Posted inଖେଳ

ସଚିନ ତେନ୍ଦୁଲକରଙ୍କୁ ସ୍ବପ୍ନରେ ଦେଖୁଥିଲେ ଏହି ମହାନ ଖେଳାଳି

ଅଷ୍ଟ୍ରେଲିଆର ମହାନ୍‌ ବୋଲର୍‌ ସେନ୍‌ ଓ୍ବାର୍ଣ୍ଣ ୫୧ବର୍ଷରେ ପଦାର୍ପଣ କରିଛନ୍ତି। ୧୯୬୯ ସେପ୍ଟେମ୍ବର ୧୩ ତାରିଖରେ ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ସେ ଜନ୍ମଗ୍ରହଣ କରିଥିଲେ। ବିଶ୍ୱର ସର୍ବଶ୍ରେଷ୍ଠ ସ୍ପିନରଙ୍କ ମଧ୍ୟରେ ଜଣାଶୁଣା ଓ୍ବାର୍ଣ୍ଣ ଶ୍ରୀଲଙ୍କାର କିମ୍ବଦନ୍ତୀ ବୋଲର୍‌ ମୁଥିଆ ମୁରଲିଧରନ୍‌ଙ୍କ ସହ ଅନ୍ତର୍ଜାତୀୟ କ୍ରିକେଟରେ ୧ ହଜାରରୁ ଊର୍ଦ୍ଧ୍ୱ ଉଇକେଟ୍‌ ନେଇଛନ୍ତି। ୧୯୯୨ରେ ଓ୍ବାର୍ଣ୍ଣ ଭାରତ ବିପକ୍ଷରେ ସିଡନୀରେ ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ସାରଜାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା କୋକାକୋଲା କପ୍‌ର ଦୁଇଟି ଲିଗ୍‌ ମ୍ୟାଚ୍‌ରେ ସଚିନ ତେନ୍ଦୁଲକର ଯଥାକ୍ରମେ ୧୪୩ ଏବଂ ୧୩୪ରନର ପାଳି ଖେଳିଥିଲେ। ଏହି ଦୁଇଟି ମ୍ୟାଚ୍‌ରେ ଓ୍ବାର୍ଣ୍ଣଙ୍କୁ ପ୍ରବଳ ପ୍ରହାର କରିଥିଲେ ସଚିନ। ମ୍ୟାଚ୍‌ ପରେ ଓ୍ବାର୍ଣ୍ଣ କହିଥିଲେ, ସ୍ବପ୍ନରେ ବି ମୁଁ ସଚିନଙ୍କ ଛକା, ଚୌକା ଦେଖୁଛି। ସୂଚନାଯୋଗ୍ୟ, ଓ୍ବାର୍ଣ୍ଣ ୧୪୫ଟି ଟେଷ୍ଟ ଖେଳି ୭୦୮ଟି ଉଇକେଟ ନେଇଥିଲେ। ଟେଷ୍ଟରେ ୭୦୦ ଉଇକେଟ୍‌ ନେବାରେ ସେ ପ୍ରଥମ ଖେଳାଳି ହୋଇପାରିଥିଲେ। ସେହିପରି ୧୯୪ଟି ଏକଦିବସୀୟ ମ୍ୟାଚ୍‌ ଖେଳି ୨୯୩ଟି ଉଇକେଟ୍‌ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri