ଛାଡ଼ପତ୍ର ଦେଲା କିଏ: ରାଜଧାନୀରେ ଆଲୋଚନା ହେଉଛି, କାହାର ପୂରିଲା ବେଳକାଳ

ଭୁବନେଶ୍ୱର,୬।୩(ସୁନିତ୍‌ ମିଶ୍ର):୨୦୧୪ ମସିହାରେ ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାଜପା ସମର୍ଥିତ ଏନ୍‌ଡିଏ ସରକାର ଆସିଥିଲା। ଏହା ପରଠାରୁ ୨୦୨୪ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଅନେକ ନିଷ୍ପତ୍ତିରେ ତତ୍କାଳୀନ ବିଜେଡି ସରକାର ଉପରେପଡ଼ି ଖୋଲାଖୋଲି ସମର୍ଥନ ଦେଇଆସୁଥିଲା। ଏପରିକି ବିଜେଡି ସରକାରର ସମର୍ଥନରେ ବର୍ତ୍ତମାନର କେନ୍ଦ୍ର ରେଳମନ୍ତ୍ରୀ ଥିବା ଅଶ୍ୱିନୀ ବୈଷ୍ଣବ ୨ ଥର ରାଜ୍ୟ ସଭାକୁ ନିର୍ବାଚିତ ହୋଇ ଯାଇଛନ୍ତି। ବିଜେଡି ଓ ଭାଜପା ମଧ୍ୟରେ ରହୁଥିବା ଏଭଳି ସହମତିକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ରାଜନୀତିରେ ବହୁ ଚର୍ଚ୍ଚା ହେଉଥିଲା। ମାତ୍ର ୨୦୦୦ ମସିହା ପରଠାରୁ କେବେହେଲେ କଂଗ୍ରେସକୁ କୌଣସି ପ୍ରସଙ୍ଗରେ ରାଜ୍ୟରେ ବିଜେଡି ସମର୍ଥନ କରିବାର ଦୃଶ୍ୟ ଦେଖିବାକୁ ମିଳୁ ନ ଥିଲା। ମାତ୍ର ମାର୍ଚ୍ଚ ୧୬ରେ ଓଡ଼ିଶାରେ ହେବାକୁ ଥିବା ୪ ରାଜ୍ୟ ସଭା ଆସନର ନିର୍ବାଚନରେ ବିଜେଡି ଏବଂ କଂଗ୍ରେସ ଏକାଠି ହୋଇଛନ୍ତି। ଏହାପରେ ରାଜ୍ୟ ରାଜନୀତିରେ ଏକ ଚର୍ଚ୍ଚା ଆରମ୍ଭ ହୋଇଛି, ବିଜେଡି ସଭାପତି ନବୀନ ପଟ୍ଟନାୟକ ଭାଜପା ସହିତ ରହିବାକୁ ଚାହିଁଲେନି ନା ଶାସକ ଦଳ ତାଙ୍କୁ ଛାଡ଼ପତ୍ର ଦେଲା। ବିଜେଡି ଏବଂ କଂଗ୍ରେସ କେଉଁ ପରିସ୍ଥିତିରେ ଏକାଠି ହେଲେ, ତାହା ମଧ୍ୟ ଅନେକଙ୍କ ମନରେ ସନ୍ଦେହ ରହିଛି। କେତେକ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ରାଜ୍ୟ ସଭା ନିର୍ବାଚନ ଲାଗି ଭାଜପା କେନ୍ଦ୍ରୀୟ ନେତା ନବୀନଙ୍କ ସହିତ ଆଲୋଚନା କରିବାକୁ ଚାହିଁନାହାନ୍ତି। ବାଟ ନ ପାଇ କୁଆଡେ ନବୀନ ୪ର୍ଥ ଆସନ ଲାଗି କଂଗ୍ରେସ ଏବଂ ସିପିଆଇ(ଏମ୍‌) ସହିତ ମିଳିତ ପ୍ରାର୍ଥୀ ଦେଇଛନ୍ତି। ୪ର୍ଥ ଆସନ ଲାଗି ସଂଖ୍ୟା ନ ଥାଇ ମଧ୍ୟ ଶାସକ ଦଳର ପରାଜିତ ବିଧାୟକ ପ୍ରାର୍ଥୀ ଦିଲୀପ ରାୟଙ୍କୁ ଭାଜପା ବିଧିବଦ୍ଧ ସମର୍ଥନ ଦେଇ ସ୍ବାଧୀନ ଠିଆ କରାଇଛି। ଏଥିରୁ ବୁଝିବାକୁ ହେବ, ଭାଜପା କେବଳ ନବୀନଙ୍କୁ ଛାଡି ନାହିଁ ବରଂ ବିଜେଡି ଓ କଂଗ୍ରେସକୁ ସିଧାସଳଖ ଚ୍ୟାଲେଞ୍ଜ କରିଛି।
ଜଣେ ବରିଷ୍ଠ ନେତା ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ପ୍ରଥମେ ୪ ରାଜ୍ୟ ସଭା ଆସନ ଲାଗି ଦଳର କୋର୍‌ କମିଟି ବୈଠକରେ ସବୁକିଛି ଆଲୋଚନା ହୋଇଥିଲା। ସେହି ସମୟରେ ରାଜ୍ୟର କେତେଜଣ ଭାଜପା ନେତା ନବୀନଙ୍କୁ ସାଙ୍ଗରେ ନେଇ ୪ର୍ଥ ଆସନରେ ପ୍ରାର୍ଥୀ ଦେବାକୁ ପ୍ରସ୍ତାବ ରଖିଥିଲେ। ହେଲେ କେନ୍ଦ୍ର ନେତୃତ୍ୱଙ୍କ ପାଖରେ ଏହି କଥା ପହଞ୍ଚିବା ପରେ ଆଜିର ରାଜନୀତିରେ ନବୀନଙ୍କ କୌଣସି ପ୍ରୟୋଜନ ନାହିଁ ବୋଲି ରାଜ୍ୟ ଭାଜପା ନେତୃତ୍ୱଙ୍କୁ ସ୍ପଷ୍ଟ ଜଣାଇ ଦେଇଥିଲେ। କେନ୍ଦ୍ର ନେତୃତ୍ୱଙ୍କ ପକ୍ଷରୁ ପ୍ରଥମେ କୁହାଯାଇଥିଲା, ଯେତିକି ଆସନ ଜିତିବାକୁ ହେଉଛି ସେହି ଅନୁଯାୟୀ ପ୍ରାର୍ଥୀ ଦିଆଯାଉ। ପରବର୍ତ୍ତୀ ସମୟରେ ବଳକା ଭୋଟ୍‌କୁ ନେଇ ଦିଲ୍ଲୀପଙ୍କୁ ସମର୍ଥନ ଦେବା ପାଇଁ ରାଜ୍ୟ ଭାଜପା ନେତୃତ୍ୱ ନିଷ୍ପତ୍ତି ନେଲେ। କେନ୍ଦ୍ର ନେତୃତ୍ୱଙ୍କ କହିବା କଥା ଆମକୁ ନବୀନଙ୍କ ସହିତ ଯାଇ କିଛି ଲାଭ ନାହିଁ। ବିଜେଡି ଯାହାକୁ ପ୍ରାର୍ଥୀ କରୁଛି କରୁ। ସୁଜିତ୍‌ କୁମାରଙ୍କୁ ପ୍ରାର୍ଥୀ କରି ରାଜ୍ୟର ବିଜେଡି ନେତାମାନଙ୍କୁ ପରୋକ୍ଷରେ ଜଣାଗଲା, ଯିଏ ସେହି ଦଳ ଛାଡି ଭାଜପାରେ ମିଶିବେ ସେମାନଙ୍କ ପାଇଁ ଏଠାରେ ସୁଯୋଗ ରହିଛି। ପରବର୍ତ୍ତୀ ସମୟରେ ଯଦି ବିଜେଡି ରାଜ୍ୟ ସଭା ସଦସ୍ୟମାନଙ୍କ ମଧ୍ୟରୁ କେହି ଭାଜପାରେ ଯୋଗ ଦିଅନ୍ତି, ତେବେ ସେମାନଙ୍କୁ ଉପନିର୍ବାଚନ କରି ମମତା ମହନ୍ତ ଏବଂ ସୁଜିତ କୁମାରଙ୍କ ଭଳି ସଂଖ୍ୟା ବଳରେ ସୁଯୋଗ ଦିଆଯାଇପାରିବ। ତେଣୁ ବିଜେଡି ସହିତ ରହି ଏହା କରିବା ଏତେଟା ସହଜ ହେବନାହିଁ। ଯେଉଁଥିଲାଗି ନବୀନଙ୍କ ସହିତ ରହିବାକୁ କେନ୍ଦ୍ର ଭାଜପା ଚାହିଁ ନ ଥିବା ସେ କହିଛନ୍ତି।
ନବୀନ ଯେତେବେଳେ କମନ୍‌ ପ୍ରାର୍ଥୀ ଭାବେ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ନାମ ଘୋଷଣା କଲେ, ଏହାପରେ ତାଙ୍କ ଦଳର ତୃଣମୂଳସ୍ତରର କର୍ମୀମାନେ ଖୁସି ହୋଇଯାଇଥିବା ବିରୋଧୀ ଦଳର ବହୁ ବିଧାୟକ ଯୁକ୍ତି ରଖୁଛନ୍ତି। ସେମାନଙ୍କ କହିବା କଥା, ରାଜ୍ୟରେ ବିଜେଡି ଏବଂ ଭାଜପା ଗୋଟିଏ ବୋଲି ଯେଉଁ ଖବର ତଳସ୍ତର ପର୍ଯ୍ୟନ୍ତ ଚାଲିଯିବା କାରଣରୁ କର୍ମୀ ମହଲରେ ଅସନ୍ତୋଷ ବଢ଼ିଥିଲା। ଶାସକ ଦଳ ସହିତ ଯିବା ପରିବର୍ତ୍ତେ କଂଗ୍ରେସ ସହ ମିଶି କମନ୍‌ ପ୍ରାର୍ଥୀ ଦେବାପରେ କର୍ମୀଙ୍କ ପାଖକୁ ଗୋଟିଏ ବାର୍ତ୍ତା ଗଲା ଭାଜପା ଆଉ ବିଜେଡି ଭିତିରି ବୁଝାମଣାର ଅନ୍ତ ଘଟିଲା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ତଦନ୍ତ ଫାଇଲ ଗାଏବ୍‌ ମାମଲା, ସିବିଆଇ ତଦନ୍ତ ଦାବି କଲେ ପୁଅ-ବୋହୂ

ଭୁବନେଶ୍ୱର,୪।୯(ତ୍ରିନାଥ ମହାନ୍ତି): ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକୁ ୧୮ ବର୍ଷ ପୂରିଛି। ଶୁକ୍ରବାର ସାରା ରାଜ୍ୟରେ ବଳିଦାନ ଦିବସ ପାଳନ କରାଯାଇ ସ୍ବାମିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। କିନ୍ତୁ…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଓଡ଼ିଶା ପାଇଁ ଗୌରବ: ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ବରଗଡ଼ର ଆଶୀର୍ବାଦ ମହାପାତ୍ର

ବରଗଡ଼, ୪।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ…

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

ଗାଡ଼ିଚାଳକଙ୍କୁ ଗୋଲାପ ଦେଇ ସୁରକ୍ଷିତ ଯାତ୍ରାର ବାର୍ତ୍ତା ଦେଲା ପୁରୁଷୋତ୍ତମପୁର  ପୋଲିସ

ପୁରୁଷୋତ୍ତମପୁର, ୪।୮ (ସବିତା ମିଶ୍ର): ଗଞ୍ଜାମ ଜିଲ ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ଶୁକ୍ରବାର ସଡ଼କ ଦୁର୍ଘଟଣାଜନିତ ଶୂନ୍ୟ ମୃତାହତ ଲକ୍ଷ୍ୟରେ ସଚେତନତା ସପ୍ତାହ ପାଳିତ ହୋଇଯାଇଛି। ଆଇଆଇସି…

ମାଛଚାଷରେ ମାଇକ୍ରୋଆଲଗେ ବ୍ୟବହାର, ବାଣିଜ୍ୟ ସମ୍ଭାବନାକୁ ନେଇ…

ଭଞ୍ଜନଗର,୪ା୯(ବାବୁଲା ପ୍ରଧାନ): ମାଛଚାଷରେ ମାଇକ୍ରୋଆଲଗେର ବ୍ୟବହାର ଓ ଏହାର ବାଣିଜି୍ୟକ ସମ୍ଭାବନାକୁ ନେଇ ଭଞ୍ଜନଗର ନିକଟସ୍ଥ ଦୁବ ଫିସ ଫାର୍ମରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri