ଶ୍ରୀରଘୁନାଥଜୀଉଙ୍କ ପୀଠରେ ସୁନିଆ ପର୍ବ:ସୁନା ଥାଳିଆରେ କାକରାପିଠା ଭୋଗଲାଗି

ଓଡ଼ଗାଁ ୧୧।୯(ସ୍ବ.ପ୍ର.)-ଓଡ଼ଗାଁରେ ବିଜେ ଶ୍ରୀରଘୁନାଥଜୀଉଙ୍କ ପୀଠରେ ମଙ୍ଗଳବାର ସୁନିଆ ପର୍ବ ପାଳିତ ହୋଇଛି। ଏହି ଅବସରରେ ଶ୍ରୀଜୀଉଙ୍କୁ ୩ ସୁନାଥାଳିଆରେ ୩ ବାଡ ସ୍ବତନ୍ତ୍ର କାକରା ପିଠା ଲାଗି କରାଯାଇଛି ା ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ସୁନିଆ ଓ ବାମନ ଜନ୍ମ ମହୋତ୍ସବ ପାଳନ କରାଯାଇଥିଲା। ଏହି ଦିନଠାରୁ ଗଜପତି ମହାରାଜାଙ୍କ ନାମରେ ନୂତନ ଅଙ୍କ ପ୍ରଚଳନ କରାଯାଇ ୧୪୨୭ସାଲ ଆରମ୍ଭ ହୋଇଛି ା ବାମନ ଜନ୍ମ ଅବସରରେ ପରମ୍ପରା ଅନୁସାରରେ ଶ୍ରୀଜୀଉମାନେ ନୂତନ ପାଟବସ୍ତ୍ର, ବନାରସୀ ପୋଷାକ, ସୁବର୍ଣ୍ଣ ମୁକୁଟ ସହିତ ନାନାଦି ଅଳଙ୍କାରରେ ଭୂଷିତ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ ା ସୁନିଆ ପାଳନ ଉପଲକ୍ଷେ ଶ୍ରୀଜୀଉଙ୍କ ବିଜେ ପ୍ରତିମା ସୁନିଆ ନୀତିଲାଗି ଜୟ ବିଜୟ ଦ୍ୱାରକୁ ବିଜେ ହୋଇ ସୁବର୍ଣ୍ଣ ସିଂହାସନ ଉପରେ ଉପବେଶନ କରିଥିଲେ ା ବିଜେ ପ୍ରତିମାଙ୍କୁ ଷୋଡଶ ଉପଚାର ବିଧିରେ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ୩ ବାଡ କାକରା ରାଜ ଭୋଗ (ପିଠା) ୩ଟି ସୁବର୍ଣ୍ଣ ଥାଳିରେ ନୈବେଦ୍ୟ ଅର୍ପଣ କରାଯାଇଥିଲା ା ଏହା ସହିତ ଶ୍ରୀଜୀଉଙ୍କୁ ମହା ଆଳତି ଲାଗି କରାଯାଇଥିଲା ା ବର୍ଷକରେ ଥରେ ବାମନ ଦ୍ୱାଦଶୀ ତିଥିରେ ଶ୍ରୀଜୀଉଙ୍କୁ ସୁବର୍ଣ୍ଣ ଥାଳିରେ ଏହି ବିଶେଷ ଭୋଗ ଲାଗି କରାଯିବା ପରମ୍ପରା ମନ୍ଦିର ପ୍ରତିଷ୍ଠା ଦିନରୁ ପ୍ରଚଳିତ ହୋଇଆସୁଛି ା ଏହା ସହିତ ଶ୍ରୀଜୀଉଙ୍କ ସେବାରେ ଥିବା ଛତିଶା ନିଯୋଗ ତଥା ପୂଜକ ସେବକ, କର୍ମଚାରୀ, ଶ୍ରଦ୍ଧାଳୁ ଓ ଅଧିକାରୀମାନେ ପ୍ରଭୁଙ୍କୁ ଅଙ୍କ ଭେଟି ପ୍ରଦାନ କରି ପ୍ରଭୁକୃପା ଲାଭ କରିବାକୁ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ା ଅପରାହ୍ନ ୨ଟାରେ ଶ୍ରୀଜୀଉଙ୍କ ପ୍ରତ୍ୟାବର୍ତ୍ତନ ପରେ ମଧ୍ୟାହ୍ନ ଧୂପ ସହିତ ଶ୍ରୀଜୀଉଙ୍କ ଦିବା ପହୁଡ ହୋଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

କଶ୍ମୀରରେ ହୃଦ୍‌ଘାତରେ ଓଡ଼ିଆ ଯବାନଙ୍କ ମୃତ୍ୟୁ, ଗାଁରେ ଶୋକାକୁଳ ପରିବେଶ

ନୟାଗଡ଼,୨୯।୧(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଇଟାମାଟି ଥାନା ଆନନ୍ଦପଲ୍ଲୀ ଗାଁର ଯବାନ ଜିତୁ ବେହେରା(୩୧) ଜାନୁଆରୀ ୨୬ରେ କଶ୍ମୀରରେ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି। ଜିତୁଙ୍କ ମରଶରୀର ବୁଧବାର…

ପିସ୍ତଲ ଗୁଳିଠାରୁ ରଣପୁର ଠେଙ୍ଗାପ୍ରହାର ଶକ୍ତିଶାଳୀ: ବ୍ରିଟିଶ ପାର୍ଲିଆମେଣ୍ଟକୁ ଯାଇଥିଲା ୫୦୦ ଠେଙ୍ଗା

ନୟାଗଡ,୨୬।୧(ଲୋକନାଥ ମିଶ୍ର): ନୟାଗଡ ଜିଲା ସଦର ମହକୁମାସ୍ଥିତ ପିଟିଏସ୍‌ ପଡ଼ିଆରେ ଜିଲାସ୍ତରୀୟ  ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।  ଏଥିରେ ୫୦ଟି ପାରେଡ ଟିମ ଭାଗ ନେଇଥିଲେ।…

ଘର ଆଗରେ ଖେଳୁଥିବା ସମୟରେ ଡାକି ନେଇ ନାବାଳିକାଙ୍କୁ ବଳାତ୍କାର କଲେ ୨ ଯୁବକ, ଖୋଜି ଖୋଜି ପହଞ୍ଚିଗଲେ ମା’

ରଣପୁର, ୨୪ା୧(ସୁକାନ୍ତ କିଶୋର ଡାକୁଆ): ନୟାଗଡ଼ ଜିଲା ରଣପୁର ଥାନା ଅଞ୍ଚଳରେ ଗୁରୁବାର ଏକ ଲଜ୍ଜାଜନକ ଘଟଣା ଘଟିଯାଇଛି। ଜଣେ ନାବାଳିକାଙ୍କୁ ୨ଜଣ ଦୁଆରୁ ଡାକି ନେଇ…

ପୂଜାର୍ଚ୍ଚନା ପରେ ନୟାଗଡ଼ରୁ ପୁରୀ ଅଭିମୁଖେ ଗଲା ରଥକାଠ

ନୟାଗଡ଼,୨୦।୧(ଲୋକନାଥ ମିଶ୍ର): ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ  ନୟାଗଡ଼ ଜିଲା ଦଶପଲ୍ଲା ଅଞ୍ଚଳରୁ ମଙ୍ଗଳାର ୩ଟି ଟ୍ରକ୍‌ରେ ଅସନ ୪୦,  ଧଉରା ୪୩ ଓ ମତରେ ୮୩…

ମଦ ଜବତ ପାଇଁ ଯାଇଥିବା ବେଳେ ଅବକାରୀ ସ୍କ୍ବାଡଙ୍କୁ ଆକ୍ରମଣ, ମଦ ମାଫିଆଙ୍କ ମାଡ଼ରେ…

ନୟାଗଡ଼,୧୫।୧(ଲୋକନାଥ ମିଶ୍ର): ନୟାଗଡ଼ ସଦର ଥାନା ବୋଦାପଡା ଗାଁରେ ମଦ ଜବତ କରିବା ପାଇଁ ଯାଇଥିବା ଅବକାରୀ ବିଭାଗର ସ୍ବତନ୍ତ୍ର ଟିମ୍ ଉପରେ ମଦ ମାଫିଆମାନେ ମିଳିତ…

ଜ୍ୱାଇଁଙ୍କୁ ବିଷ ପିଆଇଦେଲେ ଶ୍ୱଶୁରଘର ଲୋକେ, ଭିଡିଓ ଦେଖିଲେ ଆଖିରୁ…

ନୟାଗଡ଼/ରଣପୁର,୨।୧ (ଲୋକନାଥ ମିଶ୍ର /ସୁକାନ୍ତ କିଶୋର ଡାକୁଆ): ନୟାଗଡ଼ ଜିଲା ରଣପୁର ଥାନା ଖତିଆ ଗାଁର ବିପିନ ବିହାରୀ ଭୂୟାଁ(୩୦)ଙ୍କୁ ଶ୍ୱଶୁର ଘର ଲୋକେ ବିଷ ପିଆଇ…

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ଶ୍ୱାସରୁଦ୍ଧ…

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ ପଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri