ସବୁ ଜିଲାରେ ହେବ ବିଜ୍ଞାନ ପାର୍କ: ପ୍ରଥମ ପର୍ଯ୍ୟାୟରେ ୧୦ ଜିଲା, ଖର୍ଚ୍ଚ ହେବ ୬ କୋଟି

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ରାଜ୍ୟର ୧୦ଟି ଜିଲାରେ ବିଜ୍ଞାନ ପାର୍କ ନିର୍ମାଣ ହେବ। ସେହି ଜିଲାଗୁଡିକ ହେଲା ଗଞ୍ଜାମ, ନୟାଗଡ, ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ଭଦ୍ରକ, ପୁରୀ, ବଲାଙ୍ଗୀର, ସୁନ୍ଦରଗଡ ଓ ଜଗତ୍‌ସିଂହପୁର। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ୨୦ଟି ଜିଲାରେ ମଧ୍ୟ ପାର୍କ ନିର୍ମାଣ କରାଯିବ। ପ୍ରତ୍ୟେକ ପାର୍କ ପାଇଁ ୫ ଏକର ଜାଗାର ଆବଶ୍ୟକତା ଥିବାବେଳେ ୬ କୋଟି ଟଙ୍କା ବ୍ୟୟ କରାଯିବ। ଶନିବାର ବିଧାନସଭା ପ୍ରଶ୍ନୋତ୍ତର ବେଳେ ଏହି ସୂଚନା ଦେଇଛନ୍ତି ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ଭାଜପା ସଭ୍ୟ ମଦନମୋହନ ଦତ୍ତ ବାଲେଶ୍ୱର ଜିଲାରେ କ’ଣ କରିବାକୁ ବିଜ୍ଞାନ ଓ ବୈଷୟିକ ବିଭାଗ ଯୋଜନା କରିଛି। ବାଲେଶ୍ୱର ଜିଲାରେ ବିଜ୍ଞାନ ପାର୍କ ନିର୍ମାଣ ପାଇଁ ସରକାର ନିିଷ୍ପତ୍ତି ନେବେ କି ବୋଲି ପଚାରିଥିଲେ । କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହନୀପତି ଜୟପୁରଠାରେ ବିଜ୍ଞାନ ପାର୍କ କେବେ ସୁଦ୍ଧା ହେବ ବୋଲି ପଚାରିଥିଲେ। ମନ୍ତ୍ରୀ କହିଥିଲେ, ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା(ଓରେଡା) ପକ୍ଷରୁ ବାଲେଶ୍ୱର ଜିଲାରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଗତ ୫ ବର୍ଷ ମଧ୍ୟରେ ୨୦୮ଟି ବାୟୋଗ୍ୟାସ ପାର୍କ ନିର୍ମାଣ କରାଯାଇଛି। ୬୦ଟି ଘରକୁ ସୌରଶକ୍ତି ସଂଯୋଗ କରାଯାଇଥିବା ବେଳେ ୧୨ଟି ରାସ୍ତାକଡ଼ରେ ସୌର ଆଲୋକ ଲଗାଯାଇଛି। କୃଷି ବିଭାଗ ସହାୟତାରେ ସେଚ କୂପ ଦ୍ୱାରା ଜଳସେଚନ ପାଇଁ କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କୁ ସୌର ପମ୍ପ ରିହାତିରେ ଦେବାର ବ୍ୟବସ୍ଥା କରାଯାଇଛି। ସେହିପରି ଜୟପୁରରେ ବିଜ୍ଞାନ ପାର୍କ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରକଳ୍ପ ପାଇଁ ଜୟପୁର ତହସିଲ ଅଧୀନ ଉମୁରି ମୌଜାଠାରେ ୫ ଏକର ଜମି ଚିହ୍ନଟ କରାଯାଇଛି। ସମ୍ପୂର୍ଣ୍ଣ ପ୍ରକଳ୍ପ ରିପୋର୍ଟ(ଡିପିଆର) ପ୍ରସ୍ତୁତି କାର୍ଯ୍ୟ ଚାଲୁରହିଛି। ଟେଣ୍ଡର ଆହ୍ବାନ ପ୍ରକ୍ରିୟା ଚାଲୁରହିଛି। ଖୁବ୍‌ଶୀଘ୍ର ନିର୍ମାଣ କାର୍ଯ୍ୟ ହେବ। ମୂଳ ପ୍ରଶ୍ନକର୍ତ୍ତା ଭାଜପା ସଭ୍ୟ ମଦନ ମୋହନ ଦତ୍ତ ମୌନବ୍ରତ କରିଥିବାରୁ ବାଚସ୍ପତି କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତିଙ୍କୁ ଅତିରିକ୍ତ ପ୍ରଶ୍ନ ପଚାରିବାକୁ ଡାକିଲେ। ତାରା କହିଲେ, ଦୀର୍ଘ ୫ ବର୍ଷ ହେଲା ସେ ଏ ନେଇ ୬ ଥର ପ୍ରଶ୍ନ କଲିଣି। ସବୁ ଅଧିବେଶନରେ ଗୋଟିଏ ଉତ୍ତର ଆସୁଛି ଡିପିଆର ପ୍ରସ୍ତୁତ ଚାଲିଛି। କେବେ ଡିପିଆର ପ୍ରସ୍ତୁତ ଶେଷ ହେବ ଓ ପାର୍କ ନିର୍ମାଣ ହେବ। ମନ୍ତ୍ରୀ କହିଲେ, ଡିପିଆର ପ୍ରସ୍ତୁତ ପାଇଁ ୧୭ ଲକ୍ଷ ଟଙ୍କା ଦିଆସରିଛି। ଜାଗା ଚିହ୍ନଟ ହୋଇସାରିଛି। ବିଜ୍ଞାନ କେନ୍ଦ୍ର ଖୁବ୍‌ଶୀଘ୍ର ଆରମ୍ଭ ହେବ । କଂଗ୍ରେସ ସଭ୍ୟ ନରସିଂହ ମିଶ୍ର ପଚାରିଲେ ବିଜ୍ଞାନ କେନ୍ଦ୍ରରେ କ’ଣ ବ୍ୟବସ୍ଥା ରହିବ। ସ୍ଥାନୀୟ ଲୋକଙ୍କର କି ଉପକାର ହେବ। ମନ୍ତ୍ରୀ କହିଲେ, ଗୋଟିଏ ବିଜ୍ଞାନ ପାର୍କ ନିର୍ମାଣ କରିବାକୁ ୩୦ ମାସ ସମୟ ଲାଗିବ। ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କର ଏହା ଅନେକ ଉପକାରରେ ଆସିବ। ପିଲାମାନେ ସେଥିରୁ ଅନେକ କଥା ଶିକ୍ଷା କରିବେ। ବିଜେଡି ସଭ୍ୟ ଅଶ୍ୱିନୀ ପାତ୍ର କହିଲେ, ପିଲାମାନଙ୍କର ପ୍ରାକ୍ଟିକାଲ ଜ୍ଞାନ ବୃଦ୍ଧି କରିବାକୁ ଦିଘାରେ ହୋଇଥିବା ସାଇନ୍ସ ପାର୍କ ଭଳି ନିର୍ମାଣ କରିବେ କି। ବାଲେଶ୍ୱର ଜିଲାରେ କେବେ ବିଜ୍ଞାନ ପାର୍କ ନିର୍ମାଣ ହେବ? ମନ୍ତ୍ରୀ କହିଲେ, ୧୦ଟି ଜିଲାରେ ବିଜ୍ଞାନ ପାର୍କ ନିର୍ମାଣ ହେଉଛି। ପର୍ଯ୍ୟାୟକ୍ରମେ ଅନ୍ୟ ଜିଲାରେ ମଧ୍ୟ ନିର୍ମାଣ ହେବ। କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ ଜଟଣୀରେ ବିଜ୍ଞାନ ପାର୍କ ନିର୍ମାଣ ହେବା କଥା ପଚାରିଲେ। ମନ୍ତ୍ରୀ କହିଲେ, ଖୋର୍ଦ୍ଧା ଜିଲାର ଭୁବନେଶ୍ୱରଠାରେ ଏକ ବିଜ୍ଞାନ ପାର୍କ ଅଛି। ବିଜେଡି ସଭ୍ୟ ପ୍ରଦୀପ ପାଣିଗ୍ରାହୀ ବିଜ୍ଞାନ ପାର୍କକୁ ଶିକ୍ଷଣୀୟ କରିବାକୁ ପ୍ରସ୍ତାବ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନ ଡରେଇଲାଣି ତାତି, ୪୫ ଡିଗ୍ରୀ ଟପିବ

ଭୁବନେଶ୍ୱର, ୩୦।୪(ଅସମାପିକା ସାହୁ):ରାଜ୍ୟରେ ଗତ ୧୫ ଦିନ ହେଲାଣି ପ୍ରବଳ ଖରାତାତି ସହ ଗୁଳୁଗୁଳି ଜାରି ରହିଛି। ଚଳିତବର୍ଷର ଏହା ହେଉଛି ଦ୍ୱିତୀୟ ପର୍ଯ୍ୟାୟ ଗ୍ରୀଷ୍ମପ୍ରବାହ।...

ଆଜି ହିଞ୍ଜିଳିରୁ ନାମାଙ୍କନ ଭରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୦ା୪(ଅନିଲ ଦାସ):ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ପାରମ୍ପରିକ ଆସନ ହିଞ୍ଜିଳିରୁ ନାମାଙ୍କନ ପତ୍ର ଦାଖଲ କରିବେ। ଷଷ୍ଠଥର ପାଇଁ ସେ ଏହି...

ନନ୍ଦନକାନନ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ବାରଙ୍ଗ,୨୯।୪(ଲିଙ୍ଗରାଜ ରାଉତ): ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଜଣେ ଯୁବକ ଉତ୍ପାତ କରି କମ୍ପ୍ୟୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବା ସହ...

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଭାଜପା ଛାଡିବା ଖବରକୁ ଖଣ୍ଡନ କଲେ ନୀତେଶ, କହିଲେ ମୋ ଆକାଉଣ୍ଟ…

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ତେବେ ଏଭଳି ଏକ ଖବରକୁ ଖଣ୍ଡନ କରିଛନ୍ତି ନୀତେଶ। ସେ କହିଛନ୍ତି, ତାଙ୍କ ଫେସବୁକ୍‌ ଆକାଉଣ୍ଟ...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଆସନ୍ତା ୨ରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ନବୀନ

ଭୁବନେଶ୍ୱର,୨୯।୪: ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨ ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଏଥିସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri