ସମସିଆ ଘେରରେ ଆଖିଦାଦର ପିୟୁପିଏସ୍‌: ସ୍କୁଲରେ ଶିକ୍ଷକ ମର୍‌ଡ଼ିକେ ପଢ଼ାକୁଠି ଅଭାବ୍‌

ବିନିକା, ୨୪।୧ (ଡି.ଏନ୍‌.ଏ.)-
ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଆଖିଦାଦର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଲୟ ଆଏଜ୍‌କେ ୮ ବଛର ହେଲା ଅବେବସ୍‌ତା ଘେରରେ ରହିଛେ। ସ୍କୁଲ ସମସିଆର ସମାଧାନ ଲାଗି ପ୍ରଧାନଶିକ୍ଷକ ବ୍ରଜ ବିହାରୀ ପଣ୍ଡା ବିଇଓକଁରନୁ ଡିଇଓ ତକ୍‌ ଜନେଇଛନ୍‌। ହେଲେ ଆଏଜ୍‌ତକ ବିଭାଗ ତରଫୁ କେହେନ୍‌ସି ପରକାର ପଦକ୍ଷେପ ନାଇଁ ନିଆଯାଇଥିବାର ସେ କହିଛନ୍‌।
ସୂଚନା ଅନ୍‌ସାରେ ଆଖିଦାଦର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଲୟରେ ୧ମରୁ ୮ମ ଶ୍ରେଣୀ ତକ୍‌ ୮୯ ଝନ୍‌ ଛାତ୍ରୀଛାତ୍ର ପାଠ୍‌ ପଢ଼ୁଛନ୍‌। ଛାତ୍ରୀଛାତ୍ରକଁର ଭିତ୍‌ରୁ ୯୦ ପରତିଶତ ଆଦିବାସୀ ସମାଜର। ହେଲେ ଇ ସ୍କୁଲରେ ଶିକ୍ଷକ ଅଭାବ ରହିଥିଲାବେଲେ ଛାତ୍ରୀଛାତ୍ରକର ଲାଗି ପଢ଼ାକୁଠିର ବି ବଡ଼ଭାରି ଅଭାବ ରହିଛେ। ଏନ୍‌ତାଥି ପିଲାକର ପାଠ୍‌ପଢ଼ା ଖେଲଢ଼େପ ହେଉଥିବାର ଗଁାବାସୀ ଆର ଅଭିଭାବକମାନେ ଅଭିଯୋଗ କରିଛନ୍‌। ଏହେଦେ ସ୍କୁଲରେ ୬ ଝନ୍‌ ସହକାରୀ ଶିକ୍ଷକ ଜାଗାରେ ୩ ଝନ୍‌ ରହିଛନ୍‌। ସେନ୍‌ତା ଶିକ୍ଷକ ଅଭାବୁ ସ୍କୁଲର ପ୍ରଧାନଶିକ୍ଷକ ଛାତ୍ରୀଛାତ୍ରକୁଁ ୯ ବିଷେରେ ପାଠ୍‌ ପଢ଼ଉଥିବାର ଜନାଯାଇଛେ। ସ୍କୁଲରେ ୮ଟା ଶ୍ରେଣୀର ଛାତ୍ରୀଛାତ୍ର ପାଠ୍‌ପଢ଼ବାର ଲାଗି ୪ଟା ନ କୁଠି ରହିଛେ। ପରଥମ, ଦୁତୀଅ, ତୁରତୀଅ ଶ୍ରେଣୀର ୩୫ ଛାତ୍ରୀଛାତ୍ର ଗୁଟେ କୁଠିଥି, ୪ର୍ଥ ଆର ୫ମ ଶ୍ରେଣୀର ମୋଟ ୨୩ ଛାତ୍ରୀଛାତ୍ର ଗୁଟେ କୁଠିଥି। ସେନ୍‌ତା ୬ଷ୍ଠ, ୭ମ ଆର ୮ମ ଶ୍ରେଣୀର ୩୧ ଝନ୍‌ ଛାତ୍ରୀଛାତ୍ର ଗୁଟେ କୁଠିଥି ବସି ପାଠ୍‌ ପଢ଼ୁଛନ୍‌। ଆରଗୁଟେ କୁଠିଥି ଅଫିସ୍‌ କାଯ୍‌ ଚାଲିଛେ। ସ୍କୁଲରେ କୁଠି ଅଭାବୁ ପଢ଼ାକୁଠିମାନକେ ବି ଜିନିଷପାତି, ପିଲାକର ବେଲାର ରଁଧାଖଁଦା ସାମାନ ଚାଉଲ, ଡାଲି ରଖାଯାଉଛେ। ଇଆଡ଼େ ବାଡ଼ା ଅଭାବୁ ସ୍କୁଲ୍‌ର ଚାର୍‌ହିକୁତି ମେଲା ପଡ଼ିଛେ। ଏନ୍‌ତାଥି ସ୍କୁଲ ଛୁଟି ହେଲେ ପରିସର ଅସାମାଜିକ ଲୁକ୍‌କର ପାଏନ୍‌ଘାଟ୍‌ ପାଲଟୁଛେ। ୨୦୧୨-୧୩ ସାଲେ ୬୦ ହଜାର ଟଁକା ଅନୁଦାନରେ ସ୍କୁଲରେ ଗୁଟେ ରଁଧାଘର ତିଆରି ହେଇଥିଲା। ହେଲେ ହଲ୍‌କା କାମ୍‌ ଲାଗି ଏହେଦେ ରଁଧା ଘରର କଁାଥି ଫାଟି ଅଁା କରି ବିପଦ୍‌ ଅବସ୍‌ତାରେ ରହିଛେ। ସେନ୍‌ତା ରଁଧାଘରଟା ଏତେ ଛୁଟିଆ ଯେ, ସେଠାନେ ସାମାନ ରଖ୍‌ବାର ତ ଦୂରର କଥା ରଁଧାବଢ଼ା କରବାକେ ବି ସୁବିଧା ନାଇଁ ହେବାର। ଏନ୍‌ତାଥି ସ୍କୁଲ ବାରନ୍‌ଡାରେ ପିଲାକର ଲାଗି ରଁଧାବଢ଼ା ହେଉଛେ। ହେଲେ ବରଷା ଦିନେ ବାରନ୍‌ଡାରେ ରଁଧାବଢ଼ାରେ ବଡ଼ଭାରି ଅସ୍‌ବିଧା ହେଉଛେ। ଇଥିରଲାଗି ସ୍କୁଲର ରଁାଧେନ୍‌ ରାଜେଶ୍ୱରୀ ବାଘ ନିଜର ଘରେ ରଁଧାବଢ଼ା କରି ଭାତତୁନ୍‌ ସ୍କୁଲକେ ଦୁହାରୁଥିବାର କହିଛନ୍‌। ଜିଲାପାଳ ଇ ସ୍କୁଲ ଉପରେ ଦୁରୁଷ୍‌ଟି ଦେଇ ସମସିଆର ସମାଧାନ କରବାକେ ଆଖିଦାଦର ଗଁାବାସୀ ଦାବି କରିଛନ୍‌। ଇ ବାବ୍‌ଦେ ମତାମତ ଲାଗି ଡିଇଓ ପୁଷ୍ପା ମିଞ୍ଜକଁର ମୋବାଇଲ ନମ୍ବର ୭୯୭୮୪୩୦୦୪୩ ଆର ବିନିକା ବିଇଓ ଶଶୀଭୂଷଣ ସେଠୀକୁଁ ତାକର ମୋବାଇଲ ନମ୍ବର ୯୯୩୭୮୮୨୦୪୬ରେ ବାରବାର ଯୋଗାଯୋଗ କରାଯାଇଥିଲେ ବି ମତାମତ ନାଇଁ ମିଲିପାରି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri