ଶ୍ରୀଲିଙ୍ଗରାଜଙ୍କ ଜମିରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପ୍ରସଙ୍ଗ: ୩୫ ଘଣ୍ଟା ଉପବାସ ରହିଲେ ଶ୍ରୀଜୀଉ

ପୁରୁଣା ଭୁବନେଶ୍ୱର, ୫।୯ (ଡି.ଏନ.ଏ.): ନୂଆଗଁ। ମୌଜାରେ ଥିବା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜମିରେ ବଡୁ ନିଯୋଗ ପକ୍ଷରୁ ବେଆଇନ ଭାବେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ଚାଲିଛି। ଏହାକୁ ବ୍ରାହ୍ମଣ ଓ ପୂଜା ପଣ୍ଡା ନିଯୋଗ ବିରୋଧ କରି ମଙ୍ଗଳବାର ସକାଳଠାରୁ ଶ୍ରୀଜୀଉଙ୍କ ନୀତିକାନ୍ତି ବନ୍ଦ କରି ଦେଇଥିଲେ। ଫଳରେ ଶ୍ରୀଜୀଉଙ୍କୁ ଉପବାସ ରହିବାକୁ ପଡିଥିଲା। ଦେବୋତ୍ତର କମିଶନର ଜମି ବିବାଦ ସମାଧାନ କରିବାକୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ ନୀତିକାନ୍ତି ବୁଧବାର ସନ୍ଧ୍ୟାରେ ଆରମ୍ଭ କରିଛନ୍ତି। ପରିସ୍ଥିତି ସ୍ବାଭାବିକ ହୋଇଛି। ମଙ୍ଗଳବାର ସକାଳ ୭ଟାରୁ ବନ୍ଦ ଥିବା ସମସ୍ତ ନୀତିକାନ୍ତି ବୁଧବାର ସନ୍ଧ୍ୟା ୬ଟାରେ ୩୫ ଘଣ୍ଟା ପରେ ଆରମ୍ଭ ହୋଇଛି। ସନ୍ଧ୍ୟା ପ୍ରାୟ ୬ଟାରେ ଶ୍ରୀଜୀଉଙ୍କ ମହାସ୍ନାନ ପରେ ମଙ୍ଗଳଆଳତି, ରୋଷହୋମ ଶେଷ ହୋଇଥିଲା। ପରେ ରୋଷେଇ କାର୍ଯ୍ୟ କରାଯାଇଛି। ପୁନର୍ବାର ମାଘସ୍ନାନ କରାଯାଇ ଠାକୁରଙ୍କ ବେଶ କରାଯାଇଥିଲା। ପରେ ଶ୍ରୀଜୀଉଙ୍କ ଅନ୍ୟ ନୀତି ସମ୍ପନ୍ନ ହୋଇଥିଲା। ଏପଟେ ଶ୍ରୀଜୀଉଙ୍କ ଜାଗାରେ ନିର୍ମାଣ କାର୍ଯ୍ୟକୁ ପ୍ରଶାସନ ପକ୍ଷରୁ ବନ୍ଦ କରି ଦିଆଯାଇଛି।
ଗଙ୍ଗୁଆ ବ୍ରିଜଠାରେ ଥିବା ମହାପ୍ରଭୁଙ୍କର ଏ ୨.୨୬୩ ପରିମିତ ଜାଗା ଯାହା ନୂଆଗଁ। ମୌଜାର ଚକ ନଂ. ୮୧ରେ ୧୧୮ପ୍ଲଟ୍‌ ଏବଂ ଖାତା ନଂ. ୪୩୭ରେ ରହିଥିଲା। ଏଠାରେ ବଡୁ ନିଯୋଗର ଜନୈକ ସେବାୟତ ମାର୍କେଟ କମ୍ପ୍ଲେକ୍ସ ପାଇଁ ନିର୍ମାଣ କାମ କରୁଥିଲେ। ବେବନ୍ଦୋବସ୍ତ ଥିବା ସେହି ଜମିରେ କିଭଳି କେଉଁ ପରିପ୍ରେକ୍ଷୀରେ ନିର୍ମାଣ କାର୍ଯ୍ୟ କରାଯାଉଛି ସେ ନେଇ ଖବର ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ମନ୍ଦିର ପ୍ରଶାସନ ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ କୋର୍ଟଙ୍କ ଆଶ୍ରୟ ନେଇଥିଲେ। ଜୁଲାଇରେ ଏହି ବେଆଇନ ନିର୍ମାଣ ଉପରେ ଅଙ୍କୁଶ ଲାଗିଥିଲା। ଏହି ଜାଗାରେ ୧୪୪ ଧାରା ଲଗାଇ ଥିଲେ କୋର୍ଟ। ହେଲେ ଏହି ଧାରା ୬୦ଦିନ ବଳବତ୍ତର ରହିଥିବାବେଳେ ଶନିବାର ପୁଣି ବଡୁ ନିଯୋଗ ପକ୍ଷରୁ କମଳାକାନ୍ତ ବଡୁ କାମ ଆରମ୍ଭ କରିଥିଲେ। ଏହାକୁ ବିରୋଧ କରି ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ ପକ୍ଷରୁ ଠାକୁରଙ୍କ ନୀତି ପରିଚାଳନାରେ ଅସହଯୋଗ କରିଥିଲେ। ଦାବି ମୁତାବକ ନିର୍ମାଣ କାମ ବନ୍ଦ ହେଲେ ନୀତି ଚାଲିବ ବୋଲି ସେମାନେ ସର୍ତ୍ତ ରଖିଥିଲେ। ବୁଧବାର ଅପରାହ୍ନରେ ଦେବୋତ୍ତର କମିଶନର ଚିତ୍ତରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ କଳ୍ପନାସ୍ଥିତ ଦେବୋତ୍ତର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ କମିଶନର ଓଡ଼ିଶା ହିନ୍ଦୁ ରିଲିଜିୟସ୍‌ ଆକ୍ଟ କ୍ଷମତା-୭ ବଳରେ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ସେକ୍‌ସନ-୩୨ ବଳରେ ଉଭୟ ନୀତି ବନ୍ଦ କରିଥିବା ଏବଂ ବେଆଇନ ନିର୍ମାଣ କରିଥିବା ବଡୁ ନିଯୋଗକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ। ପରେ ସମସ୍ତ ନିଯୋଗ ନିଜ ନିଜର କର୍ତ୍ତବ୍ୟ ସମ୍ପାଦନ କରିଥିଲେ। ସମ୍ପୂର୍ଣ୍ଣ ମାମଲାକୁ ସହକାରୀ ଦେବୋତ୍ତର କମିଶନର ଆଶିଷ ପଟ୍ଟନାୟକ ଅନୁସନ୍ଧାନ ପୂର୍ବକ କାର୍ଯ୍ୟନିର୍ବାହ କରିବାକୁ ସ୍ଥିର ହୋଇଥିଲା। ଧଉଳି ଥାନାକୁ ନିର୍ମାଣ କାମ ଉପରେ ନଜର ରଖିବାକୁ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri