ସଚେତନତା ଅଭାବ: ବଢୁଛି ଦୁର୍ଘଟଣାଜନିତ ମୃତ୍ୟୁ : ବେପରୁଆ ଗାଡ଼ିି ଚାଳନା ନେଉଛି ଜୀବନ

କଟକ ଅଫିସ୍‌, ୧୭ା୭: ବିଗତ କିଛିବର୍ଷ ହେବ ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସରକାର, ପରିବହନ ଓ ପୋଲିସ ବିଭାଗର ଦାୟିତ୍ୱହୀନତା ଯୋଗୁ ଏଥିରେ ରୋକ ଲାଗିପାରୁନି। ଦୁର୍ଘଟଣାଜନିତ ମୃତ୍ୟୁରେ ଜାତୀୟ ହାର ୦.୬ ପ୍ରତିଶତ ରହିଥିବା ବେଳେ ଓଡ଼ିଶାରେ ତାହା ୧୧ ପ୍ରତିଶତ ଅଛି। ୨୦୧୭ ଜାନୁଆରୀରୁ ଚଳିତବର୍ଷ ମେ ମାସ ଭିତରେ ଦୁର୍ଘଟଣାରେ ଶୀକାର ହୋଇ ୧୨ହଜାର ୬୩୭ ଜଣଙ୍କର ମୃତ୍ୟୁ ଘଟିଛି। ଏଥିଯୋଗୁ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ଷ୍ଟେଟ୍‌ ଟ୍ରାନ୍ସପୋର୍ଟ ଅଥରିଟି (ଏସ୍‌ଟିଏ) ସୂଚନା ଅନୁଯାୟୀ,୨୦୧୮ ଜାନୁଆରୀରୁ ମେ ମାସ ମଧ୍ୟରେ ୨୨୩୮ ଜଣଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ଚଳିତ ବର୍ଷ ଜାନୁଆରୀରୁ ମେ ୫ମାସ ମଧ୍ୟରେ ୫୩୨ଜଣ ଲୋକଙ୍କ ଜୀବନ ଯାଇଛି। ଏହାକୁ ଦେଖିଲେ ଚଳିତବର୍ଷ ପ୍ରଥମ ୫ମାସରେ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ୧୩ ପ୍ରତିଶତ ବୃଦ୍ଧି ପାଇଛି। ସର୍ବାଧିକ ଦୁର୍ଘଟଣାପ୍ରବଣ ଜିଲା ଭିତରେ ମୟୁରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ଭଦ୍ରକ, ବୌଦ୍ଧ ଓ ରାୟଗଡ଼ା ରହିଛି। ୨୦୧୭ରେ ରାସ୍ତା ଦୁର୍ଘଟଣାରେ ୪୭୯୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୧୮ରେ ୫୩୧୫ ଜଣଙ୍କ ପ୍ରାଣହାନୀ ଘଟିଥିଲା। ଏହାକୁ ଅନୁଧ୍ୟାନ କଲେ ଓଡ଼ିଶାରେ ଦୁର୍ଘଟଣାଜନିତ ମୃତ୍ୟୁହାର ବର୍ଷକୁ ୧୧ ପ୍ରତିଶତ ବୃଦ୍ଧି ପାଉଥିବାବେଳେ ଜାତୀୟ ହାର ମାତ୍ର ୦.୬ ପ୍ରତିଶତ ବୃଦ୍ଧି ପାଉଛି।
ସଚେତନତାର ଅଭାବ ଯୋଗୁ ଲୋକେ ବେପରୁଆ ଗାଡ଼ିଚାଳନା କରି ଦୁର୍ଘଟଣାର ଶୀକାର ହୋଇ ମୃତ୍ୟୁମୁଖରେ ପଡୁଛନ୍ତି। ବିଶେଷକରି ଦ୍ରୁତ ଗତିରେ ଗାଡ଼ି ଚାଳନା, ନିଶା ସେବନ କରି ଓ ମୋବାଇଲରେ କଥା ହୋଇ ଗାଡ଼ିି ଚଳାଇବା ଆଦି କାରଣରୁ ଅଧିକ ଦୁର୍ଘଟଣା ଘଟୁଛି। ସରକାର, ପରିବହନ ଏବଂ ପୋଲିସ ବିଭାଗ ପକ୍ଷରୁ ସଚେତନତାମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଉଥିଲେ ସୁଦ୍ଧା ତାହା ଯଥେଷ୍ଟ ନୁହେଁ। ଜିଲାସ୍ତରରେ ଗଠିତ ଡିଷ୍ଟ୍ରିକ୍ଟ ରୋଡ ସେଫ୍ଟି କମିଟି ନିୟମିତ ବ୍ୟବଧାନରେ ସଡ଼କ ସୁରକ୍ଷା ସଂକ୍ରାନ୍ତ ବୈଠକ କରୁନାହିଁ। ଫଳରେ ଲୋକେ ସଚେତନ ହୋଇପାରୁନାହାନ୍ତି। ଏହାଛଡ଼ା ଠିକ୍‌ ଭାବେ ଯାଞ୍ଚ ହେଉ ନ ଥିବାରୁ ଲୋକେ ଟ୍ରାଫିକ୍‌ ନିୟମ ମାନୁନାହାନ୍ତି। ଲୋକଙ୍କର ପୋଲିସ ପ୍ରତି ଭୟ ରହୁନାହିଁ। ଫଳରେ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ଯାଞ୍ଚ କ୍ଷେତ୍ରରେ ପୋଲିସଠୁ ବହୁତ ପଛରେ ରହିଛି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)। ଏସ୍‌ଟିଏରୁ ମିଳିଥିବା ସୂଚନା ଅନୁଯାୟୀ, ଏବେ ଓଡ଼ିଶାରେ ୩୫ଟି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ରହିଛି। ଏହି ସମସ୍ତ କାର୍ଯ୍ୟାଳୟକୁ ଚଳିତବର୍ଷ ଜାନୁଆରୀରୁ ମେ ୫ମାସ ଭିତରେ ଡ୍ରଙ୍କ୍‌ ଆଣ୍ଡ୍‌ ଡ୍ରାଇଭ୍‌ କରୁଥିବା ୧୦ହଜାର ୯୫୦ ଚାଳକଙ୍କୁ ଧରିବାକୁ ଟାର୍ଗେଟ ଦିଆଯାଇଥିଲା। ହେଲେ ମାତ୍ର ୧୩୦୮ ଜଣଙ୍କୁ ଧରାଯାଇଛି। ଓଡ଼ିଶାରେ ଦୁର୍ଘଟଣାଜନିତ ମୃତ୍ୟୁହାର ବଢୁଥିବାରୁ ସଡ଼କ ସୁରକ୍ଷା ପାଇଁ ଗଠିତ ସୁପ୍ରିମ୍‌କୋର୍ଟ କମିଟି ଉଦ୍‌ବେଗ ପ୍ରକାଶ କରିଛନ୍ତି। ଅନେକ ସ୍ଥାନରେ ଭୁଲ ରାସ୍ତା ନିର୍ମାଣ ପାଇଁ ମଧ୍ୟ ଦୁର୍ଘଟଣା ଘଟୁଛି। ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନକୁ ଦୁର୍ଘଟଣାପ୍ରବଣ ଅଞ୍ଚଳ ବା ବ୍ଲାକ୍‌ସ୍ପଟ ଭାବେ ଚିହ୍ନଟ କରିବାକୁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦିଆଯାଉନାହିଁ। ଦ୍ରୁତ ଗତିରେ ଯାଉଥିବା ଗାଡ଼ିଗୁଡ଼ିକୁ ଧରିବା ପାଇଁ ସ୍ପିଡ୍‌ ଯାଞ୍ଚ ମେଶିିନ୍‌ କି ଦୁର୍ଘଟଣାପ୍ରବଣ ସ୍ଥାନରେ ସ୍ପିଡ୍‌ ବ୍ରେକର ଲଗାଯାଉନାହିଁ। ଫଳରେ ଲୋକେ ମନଇଛା ଗାଡ଼ି ଚଳାଇ ଦୁର୍ଘଟଣାକୁ ଡାକୁଛନ୍ତି। ଯଦି ସରକାରଙ୍କ ପକ୍ଷରୁ ଦୃଢ ପଦକ୍ଷେପ ନିଆ ନ ଯାଏ ତେବେ ଦୁର୍ଘଟଣାଜନିତ ହାର ଆଗାମୀ ଦିନରେ ଆହୁରି ବୃଦ୍ଧି ପାଇବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ଏ ନେଇ ପରିବହନ କମିଶନର ଅନିଲ କୁମାର ସାମଲଙ୍କୁ ପଚାରିବାରେ କହିଛନ୍ତି, ଦୁର୍ଘଟଣା ରୋକିବା ପାଇଁ ସମସ୍ତ ଚେଷ୍ଟା ଜାରି ରହିଛି। ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନକାରୀଙ୍କୁ ଧରିବା ପାଇଁ ଆର୍‌ଟିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ଏବଂ ଜିଲାସ୍ତରରେ ଅଧିକ ସଚେତନତାମୂଳକ କାର୍ଯ୍ୟକ୍ରମ କରିବାକୁ କୁହାଯାଇଛି। ତେବେ ପ୍ରଥମେ ଲୋକେ ନିଜେ ଏଥିପ୍ରତି ସଚେତନ ହେବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri