେ ରହିଛେ।
ସୂଚନା ହିସାବେ ସ୍କୁଲଟା ରାଜାଡ଼ି ଅମଲରେ ୧୮୮୧ ସାଲେ ଥାପନା ହେଇଥିଲା। ଅଂଚଲର ଅନେକ ଛାତ୍ରୀଛାତ୍ର ଇ ସ୍କୁଲରେ ପାଠ୍‌ପଢ଼ି ଭଲ ମୁନୁଷ୍‌ ହେଇପାରିଛନ୍‌। ଏହେଦେ ସ୍କୁଲରେ ୮ଟା ଶ୍ରେଣୀରେ ୧୪୪ ଛାତ୍ରୀଛାତ୍ର ପାଠ୍‌ ପଢ଼ୁଛନ୍‌। ଛାତ୍ରୀଛାତ୍ରକର ଲାଗି ୬ଟା ପଢ଼ାକୁଠି ରହିଥିଲାବେଲେ ସେଥ୍‌ରୁ ୩ଟା ପୂରା ଦଦ୍‌ରା ହେଇ ପଡ଼ିଛେ, ବାକି ୩ଟା କୁଠିରେ ପାଠ୍‌ପଢ଼ା ହେଉଛେ। ଯେନ୍‌ ୩ଟା କୁଠିଥି ପିଲା ପାଠ୍‌ ପଢ଼ୁଛନ୍‌ ସେ କୁଠିମାନକର ଛାତୁ ବି ସିମେଟ ଛାଡ଼ି ଲୁହା ଛଡ଼୍‌ ଦିଶୁଛେ। ଅଲପ ବରଷାରେ ଦରୋ ଦରୋ ପାଏନ୍‌ ଗଲୁଥିବାର ଶିକ୍ଷକ ବିଶ୍ୱାମିତ୍ର ଭୋଇ କହିଛନ୍‌। ଜାଗାଠାନ୍‌ ଅଭାବୁ ୮ମ ଶ୍ରେଣୀର ଛାତ୍ରୀଛାତ୍ର ପାସେ ଥିବାର ଆଞ୍ଚଳିକ ସାଧନକେନ୍ଦ୍ର କୁଠିଥି ବସି ପାଠ୍‌ ପଢ଼ୁଥିଲାବେଲେ ବାକି ଛାତ୍ରୀଛାତ୍ର ବାରନ୍‌ଡ଼ାରେ ବସି ପାଠ୍‌ ପଢ଼ୁଛନ୍‌। ସ୍କୁଲର ଇ ଅବସ୍‌ତା ଦେଖି ଅନେକ ଅଭିଭାବକ ନିଜର ଛୁଆପିଲାକର ନଁା ଉନିଅଁା ସ୍କୁଲମାନକେ ଲେଖଉଛନ୍‌। ସୂଚନା ହିସାବେ ସ୍କୁଲଟା ୨ ଏକର ୫୨ ଡେସିମିଲ ଜାଗାରେ ରହିଛେ। ହେଲେ ଦୁଖର କଥା ସ୍କୁଲର ଏତେ ବଡ଼ ଜାଗା ଥିଲେ ବି ପିଲାକର ଖେଲବାର ଲାଗି ଇଁଚେ ମେଲା ଜାଗା ନଁାଇଁନ। ସବୁଆଡ଼େ ଭଂଗା ଦଦ୍‌ରା ପୁରନା ପଢ଼ାକୁଠିମାନ ଲଟାବୁଟା ହେଇ ପଡ଼ି ରହିଛେ। ସ୍କୁଲର ଚାର୍‌ହିକୁତି ଶତାଧିକ୍‌ ପୁରନା ଶାଗୁଆନ ଗଛ ଥିଲା, ହେଲେ ଏହେଦେ ସେଥ୍‌ରୁ ୭୫ ଭାଗ୍‌ ଗଛ୍‌ ନଁାଇଁନ। ସ୍କୁଲରେ ଝନେ ପିଅନ ରହୁଥିଲେ ବି ବାହାରିଆ ଲୋକ୍‌ ପରିସର ଭିତରେ ଗାଡ଼ିମଟର ରଖୁଛନ୍‌। ସେନ୍‌ତା ରାତିରେ ବାହାରିଆ ଲୋକ ସ୍କୁଲ ପରିସରରେ ମଦ୍‌ପାଏନ୍‌ ପିଇବାର ସଂଗେ ଝାଡ଼ାଝପଟ ଯାଇ ପରିବେଶକେ ଅସକଟିଆ କରୁଛନ୍‌। ସ୍କୁଲର ଦକ୍ଷିଣ, ପଶ୍ଚିମ ଆର ପୂର୍ବ ଦିଗେ କେତେ ଜାଗାରେ ବାଡ଼ା ନଁାଇଁନ, ଯେନ୍‌ଥିରଲାଗି ଗାଈଗୋରୁ, ଘୁଷ୍‌ରି ସ୍କୁଲ ପରିସରରେ ହରମେଶା ବୁଲୁଛନ୍‌। ଅଂଚଲର ଇ ପୁରାତନ ଶିକ୍ଷାନୁଷ୍ଠାନର ଉନ୍‌ନତି ଲାଗି ଶିକ୍ଷକ ପଦବୀ ପୂରନ, ଚାର୍‌ହିକୁତି ବାଡ଼ା, ଭଂଗା ଦଦ୍‌ରା କୁଠିମାନକର ଜାଗାରେ ନୂତନକୁଠି ତିଆର, ସ୍କୁଲ ପରିସର ସଫାସୁତର କରି ଛାତ୍ରୀଛାତ୍ରକଁର ଲାଗି ଖେଲପଡ଼ିଆ ତିଆର କରବାକେ ପୁରାତନ ଛାତ୍ର ଗରିବ ଲୋଇ, କୁଶଧ୍ୱଜ ସାହୁ, ପଦ୍ମମୁଖ ସାହୁ, ବଜରଙ୍ଗ ଅଗ୍ରଓ୍ବାଲ, ସରପଁଚ୍‌ ମିନାକ୍ଷୀ ସାହୁ ପରମୁଖ ଦାବି କରିଛନ୍‌। ଇ ବାବ୍‌ଦେ କଣ୍ଟାମାଳ ବିଡିଓ ଦଶରଥ ମେହେରକୁଁ ପଚରାଲରୁ ସ୍କୁଲ ସମସିଆ ବାବ୍‌ଦେ ସରକାରକୁଁ ଜନେଇଁ ଦେଇଛେଁ ଆର ପଞ୍ଚାୟତିରାଜ ବିଭାଗ ସ୍କୁଲରେ ପଢ଼ାକୁଠି ତିଆର କରବାର ଯୋଜନା କରୁଛେ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri