ସଙ୍କଟରେ ‘ବ୍ୟାଙ୍କ ଅନ୍‌ ହୁଇଲ୍ସ’

ଭୁବନେଶ୍ୱର,୨ା୯: ରାଜ୍ୟର ଦୁର୍ଗମ ଅଞ୍ଚଳକୁ ବ୍ୟାଙ୍କ ସୁବିଧା ଯୋଗାଇ ଦେବା ସକାଶେ ରାଜ୍ୟ ସରକାର ଆରମ୍ଭ କରିଥିଲେ ‘ବ୍ୟାଙ୍କ ଅନ୍‌ ହୁଇଲ୍ସ’ ଯୋଜନା। ବହୁ ଆଡ଼ମ୍ବରରେ ଆରମ୍ଭ କରାଯାଇଥିବା ଏହି ଯୋଜନା ପ୍ରାୟ ୪ ବର୍ଷ ପରେ ବାଟ ହୁଡ଼ିଲାଣି। ଦୁର୍ଗମ ଅଞ୍ଚଳକୁ ଆଉ ଗଡୁ ନାହିଁ ବ୍ୟାଙ୍କ ଗାଡ଼ି। ଏହି ଯୋଜନା କାର୍ଯ୍ୟକାରୀ କରୁଥିବା ଜିଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ (ଡିସିସିବି)ଗୁଡିକ ଖର୍ଚ୍ଚ ବୋଝରେ ଅତିଷ୍ଠ ହେଲେଣି। ଠିକ୍‌ ଢଙ୍ଗରେ ରକ୍ଷଣାବେକ୍ଷଣ କରାଯାଇ ପାରୁ ନ ଥିବାରୁ ବ୍ୟାଙ୍କ ସେବା ଯୋଗାଇବାକୁ କିଣାଯାଇଥିବା ଗାଡ଼ି ଖତ ଖାଇବାକୁ ମଧ୍ୟ ବସିଲାଣି।
୨୦୧୫ ସେପ୍ଟେମ୍ବର ୯ରେ ରାଜ୍ୟ ସରକାର ଏହି ଯୋଜନା ଆରମ୍ଭ କରିଥିଲେ। ରାଜ୍ୟର ଆଦିବାସୀ ବହୁଳ ଅଞ୍ଚଳ ଏବଂ ବ୍ୟାଙ୍କ ସୁବିଧା ନ ଥିବା ଅଞ୍ଚଳରେ ଏହି ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଥିଲା। ଏଥିରେ ଗରିବ ଆଦିବାସୀ ଏବଂ ଚାଷୀମାନେ ଉପକୃତ ହୋଇଥାଆନ୍ତେ। ପ୍ରଥମ ପର୍ଯ୍ୟାୟରେ ୧୬ ଜିଲାର ୨୦ଟି ଆଦିବାସୀ ବହୁଳ ଓ ପଛୁଆ ବ୍ଲକକୁୁ ଏହି ଯୋଜନାରେ ସାମିଲ କରାଯାଇଥିଲା। ଏଥିପାଇଁ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା(ଆରକେଭିଓ୍ବାଇ)ରେ ୨୦ଟି ମିନିବସ୍‌ କିଣିବା ପାଇଁ ୬ କୋଟି ଟଙ୍କା ଯୋଗାଇ ଦିଆଯାଇଥିଲା। କେନ୍ଦୁଝର ଜିଲାର ବାଂଶପାଳ ଓ ତେଲକୋଇ, ନବରଙ୍ଗପୁର ଜିଲାର କୋଷାଗୁୁମୁଡା, କୋରାପୁଟ ଜିଲାର ଦଶମନ୍ତପୁର, ରାୟଗଡା ଜିଲାର ପଦ୍ମପୁର, ସୁନ୍ଦରଗଡ଼ ଜିଲାର ଲାଠିକଟା ଓ କୁଆଁରମୁଣ୍ଡା, ଗଜପତି ଜିଲାର ଆର. ଉଦୟଗିରି, କଳାହାଣ୍ଡି ଜିଲାର କର୍ଲାମୁଣ୍ଡା, ଥୁଆମୂଳ ରାମପୁର, ମୟୂରଭଞ୍ଜ ଜିଲାର ତିରିଙ୍ଗି, ଶ୍ୟାମାଖୁଣ୍ଟା, ସମ୍ବଲପୁର ଜିଲାର ଜୁଜୁମୁରା, ଅନୁଗୋଳ ଜିଲାର ପାଲଲହଡା, ଢେଙ୍କାନାଳ ଜିଲାର ପରଜଙ୍ଗ, ବୌଦ୍ଧ ଜିଲାର କଣ୍ଟାମାଳ, କନ୍ଧମାଳ ଜିଲାର ଦାରିଙ୍ଗବାଡି, ନୟାଗଡ ଜିଲାର ଦଶପଲ୍ଲା, ଗଞ୍ଜାମ ଜିଲାର ଜଗନ୍ନାଥପ୍ରସାଦ ଓ ମାଲକାନଗିରି ଜିଲାର କୁଡୁମୁଲୁଗୁମା ବ୍ଲକରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଛି। ପ୍ରତ୍ୟେକ ବ୍ଲକକୁ ଗୋଟିଏ ଲେଖାଏ ମିନିବସ୍‌ ଯୋଗାଇ ଦିଆଯାଇଛି। ଏହି ଯୋଜନାରେ ଲୋକେ ଘର ପାଖରେ ବ୍ୟାଙ୍କ ସୁବିଧା ପାଇପାରିବେ। ବ୍ୟାଙ୍କ ଆକାଉଣ୍ଟ ଖୋଲିବା ସହ ଏଟିଏମ୍‌ରୁ ପଇସା ଉଠାଇ ପାରିବେ। ଏହାର ତଦାରଖ ଦାୟିତ୍ୱ ରାଜ୍ୟ ସରକାର ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ(ଓଏସ୍‌ସିବି) ଉପରେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ଓଏସସିବିରେ ଥିବା ଡାଟା ସେଣ୍ଟର ସହ ତାହାକୁ ସଂଯୋଗ କରାଯିବ। ସମବାୟ ବ୍ୟାଙ୍କ ଖାତାଧାରୀମାନେ ଗାଡ଼ିରେ ଲାଗିଥିବା କିଓସ୍କୋ ଜରିଆରେ ବ୍ୟାଙ୍କ ସମ୍ବନ୍ଧୀୟ ସମସ୍ତ ସୂଚନା ପାଇପାରିବେ। ଏହାଛଡ଼ା ବ୍ୟାଙ୍କ ଅନ୍‌ ହୁଇଲ୍ସରେ ଲାଗିଥିବା ଟେଲିଭିଜନ ପରଦାରେ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ବିଭିନ୍ନ ସ୍କିମ ଏବଂ ସେବା ବିଷୟରେ ତଥ୍ୟ ଉପଲବ୍ଧ ହୋଇପାରିବ। ମୋଟାମୋଟି କହିବାକୁ ଗଲେ ଏହା ଏକ କ୍ଷୁଦ୍ର ବ୍ୟାଙ୍କ ଭଳି କାର୍ଯ୍ୟ କରିବ। କିଷାନ କ୍ରେଡିଟ କାର୍ଡ ପାଇଥିବା ବ୍ୟକ୍ତି ଓ ବ୍ୟାଙ୍କ ଖାତାଧାରୀମାନେ ଏହା ଜରିଆରେ ଟଙ୍କା ଦେଣନେଣ କରିପାରିବେ। ଜିଲା ସମବାୟ ବ୍ୟାଙ୍କ ଉପରେ ଏହାର ପରିଚାଳନା ଦାୟିତ୍ୱ ଦିଆଯାଇଛି। ଆରମ୍ଭ ବେଳେ ବ୍ୟାଙ୍କଗୁଡିକ ଏହି ଗାଡ଼ିଗୁଡିକୁ ଉତ୍ସାହର ସହ ନେଇଯାଇଥିଲେ। ତେବେ ଏହାର ପରିଚାଳନା ଓ ରକ୍ଷଣାବେକ୍ଷଣ ଜନିତ ବ୍ୟୟ ଭାରରେ ବ୍ୟାଙ୍କଗୁଡିକ ନୟାନ୍ତ ହେଲେଣି। ସମୁଦାୟ ୨୦ ଗାଡ଼ିରୁ ୧୪ଟି କଁାଭଁା ଚାଲୁଥିବା ବେଳେ ୬ଟି ଅଚଳ ହୋଇପଡିଛି। ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟ ସୁବିଧା ନ ଥିବାରୁ ହାଟ ବଜାରଗୁଡିକରେ ବ୍ୟାଙ୍କ ସୁବିଧା ଯୋଗାଇବା ସମ୍ଭବ ହେଉନାହିଁ ବୋଲି ଓଏସସିବି ପକ୍ଷରୁ କୁହାଯାଉଛି। ମାତ୍ର ଅସଲ କଥା ହେଲା, ଜିଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଏହି ଯୋଜନାର ଖର୍ଚ୍ଚ ବହନ କରିବା ନେଇ ନାକେଦମ ହେଲାଣି। ବ୍ୟାଙ୍କ ଅନ୍‌ ହୁଇଲ ସେବା ଯୋଗାଇ ଦେବାକୁ ଦିନକୁ ୩୦ କିଲୋମିଟର ସକାଶେ ୧୫ ଲିଟର ଡିଜେଲ ଓ ଦୁଇଜଣ କର୍ମଚାରୀଙ୍କ ଖର୍ଚ୍ଚ ବାବଦରେ ମାସକୁ ହାରାହାରି ୧୫ରୁ ୨୦ ହଜାର ଟଙ୍କା ଖର୍ଚ୍ଚ ହେଉଛି। ଏହାଛଡା ଗାଡିଗୁଡିକର ରକ୍ଷଣାବେକ୍ଷଣ ବାବଦରେ ମଧ୍ୟ ଆହୁରି ଅଧିକ ଖର୍ଚ୍ଚ କରିବାକୁ ପଡୁଛି। ପ୍ରତ୍ୟେକ ଗାଡି ପିଛା ୨ ଲକ୍ଷ ଟଙ୍କା ହିସାବରେ ବାର୍ଷିକ ୪୦ ଲକ୍ଷ ଟଙ୍କା ଦେବାକୁ ବ୍ୟାଙ୍କଗୁଡିକ ରାଜ୍ୟ ସରକାରଙ୍କ ନିକଟରେ ଗତ ଦେଢ ବର୍ଷ ହେବ ଦାବି କରି ଆସୁଛନ୍ତି। ମାତ୍ର ସରକାର ଏ ବାବଦରେ ଟଙ୍କାଟିଏ ସୁଦ୍ଧା ଦେବାକୁ ରାଜି ହେଉନାହାନ୍ତି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଏହି ଯୋଜନା ଫେଲ ମାରିବା ଏକ ପ୍ରକାର ନିଶ୍ଚିତ ହୋଇଛି। ଫନୀ ବାତ୍ୟା ବେଳେ ସେଥିରୁ କିଛି ଗାଡ଼ି ଆଣି ପୁରୀରେ ବ୍ୟାଙ୍କ ସୁବିଧା ଯୋଗାଇ ଦିଆଯାଇଥିଲା। ଗୋଟିଏ ପଟେ ଆର୍ଥିକ ସଙ୍କଟ ଦେଖା ଦେଇଥିବା ବେଳେ ଅନ୍ୟ ପଟେ ଇଣ୍ଟରନେଟ ଅପହଞ୍ଚ ଏହି ଯୋଜନାକୁ ଆହୁରି ବାଟବଣା କରିଛି।
ଏ ସମ୍ପର୍କରେ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଜଣେ ସମ୍ପାଦକ କହିଛନ୍ତି ଯେ, ଖର୍ଚ୍ଚ ବଢୁଥିବାରୁ ଏହି ଯୋଜନା ଚଳାଇବା ବ୍ୟାଙ୍କ ପକ୍ଷେ କଷ୍ଟକର ହେଉଛି। ସରକାର ଗାଡି ଗୁଡିକର ରକ୍ଷଣାବେକ୍ଷଣ ଖର୍ଚ୍ଚ ବହନ ନ କଲେ ଏହି ଯୋଜନା ସଫଳ ହେବ ନାହିଁ।

ଅନୀଲ ଦାସ


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କୁ ପ୍ରକୃତରେ କେଉଁ ପ୍ରକାରର ସାହାଯ୍ୟ ମାଗୁଛନ୍ତି ଜେଲନସ୍କି? ଜାଣନ୍ତୁ ଏହା ପଛର ବଡ଼ କାରଣ

କ୍ୱିଭ,୭।୭: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆମେରିକାକୁ ବାୟୁ ପ୍ରତିରକ୍ଷା ପାଇଁ ସମର୍ଥନ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି। ସେ ଆମେରିକାକୁ ଦେଶୀୟ ସ୍ତରରେ ପାଟ୍ରିଅଟ କ୍ଷେପଣାସ୍ତ୍ର…

ଭୟଙ୍କର ହତ୍ୟାକାଣ୍ଡ….ପ୍ରେମିକ ପାଇଁ ଟଏଲେଟ୍ କ୍ଲିନର୍ ଇଞ୍ଜେକ୍ସନ ଦେଇ ସ୍ବାମୀଙ୍କୁ ହତ୍ୟା, ପୂର୍ବରୁ ବିଲ୍ଡିଂରୁ ଠେଲି ଦେଇଥିଲେ

ହାଇଦ୍ରାବାଦ,୭।୭: ତେଲେଙ୍ଗାନାର ନିଜାମାବାଦରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମ ସମ୍ପର୍କ ଯୋଗୁଁ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି । ହତ୍ୟାର ପଦ୍ଧତି…

କାହିଁକି ଫୋନ୍‌ ଉଠାନ୍ତି ନାହିଁ ଧୋନୀ: ଜନ୍ମଦିନରେ ଜାଣନ୍ତୁ ‘କ୍ୟାପ୍ଟେନ କୁଲ’ଙ୍କ ବିଷୟରେ ୭ ଅଜଣା କଥା

ନୂଆଦିଲ୍ଲୀ,୭।୭: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆଜି ୪୫ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କୁ ବିଶ୍ୱର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ଗଣନା କରାଯାଏ।…

ନିରବତା ମଧ୍ୟରେ ପୁଣି ବିସ୍ଫୋରଣର ପ୍ରତିଧ୍ୱନି? ହର୍ମୁଜରେ ଆକ୍ରମଣ କଲା ଇରାନ? ଦୁଇ ଜାହାଜ ଉପରେ ମିଶାଇଲ ଆଟାକ

ତେହରାନ,୭।୭: ଇରାନ ତା’ର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମନେଇଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରୁଛି; ସମଗ୍ର ଦେଶ ଏବେ ଶୋକରେ ଅଛି। ଏହି ସମୟରେ, ହର୍ମୁଜ ପ୍ରଣାଳୀରେ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

କୋରାପୁଟ ଷ୍ଟେଶନରେ ପହଞ୍ଚିଲା ପୁରୀ-କୋରାପୁଟ ସ୍ବତନ୍ତ୍ର ଟ୍ରେନ୍‌: ଭବ୍ୟ ସ୍ବାଗତ କଲେ ବିଧାୟକ, ଜନସାଧାରଣ

କୋରାପୁଟ, ୭।୭ (ଅମିତାଭ ବେହେରା): ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟାଇ ମଙ୍ଗଳବାର ସକାଳେ ପୁରୀ-କୋରାପୁଟ ସ୍ବତନ୍ତ୍ର ଟ୍ରେନ୍‌ କୋରାପୁଟ ରେଳ ଷ୍ଟେଶନରେ ପହଞ୍ଚିଛି। ସକାଳ ୮ଟା…

ଆଜି ପଡ଼ଆକୁ ଓହ୍ଲାଇ ସଭିଙ୍କୁ ଚକିତ କରିବାକୁ ପ୍ରସ୍ତୁତ ବୈଭବ ସୂର୍ଯ୍ୟବଂଶୀ…, ଭାରତ ବନାମ ଇଂଲଣ୍ଡ ତୃତୀୟ ଟି-୨୦ ଉପରେ ରହିଛି ନଜର

ନୂଆଦିଲ୍ଲୀ,୭।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ ଆଜି (ମଙ୍ଗଳବାର) ନଟିଂହାମର ଟ୍ରେଣ୍ଟ ବ୍ରିଜ ଗ୍ରାଉଣ୍ଡରେ ଖେଳାଯିବ। ସିରିଜରେ…

ଆଇଆଇସି ବିଉଟି ମହାନ୍ତି ଆତ୍ମହତ୍ୟା ମାମଲା: ସନ୍ଦେହ ଘେରରେ ଏଏସ୍‌ଆଇ

ଭୁବନେଶ୍ୱର,୭।୭(ତ୍ରିନାଥ ମହାନ୍ତି):କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି ଭାବେ କାର୍ଯ୍ୟରତ ମହିଳା ପୋଲିସ ଅଧିକାରୀ ବିଉଟି ମହାନ୍ତିଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି। ଦିନ ଗଡ଼ିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri