ସଙ୍କଟରେ ‘ବ୍ୟାଙ୍କ ଅନ୍‌ ହୁଇଲ୍ସ’

ଭୁବନେଶ୍ୱର,୨ା୯: ରାଜ୍ୟର ଦୁର୍ଗମ ଅଞ୍ଚଳକୁ ବ୍ୟାଙ୍କ ସୁବିଧା ଯୋଗାଇ ଦେବା ସକାଶେ ରାଜ୍ୟ ସରକାର ଆରମ୍ଭ କରିଥିଲେ ‘ବ୍ୟାଙ୍କ ଅନ୍‌ ହୁଇଲ୍ସ’ ଯୋଜନା। ବହୁ ଆଡ଼ମ୍ବରରେ ଆରମ୍ଭ କରାଯାଇଥିବା ଏହି ଯୋଜନା ପ୍ରାୟ ୪ ବର୍ଷ ପରେ ବାଟ ହୁଡ଼ିଲାଣି। ଦୁର୍ଗମ ଅଞ୍ଚଳକୁ ଆଉ ଗଡୁ ନାହିଁ ବ୍ୟାଙ୍କ ଗାଡ଼ି। ଏହି ଯୋଜନା କାର୍ଯ୍ୟକାରୀ କରୁଥିବା ଜିଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ (ଡିସିସିବି)ଗୁଡିକ ଖର୍ଚ୍ଚ ବୋଝରେ ଅତିଷ୍ଠ ହେଲେଣି। ଠିକ୍‌ ଢଙ୍ଗରେ ରକ୍ଷଣାବେକ୍ଷଣ କରାଯାଇ ପାରୁ ନ ଥିବାରୁ ବ୍ୟାଙ୍କ ସେବା ଯୋଗାଇବାକୁ କିଣାଯାଇଥିବା ଗାଡ଼ି ଖତ ଖାଇବାକୁ ମଧ୍ୟ ବସିଲାଣି।
୨୦୧୫ ସେପ୍ଟେମ୍ବର ୯ରେ ରାଜ୍ୟ ସରକାର ଏହି ଯୋଜନା ଆରମ୍ଭ କରିଥିଲେ। ରାଜ୍ୟର ଆଦିବାସୀ ବହୁଳ ଅଞ୍ଚଳ ଏବଂ ବ୍ୟାଙ୍କ ସୁବିଧା ନ ଥିବା ଅଞ୍ଚଳରେ ଏହି ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଥିଲା। ଏଥିରେ ଗରିବ ଆଦିବାସୀ ଏବଂ ଚାଷୀମାନେ ଉପକୃତ ହୋଇଥାଆନ୍ତେ। ପ୍ରଥମ ପର୍ଯ୍ୟାୟରେ ୧୬ ଜିଲାର ୨୦ଟି ଆଦିବାସୀ ବହୁଳ ଓ ପଛୁଆ ବ୍ଲକକୁୁ ଏହି ଯୋଜନାରେ ସାମିଲ କରାଯାଇଥିଲା। ଏଥିପାଇଁ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା(ଆରକେଭିଓ୍ବାଇ)ରେ ୨୦ଟି ମିନିବସ୍‌ କିଣିବା ପାଇଁ ୬ କୋଟି ଟଙ୍କା ଯୋଗାଇ ଦିଆଯାଇଥିଲା। କେନ୍ଦୁଝର ଜିଲାର ବାଂଶପାଳ ଓ ତେଲକୋଇ, ନବରଙ୍ଗପୁର ଜିଲାର କୋଷାଗୁୁମୁଡା, କୋରାପୁଟ ଜିଲାର ଦଶମନ୍ତପୁର, ରାୟଗଡା ଜିଲାର ପଦ୍ମପୁର, ସୁନ୍ଦରଗଡ଼ ଜିଲାର ଲାଠିକଟା ଓ କୁଆଁରମୁଣ୍ଡା, ଗଜପତି ଜିଲାର ଆର. ଉଦୟଗିରି, କଳାହାଣ୍ଡି ଜିଲାର କର୍ଲାମୁଣ୍ଡା, ଥୁଆମୂଳ ରାମପୁର, ମୟୂରଭଞ୍ଜ ଜିଲାର ତିରିଙ୍ଗି, ଶ୍ୟାମାଖୁଣ୍ଟା, ସମ୍ବଲପୁର ଜିଲାର ଜୁଜୁମୁରା, ଅନୁଗୋଳ ଜିଲାର ପାଲଲହଡା, ଢେଙ୍କାନାଳ ଜିଲାର ପରଜଙ୍ଗ, ବୌଦ୍ଧ ଜିଲାର କଣ୍ଟାମାଳ, କନ୍ଧମାଳ ଜିଲାର ଦାରିଙ୍ଗବାଡି, ନୟାଗଡ ଜିଲାର ଦଶପଲ୍ଲା, ଗଞ୍ଜାମ ଜିଲାର ଜଗନ୍ନାଥପ୍ରସାଦ ଓ ମାଲକାନଗିରି ଜିଲାର କୁଡୁମୁଲୁଗୁମା ବ୍ଲକରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଛି। ପ୍ରତ୍ୟେକ ବ୍ଲକକୁ ଗୋଟିଏ ଲେଖାଏ ମିନିବସ୍‌ ଯୋଗାଇ ଦିଆଯାଇଛି। ଏହି ଯୋଜନାରେ ଲୋକେ ଘର ପାଖରେ ବ୍ୟାଙ୍କ ସୁବିଧା ପାଇପାରିବେ। ବ୍ୟାଙ୍କ ଆକାଉଣ୍ଟ ଖୋଲିବା ସହ ଏଟିଏମ୍‌ରୁ ପଇସା ଉଠାଇ ପାରିବେ। ଏହାର ତଦାରଖ ଦାୟିତ୍ୱ ରାଜ୍ୟ ସରକାର ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ(ଓଏସ୍‌ସିବି) ଉପରେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ଓଏସସିବିରେ ଥିବା ଡାଟା ସେଣ୍ଟର ସହ ତାହାକୁ ସଂଯୋଗ କରାଯିବ। ସମବାୟ ବ୍ୟାଙ୍କ ଖାତାଧାରୀମାନେ ଗାଡ଼ିରେ ଲାଗିଥିବା କିଓସ୍କୋ ଜରିଆରେ ବ୍ୟାଙ୍କ ସମ୍ବନ୍ଧୀୟ ସମସ୍ତ ସୂଚନା ପାଇପାରିବେ। ଏହାଛଡ଼ା ବ୍ୟାଙ୍କ ଅନ୍‌ ହୁଇଲ୍ସରେ ଲାଗିଥିବା ଟେଲିଭିଜନ ପରଦାରେ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ବିଭିନ୍ନ ସ୍କିମ ଏବଂ ସେବା ବିଷୟରେ ତଥ୍ୟ ଉପଲବ୍ଧ ହୋଇପାରିବ। ମୋଟାମୋଟି କହିବାକୁ ଗଲେ ଏହା ଏକ କ୍ଷୁଦ୍ର ବ୍ୟାଙ୍କ ଭଳି କାର୍ଯ୍ୟ କରିବ। କିଷାନ କ୍ରେଡିଟ କାର୍ଡ ପାଇଥିବା ବ୍ୟକ୍ତି ଓ ବ୍ୟାଙ୍କ ଖାତାଧାରୀମାନେ ଏହା ଜରିଆରେ ଟଙ୍କା ଦେଣନେଣ କରିପାରିବେ। ଜିଲା ସମବାୟ ବ୍ୟାଙ୍କ ଉପରେ ଏହାର ପରିଚାଳନା ଦାୟିତ୍ୱ ଦିଆଯାଇଛି। ଆରମ୍ଭ ବେଳେ ବ୍ୟାଙ୍କଗୁଡିକ ଏହି ଗାଡ଼ିଗୁଡିକୁ ଉତ୍ସାହର ସହ ନେଇଯାଇଥିଲେ। ତେବେ ଏହାର ପରିଚାଳନା ଓ ରକ୍ଷଣାବେକ୍ଷଣ ଜନିତ ବ୍ୟୟ ଭାରରେ ବ୍ୟାଙ୍କଗୁଡିକ ନୟାନ୍ତ ହେଲେଣି। ସମୁଦାୟ ୨୦ ଗାଡ଼ିରୁ ୧୪ଟି କଁାଭଁା ଚାଲୁଥିବା ବେଳେ ୬ଟି ଅଚଳ ହୋଇପଡିଛି। ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟ ସୁବିଧା ନ ଥିବାରୁ ହାଟ ବଜାରଗୁଡିକରେ ବ୍ୟାଙ୍କ ସୁବିଧା ଯୋଗାଇବା ସମ୍ଭବ ହେଉନାହିଁ ବୋଲି ଓଏସସିବି ପକ୍ଷରୁ କୁହାଯାଉଛି। ମାତ୍ର ଅସଲ କଥା ହେଲା, ଜିଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଏହି ଯୋଜନାର ଖର୍ଚ୍ଚ ବହନ କରିବା ନେଇ ନାକେଦମ ହେଲାଣି। ବ୍ୟାଙ୍କ ଅନ୍‌ ହୁଇଲ ସେବା ଯୋଗାଇ ଦେବାକୁ ଦିନକୁ ୩୦ କିଲୋମିଟର ସକାଶେ ୧୫ ଲିଟର ଡିଜେଲ ଓ ଦୁଇଜଣ କର୍ମଚାରୀଙ୍କ ଖର୍ଚ୍ଚ ବାବଦରେ ମାସକୁ ହାରାହାରି ୧୫ରୁ ୨୦ ହଜାର ଟଙ୍କା ଖର୍ଚ୍ଚ ହେଉଛି। ଏହାଛଡା ଗାଡିଗୁଡିକର ରକ୍ଷଣାବେକ୍ଷଣ ବାବଦରେ ମଧ୍ୟ ଆହୁରି ଅଧିକ ଖର୍ଚ୍ଚ କରିବାକୁ ପଡୁଛି। ପ୍ରତ୍ୟେକ ଗାଡି ପିଛା ୨ ଲକ୍ଷ ଟଙ୍କା ହିସାବରେ ବାର୍ଷିକ ୪୦ ଲକ୍ଷ ଟଙ୍କା ଦେବାକୁ ବ୍ୟାଙ୍କଗୁଡିକ ରାଜ୍ୟ ସରକାରଙ୍କ ନିକଟରେ ଗତ ଦେଢ ବର୍ଷ ହେବ ଦାବି କରି ଆସୁଛନ୍ତି। ମାତ୍ର ସରକାର ଏ ବାବଦରେ ଟଙ୍କାଟିଏ ସୁଦ୍ଧା ଦେବାକୁ ରାଜି ହେଉନାହାନ୍ତି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଏହି ଯୋଜନା ଫେଲ ମାରିବା ଏକ ପ୍ରକାର ନିଶ୍ଚିତ ହୋଇଛି। ଫନୀ ବାତ୍ୟା ବେଳେ ସେଥିରୁ କିଛି ଗାଡ଼ି ଆଣି ପୁରୀରେ ବ୍ୟାଙ୍କ ସୁବିଧା ଯୋଗାଇ ଦିଆଯାଇଥିଲା। ଗୋଟିଏ ପଟେ ଆର୍ଥିକ ସଙ୍କଟ ଦେଖା ଦେଇଥିବା ବେଳେ ଅନ୍ୟ ପଟେ ଇଣ୍ଟରନେଟ ଅପହଞ୍ଚ ଏହି ଯୋଜନାକୁ ଆହୁରି ବାଟବଣା କରିଛି।
ଏ ସମ୍ପର୍କରେ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଜଣେ ସମ୍ପାଦକ କହିଛନ୍ତି ଯେ, ଖର୍ଚ୍ଚ ବଢୁଥିବାରୁ ଏହି ଯୋଜନା ଚଳାଇବା ବ୍ୟାଙ୍କ ପକ୍ଷେ କଷ୍ଟକର ହେଉଛି। ସରକାର ଗାଡି ଗୁଡିକର ରକ୍ଷଣାବେକ୍ଷଣ ଖର୍ଚ୍ଚ ବହନ ନ କଲେ ଏହି ଯୋଜନା ସଫଳ ହେବ ନାହିଁ।

ଅନୀଲ ଦାସ


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri