ବ୍ରହ୍ମପୁର ଅଫିସ,୧୬ା୧୦-ବ୍ରହ୍ମପୁର ଇଞ୍ଜିନିୟରିଂ ସ୍କୁଲ ଛକରୁ ଆଙ୍କୁଲି ଶିଳ୍ପାଞ୍ଚଳ ପର୍ଯ୍ୟନ୍ତ ନିର୍ମାଣ କରାଯାଉଥିବା ରେଲୱେ ଓଭରବ୍ରିଜ ଅସମ୍ପୂର୍ଣ୍ଣ ରହିଛି। ଫଳରେ ପ୍ରତିଦିନ ହଜାର ହଜାର ଲୋକଙ୍କୁ ନାହିଁ ନ ଥିବା ଅସୁବିଧା ଭୋଗିବାକୁ ପଡ଼ୁଛି। ସପ୍ତାହକ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଗଞ୍ଜାମ ଜିଲା ଭାଜପା ଦାବି କରିଛି। ନ ହେଲେ ପ୍ରତିବାଦରେ ଇଞ୍ଜିନିୟରିଂ ସ୍କୁଲ ଛକରେ ଗଣଧାରଣା ସହ ୫୯ନଂ. ଜାତୀୟ ରାଜପଥ ଅବରୋଧ କରାଯିବାକୁ ଚେତାବନୀ ଦିଆଯାଇଛି। ଜିଲା ସଭାପତି କାହ୍ନୁ ଚରଣ ପତି ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଅହେତୁକ ବିଳମ୍ବ ପାଇଁ ରାଜ୍ୟ ସରକାର ଓ ପୂର୍ତ୍ତ ବିଭାଗର ଅପାରଗତାକୁ ସେ ଦାୟୀ କରିଛନ୍ତି।
ମଙ୍ଗଳବାର ପତିଙ୍କ ସମେତ ରାଜ୍ୟ ଭାଜପା ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ଓ ଅନେକ କର୍ମୀ ଅସମ୍ପୂର୍ଣ୍ଣ ଓଭରବ୍ରିଜ ଉପରେ ଚାଲି ଚାଲି ସ୍ଥିତି ଅନୁଧ୍ୟାନ କରିଥିଲେ। ବିଳମ୍ବ କାରଣ ସମ୍ପର୍କରେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ପଚାରିଥିଲେ।
ଅଞ୍ଚଳର କେତେଜଣ ଉଚ୍ଛେଦକୁ ବିରୋଧ କରି ଅଦାଲତରେ ମାମଲା ରୁଜୁ କରିଥିବାରୁ ଜମି ଅଧିଗ୍ରହଣରେ ସମସ୍ୟା ଦେଖାଦେଇଥିବା ଏସ୍ଇ ସଫେଇ ଦେଇଥିଲେ। ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ନେବା ଏବଂ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରି ତାହା ଜନସେବା ପାଇଁ ଉତ୍ସର୍ଗ କରାଯିବା ଉପରେ ଭାଜପା ନେତାମାନେ ଗୁରୁତ୍ୱ ଦେଇଥିଲେ। ବୁଧବାର ଗଞ୍ଜାମ ଜିଲାପାଳଙ୍କ ସହ ଏ ସମ୍ପର୍କରେ ଆଲୋଚନା କରାଯିବ। ଅକ୍ଟୋବର ୧୮ରେ ଭୁବନେଶ୍ୱରରେ ପୂର୍ତ୍ତ ସଚିବଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିବା ସଭାପତି ସୂଚାଇଛନ୍ତି। ମୂଳ ଡିଜାଇନ ଅପରିବର୍ତ୍ତିତ ରଖାଯିବାକୁ ଦାବି କରାଯାଇଛି।
ସୂଚନାଯୋଗ୍ୟ, ୨୦୧୩ ଅକ୍ଟୋବର ୩ରେ ଓଭରବ୍ରିଜ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭ ଦେଇଥିଲେ। ରାଜ୍ୟ ସରକାର ଏହାର ବ୍ୟୟ ଅଟକଳ ୪୩.୨୯ କୋଟି ଟଙ୍କା ମଞ୍ଜୁର ସହ ନିର୍ମାଣ ଦାୟିତ୍ୱ ପୂର୍ତ୍ତ ବିଭାଗକୁ ନ୍ୟସ୍ତ କରିଥିଲେ। ଏହାକୁ ୬ ବର୍ଷ ବିତିଛି ଏବଂ ନିର୍ମାଣ ଅସମ୍ପୂର୍ଣ୍ଣ ରହିଛି।
Posted inଆମ ଜିଲା ଖବର, ଗଞ୍ଜାମ View All
ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ
ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...
ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ
ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...
ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…
ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...
କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ
କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...
ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…
ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...
ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ
ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...
ଅଭିନବ ଉପାୟରେ ଠକେଇ, ଫୋନ୍ପେରେ ଡେମୋ ଦେଖାଇଲେ…
ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...
୭୬ ଏକର ଜାଗାରୁ ଗଞ୍ଜେଇ ଗଛ ନଷ୍ଟ
ଖଜୁରୀପଡ଼ା,୧୬ା୧୨(ବିଦୁର ବେହେରା): ବାରିକୁମ୍ପା, ସୁଡୁଲି, ଖମାର ଏବଂ ବାରିହାଗୁଡା ଜଙ୍ଗଲରେ ମଙ୍ଗଳବାର ଖଜୁରିପଡା ପୋଲିସ ଓ ଅବକାରୀ ବିଭାଗ ଚଢାଉ କରି ବେଆଇନ ଭାବେ ଚାଷ...
Archives


