ସବୁ ବ୍ଲକ, ସବ୍‌ଡିଭିଜନରେ ମିଳିବ ଲର୍ନିଂ ଲାଇସେନ୍ସ

ଭୁବନେଶ୍ୱର,୨୫-୯(ବ୍ୟୁରୋ):ରାଜ୍ୟର ସବୁ ବ୍ଲକ ଏବଂ ସବ୍‌ଡିଭିଜନ ସ୍ତରରେ ଖୋଲିବ ଅସ୍ଥାୟୀ ଲର୍ନିଂ ଲାଇସେନ୍ସ କ୍ୟାମ୍ପ। ସେଠାରେ ଗାଡ଼ିଗୁଡ଼ିକ ପାଇଁ ପ୍ରଦୂଷଣ ସାର୍ଟିଫିକେଟ୍‌ ଦିଆଯିବାର ବ୍ୟବସ୍ଥା ହେବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମଙ୍ଗଳବାର କହିଛନ୍ତି। ଡ୍ରାଇଭିଂ ଲାଇସେନ୍ସ, ଲର୍ନିଂ ଲାଇସେନ୍ସ, ପ୍ରଦୂଷଣ ସାର୍ଟିଫିକେଟ୍‌ ଆଦି କାଗଜପତ୍ର ନ ଥିଲେ କେନ୍ଦ୍ର ସରକାରଙ୍କ ନୂଆ ମୋଟର ଯାନ ଆଇନ ଅନୁଯାୟୀ ବଡ଼ଧରଣର ଜରିମାନା ଆଦାୟ କରାଯାଉଛି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି କାର୍ଯ୍ୟାନୁଷ୍ଠାନ କ୍ଷେତ୍ରରେ ୩ ମାସ ପାଇଁ କୋହଳ କରିଛନ୍ତି। ଏହି ସମୟ ମଧ୍ୟରେ ନୂଆ ମୋଟର ଯାନ ଆଇନ ଅନୁଯାୟୀ କାଗଜପତ୍ର ପ୍ରସ୍ତୁତ କରିବାକୁ ଲୋକଙ୍କୁ କୁହାଯାଇଛି। ତେଣୁ ଲୋକମାନେ ଆବଶ୍ୟକ କାଗଜପତ୍ର ପାଇଁ ଆରଟିଓ ଏବଂ ପ୍ରଦୂଷଣ ଟେଷ୍ଟିଂ ସେଣ୍ଟରଗୁଡ଼ିକରେ ପ୍ରବଳ ଭିଡ଼ ଲଗାଉଛନ୍ତି। ଅନେକ ଲୋକଙ୍କୁ କାଗଜପତ୍ର ପ୍ରସ୍ତୁତ ପାଇଁ ବହୁ ଦୂରରୁ ଆସିବାକୁ ପଡ଼ୁଛି। ଏହାକୁ ଦୃଷ୍ଟିରେ ରଖି ବ୍ଲକ ଏବଂ ସବ୍‌ଡିଭିଜନ ସ୍ତରରେ ଅସ୍ଥାୟୀ ଲର୍ନିଂ ଲାଇସେନ୍ସ କ୍ୟାମ୍ପ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ହେଲେ ଏହି ନିଷ୍ପତ୍ତି ସମ୍ପର୍କରେ ବିଭାଗୀୟ ଅଧିକାରୀମାନେ ଜାଣି ନ ଥିବା ଜଣାପଡିଛି। ବୁଧବାର ମନ୍ତ୍ରୀ ବେହେରାଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବାର ଅଛି। ବୈଠକରେ ମନ୍ତ୍ରୀ ଏନେଇ ଆଲୋଚନା କରିପାରନ୍ତି ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ମନ୍ତ୍ରୀ ବାହାରେ ରଖୁଥିବା ମତ ଅଧିକାରୀମାନେ ଜାଣୁ ନ ଥିବା ନେଇ ମଧ୍ୟ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେହିପରି ପ୍ରଦୂଷଣ ସାର୍ଟିଫିକେଟ ପାଇଁ ଆସନ୍ତା ୧ ତାରିଖରୁ ଅନ୍‌ଲାଇନରେ ଆବେଦନ କରିବାକୁ ଯେଉଁ ଖବର ପ୍ରକାଶ ପାଇଛି ତାକୁ ନେଇ ମଧ୍ୟ ଅଧିକାରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। କାରଣ ଏନେଇ ଅଧିକାରୀମାନେ ମଧ୍ୟ ଅବଗତ ନାହାନ୍ତି। ଏକ ବିଜ୍ଞପ୍ତି ସୋମବାର ବାହାରକୁ ଆସିଥିଲା, ଯେଉଁଥିରେ ଉଲ୍ଲେଖ ରହିଥିଲା, ଆସନ୍ତା ୧ ତାରିଖରୁ କେବଳ ଅନଲାଇନ ପ୍ରଦୂଷଣ ସାର୍ଟିଫିକେଟ ବୈଧ ପ୍ରମାଣିତ ହେବ। ବର୍ତ୍ତମାନ ରାଜ୍ୟରେ ୧୬୩ ପ୍ରଦୂଷଣ ଟେଷ୍ଟିଂ ସେଣ୍ଟର ଥିବାବେଳେ ସେଥିରୁ ୫୭ଟି ସେଣ୍ଟର ସହ ପରିବହନ ବିଭାଗର ‘ବାହନ’ ସଫ୍ଟଓ୍ବେରର ଲିଙ୍କ୍‌ ନାହିଁ। ସେମାନେ ଅନଲାଇନ ପ୍ରଦୂଷଣ ସାର୍ଟିଫିକେଟ ଦେଇପାରିବେ ନାହିଁ। ସମ୍ପୃକ୍ତ ଅଧିକାରୀଙ୍କ କହିବାନୁଯାୟୀ, ଯଦି ସବୁ ପ୍ରଦୂଷଣ ଟେଷ୍ଟିଂ ସେଣ୍ଟରକୁ ଏ ପର୍ଯ୍ୟନ୍ତ ଅନ୍‌ଲାଇନରେ ସାର୍ଟିଫିକେଟ ଦେବା ଲାଗି ବ୍ୟବସ୍ଥା କରାଯାଇନାହିଁ, ତେବେ ଲୋକଙ୍କୁ କାହିଁକି ବାଧ୍ୟ କରାଯାଉଛି। ସରକାରୀ ବ୍ୟବସ୍ଥା ଅନୁଯାୟୀ ରାଜ୍ୟରେ ଥିବା ସମସ୍ତ ପ୍ରଦୂଷଣ ଟେଷ୍ଟିଂ ସେଣ୍ଟରକୁ ପ୍ରଥମେ ଅନ୍‌ଲାଇନ ବ୍ୟବସ୍ଥା ସହ ଲିଙ୍କ୍‌ କରାଯାଉ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ସର୍ତ୍ତ ମାନିଲାନି ଇରାନ: ଇସଲାମାବାଦ୍‌ ଆଲୋଚନା ଫେଲ୍‌

ଓ୍ବାଶିଂଟନ୍‌,୧୨।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଅନୁଷ୍ଠିତ ଶାନ୍ତି…

ଧାରଣାକୁ ମାସେ ବିତିଲା, ଶୁଣୁନି ପ୍ରଶାସନ: ଡାଲି, ଚାଉଳ ମାଗି ରୋଷେଇ କରୁଛନ୍ତି ଚାଷୀ

ବରଗଡ଼, ୧୨।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। ଅନ୍ୟପକ୍ଷେ ଆଉ ପ୍ରାୟ ମାସକ ପରେ ଜିଲାରେ ରବି ଧାନ ସଂଗ୍ରହ…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ନିଯୁକ୍ତି ପାଇବେ ୪୫ ହଜାର ଶିକ୍ଷକ, ଏହାସହ…

କେନ୍ଦୁଝର,୧୨ା୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର):ଶିକ୍ଷକମାନେ କେବଳ ପାଠ ପଢ଼ାନ୍ତି ତାହା ନୁହେଁ, ସେମାନେ ଛାତ୍ରୀଛାତ୍ରଙ୍କ ଚରିତ୍ର ଗଢ଼ନ୍ତି ଓ ଠିକ୍‌ ଜୀବନମାର୍ଗ ଦେଖାନ୍ତି। କେନ୍ଦୁଝର ଜିଲା ବୋଦାପଳାସାସ୍ଥିତ…

ଇରାନର ନିଦ ହଜିଲାଣି: ହର୍ମୁଜକୁ ନେଇ ବଢୁଛି ଚିନ୍ତା, ଏବେ ହେବ କ’ଣ

ନ୍ୟୁୟର୍କ,୧୨ା୪(ଏନ୍‌ଓ୍ବାଇଟି):ଇରାନ୍‌ ଏବେ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ନିଜସ୍ବ ସମସ୍ୟା ଯୋଗୁ ସମ୍ପୂର୍ଣ୍ଣ ରୂପେ ଖୋଲିପାରୁ ନାହିଁ। କାରଣ ଆମେରିକା ଓ ଇସ୍ରାଏଲ୍‌ ସହ ଯୁଦ୍ଧବେଳେ ଏହି ସାମୁଦ୍ରିକ…

ସରିଲା ବାହାର ରତ୍ନଭଣ୍ଡାର ଗଣତି: ଜାଣନ୍ତୁ କେତେ କ’ଣ ଅଛି

ପୁରୀ,୧୨ା୪ (ଅଜିତ୍‌ କୁମାର ମହାନ୍ତି):ପୁରୀ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ଅଳଙ୍କାର ଗଣତି ଶନିବାର ଦ୍ୱିତୀୟ ପର୍ଯ୍ୟାୟର ୪ର୍ଥ ଦିନରେ ଶେଷହୋଇଛି । ୧୯୭୮ ମସିହା ତାଲିକା ଅନୁସାରେ…

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri