ସବୁଠି ଧାନର ଅଭାବୀ ବିକ୍ରି: ଏଯାବତ୍‌ ଖୋଲୁ ନାହିଁ ସରକାରୀ ଧାନମଣ୍ଡି

ରୂପ୍‌ସା,୯।୧୨(ଡି.ଏନ.ଏ.) – ବାଲେଶ୍ୱର ଜିଲା ସଦର ଓ ବସ୍ତା ବ୍ଲକରେ ଧାନର ଅଭାବୀ ବିକ୍ରି ଦେଖାଦେଇଛି। ଏଯାବତ୍‌ ସରକାରୀ ଧାନ ମଣ୍ଡି ଖୋଲି ନ ଥିବାରୁ ଚାଷୀମାନେ ଗୁଜୁୁରାଣ ମେଣ୍ଟାଇବାକୁ ବେପାରୀଙ୍କୁ କମ୍‌ ଦରରେ ଧାନ ବିିକି କ୍ଷତି ସହୁଛନ୍ତି। ସରକାରୀ ଦର ଧାନ କୁଇଣ୍ଟାଲ ପିଛା୧୮୧୫ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ସ୍ଥାନୀୟ ବେପାରୀ ଓ ଦଲାଲମାନେ ୧୧୫୦ରୁ ୧୨ଶହ ଟଙ୍କା ଦେଇ ଚାଷୀଙ୍କଠାରୁ ଧାନ କିଣି ନେଉଛନ୍ତି। ଯୋଗାଣ ବିଭାଗ, ମିଲର ଓ କୋ-ଅପରେଟିଭ ସଂସ୍ଥା ମଧ୍ୟରେ ସମନ୍ବୟ ଅଭାବରୁ ଧାନକିଣା ବିଳମ୍ବିତ ହେଉଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି।
ସଦର ବ୍ଲକର କସିପଦା, ହଳଦୀପଦା, ଛାନୁଆ, ଶ୍ରୀରାମପୁର, କଷାଫଳ, ସାର୍ଥା, ନଗ୍ରମ ସମେତ ବସ୍ତା ବ୍ଲକର ରାଉତପଡ଼ା, ମଥାନୀ, ପାଉଁଶକୁଲି ପ୍ରଭୃତି କୃଷି ସେବା ସମବାୟ ସମିତିରେ ଧାନମଣ୍ଡି ଖୋଲାଯିବା କାର୍ଯ୍ୟକ୍ରମ ରହିଛି। ଚାଷୀମାନେ ଧାନ ଅମଳ କରି ମଣ୍ଡି ଖୋଲିବାକୁ ଅପେକ୍ଷା କରି ବସିଛନ୍ତି। ‘ବୁଲ୍‌ବୁଲ୍‌’ ବାତ୍ୟା ଓ ବର୍ଷାରେ ଫସଲ ନଷ୍ଟ ହୋଇଥିବାରୁ ଫସଲ କ୍ଷତିଗ୍ରସ୍ତ ହୋଇଥିଲା। ଧାରକରଜ ଓ ଋଣ କରି ଚାଷୀ କରିଥିବା ଚାଷରୁ ଯାହା କିଛି ଅମଳ କରିଥିଲେ, ଏବେ ତାହାର ଅଭାବୀ ବିକ୍ରି ସେମାନଙ୍କୁ ଚିନ୍ତାରେ ପକାଇଛି। ମଣ୍ଡି ଖୋଲିବା ବିଳମ୍ବିତ ହେବାରୁ ବେପାରୀମାନେ ଏହି ସୁଯୋଗରେ ଫାଇଦା ଉଠାଇ କମ୍‌ ଦରରେ ଧାନ କିଣି ବାହାରକୁ ଚାଲାଣ କରୁଥିବା ଦେଖାଯାଉଛି। ରସଲପୁର ଚାଷୀ ତପନ କୁମାର ପ୍ର୍ରଧାନ କହିଛନ୍ତି, ପ୍ରତିବର୍ଷ ସରକାରୀ ଧାନମଣ୍ଡି ଖୋଲିବାରେ ବିଳମ୍ବ ହେଉଥିବାରୁ ଚାଷୀଙ୍କୁ ଏଭଳି ଅଭାବୀ ବିକ୍ରର ସମ୍ମୁଖୀନ ହେବାକୁ ପଡୁଛି। ଗଡ଼ପଦାର ଭାଗଚାଷୀ ଜୟନ୍ତ ଦେ ଚାଷୀଙ୍କ ଦୁଃଖ ବୁଝିବାକୁ କେହି ତପତ୍ର ନୁହନ୍ତି ବୋଲି କହିଛନ୍ତ। ରାଉତପଡ଼ା ସେବା ସମବାୟ ସମିତି ସମ୍ପାଦକ ସୃଷ୍ଟିଧର ରାଉତଙ୍କୁ ପଚାରିବାରୁ କହିଛନ୍ତି, ଧାନ କ୍ରୟ ପାଇଁ ଚାଷୀଙ୍କ ନାମ ପଞ୍ଜୀକୃତ ହୋଇଛି। ମଣ୍ଡି ଖୋଲିବା ଲାଗି ଏଯାବତ୍‌ କୌଣସି ସରକାରୀ ନିର୍ଦ୍ଦେଶନାମା ଆସି ନାହିଁ । ତେବେ ଯଥାଶୀଘ୍ର ମିଲର ନିଯୁକ୍ତି ହୋଇ ଧାନ କିଣା ଆରମ୍ଭ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri