ସତ୍ୟପାଠ ଦାଖଲରେ ଅବହେଳା

ଯାଜପୁର ଅଫିସ,୨୩ା୧୨:ମହାଭାରତର କିମ୍ବଦନ୍ତୀ ବହନ କରୁଥିବା ବ୍ୟାସ ସରୋବରର ସୌନ୍ଦର୍ଯ୍ୟକରଣ କାମ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ରାଜ୍ୟ ସରକାର, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ(ଏମ୍‌ଓଇଏଫ୍‌), ଷ୍ଟେଟ ଏନ୍‌ଭାଇରନର୍ମେଣ୍ଟ ଇମ୍ପାକ୍ଟ ଆସେସ୍‌ମେଣ୍ଟ ଅଥରିଟି(ସିଆ) ଏବଂ ଠିକାସଂସ୍ଥା ଏନ୍‌ବିସିସି କର୍ତ୍ତୃପକ୍ଷ ଏନ୍‌ଜିଟି(ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ)ରେ ସତ୍ୟପାଠ ଦାଖଲ କରିବାରେ ଖାମଖିଆଲି ମନୋଭାବ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଗତ ଜୁଲାଇରୁ ଏନ୍‌ଜିଟି(ମାମଲା ସଂଖ୍ୟା ୧୦୩/୨୦୨୨/ଇଜେଡ୍‌) ପକ୍ଷରୁ ଏକାଧିକ ଥର ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହେଁ ଉପରୋକ୍ତ କର୍ତ୍ତୃପକ୍ଷ କେବଳ ଦିନ ଧାର୍ଯ୍ୟ କରି ମୁକୁଳିଯାଉଥିବା ଅଭିଯୋଗ ହେଉଛି। ଏନ୍‌ଜିଟିରେ ଗତ ୧୩ ତାରିଖ ନିର୍ଦ୍ଧାରିତ ଶୁଣାଣିର ମାତ୍ର ଅଧଘଣ୍ଟା ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ହୋଇଥିଲା ା ଏହି କାରଣରୁ ତାଙ୍କୁ ପଢିବାକୁ ସମୟ ମିଳିଲା ନାହିଁ ବୋଲି ନିଯୁକ୍ତ ଓକିଲ ଗୌରବ ଖାନ୍ନା ସୂଚନା ଦେଇଛନ୍ତି ା ଏହା ଦୁର୍ଭାଗ୍ୟଜନକ ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ହେଉଛି। ଏହାବାଦ୍‌ ଏମ୍‌ଓଇଏଫ୍‌ ପକ୍ଷରୁ ନିଯୁକ୍ତ ଓକିଲ ଅପୂର୍ବା ଘୋଷ ଶୁଣାଣି ତାରିଖର ପୂର୍ବଦିନ ଅପରାହ୍ନ ସାଢେ ୫ଟା ସମୟରେ ସତ୍ୟପାଠ ଦାଖଲ ପାଇଁ ଆହୁରି ଅଧିକ ସମୟ ନେବାକୁ ନିର୍ଦ୍ଦେଶ ହୋଇଥିଲା ବୋଲି ଏନ୍‌ଜିଟିରେ ଜବାବ ରଖିଥିଲେ। ସିଆ ପକ୍ଷରୁ ନିଯୁକ୍ତ ଓକିଲ ଗୋରାଚାନ୍ଦ ରାୟ ସତ୍ୟପାଠ ଦାଖଲ କରିବାକୁ ଆହୁରି ୩ ସପ୍ତାହ ଏବଂ ଠିକାସଂସ୍ଥା ଏନ୍‌ବିସିସି ପକ୍ଷରୁ ନିଯୁକ୍ତ ଓକିଲ ସଂଯୁକ୍ତବସୁ ମଲ୍ଲିକ ୪ ସପ୍ତାହ ସମୟ ମାଗିଥିଲେ। ଏଥିରୁ ପକ୍ଷଭୁକ୍ତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବ୍ୟାସ ସରୋବର ପ୍ରତି ଆନ୍ତରିକତା କେତେ ତାହା ଜଳଜଳ ହୋଇ ଦିଶୁଛି ବୋଲି ମତପ୍ରକାଶ ପାଇଛି।
ବିନା ପରିବେଶ ମଞ୍ଜୁରୀରେ ଜଙ୍ଗଲ ଜମିରେ ବ୍ୟାସ ସରୋବରର ବିକାଶ ଏବଂ ସୌନ୍ଦର୍ଯ୍ୟକରଣ କାମ ହେଉଥିବା ନେଇ ଦିଲୀପ କୁମାର ସାମନ୍ତରାୟ ଏନ୍‌ଜିଟିରେ ଏକ ମାମଲା ରୁଜୁ କରିଥିଲେ ା ଜଙ୍ଗଲ ଜମିର ଖାତା ଓ ପ୍ଲଟ ନମ୍ବର ୪୦, ଏରିଆ ୧୪ ଏକର, କିସମ ଝାଟି ଜଙ୍ଗଲ ଓ ପ୍ଲଟ ନଂ. ୫୦ରେ ୧୬.୯୦ ଏକର ଝାଟି ଜଙ୍ଗଲ, ପ୍ଲଟ ନଂ. ୬୨ରେ ୨.୨୪ ଏକର ସମୁଦାୟ ୩୩.୯୭ ଏକର ଜଙ୍ଗଲ ଜମି ରହିଛି। ସମୁଦାୟ ୧୦୫.୪୫ ଏକର ମଧ୍ୟରୁ ୩୭ ଏକର ସନ୍ତସନ୍ତିଆ ବା ୱେଟ୍‌ଲ୍ୟାଣ୍ଡ ଜମି ରହିଛି। ଏହି ପ୍ରକଳ୍ପରେ ପାଚେରି, ପରିସ୍ରାଗାର, ମନ୍ଦିର ଉନ୍ନୟନ କାର୍ଯ୍ୟ, ପାର୍କିଂ, ଗେଟ୍‌ କମ୍ଫ୍ଲେକ୍ସ, ଓଭରହେଡ୍‌ ଟ୍ୟାଙ୍କ, ଶିଶୁ ଉଦ୍ୟାନ, ଜଳାଶୟ, ବ୍ରିଜ ଇତ୍ୟାଦି ନିର୍ମାଣ କରାଯାଉଛି। ଏହି ପ୍ରକଳ୍ପ ପାଇଁ ଜିଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ପାଣ୍ଠିରୁ ୬୪ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଏନ୍‌ବିସିସିକୁ ଏହାର ନିର୍ମାଣ ଦାୟିତ୍ୱ ମିଳିଥିବାବେଳେ ଦିଲ୍ଲୀର କ୍ରିଷ୍ଣା ବିଲ୍‌ଡର ଠିକାସଂସ୍ଥା ପ୍ରକଳ୍ପ କାମ କରୁଛି। ତେଣୁ ଏନ୍‌ବିସିସି କର୍ତ୍ତୃପକ୍ଷଙ୍କ ସେତେଟା ସ୍ବାର୍ଥ ନ ଥିବାରୁ ଏହି ପ୍ରକଳ୍ପକୁ ସେତେଟା ଗୁରୁତ୍ୱ ଦେଉ ନାହିଁ। ତେଣୁ ଖାମଖିଆଲି ଭାବେ ଏନ୍‌ଜିଟିରେ ନିଜର ପକ୍ଷ ରଖୁଥିବା କୁହାଯାଉଛି। ତେଣୁ ଗତ ଶୁଣାଣିରେ ଶେଷ ସୁଯୋଗ ଦେବାକୁ ଏନ୍‌ବିସିସିର ଓକିଲ ଅନୁରୋଧ କରିଛନ୍ତି।
ଓଡ଼ିଆ ସଂସ୍କୃତିର ଏକ ପୂଣ୍ୟ ପୀଠ ଭାବେ ବ୍ୟାସ ସରୋବର ସର୍ବଜନବିଦିତ। ତେବେ ଏହି ପୌରାଣିକ ପୀଠ ପ୍ରତି ଅବହେଳା ପ୍ରଦର୍ଶନ କରିବା ବାସ୍ତବିକ ଦୁଃଖଦାୟକ ଓ ଆମ ଜାତିର ନୈତିକ ଅଧଃପତନ ବୋଲି ମତପ୍ରକାଶ ପାଇଛି ା ୧୯୯୪ ରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ବ୍ୟାସସରୋବରକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିଛି ା ଆଜିକୁ ୨୧ ବର୍ଷ ବିତିଯାଇଛି, ହେଲେ ସେହି ସରୋବର ନାହଁ, କେବଳ ପଡି ରହିଛି ଢିପ ଟାଙ୍ଗର ଓ ପଥୁରିଆ ଭୂମି ା ଗୁପ୍ତ ଗଙ୍ଗା ରହିଛି ଓ ଏହାର ଚତୁଃପାର୍ଶ୍ୱରେ ପଞ୍ଚୁ ପାଣ୍ଡବଙ୍କ ସମେତ ଦୁର୍ଯ୍ୟୋଧନ ଓ ଲକ୍ଷ୍ମୀଙ୍କ ପ୍ରତିମା ଶୋଭା ପାଉଛି ା ଦିନ ଥିଲା ସେଠାରେ ବୃହତ୍‌ ସରୋବର ଥିଲା ବୋଲି ଜନଶ୍ରୁତି ରହିଛି ା ଏବେ ତାହା ପୋତି ହୋଇଯାଇଛି ା ସରୋବରର ପଶ୍ଚିମ ପଟକୁ ଆମ୍ବ ବଗିଚା ଓ ଏକ ପାର୍ଶ୍ୱରେ ବ୍ୟାସଙ୍କ ମଣ୍ଡପ ରହିଛି ା ପୂର୍ବରୁ ବ୍ୟାସଙ୍କ ମୂର୍ତ୍ତି ଚୋରି ହୋଇ ଯାଇଛି ା ବିଡମ୍ବନା ଯେ, ଏଠାରେ ବ୍ୟାସଦେବ ନାହାନ୍ତି କିମ୍ବା ବ୍ୟାସ ସରୋବର ନାହିଁ ା କେବଳ ରହିଯାଇଛି ସେହି ପୌରାଣିକ ସ୍ମୃତି ା ତଥାପି ପୀଠ ରହିଛି ଓ ପ୍ରତିବର୍ଷ ମାଘ ଶୁକ୍ଲପକ୍ଷ ଏକାଦଶୀ ଦିନଠାରୁ ଏଠାରେ ବ୍ୟାସ ମହୋସତ୍ବ ମହାସମାରୋହରେ ପାଳିତ ହୋଇ ଆସୁଛି ା ଏହି ଅବହେଳା ସଂକ୍ରାନ୍ତରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ସହ ବିଭିନ୍ନସ୍ତରରେ ବ୍ୟାସ ସରୋବରର ବିକାଶ ପାଇଁ ଦାବି ହେବାରୁ ଡିଏମ୍‌ଏଫ୍‌ ପାଣ୍ଠିରୁ ଅର୍ଥ ମଞ୍ଜୁର ହୋଇଛି। ହେଲେ ବିକାଶ କାର୍ଯ୍ୟ ସମୟରେ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ଉପେକ୍ଷା ଏବଂ ଏନ୍‌ଜିଟିରେ ଉପଯୁକ୍ତ ଦଲିଲ ଦାଖଲ କରାଯାଇ ପାରୁ ନ ଥିବାରୁ ଏହି ପ୍ରକଳ୍ପ ଅଧାପନ୍ତରିଆ ହୋଇ ରହିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ… 

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri