ସଚେତନତା ପାଇଁ ପୁରୀରୁ ବାହାରି ପାଟଣାରେ ପହଞ୍ଚିଲେ

ପାଟଣା,୨୬ା୧(ସ୍ବ.ପ୍ର.)- ନିଜେ ଜଣେ ଦିବ୍ୟାଙ୍ଗ ହୋଇ ଓଡ଼ିଶାରୁ କନ୍ୟା ଭ୍ରୁଣ ହତ୍ୟା,ରକ୍ତଦାନ କରି ଜୀବନ ବଞ୍ଚାଇବା ଓ ଗାଡି ଚଳାଇବାବେଳେ ହେଲମେଟ୍‌ ବ୍ୟବହାର କରିବା ଏବଂ ମୋବାଇଲ ବ୍ୟବହାର ନ କରିବା ପାଇଁ ଲୋକଙ୍କୁ ସଚେତନ କରିବା ଉଦେଶ୍ୟରେ ସେ ଅଣ୍ଟା ଭିଡିଛନ୍ତି। ୧୯ ଫେବୃୟାରୀ ୨୦୧୮ରୁ ତିନି ଚକିଆ ସାଇକେଲରେ ପୁରୀରୁ ଯାତ୍ରା ଆରମ୍ଭ କରି ଗାଁକୁ ଗାଁ ବୁଲି ସଚେତନତାର ବାତ୍ତର୍ର୍ା ବାଣ୍ଟୁଛନ୍ତି । ଅଦମ୍ୟ ଇଚ୍ଛା ଶକ୍ତିର ଅନନ୍ୟ ଉଦାହରଣ ସାଜିଥିବା ଏହି ବ୍ୟକ୍ତି ହେଉଛନ୍ତି ୪୬ ବର୍ଷୀୟ ଅରବିନ୍ଦ କୁମାର ମିଶ୍ରାା ବିହାରର ପାଟନା ଏକତାନଗର ମିଥିଳା କଲୋନୀର ବାସିନ୍ଦା। ପିଲାଟି ବେଳୁ ପୋଲିଓ ରୋଗରେ ଆକ୍ରାନ୍ତ ହୋଇ ଚାଲିବା ଶକ୍ତି ହରାଇ ବସିଥିବା ଏହି ବ୍ୟକ୍ତି ଜଣକ ବିଭିନ୍ନ ସମୟରେ ସମାଜର ତୃଣମୂଳ ସ୍ତରର ସମସ୍ୟାକୁ ନେଇ ସଚେତନତା ଜାରୀରଖିଛନ୍ତି। ଏହି ଅବକାଶରେ ସେ ଶନିବାର ପାଟଣା ବ୍ଲକରେ ଅଧକ୍ଷ ବିଶ୍ୱନାଥ ନାଏକ ଓ ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକଙ୍କୁ ଭେଟିଛନ୍ତି। ଏଥିପୂର୍ବରୁ ୨୦୧୫ରେ ପୋଲିଓ ମୁକ୍ତ ଭାରତ ପାଇଁ ପୁରୀରୁ ତିନି ଚକିଆ ସାଇକେଲରେ ବାହାରି ସଚେତନ କରାଇଥିଲେ। ମାତ୍ର ଅର୍ଥନୀତିରେ ସମ୍ମାନ ସହ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ହେଁ ତାଙ୍କ ଭଳି ଦିବ୍ୟାଙ୍ଗଙ୍କୁ ସରକାରୀ ଚାକିରୀ ଖଣ୍ଡିଏ ସେଠକାର ସରକାର ଉପଲବ୍ଧ କରାଇ ପାରି ନ ଥିବା ନେଇ ସେ କ୍ଷୋଭ ପ୍ରକାଶ କରନ୍ତି ତେବେ ବାକି ତକ ଜୀବନ ସମାଜ ପାଇଁ କିଛି ଭଲ କାମ କରିବା ଲାଗି ସେ ଲକ୍ଷ୍ୟ ରଖିଛନ୍ତି। ଇତି ମଧ୍ୟରେ ସେ ପୁରୀ, ଭୁବନେଶ୍ୱର, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର ପରିକ୍ରମା କରି କେନ୍ଦୁଝର ଜିଲାରେ ପହଞ୍ଚିଛନ୍ତି। ଓଡ଼ିଶାରେ ଆଉ ୪ ଜିଲାରେ ସଚେତନତା ବାର୍ତ୍ତା ବାଣ୍ଟିବେ ା ତା’ପରେ ପଶ୍ଚିମବଙ୍ଗରେ ନିଜ ସଚେତନତା କାର୍ଯ୍ୟକ୍ରମ ଶେଷ କରିବେ ବୋଲି ସୂଚନା ଦେଇଛନ୍ତି ଅରବିନ୍ଦ। ଜଣେ ଦିବ୍ୟାଙ୍ଗ ସଚେତନତା ଉଦ୍ଦେଶ୍ୟରେ ଶହ ଶହ ମାଇଲ ରାସ୍ତା ୩ ଚକିଆ ସାଇକେଲରେ ଯାତ୍ରା କରୁଥିବାରୁ ବିଭିନ୍ନ ଅଞ୍ଚଳରେ ତାଙ୍କୁ ଢେର ପ୍ରଶଂସା ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

କଟାଗଲା ଗଛ, ଭଙ୍ଗାଯିବ ଘର, ଜବରଦଖଲକାରୀଙ୍କ ଚିନ୍ତା ବଢ଼ିଲା

ଧର୍ମଶାଳା,୧୦ା୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଶାନ୍ତିବଜାରଠାରୁ କାଏମା ପର୍ଯ୍ୟନ୍ତ ଅଟକି ରହିଥିବା ପ୍ରଶସ୍ତିକରଣ କାର୍ଯ୍ୟ ଦୀର୍ଘ ୨୭ମାସ ପରେ ଆରମ୍ଭ ହୋଇଛି। ଏହାକୁ ଚାରି…

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ; ଜୟନ୍ତୀ ପଢିଆରି-ମହେଶ ମହାନ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଭଞ୍ଜନଗରରେ ଖୁସିର ଲହରୀ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ): ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଵତନ୍ତ୍ର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଏବଂ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ତାଲିକା ଶୁକ୍ରବାର ଘୋଷଣା ହୋଇଛି । ଏଥିରେ…

ମଝି ଆକାଶରେ ଗାଏବ ହେଲା ଆମେରିକାର ୧୬୦୦ କୋଟିର ଡ୍ରୋନ! ରହସ୍ୟମୟ ଭାବରେ ହର୍ମୁଜ ଉପରେ ହୋଇଗଲା ଅଦୃଶ୍ୟ

ଓ୍ବାଶିଂଟନ୍‌,୧୦।୪: ଆଜି ହର୍ମୁଜ ପ୍ରଣାଳୀ ଉପରେ ଏକ ସ୍ବତନ୍ତ୍ର ଆମେରିକା ନୌସେନା ନିରୀକ୍ଷଣ ଡ୍ରୋନ, MQ-4C ଟ୍ରାଇଟନ ହଠାତ୍‌ ଅଦୃଶ୍ୟ ହୋଇଯାଇଛି। ଏହି ଡ୍ରୋନଟିକୁ ଆମେରିକାର ସବୁଠାରୁ…

ଆଜିଠୁ ଟୋଲ୍ ପ୍ଲାଜାରେ ନୂଆ ନିୟମ, ଦେଇପାରିବେନି ନଗଦ ଟଙ୍କା

ନୂଆଦିଲ୍ଲୀ,୧୦।୪: ବଦଳିଗଲା ଟୋଲ୍ ପ୍ଲାଜା ନିୟମ । ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(NHAI)  ଟୋଲ୍ ଆଦାୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଡିଜିଟାଲ୍ କରିବାକୁ ନିଷ୍ପତ୍ତି ନେଇଛି  । ଏହି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

ଏହି ୪ ରାଶିର ଫିଟିବ ଭାଗ୍ୟ: ଏପ୍ରିଲ ୧୧ରୁ ମିଳିବ ବଡ଼ ସଫଳତା

ନୂଆଦିଲ୍ଲୀ,୧୦।୪: ମୀନ ରାଶିରେ ବୁଧଙ୍କ ଗୋଚର ଏପରି ଏକ ସମୟ, ଯେଉଁଠାରେ ଲୋକଙ୍କର ଚିନ୍ତା ଶକ୍ତି ଭାବନା ଏବଂ କଳ୍ପନା ଦ୍ୱାରା ପ୍ରଭାବିତ ହେବ। ୧୧ ଏପ୍ରିଲ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri