ଶ୍ୱଶୂରଘର ଲୋକେ ମୁମୂର୍ଷୁ ଅବସ୍ଥାରେ ଛାଡ଼ି ଯାଇଥିବା ଜ୍ୱାଇଁଙ୍କ ମୃତ୍ୟୁ: ପୋଲିସ ମାଡ଼ରେ ମୃତ୍ୟୁ ଘଟିଥିବା କହିଲେ ସ୍ତ୍ରୀ

ଆନନ୍ଦପୁର,୧୭। ୭(ସ୍ବ.ପ୍ର.)- ସୋମବାର ରାତିରେ ଶ୍ୱଶୁରଘର ଲୋକେ ଜ୍ୱାଇଁଙ୍କୁ ମୁମୂର୍ଷୁ ଅବସ୍ଥାରେ ଆଣି ଘରେ ଛାଡ଼ିଯିବାପରେ ମଙ୍ଗଳବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ଆନନ୍ଦପୁର ପୌରାଞ୍ଚଳ ଅଧୀନ ଫକୀରପୁର ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ମଣ୍ଟୁଣି ଦାଶଙ୍କୁ ଶ୍ୱଶୁର ଘର ଲୋକେ ଆକ୍ରମଣ କରି ମାରିଦେଇଥିବା ତାଙ୍କ ବାପା କାଶୀନାଥ ସ୍ଥାନୀୟ ଥାନାରେ ଅଭିଯୋଗ କରିବାପରେ ପୋଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଛି। ତେବେ ମୃତ ମଣ୍ଟୁଣିଙ୍କ ସ୍ତ୍ରୀ ସୁମିତ୍ରା ପୋଲିସରେ ଦେଇଥିବା ବୟାନ ଘଟଣାକୁ ଭିନ୍ନ ମୋଡ଼ ଦେଇଛି। ଭଦ୍ରକ ଟାଉନ ଥାନା ପୋଲିସ ମାଡ଼ରେ ତାଙ୍କ ସ୍ବାମୀଙ୍କର ମୃତ୍ୟୁ ଘଟିଛି ବୋଲି ସେ ଅଭିଯୋଗ କରିଛନ୍ତି।
ସୁମିତ୍ରା କହିଛନ୍ତି, ସୋମବାର ଭଦ୍ରକ ସ୍ଥିତ ତାଙ୍କ ଭଉଣୀଘରକୁ ମଣ୍ଟୁଣି ତାଙ୍କୁ ସାଥିରେ ନେଇ ଯାଇଥିଲେ। ସନ୍ଧ୍ୟା ୮ଟା ସମୟରେ ସେମାନେ ବାଇକ୍‌ରେ ଘରକୁ ଫେରୁଥିଲେ। ଭଦ୍ରକ ବନ୍ତ ଛକ ନିକଟରେ ଥିବା ଏକ ମଦ ଦୋକାନକୁ ଯାଇ ମଣ୍ଟୁଣି ମଦ ପିଇଥିଲେ। ପରେ ସେ ଆଉ ଗାଡ଼ି ଚଲାଇ ପାରି ନ ଥିଲେ। ସୁମିତ୍ରା ସାଥିରେ ନେଇଥିବା ୫ମାସର ଶିଶୁ ପୁତ୍ରକୁ ଧରି ସେଠାରେ ବସି କାନ୍ଦୁଥିବା ପାଟ୍ରୋଲିଂ କରୁଥିବା ଭଦ୍ରକ ଟାଉନ ଥାନା ପୋଲିସ ଦେଖି ସେମାନଙ୍କୁ ଥାନାକୁ ଧରି ନେଇଥିଲେ। ମଦ ପିଇ ଗାଡ଼ି ଚଲାଇବା ଘଟଣା ନେଇ ପୋଲିସ ମଣ୍ଟୁଣିଙ୍କୁ ନିସ୍ତୁକ ମାଡ଼ ମାରିଥଲେ। ତାଙ୍କ ଅବସ୍ଥା ଖରାପ ହୋଇପଡ଼ିବାରୁ ସୁମିତ୍ରା ନାଚାର ହୋଇ ଫୋନ କରି ବାପଘର ଲୋକଙ୍କୁ ଜଣାଇଥିଲେ। ଏହାପରେ ବାପଘର ଲୋକେ ପହଞ୍ଚି ମଣ୍ଟୁଣିଙ୍କୁ ଆଣି ଫକିରପୁର ଗାଁର ତାଙ୍କ ଘରେ ଛାଡ଼ିଥିଲେ। ପୋଲିସ ମାଡ଼ରେ ତାଙ୍କ ସ୍ବାମୀଙ୍କର ମୃତ୍ୟୁ ଘଟିଛି ବୋଲି ସୁମିତ୍ରା ଓ ତାଙ୍କ ବାପଘର ଲୋକେ ଜେରାବେଳେ ପ୍ରକାଶ କରିଛନ୍ତି। ସୁମିତ୍ରାଙ୍କ ବୟାନ ଅନୁଯାୟୀ ପୋଲିସ କୌଣସି ମାମଲା ରୁଜୁ କରି ନାହିଁ। ମଣ୍ଟୁଣିଙ୍କ ବାପା କରିଥିବା ଅଭିଯୋଗ ଅନୁଯାୟୀ ୩୦୨ ଓ ୨୦୧ ଦଫାରେ ଏକ ମାମଲା (ନଂ.୧୨୯/୧୯) ରୁଜୁ କରି ତଦନ୍ତ ଚଳାଇଥିବା କହିଛି।
ଘଟଣାର ତଦନ୍ତ କରୁଥିବା ଆନନ୍ଦପୁର ଥାନା ଏସ୍‌ଆଇ ଏହି ସୂଚନା ଦେଇ କହିଛନ୍ତି, ମଣ୍ଟୁଣିଙ୍କର କିଭଳି ମୃତ୍ୟୁ ଘଟିଲା ତଦନ୍ତ ପରେ ସ୍ପଷ୍ଟ ହେବ। ସୁମିତ୍ରା ଦେଉଥିବା ବୟାନ ଅନୁଯାୟୀ ଭଦ୍ରକ ଟାଉନ ଥାନା ପୋଲିସ ସହ ଯୋଗାଯୋଗ କରାଯାଉଛି। ଅନ୍ୟପକ୍ଷେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ମଣ୍ଟୁଣିଙ୍କୁ ମୁମୂର୍ଷୁ ଅବସ୍ଥାରେ ଛାଡି ସୁମିତ୍ରା ଓ ତାଙ୍କ ସହ ଆସିଥିବା ଲୋକେ ସାଇଁକୁଳ ଫାଣ୍ଡି ଅଧୀନ ବାମ୍ଫିଡିସ୍ଥିତ ନିଜ ବାପ ଘରକୁ ପଳାଇଯିବା ଘଟଣା ନେଇ କାଶୀନାଥ ପ୍ରଶ୍ନ ଉଠାଇଛନ୍ତି। ମଙ୍ଗଳବାର ସକାଳେ ସୁମିତ୍ରା ଓ ତାଙ୍କ ବଡ ବାପା ଆସି ଫକିରପୁରରେ ପହଞ୍ଚିବା ପରେ ଗ୍ରାମବାସୀ ସେମାନଙ୍କୁ ଘେରିଯାଇ ପଚରାଉଚରା କରି ଏହାକୁ ମୋବାଇଲରେ ରେକର୍ଡିଂ କରିଥିଲେ।ପୋଲିସ ସେମାନଙ୍କୁ ପରେ ଗଁାରୁ ଉଦ୍ଧାର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri