Posted inଖେଳ

ଷ୍ଟୁଆର୍ଟ ବକ୍ସଟର ଓଡ଼ିଶା ଏଫ୍‌ସିର ମୁଖ୍ୟ କୋଚ୍‌

ଭୁବନେଶ୍ୱର, ୧୯।୬(କ୍ରୀଡ଼ା ପ୍ରତିନିଧି)- ଇଣ୍ଡିଆନ ସୁପର ଲିଗ୍‌(ଆଇଏସ୍‌ଏଲ୍‌)ର ସପ୍ତମ ସଂସ୍କରଣ ପୂର୍ବରୁ ଷ୍ଟୁଆର୍ଟ ବକ୍ସଟରଙ୍କୁ ମୁଖ୍ୟ କୋଚ୍‌ ନିଯୁକ୍ତ କରିଛି ଓଡ଼ିଶା ଏଫ୍‌ସି। ଅଭିଜ୍ଞ ବକ୍ସଟରଙ୍କ ସହ ଭୁବନେଶ୍ୱରଭିତ୍ତିକ କ୍ଲବ ୨ ବର୍ଷୀୟା ଚୁକ୍ତି କରିଛି। ଇଂଲଣ୍ଡରେ ଜନ୍ମିତ ବକ୍ସଟରଙ୍କର ୨୫ ବର୍ଷର କୋଚିଂ ଅଭିଜ୍ଞତା ରହିଛି। ସେ ପୂର୍ବରୁ ଦକ୍ଷିଣ ଆଫ୍ରିକା ଜାତୀୟ ଦଳ ଓ ୧୯ ବର୍ଷରୁ କମ୍‌ ଇଂଲଣ୍ଡର ଦଳର କୋଚ୍‌ ରହି ସାରିଥିବାବେଳେ ଆସନ୍ତା ସିଜନ ପାଇଁ ଓଡ଼ିଶା ଏଫ୍‌ସି ଦଳର ଦାୟିତ୍ୱ ନେଇଛନ୍ତି। ଦକ୍ଷିଣ ଆଫ୍ରିକା ବ୍ୟତୀତ ସେ ଫିନ୍‌ଲାଣ୍ଡ ସିନିୟର ଫୁଟବଲ ଦଳର କେଚ୍‌ ମଧ୍ୟ ରହିଛନ୍ତି। ଏହା ବ୍ୟତୀତ ସେ ସ୍ବିଡେନ, ନରଓ୍ବେ, ପର୍ତ୍ତୁଗାଲ, ଜାପାନ ଓ ଦକ୍ଷିଣ ଆଫ୍ରିକାର ଅନେକ ପେସାଦାର କ୍ଲବର ମ୍ୟାନେଜର ଦାୟିତ୍ୱ ତୁଲାଇଛନ୍ତି। କ୍ଲବସ୍ତରରେ ସେ କାଇଜର ଚିଫ୍ସ, ଭିସେଲ କୋବେ, ସୁପରସ୍ପୋର୍ଟ ୟୁନାଇଟେଡ ଏବଂ ସାନ୍‌ଫ୍ରେକ ହିରୋଶିମା ଆଦି ଜଣାଶୁଣା ଦଳକୁ କୋଚିଂ ଦେଇଛନ୍ତି। ୬୬ ବର୍ଷୀୟ ବକ୍ସଟର ନିଜ କାର୍ଯ୍ୟକାଳ ମଧ୍ୟରେ କାଇଜର ଚିଫ୍ସକୁ ୨ ଥର ପ୍ରିମିୟର ଲିଗ୍‌ ଫୁଟବଲ ଲିଗ୍‌ ଟାଇଟଲ ଜିତାଇଛନ୍ତି। ଏହା ବ୍ୟତୀତ ସେ ହିରୋଶିମାର ସାନଫ୍ରେକ ଟିମ୍‌କୁ ଜେ୧ ଲିଗ୍‌(ପ୍ରଥମ ଚରଣ) ଟାଇଟଲ ବିଜୟୀ କରାଇଛନ୍ତି।
”ଓଡ଼ିଶା ଏଫ୍‌ସିକୁ ବକ୍ସଟରଙ୍କୁ ସ୍ବାଗତ କରି ମୁଁ ବହୁତ ଖୁସି। ଓଡ଼ିଶା ଏଫ୍‌ସିର ଆଗାମୀ ସିଜନକୁ ଦୃଷ୍ଟିରେ ରଖି ଆମ ଦୃଷ୍ଟିକୋଣ ସହିତ ଖାପ ଖାଇବା ପରି ଜଣେ କୋଚ୍‌ଙ୍କ ସନ୍ଧାନରେ ଆମେ ଥିଲୁ। ଷ୍ଟୁଆର୍ଟ ଆମ ଯୁବ ଖେଳାଳିଙ୍କୁ ମୋଟିଭେଟ କରିବା ସହ ଭାରତୀୟ ଦଳ ପାଇଁ ପ୍ରସ୍ତୁତ କରିପାରିବେ ବୋଲି ଆଶା ରହିଛି। ଏହାଦ୍ୱାରା ଆମ ଯୁବ ଏକାଡେମୀ ମଧ୍ୟ ଦୃଢ଼ ହେବ। ଆମ ଦର୍ଶକ ଏବଂ ଓଡ଼ିଆ ସମୁଦାୟ ଆମ ନିଷ୍ପତ୍ତିରେ ଏକମତ ହୋଇଥିବା ଆଶା। ଷ୍ଟୁଆର୍ଟ ଆମକୁ ଗର୍ବିତ କରବା ନେଇ ମୁଁ ଦୃଢ଼ ନିଶ୍ଚିତ“ ବୋଲି ଜିଏମ୍‌ଏସ୍‌(ଓଡ଼ିଶା ଏଫ୍‌ସିର ପ୍ୟାରେଣ୍ଟ କମ୍ପାନୀ)ର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଫିସର ଅନିଲ ଶର୍ମା ପ୍ରକାଶ କରିଛନ୍ତି। ”ଆସନ୍ତା ଆଇଏସ୍‌ଏଲ୍‌ ସିଜନକୁ ଦୃଷ୍ଟିରେ ରଖି ମୁଁ ଓଡ଼ିଶା ଏଫ୍‌ସି ସହିତ ଚୁକ୍ତି କରିଛି। କ୍ରୀଡ଼ାଭିତ୍ତିକ ରାଜ୍ୟ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରିବା ଆନନ୍ଦର କଥା। ଦଳର ଉନ୍ନତି ସହ ଟିମ୍‌ଓ୍ବାର୍କ ଏବଂ ସହଯୋଗ ଦ୍ୱାରା ଆମେ ଆଗାମୀ ଦିନର ଚ୍ୟାଲେଞ୍ଜକୁ ମୁକାବିଲା କରିବୁ। ଖେଳାଳି ଓ କୋଚ୍‌ଙ୍କ ଉନ୍ନତି ସହ ଭାରତୀୟ ଫୁଟବଲର ଚ୍ୟାଲେଞ୍ଜକୁ ସମ୍ମୁଖୀନ ହେବାକୁ ମୁଁ ପ୍ରସ୍ତୁତ। ମୁଁ ସମସ୍ତ ସମର୍ଥକ, ଖେଳାଳି ଓ ଷ୍ଟାଫ୍‌ଙ୍କୁ ଶୁଭେଚ୍ଛା ଜଣାଉଛି। ସମସ୍ତେ ମିଶି ଆମେ ଏହି ଅଞ୍ଚଳ ପାଇଁ ସଫଳତା ଏବଂ ଖୁସି ଆଣିବା“ ବୋଲି ବକ୍ସଟର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଟି-୨୦ ବିଶ୍ୱକପ୍‌ରୁ ଅଷ୍ଟ୍ରେଲିଆ ଆଉଟ୍: ବର୍ଷା ସାଜିଲା ବାଧକ, ସୁପର-୮ରେ ଜିମ୍ବାୱେ

ନୂଆଦିଲ୍ଲୀ,୧୭।୨: ଟି-୨୦ ବିଶ୍ୱକପ୍‌ରେ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପାଲେକେଲେରେ ଜିମ୍ବାୱେ ଏବଂ ଆୟରଲାଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଯାଇଛି।…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଇତିହାସ ରଚିଲେ କାନାଡା ଯୁବରାଜ, T20 World Cupରେ କଲେ ଏମିତି ରନ ବର୍ଷା ବନିଗଲେ…

ନୂଆଦିଲ୍ଲୀ,୧୭।୨: କାନାଡାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଯୁବରାଜ ସାମରା ୨୦୨୬ ଟି-୨୦ ବିଶ୍ୱକପରେ ଏକ ଐତିହାସିକ ଶତକ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ…

ପ୍ରେମାନନ୍ଦ ଜୀ ମହାରାଜଙ୍କ ଶରଣ ନେଲେ ବିରୁଷ୍କା

ନୂଆଦିଲ୍ଲୀ,୧୭।୨: ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ପ୍ରେନାନନ୍ଦଜୀ ମହାରାଜଙ୍କ ଦର୍ଶନ ପାଇଁ ଆସିଛନ୍ତି। ଏହା ପ୍ରଥମ ଥର ନୁହେଁ…

ଆଜି ଏହି ୨ଟି ଦଳ T20 World Cup Super-8 ପାଇଁ ଟିକେଟ ପାଇପାରନ୍ତି, ପୂର୍ବରୁ ୫ଦଳକୁ ମିଳି ସାରିଛି ଏଣ୍ଟ୍ରି

ନୂଆଦିଲ୍ଲୀ,୧୭।୨: ୨୦୨୬ ଟି-୨୦ ବିଶ୍ୱକପ ଯାତ୍ରା ଆରମ୍ଭ ହୋଇଥିଲା ୨୦ଟି ଦଳକୁ ପାଞ୍ଚଟି ଲେଖାଏଁ ଗ୍ରୁପରେ ରଖାଯାଇ। ଏବେ ଗ୍ରୁପ ପର୍ଯ୍ୟାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri