ସପ୍ତାହକ ମଧ୍ୟରେ ଓଭରବ୍ରିଜ ନିର୍ମାଣ ସମ୍ପୂର୍ଣ୍ଣ କର

ବ୍ରହ୍ମପୁର ଅଫିସ,୧୬ା୧୦-ବ୍ରହ୍ମପୁର ଇଞ୍ଜିନିୟରିଂ ସ୍କୁଲ ଛକରୁ ଆଙ୍କୁଲି ଶିଳ୍ପାଞ୍ଚଳ ପର୍ଯ୍ୟନ୍ତ ନିର୍ମାଣ କରାଯାଉଥିବା ରେଲୱେ ଓଭରବ୍ରିଜ ଅସମ୍ପୂର୍ଣ୍ଣ ରହିଛି। ଫଳରେ ପ୍ରତିଦିନ ହଜାର ହଜାର ଲୋକଙ୍କୁ ନାହିଁ ନ ଥିବା ଅସୁବିଧା ଭୋଗିବାକୁ ପଡ଼ୁଛି। ସପ୍ତାହକ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଗଞ୍ଜାମ ଜିଲା ଭାଜପା ଦାବି କରିଛି। ନ ହେଲେ ପ୍ରତିବାଦରେ ଇଞ୍ଜିନିୟରିଂ ସ୍କୁଲ ଛକରେ ଗଣଧାରଣା ସହ ୫୯ନଂ. ଜାତୀୟ ରାଜପଥ ଅବରୋଧ କରାଯିବାକୁ ଚେତାବନୀ ଦିଆଯାଇଛି। ଜିଲା ସଭାପତି କାହ୍ନୁ ଚରଣ ପତି ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଅହେତୁକ ବିଳମ୍ବ ପାଇଁ ରାଜ୍ୟ ସରକାର ଓ ପୂର୍ତ୍ତ ବିଭାଗର ଅପାରଗତାକୁ ସେ ଦାୟୀ କରିଛନ୍ତି।
ମଙ୍ଗଳବାର ପତିଙ୍କ ସମେତ ରାଜ୍ୟ ଭାଜପା ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ଓ ଅନେକ କର୍ମୀ ଅସମ୍ପୂର୍ଣ୍ଣ ଓଭରବ୍ରିଜ ଉପରେ ଚାଲି ଚାଲି ସ୍ଥିତି ଅନୁଧ୍ୟାନ କରିଥିଲେ। ବିଳମ୍ବ କାରଣ ସମ୍ପର୍କରେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ପଚାରିଥିଲେ।
ଅଞ୍ଚଳର କେତେଜଣ ଉଚ୍ଛେଦକୁ ବିରୋଧ କରି ଅଦାଲତରେ ମାମଲା ରୁଜୁ କରିଥିବାରୁ ଜମି ଅଧିଗ୍ରହଣରେ ସମସ୍ୟା ଦେଖାଦେଇଥିବା ଏସ୍‌ଇ ସଫେଇ ଦେଇଥିଲେ। ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ନେବା ଏବଂ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରି ତାହା ଜନସେବା ପାଇଁ ଉତ୍ସର୍ଗ କରାଯିବା ଉପରେ ଭାଜପା ନେତାମାନେ ଗୁରୁତ୍ୱ ଦେଇଥିଲେ। ବୁଧବାର ଗଞ୍ଜାମ ଜିଲାପାଳଙ୍କ ସହ ଏ ସମ୍ପର୍କରେ ଆଲୋଚନା କରାଯିବ। ଅକ୍ଟୋବର ୧୮ରେ ଭୁବନେଶ୍ୱରରେ ପୂର୍ତ୍ତ ସଚିବଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିବା ସଭାପତି ସୂଚାଇଛନ୍ତି। ମୂଳ ଡିଜାଇନ ଅପରିବର୍ତ୍ତିତ ରଖାଯିବାକୁ ଦାବି କରାଯାଇଛି।
ସୂଚନାଯୋଗ୍ୟ, ୨୦୧୩ ଅକ୍ଟୋବର ୩ରେ ଓଭରବ୍ରିଜ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭ ଦେଇଥିଲେ। ରାଜ୍ୟ ସରକାର ଏହାର ବ୍ୟୟ ଅଟକଳ ୪୩.୨୯ କୋଟି ଟଙ୍କା ମଞ୍ଜୁର ସହ ନିର୍ମାଣ ଦାୟିତ୍ୱ ପୂର୍ତ୍ତ ବିଭାଗକୁ ନ୍ୟସ୍ତ କରିଥିଲେ। ଏହାକୁ ୬ ବର୍ଷ ବିତିଛି ଏବଂ ନିର୍ମାଣ ଅସମ୍ପୂର୍ଣ୍ଣ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ଲାଷ୍ଟିକ ବ୍ୟବହାରକୁ ନା: ଦାରିଙ୍ଗବାଡିକୁ ସବୁଜ ସୁନ୍ଦର କରିବାକୁ ଅଣ୍ଟା ଭିଡ଼ିଲା ପ୍ରଶାସନ

ଦାରିଙ୍ଗବାଡ଼ି,୨୧।୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପ୍ରଶାସନ ପକ୍ଷରୁ ପ୍ଲାଷ୍ଟିକ ବ୍ୟବହାରକୁ ନା କହିବା ଓ ହୋଟେଲ ରେଷ୍ଟୁରାଣ୍ଟରେ ପ୍ଲାଷ୍ଟିକ ବଦଳରେ ଶିଆଳି ଖଲିପତ୍ର ବ୍ୟବହାର…

ବସରେ ଚାଲାଣ ହେଉଥିଲା ଦେଶୀ ମଦ: ରହସ୍ୟ ଖୋଲିଦେଲା ନାବାଳକଙ୍କ ବ୍ୟାଗ୍‌

ଉଦଳା,୨୧।୩(ସନ୍ତୋଷ କୁମାର ବାଛିନୀ): ଦାମିକା ବ୍ୟାଗ ଆଉ ବ୍ୟାଗ ଉପରେ ଚିହ୍ନିବା ପାଇଁ ଦିଆଯାଇଛି କୋର୍ଡ। ଆଉ ସେହି ବ୍ୟାଗ ଭିତରେ ରଖାଯାଇଛି ଦେଶୀ ମଦ। ତାହା…

ଶାରିରୀକ ସମ୍ପର୍କ ରଖିବାକୁ ମନାକଲେ ଯୁମନା: ପ୍ରେମିକ-ମା’ ମିଶି କଲେ ଏମିତି କାମ

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅଧୀନ ଲଛମନଖୁଣ୍ଟା ଅଞ୍ଚଳରେ ଗତ ୧୭ ତାରିଖରେ ଘଟିଥିବା ମହିଳାଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ୍‌ ହୋଇଛି। ଶାରୀରିକ ସମ୍ପର୍କ…

ଅଧରାତିରେ ପ୍ରଧାନ ଶିକ୍ଷୟିତ୍ରୀ-ରାତ୍ର ଜଗୁଆଳିଙ୍କୁ ହାଣିଲେ ଦୁର୍ବୃତ୍ତ:କ୍ଲିନିକ୍‌ ଯାଉଥିବାବେଳେ…

ବାରିପଦା,୨୧।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଳମା ଛକ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୁତ୍ତଙ୍କ ମରଣାନ୍ତ୍ରକ ଆକ୍ରମଣରେ ଜଣେ ମୃତ୍ୟୁବରଣ କରିଥିବାବେଳେ ଜଣେ…

ଚଳନ୍ତା ବସରେ ଲାଗିଲା ନିଆଁ: ଯାତ୍ରା କରୁଥିଲେ ବିଧାୟକ, ଆଉ ତା’ପରେ…

ପଟ୍ଟାଙ୍ଗି,୨୦।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ପଡିଶାକୁ ଲାଗି ରହିଥିବା ଆନ୍ଧ୍ର ରାଜ୍ୟର ବିଜୟନଗରମ ଜିଲା ଅଧିନସ୍ଥ ରାମ୍ପଦ୍ରପୁରମ ନିକଟସ୍ଥ ତାରାପୁରମ ଗ୍ରାମ ନିକଟରେ…

ଫ୍ଲାଏ ଓଭର ବ୍ରିଜ ତଳେ ହୁତୁ ହୁତୁ ହୋଇ ଜଳୁଛି ନିଆଁ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଲାଇଫ ଲାଇନ ବୋଲାଉଥିବା ତଥା ୩୨୬ ନଂ ଜାତୀୟ ରାଜପଥରେ ରହିଥିବା ଏକ ମାତ୍ର ଫ୍ଲାଏ ଓଭର ବ୍ରିଜ ତଳେ…

ବସୁଧା ଯୋଜନା ଅପହଞ୍ଚ: ପିଇବା ପାଣି ପାଇଁ ସଂଘର୍ଷ କରୁଛନ୍ତି ଗ୍ରାମବାସୀ

ଦାରିଙ୍ଗବାଡ଼ି ୨୧।୩ ( ଅରୁଣ ସାହୁ ) କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ସିର୍କାବର୍ଗ ପଞ୍ଚାୟତର ବାଞ୍ଜାମାହା ଗାଁ ନାହୁଡ଼ିମାହା ସାହି ଏବଂ ପାଙ୍ଗାମାହାରେ ଜଳ…

ବ୍ଲକ୍‌ କାର୍ଯ୍ୟାଳୟ ପ୍ରବେଶ ପଥ ବିପଦସଙ୍କୁଳ: ଆଖି ବୁଜି ଦେଇଛି ପ୍ରଶାସନ

ଥୁଆମୂଳ ରାମପୁର, ୨୧।୩ (ଦୁର୍ଗା କୀର୍ତ୍ତୀ):ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ବିପଦସଙ୍କୁଳ ହୋଇପଡ଼ିଛି। କାର୍ଯ୍ୟାଳୟ ସମ୍ମୁଖ ଡ୍ରେନ୍‌ ଉପରେ ପଡ଼ିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri