Posted inରାଜ୍ୟ

ସମଗ୍ର ଶିକ୍ଷା ସମୀକ୍ଷା ବୈଠକ

ଅନୁଗୋଳ ଅଫିସ, ୧୧।୬

ଅନୁଗୋଳ ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ସମଗ୍ର ଶିକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାରେ ୬୦ଟି ଛୋଟ ବିଦ୍ୟାଳୟକୁ ୫୬ଟି ବଡ଼ ବିଦ୍ୟାଳୟରେ ମିଶ୍ରଣ ପାଇଁ ସରକାରଙ୍କ ପ୍ରସ୍ତାବର ସମୀକ୍ଷା କରାଯାଇଥିଲା। ଗ୍ରୀଷ୍ମ ଛୁଟି ଶେଷ ହେବାପରେ ଏହି କାର୍ଯ୍ୟକୁ ପ୍ରାଥମିକତା ଭିତ୍ତିରେ ଶେଷ କରିବାକୁ ଜିଲାପାଳ କହିଥିଲେ। ସେହିପରି ୧୦ରୁ କମ୍‌ ଛାତ୍ରୀଛାତ୍ର ଥିବା ଜିଲାର ୬୪ଟି ବିଦ୍ୟାଳୟକୁ ବନ୍ଦ କରିବା ପାଇଁ ସରକାର ଦେଇଥିବା ନିର୍ଦ୍ଦେଶକୁ ସମୀକ୍ଷା କରି ସବିଶେଷ ବିବରଣୀ ଉପସ୍ଥାପନ କରିବାକୁ ଗୋଷ୍ଠୀ ଶିକ୍ଷା ଅଧିକାରୀମାନଙ୍କୁ ଜିଲାପାଳ ମହାନ୍ତି ନିର୍ଦ୍ଦେଶ ଦେଇଥିଲେ। ଶିକ୍ଷଣ ପ୍ରଗତି କାର୍ଯ୍ୟକ୍ରମ ପୁସ୍ତିକା ବଣ୍ଟନ କରିବାକୁ ବୈଠକରେ କୁହାଯାଇଥିଲା। ସେହିପରି ବିଦ୍ୟାଳୟରେ ଥିବା ଶୌଚାଳୟ ଗୁଡ଼ିକ ବ୍ୟବହାର ପାଇଁ ପଦକ୍ଷେପ ଗ୍ରହଣ କରିବା ସହ ପ୍ରତି ବିଦ୍ୟାଳୟରେ ସ୍ଥାୟୀ ବିଦ୍ୟୁତ୍‌ ସଂଯୋଗ, ଛାତ୍ରୀଛାତ୍ରମାନଙ୍କ ତଥ୍ୟ ସମ୍ବଳିତ ସୂଚନାର ନବୀକରଣ କାର୍ଯ୍ୟକ୍ରମଗୁଡ଼ିକର ପ୍ରଗତି କେତେ ଦୂର ହୋଇଛି ତାହାର ସମୀକ୍ଷା କରିବାକୁ ମଧ୍ୟ ବୈଠକରେ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଗତ ମାସରେ ରାଜ୍ୟରେ ଅନୁଗୋଳ ଜିଲା ସାଥ୍‌ କାର୍ଯ୍ୟକ୍ରମରେ ନବମ ସ୍ଥାନରେ ରହିଥିଲା। ଜିଲାର ସ୍ଥିତିରେ ଉନ୍ନତି ଆଣିବା ମନୋଭାବ ନେଇ କାର୍ଯ୍ୟକରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ଜିଲାପାଳ ଅଧ୍ୟକ୍ଷତା କରିଥିବାବେଳେ ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ, ଜିଲା ଗ୍ରାମ୍ୟ ଉନ୍ନୟନ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତିରାୟ, ଜିଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା, ଜିଲା ପ୍ରକଳ୍ପ ସଂଯୋଜକ ନିରଞ୍ଜନ ସାହୁଙ୍କ ସହ ୮ଟି ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ, ସମଗ୍ର ଶିକ୍ଷା କାର୍ଯ୍ୟକ୍ରମର ସଂଯୋଜକ ସମୂହ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଭର ବ୍ରିଜ୍‌ ତଳୁ ମିଳିଲା ଲାଇନ୍‌ମ୍ୟାନଙ୍କ ମୃତଦେହ, ସ୍କୁଟରରେ ବସିଥିବା ଅବସ୍ଥାରେ…

କେନ୍ଦୁଝର,୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବିଦ୍ୟୁତ୍‌ ବିଭାଗ (ଟାଟା ପାଓ୍ବାର)ରେ କାର୍ଯ୍ୟ କରୁଥିବା ଲାଇନ୍‌ମ୍ୟାନ୍‌ଙ୍କ ମୃତଦେହ ଆଜି କେନ୍ଦୁଝର ଟାଉନ, ସାମଲ ଅଟୋ ଓଭର ବ୍ରିଜ୍‌ ନିକଟରୁ…

ଭୁବନେଶ୍ୱରରେ ଅମିତ ଶାହା, ସ୍ବାଗତ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୬ା୩: ଭୁବନେଶ୍ୱର ବିମାନବନ୍ଦରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଆସି ପହଞ୍ଚିଛନ୍ତି। ଶାହା ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ଏଠାରେ…

ହୀରାଖଣ୍ଡ ଏକ୍ସପ୍ରେସରୁ ମିଳିଲା ଯୁବକଙ୍କ ମୃତଦେହ, ଟ୍ରେନରେ ହୃଦଘାତ…..

କୋରାପୁଟ,୬।୩(ଅମିତାଭ ବେହେରା): ଭୁବେନେଶ୍ୱରରୁ କୋରାପୁଟ ଆସୁଥିବା ହୀରାଖଣ୍ଡ ଏକ୍ସପ୍ରେସରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । କୋରାପୁଟ ରେଲୱେ ପୋଲିସ କୋରାପୁଟ ଷ୍ଟେସନ ଠାରେ ହୀରାଖଣ୍ଡ…

ରାସ୍ତା କଡ଼ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ମାରି ଫିଙ୍ଗି ଦେଇଥିବା…..

ରାଉରକେଲା,୬।୩(ସଂଗୀତା ଜେନା): ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ସମିଲ ୟୁପି ସ୍କୁଲ ଛକ ନିକଟରେ ପଡ଼ି ରହିଛି ଯୁବତୀଙ୍କ ମୃତଦେହ । ଶୁକ୍ରବାର ସକାଳ ୬ଟାରେ ଜଣେ…

ଅଫିସିଆଲ ଘୋଡ଼ା ବେପାର: ରାଜ୍ୟ ସଭା ନିର୍ବାଚନରେ ବିଧାୟକ କିଣାବିକା ସୁନିଶ୍ଚିତ

ଭୁବନେଶ୍ୱର, ୬।୩(ସୁନିତ୍‌ ମିଶ୍ର):ଓଡ଼ିଶାର ୪ ରାଜ୍ୟ ସଭା ଆସନ ଲାଗି ଗୁରୁବାର ନାମାଙ୍କନ ଦାଖଲର ଶେଷ ଦିନ ଥିଲା। ଶେଷ ଦିନରେ ମୋଟ୍‌ ୫ ଜଣ ପ୍ରାର୍ଥୀ…

ଘରେ ପଶିଗଲା ୧୮ ଚକିଆ ଟ୍ରକ୍, ଶୋଇଥିବା ସମୟରେ ଜଣଙ୍କର ମୃତ୍ୟୁ

ଢେଙ୍କାନାଳ,୬।୩(ରତନ ନାୟାର): ଢେଙ୍କାନାଳ ଜିଲା ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି କରମୂଳ ହାତିବାରି ଗ୍ରାମ ରେ ଭୟଙ୍କର ଦୁର୍ଘଟଣା । ଗୁରୁବାର ବିଳମ୍ବିତ ରାତିରେ ଏକ ୧୮…

ଛାଡ଼ପତ୍ର ଦେଲା କିଏ: ରାଜଧାନୀରେ ଆଲୋଚନା ହେଉଛି, କାହାର ପୂରିଲା ବେଳକାଳ

ଭୁବନେଶ୍ୱର,୬।୩(ସୁନିତ୍‌ ମିଶ୍ର):୨୦୧୪ ମସିହାରେ ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାଜପା ସମର୍ଥିତ ଏନ୍‌ଡିଏ ସରକାର ଆସିଥିଲା। ଏହା ପରଠାରୁ ୨୦୨୪ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଅନେକ…

ଭୋଜି ଖାଇ ଫେରୁଥିବା ବେଳେ କଲଭର୍ଟ ତଳକୁ ଖସିଲା ବାଇକ୍, ୨……

ନନ୍ଦପୁର,୬।୩(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ବ୍ଲକରେ ସଡ଼କ ଦୁର୍ଘଟଣା । କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ ବୁଧବାର ସାପ୍ତାହିକ ହାଟର ମୋଡରେ ପୂର୍ତ୍ତବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri