ଷ୍ଟାର୍ଟଅପ୍‌ ପ୍ରତିଷ୍ଠାରେ ଦିଲ୍ଲୀ-ଏନ୍‌ସିଆର୍‌ ସର୍ବାଗ୍ରେ

ନୂଆଦିଲ୍ଲୀ,୧୦-୯: ଷ୍ଟାର୍ଟଅପ୍‌ ଏବଂ ୟୁନିକର୍ନ ପ୍ରତିଷ୍ଠା କ୍ଷେତ୍ରରେ ମୁମ୍ବାଇ, ବେଙ୍ଗାଲୁରୁକୁ ପଛରେ ପକାଇ ଦେଇଛି ଦିଲ୍ଲୀ-ଏନ୍‌ସିଆର୍‌। ଏଠାରେ ଷ୍ଟାର୍ଟଅପ୍‌ଙ୍କ ସଂଖ୍ୟା ୭୦୩୯ରେ ପହଞ୍ଚତ୍ଛି ବୋଲି ଜିନୋଭ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। ‘ଟର୍ବୋଚାଜିଂ ଦିଲ୍ଲୀ-ଏନ୍‌ସିଆର୍‌ ଷ୍ଟାର୍ଟଅପ୍ସ ଇକୋସିଷ୍ଟମ’ଶୀର୍ଷକରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ଦେଶରେ ପ୍ରତିଷ୍ଠିତ ମୋଟ ଷ୍ଟାର୍ଟଅପ୍‌ ମଧ୍ୟରୁ ୨୩ ପ୍ରତିଶତ କେବଳ ଦିଲ୍ଲୀ-ଏନ୍‌ସିଆର୍‌ରେ ପ୍ରତିଷ୍ଠା କରାଯାଇଛି। ରିପୋର୍ଟ ଅନୁଯାୟୀ କେବଳ ଦିଲ୍ଲୀରେ ୪୪୯୧, ଗୁରୁଗ୍ରାମରେ ୧୫୪୪ ଏବଂ ନୋଏଡାରେ ୧୦୦୪ ଷ୍ଟାର୍ଟଅପ୍‌ ରହିଛି। ସେହିପରି ବେଙ୍ଗାଲୁରୁରେ ଏହି ସଂଖ୍ୟା ୫୨୩୪, ମୁମ୍ବାଇରେ ୩୮୨୯ ଓ ହାଇଦ୍ରାବାଦ୍‌ରେ ୧୯୪୦ ରହିଛି। ୨୦୦୯ରୁ ୨୦୧୯ ମଧ୍ୟରେ ନୂଆ କମ୍ପାନୀଙ୍କୁ ପ୍ରତିଷ୍ଠା କରାଯାଇଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେହିପରି ଦିଲ୍ଲୀ-ଏନ୍‌ସିଆର୍‌ରେ ୧୦,ବେଙ୍ଗାଲୁରୁରେ ୯, ମୁମ୍ବାଇ ଓ ପୁନେରେ ୨ଟି ଲେଖାଏ ଏବଂ ଚେନ୍ନାଇରେ ଗୋଟିଏ ୟୁନିକର୍ନ(ଏକକ ନିୟନ୍ତ୍ରଣରେ ଥିବା ନାମୀଦାମୀ ଷ୍ଟାର୍ଟଅପ୍‌) କମ୍ପାନୀ ରହିଛନ୍ତି। ରିପୋର୍ଟରେ କୁହାଯାଇଛି ଯେ, ଦିଲ୍ଲୀ-ଏନ୍‌ସିଆର୍‌ ବିଶ୍ୱ ସ୍ତରରେ ୫ ଶୀର୍ଷ ଷ୍ଟାର୍ଟଅପ୍‌ ହବ୍‌ରେ ପରିଣତ ହୋଇପାରିବ। ଆଗାମୀ ଦିନରେ ଏଠାରେ ୧୨ ହଜାରରୁ ଅଧିକ ଷ୍ଟାର୍ଟଅପ୍‌ ପ୍ରତିଷ୍ଠା ହେବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri