ସତର ବର୍ଷରୁ ଯାତ୍ରା

ପୂରା ନାମ ମୃତ୍ୟୁଞ୍ଜୟ ବାରିକ। ହେଲେ ସମସ୍ତେ ତାଙ୍କୁ ଜୟନ୍ତ ନାମରେ ହିଁ ଜାଣନ୍ତି। ଓଡ଼ିଆ ଯାତ୍ରାଜଗତର ଏକ ଅତି ପରିଚିତ ନାମ ହେଉଛନ୍ତି ମୃତ୍ୟୁଞ୍ଜୟ ବାରିକ ଓରଫ୍‌ ଜୟନ୍ତ ବାରିକ। ଉଭୟ ନେଗେଟିଭ୍‌ ଏବଂ ପଜିଟିଭ୍‌ ଭୂମିକା ତୁଲାଇବାରେ ସେ ସିଦ୍ଧହସ୍ତ। ବାସ୍ତବଧର୍ମୀ ଅଭିନୟ ହିଁ ତାଙ୍କର ପରିଚୟ। ଘର ବାଲେଶ୍ୱର ଜିଲାର ଡୁଙ୍ଗୁରା ନିକଟସ୍ଥ ରଘୁନାଥପୁର ଗ୍ରାମ। ଗ୍ରାମ ଆଖପାଖ ଅଞ୍ଚଳରେ ଯାତ୍ରାର ଏକ ମାହୋଲ ରହିଥିଲା। ଅନେକ ଯାତ୍ରାପାର୍ଟି ତଥା ବହୁ ବଡ଼ ବଡ଼ କଳାକାରଙ୍କୁ ସେ ପିଲାଟି ବେଳୁ ଦେଖୁଥିଲେ। ମାତ୍ର ୧୭ବର୍ଷର ହୋଇଥିଲେ ଆସିଲେ ଯାତ୍ରାକୁ। ଏହା ୧୯୮୮ ମସିହା କଥା। ସ୍କୁଲ ଡ୍ରାମାରେ ଚମତ୍କାର ଅଭିନୟ କରୁଥିଲେ। ପାଣିଛତ୍ର ଗ୍ରାମର ଅଭିନେତା ବାବୁଲି ଭାଇ, ମୁକ୍ତିକାନ୍ତ ଭାଇ ଏବଂ ମଧୁ ସାମଲ ପ୍ରମୁଖ ଥିଲେ ସେତେବେଳେ ନାମକରା କଳାକାର। ସେମାନେ ହିଁ ତାଙ୍କୁ ନେଇ ଆସିଲେ ‘ଜୟ ମା’ ମଙ୍ଗଳା ଗଣନାଟ୍ୟ’କୁ। ପ୍ରଥମେ ତାଙ୍କୁ ଛୋଟମୋଟ ଭୂମିକା ମିଳିଲା। ସେ ନାୟକର ପିଲାବେଳ, ସାନ ଭାଇ, ସାନପୁଅ ଆଦି ଭୂମିକାରେ ଅଭିନୟ କଲେ। ପରେ ବୟସ ବଢ଼ିଲା। ନାୟକ ଭୂମିକାରେ ଆସିଲେ। ଜୟ ମା’ ମଙ୍ଗଳା ଗଣନାଟ୍ୟ ପରେ ସେ ସୋନାଲି ଗଣନାଟ୍ୟ, ତାରାପୁର ଅପେରା, ଓଡ଼ିଶା ଅପେରା, ବାଘାଯତୀନ ଲୋକନାଟ୍ୟ, କଳିଙ୍ଗ ଗଣନାଟ୍ୟ, ଗୌରୀ ଗଣନାଟ୍ୟ, ଯାତ୍ରାଗଁା ଆଦିରେ ଅଭିନୟ କରି ନିଜ ପ୍ରତିଭା ପ୍ରଦର୍ଶନ କଲେ। ସମ୍ପ୍ରତି ଜୟନ୍ତ ରାଜଧାନୀ ଅପେରାରେ ଅଭିନୟ କରୁଛନ୍ତି। ଏବେ ସେ ବଡ଼ଭାଇ, ବାପା ଆଦି ଭୂମିକାରେ ଆସୁଛନ୍ତି ମଞ୍ଚ ଉପରକୁ। ଇତିମଧ୍ୟରେ ସେ ବହୁ ନାଟକରେ ଅଭିନୟ କରି ସାରିଛନ୍ତି। ସେଥିମଧ୍ୟରେ ରହିଛି : ଅନ୍ଧ ଆଖିରେ ଚଷମା, ରାମ ପର୍ଶୁରାମ, ଜେଲ ଟାଇଗର, ମଝି ନଈରେ ଘର, ଶ୍ରୀକୃଷ୍ଣ ଆସୁଛନ୍ତି, ଚାଲ ମା’ ଯିବା ଜହ୍ନ ରାଇଜକୁ, ଏତେ ସପନକୁ ରାତି କାହିଁ, ମିଥୁନ ରାଶିର ଝିଅ, ସାନ ଶାଳୀ ଘର ଭୁବନେଶ୍ୱର, ରାଜଧାନୀ ତତେ ଦୂରୁ ଜୁହାର, କିଣା ସ୍ବାମୀ ନେଇ କରିଛି ଘର, ନଁା ନେଇଗଲା ଗଁା ପିଲାଟା, ତୁ ମୋଦି ମୁଁ ଗାନ୍ଧୀ, ବାଃ ବାଃରେ ଉପରବାଲା, ଗୌରୀନାନୀର ନୂଆ ଠିକଣା, ବ୍ରହ୍ମଅସ୍ତ୍ର ଏବଂ ଆହୁରି ଅନେକ। ସମ୍ପ୍ରତି ରାଜଧାନୀ ଅପେରାରେ ତାଙ୍କର ରହିଛି ‘ଲକ୍ଷେ ଶିବ ପୂଜି ପାଇଛି ତତେ’ ଏବଂ ‘ଭୁଲ ହେଇଗଲା ତତେ ଭଲପାଇ’ ଆଦି ନାଟକ। ସ୍ତ୍ରୀ ସୁଷମା ବାରିକ, ଦୁଇପୁଅ ପ୍ରକାଶ ଏବଂ ରାକେଶ ତଥା ଝିଅ ସୁଜାତାକୁ ନେଇ ସଂସାର କରିଥିବା ଏହି ଅଭିନେତା ଦର୍ଶକମାନଙ୍କୁ ତାଙ୍କ କଳାକାର ଜୀବନର ଶ୍ରେୟ ପ୍ରଦାନ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

କ୍ରିକେଟର୍‌ଙ୍କ ଅଭିଯୋଗରେ ଏହି ଅଭିନେତ୍ରୀଙ୍କୁ ବାନ୍ଧିଲା ପୋଲିସ: ପଛରେ ରହିଛି ଏମିତି କାରଣ

କଲମ୍ବୋ,୨।୪: ଶ୍ରୀଲଙ୍କାର କ୍ରିକେଟର ଭାନୁକା ରାଜପକ୍ଷେ ଅଭିନେତ୍ରୀ ହର୍ଷି ରସାଙ୍ଗାଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଏହି ମାମଲା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଶାହରୁଖ ଖାନ୍‌: ସିନେ ଇଣ୍ଡଷ୍ଟ୍ରିରେ ପଡ଼ିଗଲା ଚହଳ

ମଧ୍ୟପ୍ରାଚରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ପ୍ରଭାବ ପକାଇଛି। କେବଳ ଘରୋଇ ବଜାରରେ ନୁହେଁ ବରଂ ସିନେ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବଲିଉଡ…

କପୁର ପରିବାରରେ ଖୁସିର ଲହରୀ, ଅଜା ହେଲେ ଅନିଲ କପୁର

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ତାଙ୍କ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ତାଙ୍କର ଦ୍ୱିତୀୟ ସନ୍ତାନ, ଏକ ଶିଶୁପୁତ୍ରକୁ ସ୍ବାଗତ କରିଛନ୍ତି। ଇନଷ୍ଟାଗ୍ରାମରେ ଏହି ଖୁସି ଖବର…

ଦୁଃଖ ବଖାଣିଲେ ବରୁଣ ଧାୱନ: ଝିଅ ଲାରାଙ୍କୁ ହୋଇଛି…

ଅଭିନେତା ବରୁଣ ଧାୱନ ଇଣ୍ଡଷ୍ଟ୍ରିର ସବୁଠାରୁ ନିର୍ଭରଯୋଗ୍ୟ ଅଭିନେତା ଭାବରେ ଉଭା ହୋଇଛନ୍ତି। ଆଜିକାଲି ସେ ତାଙ୍କର ବ୍ଲକବଷ୍ଟର ଓ୍ବାର୍‌ ଡ୍ରାମା ଫିଲ୍ମ ‘ବର୍ଡର ୨’ର ସଫଳତାରେ…

୧୪ ଦିନରେ ୪ କିଲୋ ଓଜନ ହ୍ରାସ, ହସ୍ପିଟାଲ୍‌ରେ ହ୍ରିତିକ୍‌ ରୋଶନଙ୍କ ଗର୍ଲଫ୍ରେଣ୍ଡ

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ ଆଜିକାଲି କଷ୍ଟକର ପରିସ୍ଥିତି ଦେଇ ଗତି କରୁଛନ୍ତି। ସବା ସାଇକ୍ଲୋସ୍ପୋରା କାଏଟାନେନ୍ସିସ ନାମକ ଏକ ରୋଗର ଶିକାର…

ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ

ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri