ସବୁ ପରକାର ସରକାରୀ ଯୋଜନାରୁ ବଁଚିତ୍‌: ଗୁଲ୍‌ଗୁଲା ହେଇ ଜୀବନ୍‌ ବିତଉଛନ୍‌ ବୁରୁଧ୍‌ ଦମ୍ପତି

ଲାଠୋର, ୨୬।୨ (ଡି.ଏନ୍‌.ଏ.)- ସରକାର ଗରିବ୍‌ ଦୁଖିକୁ ଭିନେ ଭିନେ ଯୋଜନାରେ ପକାଘର, ଚାଉଲ, ଭତା ଆଦି ଯୁଗେଇ ଦେଉଛନ୍‌। ହେଲେ ଅନେକ ଜାଗାରେ ହକ୍‌ଦାର ହିତାଧିକାରୀ କେହେନ୍‌ସି ନାଇଁ କେହେନ୍‌ସି କାରନ୍‌ରୁ ସରକାରୀ ଯୋଜନାରୁ ବାଦ୍‌ ପଡ଼ି ବଡ଼ା ଗୁଲ୍‌ଗୁଲା ହେଇ ଜୀବନ୍‌ ବିତଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ହଲନଭଟା ପଁଚେତ୍‌ ଖର୍ଲି ଗଁାରେ।
ସୂଚନା ଅନ୍‌ସାରେ ଖର୍ଲି ଗଁାର ବସୁ ସାଗର ଆର ତାକର ମାଏକିନା ବଡ଼ ସାଗର। ପରିବାରଟା ନିହାତି ଗରିବ୍‌, ସଁପତି ବଲି କିଛି ନାଇଁ। ବଛରର ଭିନେ ଭିନେ ସମିଆରେ ଦାଦନ ଯାଇ ପେଟ୍‌, କୁଲିମଜୁରି କରି ଦମ୍ପତି ନିଜର ପେଟ୍‌ ପାଲୁଥିଲେ। ହେଲେ ଏହେଦେ ଦମ୍ପତି ଅଧାରର ହେଲେନ, ଆଘର ଲେଖେଁ କାମ୍‌ବୁତା କରି ନାଇଁପାରବାର। ଇ ଦମ୍ପତି ଗଁାରେ ଯେନ୍‌ ଜାଗାରେ ମାଏଟ୍‌ ଖପର ଘରଟେ କରି ରହୁଥିଲେ ସେଟା ମାପଚୁକ୍‌ କଲାରୁ ଅଲଗା ଲୁକ୍‌କର ନଁାରେ ବାହାରଲା। ଏନ୍‌ତାଥି ଦମ୍ପତି ଉପେ ଶୂଇନ୍‌ ହେଇ ସେ ଜଗା ଛାଡ଼ି, ବାସ ଶୂଇନ ହେଇ ବାର ଦୁଆର ବୁଲ୍‌ଲେ। ଶେଷେ ଲାଠୋର ଗଁାରେ ନିଜର ଝନେ ଲାଗେଲେସର ଘରେ ଏହେଦେ ମୁଡ଼ ଗୁଁଜିଛନ୍‌। ଇଆଡ଼େ ଦମ୍ପତିକଁର ବଏସ୍‌ ଅଧ୍‌କା ହେବାର ଲାଗି କାମ୍‌ବୁତା କରି ନାଇଁ ପାରୁଥିଲାବେଲେ ବସୁ ପକ୍ଷାଘାତ ରୁଗୀକର ଲେଖେଁ ହାତ୍‌ ଗୋଡ଼ ହଲେଇ ନାଇଁପାରବାର। ବଡ଼ା ଦୁଖେ ସେ ଯିବାର ଆଏବାର କରୁଛନ୍‌। ଯେନ୍‌ନୁ ମୁଠେ ମିଲ୍‌ଲା ଖାଉଛନ୍‌ ନାଇଁହେଲେ ବୁରୁଧ୍‌ ଦମ୍ପତି ଖାଡ଼ା ଉପାସେ ରହୁଛନ୍‌। ଖାଏଦ୍‌ ଅଭାବୁ ବୁଢ଼ାବୁଢ଼ୀ ଦିନୁଦିନ୍‌କେ ବେଶି ଦୁରବଲ ହେଇଯାଉଥିବାର କହିଛନ୍‌। ଇଆଡ଼େ ସରକାର ଦୁଖି ଗରିବ୍‌କର ଲାଗି ଯୋଜନା ଉପରେ ଯୋଜନା ତିଆର କରି ପକାଘର, ଚାଉଲ, ଭତା ଯୁଗେଇ ଦେଉଥିଲାବେଲେ ଇ ବୁରୁଧ୍‌ ଦମ୍ପତି ସେ ସବୁରୁ ବଁଚେତ୍‌ ହେଇ ରହିଛନ୍‌। ଦମ୍ପତି ଅନେକ ଥର ଭତା, ଘର, ଚାଉଲ ଲାଗି ଦରକାରୀ କାଗଜପତର ଦେଇ ପଁଚେତ୍‌ରେ ଆବେଦନ କରି ନିରାଶ ହେଇଥିବାର କହିଛନ୍‌। ଜିଲା ଆର ବ୍ଲକ ପରଶାସନ ଇ ଅସାହା ବୁରୁଧ୍‌ ଦମ୍ପତିକଁର ଉପରେ ଦୁରୁଷ୍‌ଟି ଦେଇ ଘଟନାର ତଦଁତ କରବାର ସଂଗେ ସବୁ ପରକାର ସରକାରୀ ସାହାଯ୍‌ ଯୁଗେଇ ଦେବାକେ ସାଧାରନରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ଆଦର୍ଶ ବଜାରରୁ ବି ଉଠିପାରିଲାନି ଧାନ: କାଳବୈଶାଖୀ ମାଡ଼ି ଆସୁଥିବାରୁ ଚିନ୍ତାରେ ପଡ଼ିଛନ୍ତି ଚାଷୀ

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ): ଆଉ ପ୍ରାୟ ମାସକ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ମାତ୍ର ବିଡ଼ମ୍ବନାର ବିଷୟ ଏପର୍ଯ୍ୟନ୍ତ ବରଗଡ଼ ଜିଲାରେ ରହିଥିବା ବିଭିନ୍ନ ଧାନକ୍ରୟ କେନ୍ଦ୍ର(ମଣ୍ଡି)ରୁ…

ବିଧାୟକ-କାଉନସିଲର ବିବାଦ: ଶପଥ ପାଇଁ ସଭାମଞ୍ଚକୁ ଟଣାହେଲେ ମହାପ୍ରଭୁ, ଆଉ ତା’ ପରେ…

ଚିକିଟି,୬ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦର ସମ୍ମିଳନୀ କକ୍ଷ ଗୃହରେ ଶନିବାର ଭତ୍ତା ବଣ୍ଟନ ନେଇ ବିଧାୟକ ଏବଂ ଏନ୍‌ଏସି ଅଧ୍ୟକ୍ଷl…

ବିଲ୍‌ ଆଦାୟରେ ଆଗୁଆ, ସେବାରେ ପଛୁଆ, ରାତିରେ ବିଦ୍ୟୁତ୍‌ ଗଲେ ମରାମତି ହେଉନି

ଭବାନୀପାଟଣା,୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଟାଉନରେ ରାତିରେ ବିଦ୍ୟୁତ୍‌ ଗଲେ ମରାମତି କରା ଯାଉ ନ ଥିବାରୁ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।…

ରାସ୍ତାରେ ଠିଆ ହୋଇଥିଲା ଟ୍ରକ୍‌, ପଛରୁ ପିଟିଲା ଆଉ ଏକ ଟ୍ରକ୍‌, ଚାପିହୋଇଗଲେ ୩ ଜଣ

ସୋର,୬ା୪(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡ଼ା ମଡର୍ଣ୍ଣ ହୋଟେଲ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ…

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri