ସଂସ୍କୃତି ମନ୍ତ୍ରଣାଳୟ ଫେଲୋଶିପ୍‌ରେ ୨ ନୂଆ ଭାଷା ସାମିଲ: ସାନ୍ତାଳୀ ଭାଷାରେ ମିଳିବ ଫେଲୋଶିପ୍‌

ଭୁବନେଶ୍ୱର,୩୧ା୭(ବ୍ୟୁରୋ):କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଏଣିକି ସାନ୍ତାଳୀ ଓ ନେପାଳୀ ଭାଷାରେ ଫେଲୋଶିପ୍‌ ତଥା ସ୍କଲାରଶିପ୍‌ ପ୍ରଦାନ କରିବ। ମଙ୍ଗଳବାର କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ପ୍ରହଲାଦ ସିଂ ପଟେଲ ଏନେଇ ଘୋଷଣା କରିଛନ୍ତି। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଯାଉଥିବା ଫେଲୋଶିପ୍‌ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ ଥିବା ଭାଷାଗୁଡ଼ିକରେ ପ୍ରଦାନ କରାଯାଇଥାଏ। ହେଲେ ନେପାଳୀ ଓ ସାନ୍ତାନ୍ତୀ ଭାଷା ସମ୍ବିଧାନର ଅନୁସୂଚୀରେ ସାମିଲ ଥିଲେ ମଧ୍ୟ ପୂର୍ବରୁ ଏଥିରେ ଫେଲୋଶିପ୍‌ ପ୍ରଦାନ କରାଯାଉ ନ ଥିଲା। ଏବେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକ୍ରମେ ସଂସ୍କୃତି କ୍ଷେତ୍ରରେ ଅସାଧାରଣ ପ୍ରତିଭାସମ୍ପନ୍ନ କଳାକାରଙ୍କୁ ଉଭୟ ଭାଷାରେ ସିନିୟର୍‌ ଏବଂ ଜୁନିୟର୍‌ ଫେଲୋଶିପ୍‌ ପ୍ରଦାନ କରାଯିବ। ଯୋଜନା ଅନ୍ତର୍ଗତ ‘ସାହିତ୍ୟ’ କ୍ଷେତ୍ରର ଉପକ୍ଷେତ୍ରରେ ଏହି ଦୁଇଟି ଭାଷାକୁ ସାମିଲ କରାଯିବ। ଏହାବ୍ୟତୀତ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ କଳାକାର, ସାହିତି୍ୟକ ଓ ଗବେଷକମାନଙ୍କୁ ପ୍ରଦାନ କରାଯାଉଥିବା ସମସ୍ତ ପ୍ରକାର ଫେଲୋଶିପ୍‌ ଓ ସ୍କଲାରଶିପ୍‌ରେ ଏହି ଦୁଇ ଭାଷାକୁ ଅନ୍ତର୍ଭୁକ୍ତ କରାଯିବ। ଗବେଷଣା ସଂକ୍ରାନ୍ତ ପ୍ରକଳ୍ପ ଲାଗି ଏହି ଫେଲୋଶିପ୍‌ ପ୍ରଦାନ କରାଯାଉଥିବାରୁ ଏହାଦ୍ୱାରା ସାନ୍ତାଳୀ ଭାଷାରେ ଅଧିକରୁ ଅଧିକ ଗବେଷଣା ହେବା ସହିତ ଗବେଷକମାନେ ଗବେଷଣା ପାଇଁ ଆଗ୍ରହ ଦେଖାଇବେ ବୋଲି କୁହାଯାଇଛି।
ଦ୍ୱାରକାସ୍ଥିତ ସେଣ୍ଟର୍‌ ଫର୍‌ କଲ୍‌ଚରାଲ ରିସୋର୍ସେସ୍‌ ଆଣ୍ଡ୍‌ ଟ୍ରେନିଂ(ସିସିଆର୍‌ଟି) ଏହି ଫେଲୋଶିପ୍‌ କାର୍ଯ୍ୟକ୍ରମର ଚୟନ ପ୍ରକ୍ରିୟା ଲାଗି ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରିବ। ଏହି ଯୋଜନାରେ ‘ଲିଟେରାରି ଆର୍ଟ’ ଏକ ବିଷୟବସ୍ତୁ ହୋଇଥିବାବେଳେ ଏହାର ଉପବିଭାଗ ବା ସବ୍‌-ଫିଲ୍‌ଡରେ ଜଣେ ୨୨ଟି ଭାଷାରେ ଗବେଷଣା ଲାଗି ଆବେଦନ କରିପାରିବ। ଏହି ଭାଷା ମଧ୍ୟରେ ଭାରତୀୟ ସମ୍ବିଧାନର ଧାରା ୩୪୪(୧) ଏବଂ ଧାରା ୨୫୧ର ଅଷ୍ଟମ ଅନୁସୂଚୀରେ ସାମିଲ ଥିବା ୨୦ଟି ଭାଷା ଯଥା ଓଡ଼ିଆ, ପଞ୍ଜାବୀ, ଅହମିୟା, ବଙ୍ଗଳା, ବୋଡୋ, ଡୋଗ୍ରୀ, ଗୁଜରାଟୀ, ହିନ୍ଦୀ, କନ୍ନଡ଼, କାଶ୍ମିରୀ, କୋଙ୍କଣୀ, ମୈଥିଳୀ, ମାଲାୟାଲମ୍‌, ମଣିପୁରୀ, ମରାଠୀ, ସଂସ୍କୃତ, ସିନ୍ଧୀ, ତାମିଲ୍‌, ତେଲୁଗୁ ଓ ଉର୍ଦ୍ଦୁ ରହିଛି। ଏହାସହ ଅନ୍ୟଦୁଇଟି ଭାଷା ମଧ୍ୟରେ ଇଂଲିଶ ଓ ଖାସୀ ଭାଷା ରହିଛି। ସାନ୍ତାଳୀ ଭାଷା ଓଡ଼ିଶାର ଅନ୍ୟତମ ପ୍ରମୁଖ ଭାଷା। ବିଶେଷକରି ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ଅଧିକ ବ୍ୟବହୃତ ହୋଇଥାଏ। ଓଡ଼ିଶାରୁ ବହୁ କବି ଓ ଗବେଷକ ଏହି ଭାଷାରେ ପାରଦର୍ଶିତା ଲାଭ କରିଥିବାବେଳେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ପାଇଁ ୨୩ ହଜାର କୋଟି

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି…

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶିତ ପରେ ଗଛରୁ କଣ୍ଟା କାଢୁଛି ବନ ବିଭାଗ

ଦାରିଙ୍ଗବାଡି, ୨୦।୨(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳ ଦେଇ ଯାଇଥିବା ଗୋପାଳପୁର-ରାଇପୁର ୫୯ ନଂ ଜାତୀୟ ରାଜପଥ କଡ଼ ସମେତ ବିଭିନ୍ନ ଗାଁ ଛକ ଓ ରାସ୍ତାକଡ଼ରେ…

ଛତ୍ରପୁର ପୌରପାଲିକାରେ ମିଶ୍ରଣକୁ ବିରୋଧ: ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀ

ଛତ୍ରପୁର,୨୦।୨(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପାଳିକା ଗଠନକୁ ନେଇ ଅସନ୍ତୋଷ ଲାଗିରହିଛି। ଗୋଟିଏ ପଟେ ଛତ୍ରପୁର ପୌରପାଳିକାରେ ଆର୍ଯ୍ୟପଲ୍ଲୀ, କଣମଣା, ପୋ ଅଗସ୍ତିନୂଆଗାଁ ଓ ଚିକଲଖଣ୍ଡି ଆଦି ୫ଟି…

ବଜେଟରେ ବନ୍ୟା ପରିଚାଳନାକୁ ଗୁରୁତ୍ୱ

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି ଟଙ୍କାର…

BA ପାସ୍‌ କଲେ ଝିଅଙ୍କୁ ମିଳିବ ୧ ଲକ୍ଷ ୧ ଟଙ୍କା: ବଜେଟ୍‌ରେ ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର,୨୦।୨: ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି । ବଜେଟ୍‌ରେ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା…

୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପିଇଓ

କଟକ,୨୦।୨: କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ବ୍ଲକର ଜଣେ ମେକାନିକଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଇ ଜଣେ ପଞ୍ଚାୟତ ଅଧିକାରୀ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି।…

ଆସିବ ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା: ବଜେଟରେ ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି…

ଶ୍ରୀମନ୍ଦିର ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ‘ସମର୍ପଣ’ ନାଁରେ…

ଭୁବନେଶ୍ୱର,୨୦।୨: ବିଧାନସଭାରେ ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ରାଜ୍ୟ ବଜେଟ୍‌ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। ବଜେଟ୍‌ରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri