ଶୟନ କଲେ ହରି

ସନାତନ ପରମ୍ପରାରେ ସୁନାବେଶ ଦିନ ଅର୍ଦ୍ଧରାତ୍ରରୁ ଚତୁର୍ମାସ୍ୟା ଆରମ୍ଭ ହୁଏ। ଏହିଦିନ ଠାରୁ ମହାପ୍ରଭୁ ଶୟନ ଯାଇଥାନ୍ତି। ଏହାକୁ ହରିଶୟନ ଏକାଦଶୀ କୁହାଯାଏ। ଚାରି ମାସ ପର୍ଯ୍ୟନ୍ତ ମହାପ୍ରଭୁ ଶୟନ କରିଥାନ୍ତି। ଠାକୁରଙ୍କର ଏହି ଶୟନ କାଳରେ ବାନପ୍ରସ୍ତ, ଋଷି, ମୁନି, ସାଧୁସନ୍ଥ, ମହାପୁରୁଷ, ସନ୍ନ୍ୟାସ ଧର୍ମ ଆଚରଣ କରୁଥିବା ଲୋକମାନେ ଚତୁଃର୍ମାସ୍ୟା ବ୍ରତ ପାଳନ କରନ୍ତି। ଗୋଟିଏ ସ୍ଥାନରେ ରହି ଶାସ୍ତ୍ର ମୁତାବକ ନିୟମ ପାଳନ କରି ଠାକୁରଙ୍କୁ ସ୍ମରଣ କରିଥାନ୍ତି। ମହାପ୍ରଭୁଙ୍କ ଶୟନ କାଳ ମଣିଷମାନଙ୍କ ପାଇଁ ଅଶୁଭ କାଳ ଭାବେ ଗ୍ରହଣ କରାଯାଏ। ଏହି ସମୟରେ ସୂର୍ଯ୍ୟ ଦକ୍ଷିଣାୟନ ଗତି କରନ୍ତି। ଜ୍ୟୋତିଷ ଶାସ୍ତ୍ରମତେ ସୂର୍ଯ୍ୟଙ୍କ ଦକ୍ଷିଣାୟନ ସମୟରେ କୌଣସି ଶୁଭକାର୍ଯ୍ୟ ଅର୍ଥାତ୍‌ ଯଜ୍ଞ, ବିବାହ, ଗୋଦାନ ଆଦି ହୁଏ ନାହିଁ। ସୂର୍ଯ୍ୟଙ୍କର ଉତ୍ତରାୟଣ ହେଲେ ପୁଣି ଶୁଭକାର୍ଯ୍ୟ ଆରମ୍ଭ ହୁଏ।
ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଓ ଲାଗି ପରେ ଚନ୍ଦନ ଲାଗି, ବଡ ସିଂହାର ବେଶ, ଭୋଗ ହୋଇଥାଏ। ମହାସ୍ନାନ ପୂଜାପାଠ ପରେ ଠାକୁର ରଥକୁ ବିଜେ ହୋଇଥାନ୍ତି। ରଥରେ ନୀତି ସରିବା ପରେ ଅଧରାତିରେ ମହାପ୍ରଭୁଙ୍କ ଠାରୁ ଆଜ୍ଞା ନେଇ ଶୟନ ଯାଇଥାନ୍ତି। ଭାଦ୍ରବ ଶୁକ୍ଳ ଏକାଦଶୀ ଦିନ ଠାକୁର ପାର୍ଶ୍ୱ ପରିବର୍ତ୍ତନ ଅର୍ଥାତ୍‌ କଡ ଲେଉଟାଇ ଥାନ୍ତି। ତେଣୁ ଏହାକୁ ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ କୁହାଯାଏ। କାର୍ତ୍ତିକ ମାସ ବଡ଼ ଏକାଦଶୀରେ ଠାକୁର ନିଦ୍ରା ତ୍ୟାଗ କରି ଉଠିଥାନ୍ତି। ଏହାକୁ ଦେବ ଉତ୍‌ଥାପନ ଏକାଦଶୀ ବୋଲି କୁହାଯାଏ।
ଆଷାଢ଼ ଶୁକ୍ଳ ପକ୍ଷରେ ପଡୁଥିବା ଏକାଦଶୀକୁ ହରିଶୟନ ଏକାଦଶୀ କୁହାଯାଏ। ଶାସ୍ତ୍ର ଅନୁସାରେ ଯେଉଁମାନେ ପବିତ୍ର ମନରେ ଏହି ଏକାଦଶୀ ବ୍ରତ ପାଳନ କରିଥାନ୍ତି ତାଙ୍କର ମନୋସ୍କାମନା ପୂର୍ଣ୍ଣ ହେବା ସହ ସମସ୍ତ ପାପ ମଧ୍ୟ କ୍ଷୟ ହୋଇଥାଏ। ଅନ୍ୟପକ୍ଷରେ ହରିଶୟନ ଏକାଦଶୀ କଥା ପଢିବା ଓ ଶୁଣିବା ଦ୍ୱାରା ସହସ୍ର ଗୋଦାନ ତୁଲ୍ୟ ଫଳ ପ୍ରାପ୍ତି ହୋଇଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୫ରୁ ଉଠାଇବେନି ଧାନ, ଅଡୁଆରେ ଚାଷୀ: ସରକାରଙ୍କୁ ମିଲର୍ସଙ୍କ ଚେତାବନୀ

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ):ଆଉ ୨ଦିନ ପରେ ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟାକୁ ଦେଢ଼ମାସ ପୂରିବ। ଅଥଚ ଏପର୍ଯ୍ୟନ୍ତ ଜିଲାରେ ଧାନ କିଣାବିକା ସମସ୍ୟାର ସମାଧାନ...

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri