Posted inଖେଳ

ଷ୍ଟାଡିୟମ ନିର୍ମାଣକୁ ଜୟବର୍ଦ୍ଧନେଙ୍କ ନାପସନ୍ଦ

କଲମ୍ବୋ, ୧୯ା୫ (ପି.ଟି.)-ଶ୍ରୀଲଙ୍କା ସରକାର ହୋମାଗାମାଠାରେ ଦେଶର ସର୍ବବୃହତ୍‌ କ୍ରିକେଟ ଷ୍ଟାଡିୟମ ନିର୍ମାଣ ଯୋଜନା ଚଳାଇଛନ୍ତି। ପୂର୍ବତନ ଅଧିନାୟକ ମାହେଲା ଜୟବର୍ଦ୍ଧନେ କିନ୍ତୁ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ବର୍ତ୍ତମାନ ଦେଶରେ ଯେତିକି ଭିତ୍ତିଭୂମି ରହିଛି ତାହାର ସଦୁପଯୋଗ ହୋଇପାରୁ ନ ଥିବାବେଳେ ସରକାର କେଉଁ ଦୃଷ୍ଟିରୁ ଆଉ ଏକ ଷ୍ଟାଡିୟମ ନିର୍ମାଣ ପାଇଁ ଅଗ୍ରସର ହେଉଛନ୍ତି ବୋଲି ସେ କହିଛନ୍ତି। ଦେଶରେ ସର୍ବବୃହତ୍‌ ଷ୍ଟାଡିୟମ ନିର୍ମାଣ ହେବାକୁ ଯାଉଥିବା ସମ୍ପର୍କରେ ସରକାର ରବିବାର ଶ୍ରୀଲଙ୍କା କ୍ରିକେଟ ସହ ମିଳିତଭାବେ ଘୋଷଣା କରିଛନ୍ତି। ହୋମାଗାମା ଅନ୍ତର୍ଗତ ଦିୟାଗାମାଠାରେ ୨୬ ଏକର ପରିମିତ ଅଞ୍ଚଳରେ ନିର୍ମିତ ହେବାକୁଥିବା ଏହି ଷ୍ଟାଡିୟମର ଦର୍ଶକ କ୍ଷମତା ୬୦,୦୦୦ ରଖାଯାଇଛି। ଏଥିରେ ଫ୍ଲଡ୍‌ଲାଇଟ୍‌ ବ୍ୟବସ୍ଥା ରହିବ। ୩ବର୍ଷ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ। ଏଥିରେ ୩୦ରୁ ୪୦ନିୟୁତ ଆମେରିକୀୟ ଡଲାର ବ୍ୟୟ ହେବ। ଶ୍ରୀଲଙ୍କାରେ ବର୍ତ୍ତମାନ ୮ଟି ଅନ୍ତର୍ଜାତୀୟ ଷ୍ଟାଡିୟମ ରହିଛି। ସେଗୁଡ଼ିକ ହେଲା କାଣ୍ଡି, ଗାଲେ, କଲମ୍ବୋ, ହାମ୍ବାନ୍‌ଟୋଟା, ଦାମ୍ବୁଲା, ପାଲିକେଲ୍‌ ଏବଂ ମୋରାତୁଓ୍ବା। ଜୟବର୍ଦ୍ଧନେ କହିଛନ୍ତି, ଦେଶରେ ବର୍ତ୍ତମାନ ଯେତୋଟିି ଷ୍ଟାଡିୟମ ରହିଛି ସେଥିରେ ଯଥେଷ୍ଟ ସଂଖ୍ୟାରେ ଅନ୍ତର୍ଜାତୀୟ ଅବା ଘରୋଇ ପ୍ରଥମଶ୍ରେଣୀ ମ୍ୟାଚ ଖେଳାଯାଇ ପାରୁ ନ ଥିବା ବେଳେ ନୂଆ ଷ୍ଟାଡିୟମର କୌଶସି ଆବଶକତା ନ ଥିଲା। ଅନ୍ୟପରେ ଭବିଷ୍ୟତରେ ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି) ଇଭେଣ୍ଟ ଆୟୋଜନ ଅଧିକାର ହାସଲ କରିବା ଉଦ୍ଦେଶ୍ୟ ରଖି ଏହି ଷ୍ଟାଡିୟମ ନିର୍ମାଣ କରାଯାଉଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri