ସଙ୍କଟ ବଢ଼ାଇବେ ସ୍ଥାନୀୟ ଆକ୍ରାନ୍ତ

ଭୁବନେଶ୍ୱର,୧।୬(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୪୮ରେ ପହଞ୍ଚତ୍ଛି। କିନ୍ତୁ ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇ ନ ଥିବା ରାଜ୍ୟ ସରକାର କହିଛନ୍ତି। କାରଣ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଠାବ କରାଯାଉଛି। ହେଲେ ପ୍ରତିଦିନ ଆସୁଥିବା ପଜିଟିଭ୍‌ ରିପୋର୍ଟରେ ଲୋକାଲ କେସ୍‌ (ସ୍ଥାନୀୟ ଆକ୍ରାନ୍ତ) ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୧୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲାରୁ ୫୩ଜଣ ସ୍ଥାନୀୟ (କ୍ୱାରାଣ୍ଟାଇନ୍‌ ବାହାର) ଆକ୍ରାନ୍ତ ରହିଥିବା ଜଣାପଡ଼ିଛି। ସେମାନେ କାହା ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି ତାହାର ସ୍ପଷ୍ଟ ସୂଚନା ଦିଆଯାଉ ନ ଥିବାରୁ ଆଗାମୀ ଦିନରେ ଗାଁଠୁ ସହର ସବୁଠି ସଙ୍କଟଜନକ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଅନ୍ୟପକ୍ଷରେ ନମୁନା ରିପୋର୍ଟ ଆସିବା ପୂର୍ବରୁ ସମ୍ପୃକ୍ତ ପ୍ରବାସୀମାନେ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଘରକୁ ପଳାଉଥିବାରୁ ଏମାନଙ୍କୁ ନେଇ ପ୍ରଶାସନର ଚିନ୍ତା ବଢ଼ିଛି।
ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁସାରେ, ୧୯ ତାରିଖରେ ୫ ଲୋକାଲ କେସ୍‌ ଚିହ୍ନଟ ହୋଇଥିବା ବେଳେ ୨୦ରେ ୩, ୨୧ରେ ୩, ୨୨ରେ ୬, ୨୩ରେ ୭, ୨୪ରେ ୮, ୨୫ରେ ୭, ୨୬ରେ ୮, ୨୭ରେ ୨, ୨୮ରେ ୨ ଓ ୨୯ ତାରିଖରେ ୨ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଗତ୨୪ଘଣ୍ଟାରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବି ୧୦ ଲୋକାଲ କେସ୍‌ ରହିଛି। ଏମାନଙ୍କ ମଧ୍ୟରୁ କେନ୍ଦ୍ରାପଡ଼ାରୁ ସର୍ବାଧିକ ୬ଜଣ ଥିବାବେଳେ ବଲାଙ୍ଗୀରରୁ ୨, ବରଗଡ଼ ଓ କଟକରୁ ଜଣେ ଲେଖାଏ ରହିଛନ୍ତି। ପ୍ରତିଦିନ ଲୋକାଲ କେସ୍‌ ପଜିଟିଭ୍‌ ବାହାରୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବର୍ତ୍ତମାନ ଲକ୍‌ଡାଉନ୍‌ ଉଠିଯାଇଛି। ତେଣୁ ଲୋକେ ଖୋଲାଖୋଲି ବୁଲିପାରୁଛନ୍ତି। ଫଳରେ ସଂକ୍ରମଣର ଅଧିକ ସମ୍ଭାବନା ରହିଛି। ସେପଟେ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଉଛି। କିନ୍ତୁ ଯେଉଁମାନେ ଲୋକାଲ କେସ୍‌ରେ ଚିହ୍ନଟ ହେଉଛନ୍ତି ସେମାନଙ୍କ ସବିଶେଷ ତଥ୍ୟ ସରକାର ଦେଉନାହାନ୍ତି। ପୂର୍ବରୁ ଯେଉଁଭଳି ଭାବେ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଜାରି କରାଯାଉଥିଲା ବର୍ତ୍ତମାନ ତାହା ହେଉନି। ବିଶେଷକରି ଲୋକାଲ୍‌ କେସ୍‌ ବା ସ୍ଥାନୀୟ ଆକ୍ରାନ୍ତଙ୍କ ହିଷ୍ଟ୍ରି ସମ୍ପର୍କରେ ସରକାର ସୂଚନାଦେବା ଜରୁରୀ ବୋଲି ମତ ପ୍ରକାଶ ପାଇଛି। କେଉଁ କାରଣରୁ ଓ କାହା ସଂସ୍ପର୍ଶରେ ଆସି ସେମାନେ ସଂକ୍ରମିତ ହୋଇଛନ୍ତି ବିଭାଗ ସେ ନେଇ ସବିଶେଷ ତଥ୍ୟ ଦେବା ପାଇଁ ଦାବି ହେଉଛି।
ଅନ୍ୟପଟେ ଏହି ଲୋକାଲ କେସ୍‌ ମଧ୍ୟରେ ଅନେକ କରୋନା ଯୋଦ୍ଧା କୋଭିଡ୍‌-୧୯ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଡାକ୍ତରଠାରୁ ଆରମ୍ଭ କରି ନର୍ସ, ପୋଲିସ, ଆଶାକର୍ମୀ, ଅଙ୍ଗନଓ୍ବାଡି କର୍ମୀ, ସରପଞ୍ଚ, ଶିକ୍ଷକ ଓ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ କାର୍ଯ୍ୟରତ ଅନ୍ୟମାନେ ମଧ୍ୟ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କାର୍ଯ୍ୟ କରିବା ସମୟରେ ଏହି କରୋନା ଯୋଦ୍ଧାମାନେ ସୁରକ୍ଷା ଉପକରଣ ବ୍ୟବହାର ସହ ସତର୍କ ରହୁଥିବାବେଳେ କିପରି ସଂକ୍ରମିତ ହେଉଛନ୍ତି ତାହାକୁ ନେଇ ନାନା ପ୍ରଶ୍ନ ଉଠୁଛି। ବୁଦ୍ଧିଜୀବୀଙ୍କ କହିବାନୁଯାୟୀ, ଯଦି କରୋନା ଯୋଦ୍ଧା ସବୁ ପ୍ରକାର ସୁରକ୍ଷିତ ବ୍ୟବସ୍ଥା ମଧ୍ୟରେ ରହି ମଧ୍ୟ ତାଙ୍କୁ କରୋନା ସଂକ୍ରମିତ କରିପାରୁଛି, ତେବେ ବାହାରୁ ଚିହ୍ନଟ ସଂକ୍ରମିତଙ୍କ ଦ୍ୱାରା ଆହୁରି ବହୁ ସଂକ୍ରମଣ ହୋଇଥିବା ଜଣାପଡୁଛି। ସବୁ ସଂକ୍ରମିତଙ୍କୁ ଠାବ କରିବା ସବୁଠୁ ବଡ଼ ଚ୍ୟାଲେଞ୍ଜ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri