ସବୁ ଜିଲାରେ ହେବ ବିଜ୍ଞାନ ପାର୍କ: ପ୍ରଥମ ପର୍ଯ୍ୟାୟରେ ୧୦ ଜିଲା, ଖର୍ଚ୍ଚ ହେବ ୬ କୋଟି

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ରାଜ୍ୟର ୧୦ଟି ଜିଲାରେ ବିଜ୍ଞାନ ପାର୍କ ନିର୍ମାଣ ହେବ। ସେହି ଜିଲାଗୁଡିକ ହେଲା ଗଞ୍ଜାମ, ନୟାଗଡ, ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ଭଦ୍ରକ, ପୁରୀ, ବଲାଙ୍ଗୀର, ସୁନ୍ଦରଗଡ ଓ ଜଗତ୍‌ସିଂହପୁର। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ୨୦ଟି ଜିଲାରେ ମଧ୍ୟ ପାର୍କ ନିର୍ମାଣ କରାଯିବ। ପ୍ରତ୍ୟେକ ପାର୍କ ପାଇଁ ୫ ଏକର ଜାଗାର ଆବଶ୍ୟକତା ଥିବାବେଳେ ୬ କୋଟି ଟଙ୍କା ବ୍ୟୟ କରାଯିବ। ଶନିବାର ବିଧାନସଭା ପ୍ରଶ୍ନୋତ୍ତର ବେଳେ ଏହି ସୂଚନା ଦେଇଛନ୍ତି ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ଭାଜପା ସଭ୍ୟ ମଦନମୋହନ ଦତ୍ତ ବାଲେଶ୍ୱର ଜିଲାରେ କ’ଣ କରିବାକୁ ବିଜ୍ଞାନ ଓ ବୈଷୟିକ ବିଭାଗ ଯୋଜନା କରିଛି। ବାଲେଶ୍ୱର ଜିଲାରେ ବିଜ୍ଞାନ ପାର୍କ ନିର୍ମାଣ ପାଇଁ ସରକାର ନିିଷ୍ପତ୍ତି ନେବେ କି ବୋଲି ପଚାରିଥିଲେ । କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହନୀପତି ଜୟପୁରଠାରେ ବିଜ୍ଞାନ ପାର୍କ କେବେ ସୁଦ୍ଧା ହେବ ବୋଲି ପଚାରିଥିଲେ। ମନ୍ତ୍ରୀ କହିଥିଲେ, ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା(ଓରେଡା) ପକ୍ଷରୁ ବାଲେଶ୍ୱର ଜିଲାରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଗତ ୫ ବର୍ଷ ମଧ୍ୟରେ ୨୦୮ଟି ବାୟୋଗ୍ୟାସ ପାର୍କ ନିର୍ମାଣ କରାଯାଇଛି। ୬୦ଟି ଘରକୁ ସୌରଶକ୍ତି ସଂଯୋଗ କରାଯାଇଥିବା ବେଳେ ୧୨ଟି ରାସ୍ତାକଡ଼ରେ ସୌର ଆଲୋକ ଲଗାଯାଇଛି। କୃଷି ବିଭାଗ ସହାୟତାରେ ସେଚ କୂପ ଦ୍ୱାରା ଜଳସେଚନ ପାଇଁ କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କୁ ସୌର ପମ୍ପ ରିହାତିରେ ଦେବାର ବ୍ୟବସ୍ଥା କରାଯାଇଛି। ସେହିପରି ଜୟପୁରରେ ବିଜ୍ଞାନ ପାର୍କ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରକଳ୍ପ ପାଇଁ ଜୟପୁର ତହସିଲ ଅଧୀନ ଉମୁରି ମୌଜାଠାରେ ୫ ଏକର ଜମି ଚିହ୍ନଟ କରାଯାଇଛି। ସମ୍ପୂର୍ଣ୍ଣ ପ୍ରକଳ୍ପ ରିପୋର୍ଟ(ଡିପିଆର) ପ୍ରସ୍ତୁତି କାର୍ଯ୍ୟ ଚାଲୁରହିଛି। ଟେଣ୍ଡର ଆହ୍ବାନ ପ୍ରକ୍ରିୟା ଚାଲୁରହିଛି। ଖୁବ୍‌ଶୀଘ୍ର ନିର୍ମାଣ କାର୍ଯ୍ୟ ହେବ। ମୂଳ ପ୍ରଶ୍ନକର୍ତ୍ତା ଭାଜପା ସଭ୍ୟ ମଦନ ମୋହନ ଦତ୍ତ ମୌନବ୍ରତ କରିଥିବାରୁ ବାଚସ୍ପତି କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତିଙ୍କୁ ଅତିରିକ୍ତ ପ୍ରଶ୍ନ ପଚାରିବାକୁ ଡାକିଲେ। ତାରା କହିଲେ, ଦୀର୍ଘ ୫ ବର୍ଷ ହେଲା ସେ ଏ ନେଇ ୬ ଥର ପ୍ରଶ୍ନ କଲିଣି। ସବୁ ଅଧିବେଶନରେ ଗୋଟିଏ ଉତ୍ତର ଆସୁଛି ଡିପିଆର ପ୍ରସ୍ତୁତ ଚାଲିଛି। କେବେ ଡିପିଆର ପ୍ରସ୍ତୁତ ଶେଷ ହେବ ଓ ପାର୍କ ନିର୍ମାଣ ହେବ। ମନ୍ତ୍ରୀ କହିଲେ, ଡିପିଆର ପ୍ରସ୍ତୁତ ପାଇଁ ୧୭ ଲକ୍ଷ ଟଙ୍କା ଦିଆସରିଛି। ଜାଗା ଚିହ୍ନଟ ହୋଇସାରିଛି। ବିଜ୍ଞାନ କେନ୍ଦ୍ର ଖୁବ୍‌ଶୀଘ୍ର ଆରମ୍ଭ ହେବ । କଂଗ୍ରେସ ସଭ୍ୟ ନରସିଂହ ମିଶ୍ର ପଚାରିଲେ ବିଜ୍ଞାନ କେନ୍ଦ୍ରରେ କ’ଣ ବ୍ୟବସ୍ଥା ରହିବ। ସ୍ଥାନୀୟ ଲୋକଙ୍କର କି ଉପକାର ହେବ। ମନ୍ତ୍ରୀ କହିଲେ, ଗୋଟିଏ ବିଜ୍ଞାନ ପାର୍କ ନିର୍ମାଣ କରିବାକୁ ୩୦ ମାସ ସମୟ ଲାଗିବ। ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କର ଏହା ଅନେକ ଉପକାରରେ ଆସିବ। ପିଲାମାନେ ସେଥିରୁ ଅନେକ କଥା ଶିକ୍ଷା କରିବେ। ବିଜେଡି ସଭ୍ୟ ଅଶ୍ୱିନୀ ପାତ୍ର କହିଲେ, ପିଲାମାନଙ୍କର ପ୍ରାକ୍ଟିକାଲ ଜ୍ଞାନ ବୃଦ୍ଧି କରିବାକୁ ଦିଘାରେ ହୋଇଥିବା ସାଇନ୍ସ ପାର୍କ ଭଳି ନିର୍ମାଣ କରିବେ କି। ବାଲେଶ୍ୱର ଜିଲାରେ କେବେ ବିଜ୍ଞାନ ପାର୍କ ନିର୍ମାଣ ହେବ? ମନ୍ତ୍ରୀ କହିଲେ, ୧୦ଟି ଜିଲାରେ ବିଜ୍ଞାନ ପାର୍କ ନିର୍ମାଣ ହେଉଛି। ପର୍ଯ୍ୟାୟକ୍ରମେ ଅନ୍ୟ ଜିଲାରେ ମଧ୍ୟ ନିର୍ମାଣ ହେବ। କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ ଜଟଣୀରେ ବିଜ୍ଞାନ ପାର୍କ ନିର୍ମାଣ ହେବା କଥା ପଚାରିଲେ। ମନ୍ତ୍ରୀ କହିଲେ, ଖୋର୍ଦ୍ଧା ଜିଲାର ଭୁବନେଶ୍ୱରଠାରେ ଏକ ବିଜ୍ଞାନ ପାର୍କ ଅଛି। ବିଜେଡି ସଭ୍ୟ ପ୍ରଦୀପ ପାଣିଗ୍ରାହୀ ବିଜ୍ଞାନ ପାର୍କକୁ ଶିକ୍ଷଣୀୟ କରିବାକୁ ପ୍ରସ୍ତାବ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)।…

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri