ସଙ୍ଗରୋଧ ଗୃହରୁ ଫେରିଲେ ୧୬ ଶ୍ରମିକ

ଟିକିରି,୨୯ା୪: ରାୟଗଡ଼ା ଜିଲା କାଶିପୁର ବ୍ଲକ୍‌ ଟିକିରି ହାଇସ୍କୁଲସ୍ଥିତ ସଙ୍ଗରୋଧ କେନ୍ଦ୍ରରେ ଥିବା ୧୬ ଶ୍ରମିକ ମଙ୍ଗଳବାର ଫେରିଛନ୍ତି। ପ୍ରକାଶ ଯେ, ମାର୍ଚ୍ଚ ୨୯ ରେ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରୁ ୬ ଜଣ ବ୍ୟକ୍ତି ବାଇକ୍‌ ଯୋଗେ ବଲାଙ୍ଗୀର ଜିଲାର ବଡ଼ମାଲ ଅଞ୍ଚଳକୁ କାମ ପାଇଁ ଯିବା ସମୟରେ ପୋଲିସ ଅଟକାଇଥିଲା। ପରେ ଏମାନଙ୍କୁ ସଙ୍ଗରୋଧରେ ରଖାଯାଇଥିଲା। ଜଣଙ୍କ ନିକଟରେ ପାସ୍‌ ରହିଥିବାରୁ ତାଙ୍କୁ ୨ ଦିନ ସଙ୍ଗରୋଧ ଗୃହରେ ରଖି ସ୍ବାସ୍ଥ୍ୟ ପରୀକ୍ଷା ପରେ ଛାଡ଼ି ଦିଆଯାଇଥିବାବେଳେ ଅନ୍ୟ ୫ ଜଣ ସଙ୍ଗରୋଧ ଗୃହରେ ଥିଲେ। ସେହିପରି ମାର୍ଚ୍ଚ ୩୦ରେ ରାୟଗଡ଼ାରୁ ନବରଙ୍ଗପୁର ଚାଲି ଚାଲି ଯାଉଥିବା ନବରଙ୍ଗପୁର ଜିଲାର ୧୧ ଶ୍ରମିକଙ୍କୁ ଅଟକାଇ ସଙ୍ଗରୋଧରେ ରଖାଯାଇଥିଲା। ସଙ୍ଗରୋଧରେ ଥିବା ସମୟରେ ଏମାନଙ୍କ ଖାଦ୍ୟ ବ୍ୟବସ୍ଥା ସହ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଥିଲା। ମଙ୍ଗଳବାର ଜିଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲ, କାଶିପୁର ବିଡିଓ ସୁଧାକର ରଇତ, ଏବିଡିଓ ବଳରାମ ପାତ୍ର, ତହସିଲଦାର ଶରତ ଶବର, ଟିକିରି ଆଇଆଇସି ସୁଜ୍ଞାନୀ ସାହୁଙ୍କ ସମେତ ସରପଞ୍ଚ କୁମାରୀ ପିଡିକା ପ୍ରମୁଖ ଉପସ୍ଥିତ ରହି ସଙ୍ଗରୋଧରେ ଥିବା ଶ୍ରମିକମାନଙ୍କୁ ନିଜ ଅଞ୍ଚଳକୁ ପଠାଇଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶରେ ନବରଙ୍ଗପୁର ଅଞ୍ଚଳର ୧୧ ଜଣଙ୍କୁ ଏକ ସ୍କୁଲ୍‌ ବସ୍‌ ଯୋଗେ ପଠାଯାଇଛି। ସେହିପରି ଆନ୍ଧ୍ର ପ୍ରଦେଶର ୫ଜଣଙ୍କୁ ବୋଲେରୋ ଯୋଗେ ସେମାନଙ୍କ କର୍ମସ୍ଥଳୀ ବଲାଙ୍ଗୀର ପଠାଯାଇଥିବା ଜଣାପଡ଼ିଛି। ଯିବା ସମୟରେ ସାଥିରେ ଖାଦ୍ୟ ସାମଗ୍ରୀ ମଧ୍ୟ ଦିଆଯାଇଥିବା କୁହାଯାଇଛି। ଏହି ସମୟରେ ଟିକିରି ପଞ୍ଚାୟତର ପିଇଓ ସୁନୀଲ୍‌ କୁମାର ବ୍ରହ୍ମା, ଜିଆର୍‌ଏସ୍‌ ଭୁବନ ଖୋସ୍‌ଲା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri