Posted inଫୁରସତ

ସବୁଠୁ ବଡ଼ ମାନବ କ୍ରିସ୍‌ମାସ୍‌ ଟ୍ରି

ପାଖେଇ ଆସିଲାଣି କ୍ରିସ୍‌ମାସ୍‌। ପ୍ରଭୁ ଯିଶୁଙ୍କ ଜନ୍ମଦିବସକୁ ଧୁମ୍‌ଧାମ୍‌ରେ ପାଳନ କରିବା ପାଇଁ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକେ ଏବେ ବେଶ୍‌ ତତ୍ପର। କିଏ ଘର ସଜାଉଛନ୍ତି ତ କିଏ ଦିନଟିକୁ ଆନନ୍ଦରେ କଟାଇବା ପାଇଁ କରୁଛନ୍ତି ନାନାଦି ଯୋଜନା। ହେଲେ କ୍ରିସ୍‌ମାସ୍‌ ଟ୍ରି ବିନା କ୍ରିସ୍‌ମାସ୍‌ ପାଳନ ଯେମିତି ଅଧୁରା। ତେଣୁ ଘରେ ଘରେ ଏହିଦିନେ ଶୋଭାପାଏ ସୁସଜ୍ଜିତ କ୍ରିସ୍‌ମାସ୍‌ ଟ୍ରି। ତେବେ ଜାଣନ୍ତି କି ୨୦୧୫, କେରଳର ଚେଙ୍ଗାନୁରରେ ମିଶନ୍‌ ଚେଙ୍ଗାନୁର ଓ ଶୋଭନା ଜର୍ଜଙ୍କ ଦ୍ୱାରା ଆୟୋଜିତ ହୋଇଥିଲା ଏକ କାର୍ଯ୍ୟକ୍ରମ। ଉକ୍ତ କାର୍ଯ୍ୟକ୍ରମରେ ପୃଥିବୀର ସବୁଠାରୁ ବଡ ମାନବ କ୍ରିସ୍‌ମାସ୍‌ ଟ୍ରି ତିଆରି କରାଯାଇଥିଲା। ଏଥିରେ ୪୦୩୦ ଜଣ ଅଂଶଗ୍ରହଣ କରିଥିଲେ। ଆଉ ତନ୍ମଧ୍ୟରେ ଅଧିକାଂଶ ଥିଲେ ଚେଙ୍ଗାନୁର ଗାଁ ସ୍କୁଲର ପିଲା। ସବୁଜ, ହଳଦିଆ, ଲାଲ ଓ ବାଦାମୀ ରଙ୍ଗର ପୋଷାକ ପିନ୍ଧି କ୍ରିସ୍‌ମାସ୍‌ ଟ୍ରି ଆକାରରେ ଠିଆ ହୋଇ ଏହାକୁ ତିଆରି କରାଯାଇଥିଲା। ଆଉ ଦୂରରୁ ଦେଖିଲେ ତାହା ଲାଗୁଥିଲା ସତସତିକା କ୍ରିସ୍‌ମାସ୍‌ ଟ୍ରି ପରି।


Enter your email to get our daily news in your inbox.

All Right Reserved By Dharitri.Com

୭-୮% ଦୁନିଆ ଶେଷ! ୨୦୨୬କୁ ନେଇ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଚର୍ଚ୍ଚାରେ, ଆଉ କ’ଣ ହେବା ବାକି?

ନୂଆଦିଲ୍ଲୀ,୨୮।୮: ନେପାଳରେ ଭୟଙ୍କର ବନ୍ୟା ସହ ବିଶ୍ୱର ବିଭିନ୍ନ ସ୍ଥାନରେ ଲଗାତାର ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବା ବେଳେ ପୁଣିଥରେ ଚର୍ଚ୍ଚାକୁ ଆସିଛି ବୁଲଗେରିଆର ଅନ୍ଧ ଭବିଷ୍ୟବକ୍ତା ବାବା…

ସର୍ବୋଚ୍ଚ ସ୍ତରରେ ସମୁଦ୍ରର ଉଷ୍ମତା

ପୃଥିବୀ ଏବେ ଏକ ବଡ଼ ଜଳବାୟୁ ସଙ୍କଟ ଦେଇ ଗତି କରୁଛି। ୟୁରୋପୀୟ ଜଳବାୟୁ ସଂସ୍ଥା ‘କୋପରନିକସ’ର ସୂଚନା ଅନୁଯାୟୀ, ସମୁଦ୍ରଗୁଡ଼ିକର ତାପମାତ୍ରା ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri