ଫୁଲବାଣୀ ଅଫିସ, ୩୧ା୭ – ଏକ ଶ୍ରେଣୀଗୃହ ନିର୍ମାଣ ବାବଦ ଅର୍ଥ ତୋସରପାତ ମାମଲାର ବିଚାର କରି ମଙ୍ଗଳବାର ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ଭଗବାନ ପ୍ରଧାନ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୬ ଲକ୍ଷ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି। ଏହା ଅନାଦାୟ ଅଭିଯୁକ୍ତ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବେ ବୋଲି ରାୟରେ ଉଲ୍ଲେଖ କରାଯାଇଛି। ଅଭିଯୁକ୍ତ ହେଲେ କୋଟଗଡ କଲୋନୀ ସାହିର ତଥା ତତ୍କାଳୀନ ଅଡାରି ନୂଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କାହ୍ନୁ ଚରଣ ଦିଗାଲ ା ସେ ଏବେ ଜୁଡାବାଲି ପଞ୍ଚାୟତରଏକ ସ୍କୁଲରେ ଅଛନ୍ତି। ୨୦୦୯-୧୦ରେ କୋଟଗଡ ବ୍ଲକ ଓରା ପଞ୍ଚାୟତ ଅଡାରି ନୂଆ ପ୍ରାଥମିକ ବିଦ୍ୟାଳୟର ୨ଟି ଶ୍ରେଣୀଗୃହ ପାଇଁ ୯ ଲକ୍ଷ ୨୫ ହଜାର ଟଙ୍କା ମଞ୍ଜୁର ହୋଇଥିଲା ା ପ୍ରଧାନଶିକ୍ଷକ ଦିଗାଲ ଏବଂ ସ୍କୁଲ ପରିଚାଳନା କମିଟି ସଭାପତି ମିଶି ୨ କିସ୍ତିରେ ୨ଲକ୍ଷ ୫୦ ହଜାର ଟଙ୍କା ଉଠାଇଥିଲେ ା ହେଲେ ଏହାପରେ ଦିଗାଲ ଚତୁରତାର ସହ ସ୍କୁଲ ପରିଚାଳନା କମିଟି ସଭାପତିଙ୍କ ଦସ୍ତଖତକୁ ଜାଲ କରି ୪ କିସ୍ତିରେ ୬ ଲକ୍ଷ ଟଙ୍କା ଉଠାଇ ନେଇଥିଲେ ା ମାତ୍ର ଘର ପ୍ଲିନ୍ଥ ଲେଭଲ ପର୍ଯ୍ୟନ୍ତ ହୋଇଥିଲା ା ଏ ନେଇ ଭିଜିଲାନ୍ସରେ ଅଭିଯୋଗ ହେବାରୁ ୨୦୧୪ ଡିସେମ୍ବର ୧୯ରେ ନଂ.୪୭/୧୪ରେ ମାମଲା ରୁଜୁ ହୋଇଥିଲା ା ତଦନ୍ତ ବେଳେ ୬ ଲକ୍ଷ ୪୭ ହଜାର ଟଙ୍କା ହେରଫେର ହୋଇଥିବା ସ୍ପଷ୍ଟ ହୋଇଥିଲା। ଉପଯୁକ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଶୁଣାଣି କରିଛନ୍ତି।
Posted inଆମ ଜିଲା ଖବର, କନ୍ଧମାଳ View All
ରେଳ ଲାଇନ୍ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…
ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…
ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…
ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍. ଉଦୟଗିରି ଥାନା…
ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…
ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍। ମଙ୍ଗଳବାର ଅପରାହ୍ନ ପ୍ରାୟ…
ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’
ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…
ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ
ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…
ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…
ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…
ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…
ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…
ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…
ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍ପି ଶୁଭେନ୍ଦୁ କୁମାର ପାତ୍ର…
Archives

