ସଂଶୋଧନ ହେଲା ଏନ୍‌ଏଚ୍‌ ଫି ରୁଲ: ଫାସଟାଗ ବୈଧ ନ ଥିଲେ ଗାଡିମାଲିକ ଗଣିବେ ୨ ଗୁଣା ଟିକସ

ଭୁବନେଶ୍ୱର,୧୭ା୫(ବ୍ୟୁରୋ)-ଫାସଟାଗ ନ ଥିବା, ବୈଧ ନ ଥିବା କିମ୍ବା ଅକାମି ହୋଇଯାଇଥିବା ଫାସଟାଗ ଗାଡିମାଲିକମାନେ ସାବଧାନ। ଫାସଟାଗ ନ ଥାଇ କିମ୍ବା ଅବୈଧ ଫାସଟାଗ ଥାଇ ଯଦି କୌଣସି ଯାନବାହନ ଟୋଲ ପ୍ଲାଜାର ଫାସଟାଗ ଲେନ ଦେଇ ଯିବା ଆସିବା କରିବେ ସେମାନଙ୍କୁ ଦୁଇଗୁଣା ଟୋଲ ଫି ଦେବାକୁ ପଡିବ। ଅର୍ଥାତ ଦୁଇଥର ଯିବା ଆସିବାର ଟିକସ ଭରଣା କରିବାକୁ ପଡିବ। ଏ ନେଇ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, କେନ୍ଦ୍ର ସରକାର ଜାତୀୟ ରାଜପଥ ଫି(ମୂଲ୍ୟ ନିର୍ଦ୍ଧାରଣ ଓ ଆଦାୟ) ରୁଲ-୨୦୦୮କୁ ସଂଶୋଧନ କରିଛନ୍ତି। ଏହି ସଂଶୋଧନ ପରେ ଫାସଟାଗ ନ ଥିବା କିମ୍ବା ଏହାର ଅବଧି ଶେଷ ହେବା ପରେ ଫାସଟାଗ ଲେନରେ ଯାନବାହନ ନେଲେ ଦୁଇଗୁଣା ଟୋଲ ଫି ଦେବାକୁ ହେବ। ପୂର୍ବରୁ ଥରେ ମାତ୍ର ଯିବା ଆସିବା ଫି ଦେବାକୁ ପଡୁଥିଲା। ଅନେକ ଯାନବାହନ ଫାସଟାଗ ବୈଧ ଥାଇ କିମ୍ବା ନବୀକରଣ ନ କରି ଫାସଟାଗ ଲେନରେ ଯାଉଛନ୍ତି। ଏହାଦ୍ୱାରା ସମସ୍ୟା ସୃଷ୍ଟି ହେଉଛି। ଏହାକୁ ରୋକିବା ଲାଗି ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ବଡ ଆକାରରେ ଜରିମାନା ଆଦାୟ କରାଯିବାକୁ ନିଷ୍ପତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରିବ୍ୟୁନାଲ ରାୟ ପରେ ବଂଶଧାରା ନଦୀରେ ବନ୍ଧ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜଲା ଅନ୍ତର୍ଗତ ଚିରସ୍ରୋତା ପୁଣ୍ୟତୋୟା ବଂଶଧାରା ନଦୀ ଉପର ମୁଣ୍ଡରେ ଜଳ ଆନିକଟ ପ୍ରକଳ୍ପ ନିର୍ମାଣ କରିବା ସମ୍ପର୍କରେ ଦାବି ଉଠିଛି  ।ଏ…

ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର, ଗର୍ଭବତୀ ଜଣାପଡିବା ପରେ ଧାର୍ମିକସ୍ଥଳୀ ଭଙ୍ଗାରୁଜା

ଆନନ୍ଦପୁର,୬ା୪(ସୁଶାନ୍ତ କୁମାର ସାହୁ ): ଭିନ୍ନକ୍ଷମ ନାବାଳିକାଙ୍କୁ ୪ମାସ ତଳେ ବଳାତ୍କାର କରି ଫେରାର ହୋଇଯାଇଛି ଗାଁର ଜଣେ ସଂଖ୍ଯାଲଘୁ ସମ୍ପ୍ରଦାର ଯୁବକ । ଘଟଣା ପ୍ରଘଟ…

ଐତିହାସିକ ଗୋପାଳ ବନ୍ଧ ସୌନ୍ଦର୍ଯ୍ୟକରଣ ଲାଗି ଅଣ୍ଟା ଭିଡିଲେ ନିର୍ବାହୀ ଅଧିକାରୀ: ଜବରଦଖଲକାରୀଙ୍କୁ କଡ଼ା ଚେତାବନୀ

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ମଧ୍ୟରେ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ଐତିହାସିକ ଗୋପାଳ ବନ୍ଧକୁ ନେଇ ଦୀର୍ଘଦିନ ହେଲା ସବୁବର୍ଗରୁ ଅସନ୍ତୋଷ ଲାଗିରହିଥିଲା। ତେବେ …

ମା’ ଭଦ୍ରକାଳୀଙ୍କ ପୀଠରୁ ଚୋରି, ହୁଣ୍ଡି ବାକ୍ସ ଭାଙ୍ଗି ଦୁର୍ବୃତ୍ତ…

ଭଦ୍ରକ,୬ା୪(ସନାତନ ରାଉତ): ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଥିବାର ଅଭିଯୋଗ ହୋଇଛି। ଭୋର୍‌ ସମୟରେ ମା’ଙ୍କ ପୂଜା ପୂଜା…

ବେପରୁଆ ଗାଡ଼ି ଚାଳନା, ଢାବା ଉପରକୁ କାର୍ ମାଡ଼ିଯିବାରୁ ୨ମୃତ

କୁଆଁରମୁଣ୍ଡା,୬ା୪(ମହେନ୍ଦ୍ର କୁମାର ସାହୁ): ରବିବାର ବିଳମ୍ବିତ ରାତିରେ ୧୪୩ ନମ୍ବର ଜାତୀୟ ରାଜପଥର କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଯମୁନାନାକି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଢାବା ଭିତରକୁ…

ବିଜେଡିକୁ ନେଇ ଏମିତି କହିଲେ ଗଣେଶ୍ବର: ସଂଗଠନ ଉପରେ ପ୍ରଭାବ…

ଭୁବନେଶ୍ୱର,୬।୪: ନେତା ଓ କର୍ମୀ ବିଜେଡି ଛାଡ଼ିବା ନେଇ ଗଣେଶ୍ବର ବେହେରା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସଂଗଠନ ଉପରେ ପ୍ରଭାବ ନିଶ୍ଚିତ ପଡ଼ିବ ।…

ମହେନ୍ଦ୍ରଗିରିରେ ନିଖୋଜ ପର୍ଯ୍ୟଟକଙ୍କ ମୃତଦେହ ମିଳିଲା, ୩ ସାଙ୍ଗଙ୍କ ସହ ବୁଲିବାକୁ ଯାଇ…

ପାରଳାଖେମୁଣ୍ଡି,୬ା୪(ଗିରିଧାରୀ ପରିଚ୍ଛା): ମହେନ୍ଦ୍ରଗିରିରେ ନିଖୋଜ ଥିବା ପର୍ଯ୍ୟଟକଙ୍କ ମୃତଦେହ ସୋମବାର ସକାଳେ ଉଦ୍ଧାର ହୋଇଛି। ଗତକାଲି କାଳବୈଶାଖୀ ପ୍ରଭାବରେ ବିନୋଦ ଚନ୍ଦ୍ର ଜେନା ନାମକ ଜଣେ ବ୍ୟକ୍ତି…

ଗୋଠଛଡ଼ା ଦନ୍ତାର ଉପଦ୍ରବ, ଦୁଇ ଘର ଭାଙ୍ଗି…..

କେନ୍ଦୁଝର,୫।୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଅନ୍ତର୍ଗତ କଟୁପଶି ଗ୍ରାମରେ ଗୋଠଛଡା ଦନ୍ତାର ଉପଦ୍ରବ । ଗୋଠଛଡା ଦନ୍ତା ଆକ୍ରମଣରେ ଦୁଇ ଜଣଙ୍କ ଘର ଭାଙ୍ଗିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri